କୋଲେଷ୍ଟ୍ରଲ୍‌

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କୋଲେଷ୍ଟ୍ରଲ୍‌
Cholesterol.svg
Cholesterol-3d.png
Names
IUPAC name
(3β)-cholest-5-en-3-ol
Systematic IUPAC name
2,15-dimethyl-14-(1,5-dimethylhexyl)tetracyclo[8.7.0.02,7.011,15]heptacos-7-en-5-ol
Other names
(10R,13R)-10,13-dimethyl-17-(6-methylheptan-2-yl)-2,3,4,7,8,9,11,12,14,15,16,17-dodecahydro-1H-cyclopenta[a]phenanthren-3-ol, Cholesterin, Cholesteryl alcohol [୧]
Identifiers
CAS number 57-88-5 YesY
PubChem 5997
ChemSpider 5775 YesY
UNII 97C5T2UQ7J YesY
KEGG D00040 YesY
ChEBI CHEBI:16113 YesY
ChEMBL CHEMBL112570 YesY
Jmol-3D images Image 1
Properties
Molecular formula C27H46O
Molar mass 386.65 g/mol
Appearance white crystalline powder[୨]
Density 1.052 g/cm3
Melting point 148–150 °C[୨]
Boiling point 360 °C (decomposes)
Solubility in water 0.095 mg/L (30 °C)
Solubility soluble in acetone, benzene, chloroform, ethanol, ether, hexane, isopropyl myristate, methanol
Except where noted otherwise, data are given for materials in their standard state (at 25 °C (77 °F), 100 kPa)
 YesY (verify) (what is: YesY/N?)
Infobox references
Microscopic appearance of cholesterol crystals in water. Photo taken under polarized light.

କୋଲେଷ୍ଟ୍ରଲ୍‌ ହେଉଛି ଏକ ସ୍ନେହସାର ବା ମହମ ଜାତୀୟ ପଦାର୍ଥ । ଏହା ଜଳରେ ଅଦ୍ରବଣୀୟ । ଏହା ରକ୍ତରେ ମଧ୍ୟ ଦ୍ରବଣୀୟ ନୁହେଁ । କୋଲେଷ୍ଟ୍ରଲ୍‌ ପ୍ରୋଟିନ ସହ ମିଶି ଲିପୋପ୍ରୋଟିନ ତିଆରି କରେ । ଏହି ପ୍ରୋଟିନ କୋଲେଷ୍ଟ୍ରଲ ଚାରିପାଖରେ ଏକ ଆବରଣ ସୃଷ୍ଟି କରେ । ଯେତେବେଳେ କୋଲେଷ୍ଟ୍ରଲରେ ପ୍ରୋଟିନର ପରିମାଣ ଅଧିକ ହୁଏ, ଏହା ଯକୃତରେ ପ୍ରବେଶ କରି ଏକ ପ୍ରକାର ପିତ୍ତରସଯୁକ୍ତ ଅମ୍ଲ ତିଆରି କରେ । ଏହାକୁ ହାଇ-ଡେନ୍‌ସିଟି-ଲିପୋପ୍ରୋଟିନ ବା ଏଚ୍.ଡି.ଏଲ୍ କୁହାଯାଏ । ସାଧାରଣତଃ ଏହାକୁ ଉପକାରି କୋଲେଷ୍ଟ୍ରଲ ଭାବରେ ବିବେଚନା କରାଯାଏ ।

ଯେତେବେଳେ ଲିପୋପ୍ରୋଟିନରେ ପ୍ରୋଟିନର ପରିମାଣ କମ୍‌ ହୋଇ ସ୍ନେହସାରର ପରିମାଣ ଅଧିକ ହୋଇଥାଏ ଏହା ରକ୍ତରେ ଅଧିକ ଦୂର ଗତି କରିପାରିନଥାଏ । କୋଷରେ ଥିବା କେତେକ ସ୍ୱତନ୍ତ୍ର ଗ୍ରାହୀ ଅଙ୍ଗ ସହ ଏହା ବାନ୍ଧି ହୋଇ ଲୋ-ଡେନ୍‌ସିଟି-ଲିପୋପ୍ରୋଟିନ ବା ଏଲ୍‌.ଡି.ଏଲ୍‌ ଗଠନ କରେ । ସାଧାରଣତଃ ଏହା ଶରୀର ପାଇଁ କ୍ଷତିକାରକ ହୋଇଥିବାରୁ ଏହାକୁ ଅପକାରୀ କୋଲେଷ୍ଟ୍ରଲ ଭାବରେ ବିବେଚନା କରାଯାଇଥାଏ ।

ପ୍ରାୟ ୭୫ଭାଗ କୋଲେଷ୍ଟ୍ରଲ ଯକୃତରେ ସୃଷ୍ଟି ହୋଇଥାଏ । ଶରୀରର କ୍ଷୁଦ୍ରାନ୍ତ୍ର ମଧ୍ୟ କିଛି ପରିମାଣର କୋଲେଷ୍ଟ୍ରଲ ତିଆରି କରିବା ସହ ଏହାର ଶୋଷଣ କରିଥାଏ । ସାଧାରଣ ଖାଦ୍ୟ ପଦାର୍ଥ ଦ୍ୱାରା ମଧ୍ୟ ଶରୀରରେ ୩୦୦ ରୁ ୫୦୦ ମିଲିଗ୍ରାମ କୋଲେଷ୍ଟ୍ରଲ ସୃଷ୍ଟି ହୋଇଥାଏ । ଏହି କୋଲେଷ୍ଟ୍ରଲ ସାଧାରଣତଃ ମାଂସ ଓ କ୍ଷୀର ଜାତୀୟ ଖାଦ୍ୟରୁ ଆସିଥାଏ । ଏପରିକି ଆମ ଖାଦ୍ୟ କୋଲେଷ୍ଟ୍ରଲ୍‌ ରହିତ ହେଲେ ମଧ୍ୟ ଶରୀରରେ ଶ୍ୱେତସାର, ପୁଷ୍ଟିସାରସ୍ନେହସାରର ବିଘଟନ ଘଟି ଅଙ୍ଗାରକ ବା କାର୍ବନ ଉତ୍ପାଦିତ ହୋଇଥାଏ, ଯାହାକୁ ଯକୃତ କୋଲେଷ୍ଟ୍ରଲରେ ରୂପାନ୍ତରିତ କରିଥାଏ ।

ଜଣେ ମଣିଷ ସାରା ଜୀବନ ପାଇଁ କୋଲେଷ୍ଟ୍ରଲଯୁକ୍ତ ଖାଦ୍ୟ ଖାଇବା ବନ୍ଦ କରିଦେଲେ ମଧ୍ୟ ଶରୀରରେ କୋଲେଷ୍ଟ୍ରଲର ପରିମାଣ ହ୍ରାସ ପାଇ ନଥାଏ । ଏହା କିପରି ସମ୍ଭବ? ପ୍ରଥମତଃ ଆମ ଶରୀରର ପ୍ରତ୍ୟେକ କୋଷ ପ୍ରତ୍ୟେକ କୋଷ କୋଲେଷ୍ଟ୍ରଲ ସୃଷ୍ଟି କରିବା ପାଇଁ ସକ୍ଷମ । ଶରୀରର ପ୍ରତ୍ୟେକ କୋଷ ଏହାର ଚାରିପଟେ ଏକ ସୁରକ୍ଷା ଆବରଣ ସୃଷ୍ଟି ପାଇଁ ଚେଷ୍ଟିତ ଥାଏ । ଶରୀର ପ୍ରତ୍ୟେକ କୋଷକୁ ନିରୀକ୍ଷଣ କରୁଥାଏ । ଯେତେବେଳେ କୌଣସି ଏକ କୋଷରେ କୋଲେଷ୍ଟ୍ରଲର ପରିମାଣ ହ୍ରାସ ପାଏ ସେତେବେଳେ ଅଧିକ କୋଲେଷ୍ଟ୍ରଲ ସୃଷ୍ଟି ପାଇଁ ଏହା କୋଷକୁ ପ୍ରେରଣା ଦେଇଥାଏ । ଯଦିଓ ସସସ୍ତ କୋଷ କୋଲେଷ୍ଟ୍ରଲ ସୃଷ୍ଟି ପାଇଁ ସକ୍ଷମ ବେଳେବେଳେ କେତେକ କୋଷ ବାହ୍ୟ ସହାୟତା ଆବଶ୍ୟକ କରିଥାଆନ୍ତି। ଏଥିନିମନ୍ତେ ଯକୃତ ସହାୟତା କରିଥାଏ ।

କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ବଂଶାନୁକ୍ରମ ମଧ୍ୟ ଏକ ମୂଖ୍ୟ ଭୂମିକା ଗ୍ରହଣ କରିଥାଏ । କେତେକ କ୍ଷେତ୍ରରେ ଅଧିକ ସ୍ନେହସାର ଜାତୀୟ ଖାଦ୍ୟ ଖାଇଲେ, ଶରୀରର ନିଜସ୍ୱ କୋଲେଷ୍ଟ୍ରଲ ସୃଷ୍ଟି କ୍ଷମତା ହ୍ରାସ ପାଇଥାଏ । କିନ୍ତୁ ଅନ୍ୟ କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ହୋଇନଥାଏ । ସେହି କ୍ଷେତ୍ରରେ ଅଧିକ ସ୍ନେହସାର ଜାତୀୟ ଖାଦ୍ୟ ଖାଇଲେ ମଧ୍ୟ, ଶରୀରର ନିଜସ୍ୱ କୋଲେଷ୍ଟ୍ରଲ ସୃଷ୍ଟି କ୍ଷମତା ହ୍ରାସ ପାଇ ନଥାଏ । ବୟସର ବୃଦ୍ଧି ସହ ଏହି କୋଲେଷ୍ଟ୍ରଲ ରକ୍ତନଳୀରେ ରହି ଏହାକୁ ସଂକୁଚିତ କରି ଥାଏ। ଫଳରେ ହୃତ୍‌ପିଣ୍ଡକୁ ରକ୍ତପ୍ରବାହରେ ବାଧାସୃଷ୍ଟି ହୋଇଥାଏ ।

ଶରୀର କୋଲେଷ୍ଟ୍ରଲ୍‌ର ବ୍ୟବହାର କରି କୋଷଝିଲ୍ଲୀ ତିଆରି କରିବା ସହିତ ଚର୍ମରେ ଭିଟାମିନ ଡି ର ରୂପାନ୍ତରଣ ଘଟାଇଥାଏ, ଖାଦ୍ୟ ହଜମରେ ସାହାଯ୍ୟ କରିଥାଏ ଏବଂ ଓଭାରୀ ଓ ଟେଷ୍ଟିସ୍‌ରୁ ଯଥାକ୍ରମେ ଇଷ୍ଟୋଜେନ ଓ ଟେଷ୍ଟୋଷ୍ଟିରନ କ୍ଷରଣରେ ସାହାଯ୍ୟ କରିଥାଏ । ଏହି ସମସ୍ତ କାର୍ଯ୍ୟ ହାଇ-ଡେନ୍‌ସିଟି-ଲିପୋପ୍ରୋଟିନ ବା ଏଚ୍.ଡି.ଏଲ୍ ଦ୍ୱାରା ହୋଇଥାଏ । ଏଚ୍.ଡି.ଏଲ୍ ମଧ୍ୟ ଏଲ୍‌.ଡି.ଏଲ୍‌ କୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଶରୀରରେ କୋଲେଷ୍ଟ୍ରଲ ନିୟନ୍ତ୍ରଣର ଉପାୟ[ସମ୍ପାଦନା]

  1. ଏଇରୋବିକ ବ୍ୟାୟାମ: ପ୍ରତ୍ୟେକ ଦିନ ୫ରୁ ୩୦ ମିନିଟ ପର୍ଯ୍ୟନ୍ତ ଏଇରୋବିକ୍‌ ବ୍ୟାୟାମ କରିବା ଦ୍ୱାରା ଶରୀରରେ ଏଚ୍.ଡି.ଏଲ୍‌ର ମାତ୍ରା ୫ରୁ୧୦ ପ୍ରତିଶତ ବୃଦ୍ଧି ପାଇଥାଏ ।
  2. ଓଜନ ହ୍ରାସ: ଯଦି ଆପଣ ମୋଟାପଣ ବା ଓବେସିଟିର ଶିକାର ହୋଇଥାଆନ୍ତି ତେବେ ପ୍ରତି ୭ ପାଉଣ୍ଡର ହ୍ରାସ ଦ୍ୱାରା 1mg/Dl ପରିମାଣର ଏଚ୍.ଡି.ଏଲର ବୃଦ୍ଧି କରିପାରିବେ ।
  3. ଧୂମପାନ ପରିତ୍ୟାଗ: ଧୂମପାନ ପରିତ୍ୟାଗ ଦ୍ୱାରା ଶରୀରରେ ୧୫ ରୁ ୨୦ ପ୍ରତିଶତ ଏଚ୍.ଡି.ଏଲ୍‌ର ପରିମାଣ ବୃଦ୍ଧି ପାଇଥାଏ।
  4. ଉପଯୁକ୍ତ ସ୍ୱାସ୍ଥ୍ୟବର୍ଦ୍ଧକ ଖାଦ୍ୟ: ଦୈନନ୍ଦୀନ ଖାଦ୍ୟରେ ଉଦ୍‌ଜାନୀକରଣ ସ୍ନେହସାରର ପରିମାଣକୁ ହ୍ରାସ କରି ଆପଣ ଏଲ୍.ଡି.ଏଲ୍‌ର ପରିମାଣକୁ ହ୍ରାସ କରିପାରିବେ । ରିଫାଇନ ଚାଉଳ ଓ ଗହମ ପରି ଖାଦ୍ୟକୁ ବର୍ଜନ କରିବା ଉଚିତ ।
  5. ପ୍ରାଣାୟମ: କପାଳଭାତି ଓ ଅନୁଲୋମ ବିଲୋମ ପରି ପ୍ରାଣାୟମର ଅଭ୍ୟାସ ଦ୍ୱାରା ଆପଣ ଶରୀରରେ ଏଚ୍.ଡି.ଏଲ୍‌ର ପରିମାଣକୁ ବହୁ ପରିମାଣରେ ବୃଦ୍ଧି କରିପାରିବେ।
  6. ଉପଯୁକ୍ତ ଔଷଧ ବ୍ୟବହାର: ନିଆସିନ ଜାତୀୟ ଔଷଧର ବ୍ୟବହାର କରି ଆପଣ ଏଚ୍.ଡି.ଏଲର ମାତ୍ରାକୁ ବୃଦ୍ଧି କରିପାରିବେ ।

ଅଧିକ ଦେଖନ୍ତୁ[ସମ୍ପାଦନା]

ଅତିରିକ୍ତ ଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Substance Data for 57-88-5". 
  2. ୨.୦ ୨.୧ "Safety (MSDS) data for cholesterol". Retrieved 2007-10-20. 

ବାହାର ଲିଙ୍କ[ସମ୍ପାଦନା]