ଅନୁରାଧା ପୌଡ଼ୱାଲ

ଉଇକିପିଡ଼ିଆ‌ରୁ
ଅନୁରାଧା ପୌଡ଼ୱାଲ
ଅନୁରାଧା ପୌଡ଼ୱାଲ ୨୦୧୧ ମସିହା ଫିଲ୍ମଫେୟାର ପୁରସ୍କାର ଅବସରରେ
Background information
ଜନ୍ମ ସମୟରେ ନାମଅଳକା ନନ୍ଦକର୍ଣ୍ଣି
ଜନ୍ମ (1954-10-27) ୨୭ ଅକ୍ଟୋବର ୧୯୫୪ (ବୟସ ୬୯)[୧]
କରୱାରା, କର୍ଣ୍ଣାଟକ[୨]
ଶୈଳୀପ୍ରଚ୍ଚଦପଟ୍ଟ ଗାୟନ, ଭଜନ
ବାଦ୍ୟଯନ୍ତ୍ରକଣ୍ଠଶିଳ୍ପୀ
କାର୍ଯ୍ୟକାଳ୧୯୭୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ

ଅନୁରାଧା ପୌଡ଼ୱାଲ ( ଜନ୍ମ : ୨୭ ଅକ୍ଟୋବର ୧୯୫୪) ଜଣେ ଭାରତୀୟ ପ୍ରଚ୍ଚଦପଟ୍ଟ ଗାୟିକା ।[୩][୪] ସେ ହିନ୍ଦୀ, ଓଡ଼ିଆ, ମରାଠୀ, ବଙ୍ଗଳା, ନେପାଳୀ, ତାମିଲକନ୍ନଡ଼ ଆଦି ଭାଷାର ଚଳଚ୍ଚିତ୍ରରେ କଣ୍ଠଦାନ କରନ୍ତି ।[୫] [୬] ଚଳଚ୍ଚିତ୍ର ବ୍ୟତୀତ ସେ ଜଣେ ଭଜନ ଗାୟିକା ଭାବରେ ମଧ୍ୟ ପରିଚିତ ।[୭] ୨୦୧୭ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୮] [୯] ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ୪ଥର ଫିଲ୍ମଫେୟାର ପୁରସ୍କାର ମଧ୍ୟ ଲାଭ କରିଛନ୍ତି ।

ବୃତ୍ତିଗତ ଜୀବନ[ସମ୍ପାଦନା]

୧୯୭୩ ମସିହାର ହିନ୍ଦୀ ଚଳଚ୍ଚିତ୍ର ଅଭିମାନରୁ ଅନୁରାଧା ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ।[୧୦] ମରାଠି ଚଳଚ୍ଚିତ୍ର ଯଶୋଦାରୁ ସେ ଲୋକପ୍ରିୟତା ଲାଭ କରିଥିଲେ । ଆଶିକି, ଦିଲ ହେ କି ମାନତା ନେହିଁ, ବେଟା, ସଡ଼କ, ଦିଲସାଜନ ଆଦି ତାଙ୍କର ସଫଳ ଚଳଚ୍ଚିତ୍ର ।

ଓଡ଼ିଆ ଗୀତ[ସମ୍ପାଦନା]

ଅନୁରାଧା ଓଡ଼ିଆରେ ଅନେକ ଚଳଚ୍ଚିତ୍ର ସଙ୍ଗୀତ ଓ ଭଜନ ଗାୟନ କରିଛନ୍ତି । ତୁଣ୍ଡ ବାଇଦକଣ୍ଢେଇ ଆଖିରେ ଲୁହ ଚଳଚ୍ଚିତ୍ରରେ କଣ୍ଠଦାନ କରି ପ୍ରଚ୍ଚଦପଟ୍ଟ ଗାୟିକା ଭାବରେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।

ସେ ଗାଇଥିବା କିଛି ଲୋକପ୍ରିୟ ଭଜନ ଓ ଚଳଚ୍ଚିତ୍ର ଗୀତ :

  • ଛଅ ଖଣ୍ଡ କାଠରେ ମୋ ହେବ ସବାରୀ
  • ଆଖି ଦୁଇ ଯଦି ହେବୁରେ, କଜଳ ଗାର ମୁଁ ହେବି
  • ଯାରେ ଯା ଉଡ଼ି ଉଡ଼ି ମନ ଚଢ଼େଇ
  • କାଳିଆ ମୋ ଦେହେ ବୋଳିଦେ ତୋ ଦେହ କଳା
  • କାଳିଆ ପାଖକୁ ଯାଇଥିଲି, କଳା ବଂଇଶୀଟେ ପାଇଥିଲି
  • କାଳିଆରେ ମନ ବୋଲି ତୋର କିଛି ନାହିଁ
  • କେରି କେରି ସୁନା ଦୁବ[୧୧]
  • ମୁଁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ
  • ତୁ ବାଇଶୀ ପାହାଚରେ ଦେ ଟିକେ ଗଡ଼େଇଦେ
  • ତାରିବା ଶକତି ଅଛି ବୋଲି
  • ଆରେ ଆ ମୋର ସପନ ବଣିକ
  • ଆଜି ମତେ ମିଳିଗଲା ମୋ ମନ ମୟୁରୀ
  • ଆସିବ ବର ତୋର ହୋଇବ ବାହାଘର
  • ବାଟୋଇ ଭାଇ ଯାଉଛ କାହିଁ
  • ଚିଠି ମୋର ଟିକି ଚଢ଼େଇ

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଅନୁରାଧା, କର୍ଣ୍ଣାଟକର କରୱାର ସହରରେ ଜନ୍ମଗ୍ରହଣ କରିଥିଲେ ।[୧୨][୧୩] ଜନ୍ମ ସମୟରେ ତାଙ୍କ ନାମ ଥିଲା ଅଳକା ନନ୍ଦକର୍ଣ୍ଣି । ସେ ସଙ୍ଗୀତ ନିର୍ଦ୍ଦେଶକ ଅରୁଣ ପୌଡ଼ୱାଲଙ୍କୁ ବିବାହ କରିଥିଲେ । ଆଦିତ୍ୟ ଓ କବିତା ନାମରେ ତାଙ୍କର ଗୋଟିଏ ପୁଅ ଓ ଝିଅ ଥିଲେ । ଝିଅ କବିତା ମଧ୍ୟ ଜଣେ କଣ୍ଠଶିଳ୍ପୀ ।[୧୪][୧୫] ପୁଅ ଆଦିତ୍ୟଙ୍କର ୨୦୨୦ ମସିହା ସେପ୍ଟେମ୍ବର ୧୨ ତାରିଖରେ ବୃକ୍‌କ ବିଫଳତା ଯୋଗୁଁ ପରଲୋକ ଘଟିଥିଲା ।[୧୬]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

୨୦୧୭ ମସିହାରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଅବସରରେ ଅନୁରାଧା
  • ପଦ୍ମଶ୍ରୀ - ୨୦୧୭[୧୭]
  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର ( ଶ୍ରେଷ୍ଠ ପ୍ରଚ୍ଚଦପଟ୍ଟ ଗାୟିକା ) - ୧୯୮୯
  • ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ( ଶ୍ରେଷ୍ଠ ପ୍ରଚ୍ଚଦପଟ୍ଟ ଗାୟିକା ) - ୧୯୮୭, ୧୯୯୭
  • ପ୍ରଫୁଲ୍ଲ କର ସମ୍ମାନ - ୨୦୧୬
  • ମହମ୍ମଦ ରଫୀ ସମ୍ମାନ - ୨୦୧୩ (ମହାରାଷ୍ଟ୍ର ସରକାରଙ୍କଦ୍ୱାରା ପ୍ରଦତ୍ତ)[୧୮]
  • ମଦର ଟେରେସା ସମ୍ମାନ - ୨୦୧୧[୧୯]
  • ଲତା ମଙ୍ଗେସକର ସମ୍ମାନ - ୨୦୧୦ (ମଧ୍ୟପ୍ରଦେଶ ସରକାରଙ୍କଦ୍ୱାରା ପ୍ରଦତ୍ତ)[୨୦]
  • ଗୁଜରାଟ ରାଜ୍ୟ ତାନା-ରିରି ସମ୍ମାନ ୨୦୨୦-୨୧
  • ଫିଲ୍ମଫେୟାର ପୁରସ୍କାର ( ଶ୍ରେଷ୍ଠ ପ୍ରଚ୍ଚଦପଟ୍ଟ ଗାୟିକା ) - ୧୯୮୬, ୧୯୯୧, ୧୯୯୨, ୧୯୯୩[୨୧][୨୨]
  • ଡି ଲିଟ ( ଡି ୱାଇ ପାଟିଲ ବିଶ୍ୱବିଦ୍ୟାଳୟ )[୨୧][୨୩]

ଆଧାର[ସମ୍ପାଦନା]

  1. Puja Bajaj (27 October 2014). "अनुराधा पौडवाल Happy Birthday, जानें उनकी जिंदगी से जुड़ी कुछ बातें" (in ହିନ୍ଦୀ). Aaj Tak. Retrieved 17 March 2018.
  2. Anuradha Poudwal (in Marathi). Goa Entertainment. 6 May 2020. Event occurs at 2:43. Retrieved 11 August 2021.{{cite AV media}}: CS1 maint: unrecognized language (link)
  3. S. Ravi (29 April 2016). "'Success is ephemeral': Anuradha Paudwal". The Hindu. Retrieved 17 March 2018.
  4. PTI (1 February 2017). "Wanted to quit playback singing at my peak: Anuradha Paudwal". Hindustan Times. Retrieved 17 March 2018.
  5. "Anuradha Paudwal Odia Songs".{{cite web}}: CS1 maint: url-status (link)
  6. S. Ravi (29 April 2016). "Success is ephermel". The Hindu. Retrieved 16 June 2021.
  7. "Anuradha Paudwal birthday special: Top 10 songs from the soulful voice". The Free Press Journal. October 27, 2017. Retrieved 20 November 2019.
  8. "Padma Awards 2017 announced". Press Information Bureau. 25 January 2017. Retrieved 17 March 2018.
  9. PTI (26 January 2017). "It is prasad for my hard work: Anuradha Paudwal on Padma Shri". Mumbai: Indian Express. Retrieved 17 March 2018.
  10. Anup Pandey (4 March 2017). "I only struggled to be my best". The Hindu. Retrieved 16 June 2021.
  11. Bonding with the Lord. Bloomsbury Publishing. 18 Nov 2019. Retrieved 28 October 2021.
  12. "Happy birthday Anuradha Paudwal: All times Government recognized her". DNA. 27 October 2020. Retrieved 16 June 2021.
  13. Nishika V. (6 May 2017). "Still trailblazer". Deccan Herald. Retrieved 16 June 2021.
  14. "Singing sibling". India Today. 15 April 1995. Retrieved 17 March 2018.
  15. "My mother's guidance most important to me: Kavita Paudwal". Eenadu. 14 May 2017. Archived from the original on 28 June 2019. Retrieved 17 March 2018.
  16. न्यूज़, एबीपी (12 September 2020). "अनुराधा पौडवाल के बेटे आदित्य पौडवाल का अस्पताल में निधन, किडनी की बीमारी से थे पीड़ित". www.abplive.com (in ହିନ୍ଦୀ). Retrieved 12 September 2020.
  17. Sharma, Smrity (25 January 2017). "Padma Awards 2017: Aashiqui singer Anuradha Paudwal surprised by the unexpected honour". India.com. Retrieved 17 March 2018.
  18. "Mohd Rafi Award goes to Anuradha Paudwal". Prahaar. 25 December 2013. Archived from the original on 13 April 2019. Retrieved 17 March 2018.
  19. Rajiv Vijayakar (14 April 2011). "Mother Teresa Award for Anuradha". Mumbai: Indian Express. Retrieved 17 March 2018.
  20. PTI (6 December 2010). "Ravi, Anuradha Paudwal receive Lata Mangeshkar award". Mumbai: India Today. Retrieved 17 March 2018.
  21. ୨୧.୦ ୨୧.୧ PTI (30 December 2016). "Playback singer Anuradha Paudwal to be conferred with honorary D Litt degree 2018. Rani Laxmi bhai Award". Indian Express. Retrieved 17 March 2018.
  22. Tomar, Sangeeta (12 August 2017). "इस सिंगर को दूसरी लता मंगेशकर बनाना चाहते थे गुलशन कुमार" (in ହିନ୍ଦୀ). Amar Ujala. Retrieved 17 March 2018.
  23. Mishra, Sanjay (3 January 2017). "गायिका अनुराधा पौडवाल 'डी लिट' की उपाधि से सम्मानित" (in ହିନ୍ଦୀ). Navbharat Times. Retrieved 17 March 2018.

ବାହାର ଅଧାର[ସମ୍ପାଦନା]