ବ୍ୟାଙ୍କ

ଉଇକିପିଡ଼ିଆ‌ରୁ

ବ୍ୟାଙ୍କ ହେଉଛି ଏକ ଆର୍ଥିକ ସଂସ୍ଥା ଯାହା ଜନସାଧାରଣଙ୍କଠାରୁ ଜମା ଗ୍ରହଣ କରି ଋଣ ପ୍ରଦାନ କରିଥାଏ ।[୧] କମ୍ ସୁଧ ହାରରେ ଜମା ଗ୍ରହଣ କରି ଅଧିକ ହାରରେ ଋଣ ଦେଇ ବ୍ୟାଙ୍କମାନେ ବ୍ୟବସାୟ କରିଥାଆନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ହେଉଛି ଦେଶରେ ବ୍ୟାଙ୍କମାନଙ୍କର ନିୟାମକ । ଜମା, ଋଣର ସୁଧହାର ସମେତ ଅନ୍ୟାନ୍ୟ ଅନେକ ନିୟମ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଣୟନ କରିଥାଏ ।

Reserve Bank of India

ପ୍ରକାରଭେଦ[ସମ୍ପାଦନା]

  • ସରକାରୀ ବ୍ୟାଙ୍କ: ଏହି ବ୍ୟାଙ୍କ ଗୁଡ଼ିକ ଭାରତ ସରକାରଙ୍କଦ୍ୱାରା ପରିଚାଳିତ। ଯଥା: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ
  • ବେସରକାରୀ ବ୍ୟାଙ୍କ: ଏହି ବ୍ୟାଙ୍କ ଗୁଡ଼ିକ ବେସରକାରୀ ବ୍ୟକ୍ତି ବା ସଂସ୍ଥା ମାନଙ୍କଦ୍ୱାରା ପରିଚାଳିତ। ଯଥା:କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ
  • ଗ୍ରାମ୍ୟ ବ୍ୟାଙ୍କ: କୌଣସି ଏକ ସରକାରୀ ବ୍ୟାଙ୍କ, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଅଂଶଧନ ଏହି ବ୍ୟାଙ୍କରେ ଥାଏ। ଯଥା: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ
  • ସମବାୟ ବ୍ୟାଙ୍କ: ଏଗୁଡ଼ିକ କିଛି ବ୍ୟକ୍ତି ବା ଗୋଷ୍ଠୀ ମାନଙ୍କର ମିଳିତ ଉଦ୍ୟମରେ ଚାଲେ। ଯଥା: କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ
  • ଜମା ବ୍ୟାଙ୍କ: ଏହି ବ୍ୟାଙ୍କ ଗୁଡ଼ିକ କେବଳ ଜମା ଗ୍ରହଣ କରନ୍ତି, କିନ୍ତୁ ଋଣ ପ୍ରଦାନ କରନ୍ତି ନାହିଁ। ଏହି ଜମା ଅର୍ଥକୁ ପାରମ୍ପରିକ ବ୍ୟାଙ୍କ୍ ବ୍ୟବସାୟରେ ନ ଲଗାଇ ଅନ୍ୟ ଉପାୟରେ ନିବେଶ କରନ୍ତି। ଯଥା: ଡାକ ଘର ବ୍ୟାଙ୍କ
  • ଋଣ ବ୍ୟାଙ୍କ (ବା ଋଣ ପ୍ରଦାନକାରୀ ସଂସ୍ଥାନ): ଏହି ସଂସ୍ଥାନ ଗୁଡ଼ିକ କେବଳ ଋଣ ପ୍ରଦାନ କରନ୍ତି, ଜମା ଗ୍ରହଣ କରନ୍ତି ନାହିଁ। ଯଥା: ମଣପ୍ପୁରମ୍

ବିଭିନ୍ନ ସେବା[ସମ୍ପାଦନା]

  • ସଞ୍ଚୟ ଖାତା[୨]
  • ଚାଲୁ ଖାତା
  • ମିଆଦୀ ଜମା ଖାତା
  • ଆବର୍ତ୍ତୀ ଜମା ଖାତା
  • ବିଭିନ୍ନ ପ୍ରକାରର ଋଣ
  • ଏଟିଏମ୍
  • ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍
  • କ୍ରେଡିଟ୍ କାର୍ଡ଼୍

ଆଧାର[ସମ୍ପାଦନା]

  1. "Bank of England". Rulebook Glossary. 1 January 2014. Retrieved 13 July 2018.
  2. https://www.investopedia.com/university/banking/banking7.asp