Jump to content

ଅଟୋଇମ୍ୟୁନ ଯକୃତ ପ୍ରଦାହ

ଉଇକିପିଡ଼ିଆ‌ରୁ
Autoimmune hepatitis
Lupoid hepatitis
Micrograph showing a lymphoplasmacytic interface hepatitis—the characteristic finding of autoimmune hepatitis. Liver biopsy. H&E stain.
ବିଭାଗGastroenterology
ଲକ୍ଷଣNone, tiredness, yellowish skin, abdominal pain[]
ଅବଧିLong-term[]
କାରଣUnknown[]
ବିପଦ କାରକOther autoimmune disease, genetics[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, lab tests, and liver biopsy after ruling out other possible causes[]
ସଠିକ ରୋଗ ନିର୍ଣ୍ଣୟPrimary biliary cholangitis, primary sclerosing cholangitis, viral hepatitis[]
ଚିକିତ୍ସାPrednisone, azathioprine[]
ପୁନଃପୌନିକ11-25 per 100,000 (Europe)[]

ଅଟୋଇମ୍ୟୁନ ଯକୃତ ପ୍ରଦାହ ଏକ ଅଟୋମ୍ୟୁମ୍ୟୁନ ରୋଗ ଯେଉଁଥିରେ ନିଜର ପ୍ରତିରକ୍ଷା ପ୍ରଣାଳୀ ନିଜର ଯକୃତକୁ ଆକ୍ରମଣ କରି ପ୍ରଦାହ ଘଟାଏ ଏବଂ ଯକୃତର କ୍ଷତି ଘଟାଏ | [] ଲକ୍ଷଣ: କିଛି ନଥିବାରୁ ଆରମ୍ଭ କରି ଅସ୍ୱାଭାବିକ ଯକୃତ ଏଞ୍ଜାଇମ, ଥକ୍କାଣ, ହଳଦିଆ ଚର୍ମ ଏବଂ ଉପର ଉଦର ଯନ୍ତ୍ରଣା ହୋଇପାରେ | [] [] ରୋଗ ଜଟିଳ ହେଲେ ସିରୋସିସ୍, ବିଫଳ ଯକୃତ ଏବଂ ଯକୃତ କର୍କଟ ହୋଇପାରେ।[]

ଏହାର କାରଣ ଜଣା ପଡିନାହିଁ।[] ଅନ୍ୟ ଅଟୋମ୍ୟୁମ୍ୟୁନ ରୋଗ ଏବଂ ଜେନେଟିକ କାରଣ ଯୋଗୁ ଏହି ରୋଗ ଆସିପାରେ।[] [] ବିଶ୍ୱାସ କରାଯାଏ ଯେ ଏକ ପରିବେଶ ଘଟଣା ଯେପରିକି ଭୂତାଣୁ କିମ୍ବା ଔଷଧ ଯୋଗୁ ଏହି ରୋଗର ଆକ୍ରମଣ ହୋଇପାରେ।[] ଲକ୍ଷଣ, ପରୀକ୍ଷାଗାରର ଫଳାଫଳ ଏବଂ ଯକୃତ ବାୟୋପ୍ସି ଉପରେ ରୋଗ ନିର୍ଭର କରେ କିନ୍ତୁ ତାହା ପୂର୍ବରୁ ଅନ୍ୟ ସମ୍ଭାବ୍ୟ କାରଣଗୁଡିକ ବାହାର କରିବାକୁ ହୁଏ ।[]

ଅତି କମରେ ୩ ବର୍ଷ ପାଇଁ ପ୍ରେଡନିସୋନ ଏବଂ ଆଜାଥାଇଓପ୍ରିନ ଔଷଧର ମିଶ୍ରଣ ଦେଇ ଚିକିତ୍ସା କରାଯାଏ | [] ଯକୃତ ବିଫଳତା ଥିଲେ ଯକୃତ ପ୍ରତିରୋପଣ ଏକ ବିକଳ୍ପ ହୋଇପାରେ | [] ଯକୃତ ପ୍ରତିରୋପଣ ପରେ ମଧ୍ୟ ପ୍ରାୟ ୩୩% ରୋଗର ପୁନରାବୃତ୍ତି ହୁଏ | [] ବିନା ଚିକିତ୍ସାରେ ୧୦ ବର୍ଷ ବଞ୍ଚିବା ହାର ପ୍ରାୟ ୧୦% ଅଟେ।[]

ପ୍ରତିବର୍ଷ ୟୁରୋପରେ ପ୍ରତି ୧୦୦,୦୦୦ ଜଣ ଲୋକରେ ପ୍ରାୟ ୧୧ରୁ ୨୫ ଜଣ ଆକ୍ରାନ୍ତ ହୁଅନ୍ତି ଓ ପ୍ରତି ୧୦୦,୦୦୦ଜଣରେ ୧ରୁ ୨ ଜଣ ନୂତନ ଲୋକ ରୋଗାକ୍ରାନ୍ତ ହୁଅନ୍ତି।[] ପୁରୁଷଙ୍କ ତୁଳନାରେ ମହିଳାମାନେ ୩.୬ ଗୁଣ ଅଧିକ ପ୍ରଭାବିତ ହୁଅନ୍ତି।[] [] ପ୍ରତ୍ୟେକ ବୟସରେ ଏହି ରୋଗ ହୋଇପାରେ | [] ଏହାକୁ ପ୍ରଥମେ ୧୯୫୦ ଦଶକରେ ୱାଲଡେନଷ୍ଟ୍ରମ୍ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ | []  

  1. 1 2 3 4 5 6 ଆଧାର ଭୁଲ: ଅଚଳ <ref> ଚିହ୍ନ; NIH2020Fact ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. "Definition & Facts for Autoimmune Hepatitis | NIDDK". National Institute of Diabetes and Digestive and Kidney Diseases. Retrieved 13 February 2021.
  3. 1 2 3 4 5 6 7 8 9 10 11 12 13 14 15 Linzay, CD; Sharma, B; Pandit, S (January 2020). "Autoimmune Hepatitis". PMID 29083819. {{cite journal}}: Cite journal requires |journal= (help)
  4. "Symptoms & Causes of Autoimmune Hepatitis | NIDDK". National Institute of Diabetes and Digestive and Kidney Diseases. Retrieved 14 February 2021.
  5. "Symptoms & Causes of Autoimmune Hepatitis | NIDDK". National Institute of Diabetes and Digestive and Kidney Diseases. Retrieved 14 February 2021.
  6. Manns, MP; Czaja, AJ; Gorham, JD; Krawitt, EL; Mieli-Vergani, G; Vergani, D; Vierling, JM; American Association for the Study of Liver, Diseases (June 2010). "Diagnosis and management of autoimmune hepatitis". Hepatology. 51 (6): 2193–213. doi:10.1002/hep.23584. PMID 20513004.
  7. ଆଧାର ଭୁଲ: ଅଚଳ <ref> ଚିହ୍ନ; NORD2019 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।