ଅଟୋଇମ୍ୟୁନ ଯକୃତ ପ୍ରଦାହ
| Autoimmune hepatitis | |
|---|---|
| Lupoid hepatitis | |
Micrograph showing a lymphoplasmacytic interface hepatitis—the characteristic finding of autoimmune hepatitis. Liver biopsy. H&E stain. | |
| ବିଭାଗ | Gastroenterology |
| ଲକ୍ଷଣ | None, tiredness, yellowish skin, abdominal pain[୧] |
| ଅବଧି | Long-term[୨] |
| କାରଣ | Unknown[୩] |
| ବିପଦ କାରକ | Other autoimmune disease, genetics[୩] |
| ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, lab tests, and liver biopsy after ruling out other possible causes[୩] |
| ସଠିକ ରୋଗ ନିର୍ଣ୍ଣୟ | Primary biliary cholangitis, primary sclerosing cholangitis, viral hepatitis[୩] |
| ଚିକିତ୍ସା | Prednisone, azathioprine[୩] |
| ପୁନଃପୌନିକ | 11-25 per 100,000 (Europe)[୩] |
ଅଟୋଇମ୍ୟୁନ ଯକୃତ ପ୍ରଦାହ ଏକ ଅଟୋମ୍ୟୁମ୍ୟୁନ ରୋଗ ଯେଉଁଥିରେ ନିଜର ପ୍ରତିରକ୍ଷା ପ୍ରଣାଳୀ ନିଜର ଯକୃତକୁ ଆକ୍ରମଣ କରି ପ୍ରଦାହ ଘଟାଏ ଏବଂ ଯକୃତର କ୍ଷତି ଘଟାଏ | [୧] ଲକ୍ଷଣ: କିଛି ନଥିବାରୁ ଆରମ୍ଭ କରି ଅସ୍ୱାଭାବିକ ଯକୃତ ଏଞ୍ଜାଇମ, ଥକ୍କାଣ, ହଳଦିଆ ଚର୍ମ ଏବଂ ଉପର ଉଦର ଯନ୍ତ୍ରଣା ହୋଇପାରେ | [୧] [୪] ରୋଗ ଜଟିଳ ହେଲେ ସିରୋସିସ୍, ବିଫଳ ଯକୃତ ଏବଂ ଯକୃତ କର୍କଟ ହୋଇପାରେ।[୧]
ଏହାର କାରଣ ଜଣା ପଡିନାହିଁ।[୩] ଅନ୍ୟ ଅଟୋମ୍ୟୁମ୍ୟୁନ ରୋଗ ଏବଂ ଜେନେଟିକ କାରଣ ଯୋଗୁ ଏହି ରୋଗ ଆସିପାରେ।[୧] [୩] ବିଶ୍ୱାସ କରାଯାଏ ଯେ ଏକ ପରିବେଶ ଘଟଣା ଯେପରିକି ଭୂତାଣୁ କିମ୍ବା ଔଷଧ ଯୋଗୁ ଏହି ରୋଗର ଆକ୍ରମଣ ହୋଇପାରେ।[୫] ଲକ୍ଷଣ, ପରୀକ୍ଷାଗାରର ଫଳାଫଳ ଏବଂ ଯକୃତ ବାୟୋପ୍ସି ଉପରେ ରୋଗ ନିର୍ଭର କରେ କିନ୍ତୁ ତାହା ପୂର୍ବରୁ ଅନ୍ୟ ସମ୍ଭାବ୍ୟ କାରଣଗୁଡିକ ବାହାର କରିବାକୁ ହୁଏ ।[୩]
ଅତି କମରେ ୩ ବର୍ଷ ପାଇଁ ପ୍ରେଡନିସୋନ ଏବଂ ଆଜାଥାଇଓପ୍ରିନ ଔଷଧର ମିଶ୍ରଣ ଦେଇ ଚିକିତ୍ସା କରାଯାଏ | [୩] ଯକୃତ ବିଫଳତା ଥିଲେ ଯକୃତ ପ୍ରତିରୋପଣ ଏକ ବିକଳ୍ପ ହୋଇପାରେ | [୩] ଯକୃତ ପ୍ରତିରୋପଣ ପରେ ମଧ୍ୟ ପ୍ରାୟ ୩୩% ରୋଗର ପୁନରାବୃତ୍ତି ହୁଏ | [୩] ବିନା ଚିକିତ୍ସାରେ ୧୦ ବର୍ଷ ବଞ୍ଚିବା ହାର ପ୍ରାୟ ୧୦% ଅଟେ।[୩]
ପ୍ରତିବର୍ଷ ୟୁରୋପରେ ପ୍ରତି ୧୦୦,୦୦୦ ଜଣ ଲୋକରେ ପ୍ରାୟ ୧୧ରୁ ୨୫ ଜଣ ଆକ୍ରାନ୍ତ ହୁଅନ୍ତି ଓ ପ୍ରତି ୧୦୦,୦୦୦ଜଣରେ ୧ରୁ ୨ ଜଣ ନୂତନ ଲୋକ ରୋଗାକ୍ରାନ୍ତ ହୁଅନ୍ତି।[୩] ପୁରୁଷଙ୍କ ତୁଳନାରେ ମହିଳାମାନେ ୩.୬ ଗୁଣ ଅଧିକ ପ୍ରଭାବିତ ହୁଅନ୍ତି।[୧] [୩] ପ୍ରତ୍ୟେକ ବୟସରେ ଏହି ରୋଗ ହୋଇପାରେ | [୬] ଏହାକୁ ପ୍ରଥମେ ୧୯୫୦ ଦଶକରେ ୱାଲଡେନଷ୍ଟ୍ରମ୍ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ | [୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ଆଧାର ଭୁଲ: ଅଚଳ
<ref>ଚିହ୍ନ;NIH2020Factନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Definition & Facts for Autoimmune Hepatitis | NIDDK". National Institute of Diabetes and Digestive and Kidney Diseases. Retrieved 13 February 2021.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ Linzay, CD; Sharma, B; Pandit, S (January 2020). "Autoimmune Hepatitis". PMID 29083819.
{{cite journal}}: Cite journal requires|journal=(help) - ↑ "Symptoms & Causes of Autoimmune Hepatitis | NIDDK". National Institute of Diabetes and Digestive and Kidney Diseases. Retrieved 14 February 2021.
- ↑ "Symptoms & Causes of Autoimmune Hepatitis | NIDDK". National Institute of Diabetes and Digestive and Kidney Diseases. Retrieved 14 February 2021.
- ↑ Manns, MP; Czaja, AJ; Gorham, JD; Krawitt, EL; Mieli-Vergani, G; Vergani, D; Vierling, JM; American Association for the Study of Liver, Diseases (June 2010). "Diagnosis and management of autoimmune hepatitis". Hepatology. 51 (6): 2193–213. doi:10.1002/hep.23584. PMID 20513004.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;NORD2019ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।