ଯକୃତ କର୍କଟ

ଉଇକିପିଡ଼ିଆ‌ରୁ
ଯକୃତ କର୍କଟ
ଇଂରାଜୀ ପ୍ରତିଶବ୍ଦ - hepatic cancer, primary hepatic malignancy, primary liver cancer
ଯକୃତର ସିଟି ସ୍କାନରେ (CT scan) କୋଲାଞ୍ଜିଓସାର୍କୋମା ରୋଗ ଥିବା ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିoncology[*]
ଆଇସିଡ଼ି-୧୦C22.{{{3}}}
ଆଇସିଡ଼ି-୯-ସିଏମ୍155
ଆଇସିଡ଼ି-ଓଛାଞ୍ଚ:ICDO
ଓଏମ୍‌ଆଇଏମ୍114550
ରୋଗ ଡାଟାବେସ7547
ମେଡ଼ିସିନ-ପ୍ଲସ000280
ଇ-ମେଡ଼ିସିନarticle/197319
MeSHD008113

ଯକୃତ କର୍କଟ (ଇଂରାଜୀ ଭାଷାରେ Liver cancer ବା hepatic cancer ବା primary hepatic cancer), ଏକ ପ୍ରକାର କର୍କଟ ରୋଗ ଯାହା ଯକୃତରେ ଆରମ୍ଭ ହୁଏ ।[୧] ଅନ୍ୟ ସ୍ଥାନରୁ କୌଣସି କର୍କଟ ରୋଗ ଆସି ଯକୃତରେ ବିକ୍ଷେପିତ ହେଲେ ତାହାକୁ ଯକୃତ ମେଟାସ୍ଟାସିସ (liver metastasis) କୁହାଯାଏ ଓ ଏହା ଯକୃତରେ ଆରମ୍ଭ ହୋଇଥିବା କର୍କଟ ରୋଗଠାରୁ ସାଧାରଣତଃ ଅଧିକ ହୋଇଥାଏ ।[୨] ଏହି ରୋଗର ଲକ୍ଷଣ: ଡାହାଣ ପାଖ ପଞ୍ଜରା (rib cage) ଠିକ ତଳକୁ ପେଟ ଭିତରେ ଏକ ପିଣ୍ଡ ହାତକୁ ଲାଗେ ବା ସେହି ସ୍ଥାନରେ ଯନ୍ତ୍ରଣା ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଜଳ ଉଦରୀ (ascites), ହଳଦିଆ ଚମ, ସ‌ହଜରେ କ୍ଷତ ହୋଇଯିବା, ଓଜନ ହ୍ରାସ ଓ ଦୁର୍ବଳତା ଦେଖାଯାଏ ।[୧]

ଯକୃତ କର୍କଟ

ହେପାଟାଇଟିସ ବି, ହେପାଟାଇଟିସ ସି ବା ମଦ୍ୟପାନ ଯୋଗୁ ସିରୋସିସ୍ ହେବା ପରେ ଏହି ଯକୃତ କର୍କଟ ରୋଗ ହୁଏ ।[୩] ଅନ୍ୟାନ୍ୟ କାରଣ ମଧ୍ୟରେ ଆଫ୍ଲାଟକ୍ସିନ (aflatoxin), ଆଲକୋହୋଲ ବିହୀନ ଚର୍ବିଳ ଯକୃତ (non-alcoholic fatty liver disease) ରୋଗ ଓ ଯକୃତ ପର୍ଣ୍ଣକୃମି (liver flukes) ଯୋଗୁ ଏହି ରୋଗ ହେବା ଜଣାଯାଏ । ଯକୃତ କର୍କଟ ଅନେକ ପ୍ରକାରର ହୋଇପାରେ ଓ ତାଙ୍କ ମଧ୍ୟରୁ ହେପାଟୋସେଲ୍ୟୁଲାର କର୍କଟ (୮୦%) (hepatocellular carcinoma) (ଏଚସିସି) ଓ କୋଲାଞ୍ଜିଓକାର୍ସିନୋମା (cholangiocarcinoma) ଅଧିକ ଦେଖାଯାଏ । ଏହାଠାରୁ କମ ସଂଖ୍ୟାରେ ମ୍ୟୁସିନସ ସିସ୍ଟିକ ନିଓପ୍ଲାଜ୍ମ (mucinous cystic neoplasm) ଓ ଇଣ୍ଟ୍ରାଡକ୍ଟାଲ ପାପିଲାରି ବିଲିଆରି ନିଓପ୍ଲାଜ୍ମ (intraductal papillary biliary neoplasm) ରୋଗ ଦେଖାଯାଏ ।[୨] ରୋଗ ନିର୍ଣ୍ଣୟ ନିମନ୍ତେ ରକ୍ତ ପରୀକ୍ଷା (blood tests), ମେଡିକାଲ ଇମେଜିଙ୍ଗ (medical imaging) ଓ ଟିସୁ ବାୟୋପ୍ସି (tissue biopsy) ଇତ୍ୟାଦିର ସମର୍ଥନ ଆବଶ୍ୟକ ହୁଏ ।[୧]

ହେପାଟାଇଟିସ ବି ଟିକା ଦେଇ (ହେପାଟାଇଟିସ ସି ଟିକା ନିର୍ମିତ ହୋଇନାହିଁ) ଓ ହେପାଟାଇଟିସ ବି ଓ ସି ରୋଗମାନଙ୍କର ଉପ‌ଯୁକ୍ତ ଚିକିତ୍ସା କରି ରୋଗ ପ୍ରତିଷେଧ ନିମନ୍ତେ ଚେଷ୍ଟା କରାଯାଏ । କ୍ରନିକ ଯକୃତ ରୋଗ (chronic liver disease) ଭୋଗୁଥିବା ଲୋକଙ୍କର କର୍କଟ ସ୍କ୍ରୀନିଙ୍ଗ Screening କରିବାକୁ ସୁପାରିସ କରାଯାଏ ।[୨] ଅପରେଶନ, ଟାର୍ଗେଟେଡ ଥେରାପି (targeted therapy) ଓ ରାଡିଏସନ ଥେରାପି (radiation therapy) ଇତ୍ୟାଦି ଚିକିତ୍ସା ବିକଳ୍ପ ଉପଲବ୍ଧ ଅଛି । କେତେକ କେଶରେ ଆବ୍ଲାସନ ଥେରାପି (ablation therapy), ଇମ୍ବୋଲାଇଜେସନ ଥେରାପି (embolization therapy) ବା ଯକୃତ ଟ୍ରାନ୍ସପ୍ଲାଣ୍ଟେସନ (liver transplantation) କରାଯାଇପାର । ଛୋଟ ଆକାରର କର୍କଟ ହୋଇଥିଲେ ତାହାକୁ ଅନୁସରଣ କରାଯାଇପାରେ ।[୧]

ପୃଥିବୀରେ ହେଉଥିବା କର୍କଟ ରୋଗମାନଙ୍କର ସଂଖ୍ୟା ହିସାବରେ ଏହି ରୋଗ ୬ଷ୍ଠ ସ୍ଥାନ (୬%) ଅଧିକାର କରିଛି, ଓ ମୃତ୍ୟୁ ସଂଖ୍ୟା (୯%) ହିସାବରେ ୨ୟ ସ୍ଥାନ ଅଧିକାର କରିଛି ।[୪][୨] ସନ ୨୦୧୨ରେ ଏହି ରୋଗ ୭୮୨,୦୦୦ଜଣ ଲୋକଙ୍କୁ ହେବା ଫଳରେ ୭୪୬,୦୦୦ ଜଣଙ୍କର ମୃତ୍ୟୁ ହୋଇଥିଲା ।[୪] ସନ ୨୦୧୩ରେ ସମୁଦାୟ ଯକୃତ କର୍କଟ ରୋଗରେ ହୋଇଥିବା ମୃତ୍ୟୁ ସଂଖ୍ୟା ୩୦୦,୦୦୦ ଥିବାବେଳେ ହେପାଟାଇଟିସ ବି ଯୋଗୁ ୩୦୦,୦୦୦, ହେପାଟାଇଟିସ ସି ଯୋଗୁ ୩୪୩,୦୦୦ ଓ ମଦ୍ୟ ଯୋଗୁ ୯୨,୦୦୦ ମୃତ୍ୟୁ ହୋଇଥିଲା ।[୩] ଅଧିକ ହେପାଟାଇଟିସ ବି ଓ ସି ହେଉଥିବା ସ୍ଥାନମାନଙ୍କରେ (ଏସିଆ ଓ ସବ-ସାହାରା (sub-Saharan Africa) ଇଲାକା) ଅଧିକ ହାରରେ ଯକୃତ କର୍କଟ ରୋଗ ହୁଏ । ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଅଧିକ ଏଚସିସି ରୋଗ ହୁଏ ।[୨] ୫୫ରୁ ୬୫ ବର୍ଷ ବୟସ ମଧ୍ୟରେ ରୋଗ ନିର୍ଣ୍ଣୟ ଅଧିକ ହୋଇଥାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ୫ ବର୍ଷ ବଞ୍ଚିବା ହାର (Five-year survival rates) ମାତ୍ର ୧୮% ।[୫] ହେପାଟିକ ଶବ୍ଦଟି ଗ୍ରୀକ ଭାଷାର ହେପାର (hêpar) ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ଯକୃତ । [୬]

Video explanation

ବର୍ଗୀକରଣ[ସମ୍ପାଦନା]

ଯକୃତ କର୍କଟ ପ୍ରାଥମିକ ଓ ଗୌଣ ଦୁଇ ପ୍ରକାର ହୋଇପାରେ । ପ୍ରାଥମିକ କର୍କଟରେ ଯକୃତର ନିଜସ୍ୱ କୋଷରୁ କର୍କଟ ସୃଷ୍ଟି ହୁଏ । ଗୌଣ କର୍କଟରେ ଅନ୍ୟ ଅଙ୍ଗ ଯଥା ଖାଦ୍ୟ ହଜମକାରୀ ବିଭାଗର ତନ୍ତୁ, ସ୍ତନ, ଓଭାରି, ଫୁସଫୁସ, ବୃକ୍‌କ(Kidney) ଓ ପ୍ରୋସ୍ଟେଟମାନଙ୍କର କର୍କଟ ବିକ୍ଷେପିତ ହୋଇ ଯକୃତରେ କର୍କଟ ସୃଷ୍ଟି କରନ୍ତି ।
ବାରମ୍ବାର ଦେଖାଯାଉଥିବା ଯକୃତ କର୍କଟ ମଧ୍ୟରେ ହେପାଟୋସେଲ୍ୟୁଲାର କର୍କଟ ଅନ୍ୟତମ । ଏହା ଯକୃତ କୋଷର ତନ୍ତୁରୁ ବାହାରେ ବା ଏହା ସହ ପିତ୍ତ ନଳୀର କୋଷରୁ ବାହାରେ ଯାହାକୁ କୋଲାଞ୍ଜିଓ କର୍କଟ କହନ୍ତି । ଯକୃତରେ ଥିବା ରକ୍ତନଳୀରୁ ବାହାରୁଥିବା କର୍କଟକୁ ହେମଞ୍ଜିଓଏଣ୍ଦୋଥେଲିଓମା କହନ୍ତି ।
ଅନ୍ୟାନ୍ୟ କ୍ୱଚିତ ଦେଖାଯାଉଥିବା ଯକୃତ କର୍କଟ ରୋଗର ନାମ ନିମ୍ନରେ ଦିଆଗଲା ।

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

କୋଲାଞ୍ଜିଓସାର୍କୋମା[ସମ୍ପାଦନା]

  • ଝାଳ ବୋହିବା
  • କାମଳ (Jaundice)
  • ପେଟ ଯନ୍ତ୍ରଣା
  • ଓଜନ ହ୍ରାସ
  • ଯକୃତ ବୃଦ୍ଧି[୭]

ହେପାଟୋସେଲ୍ୟୁଲର କାର୍ସିନୋମା[ସମ୍ପାଦନା]

  • ପେଟରେ ପିଣ୍ଡ
  • ପେଟରେ ଯନ୍ତ୍ରଣା
  • ବାନ୍ତି
  • ରକ୍ତହୀନତା
  • ପିଠି ଯନ୍ତ୍ରଣା
  • କାମଳ
  • କୁଣ୍ଡେଇ ହେବା
  • ଓଜନ ହ୍ରାସ
  • ଜ୍ୱର[୮]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Adult Primary Liver Cancer Treatment (PDQ®)–Patient Version". NCI. 6 July 2016. Retrieved 29 September 2016.
  2. ୨.୦ ୨.୧ ୨.୨ ୨.୩ ୨.୪ World Cancer Report 2014. World Health Organization. 2014. pp. Chapter 5.6. ISBN 9283204298.
  3. ୩.୦ ୩.୧ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385: 117–71. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  4. ୪.୦ ୪.୧ World Cancer Report 2014. World Health Organization. 2014. pp. Chapter 1.1. ISBN 9283204298.
  5. "SEER Stat Fact Sheets: Liver and Intrahepatic Bile Duct Cancer". NCI. Retrieved 2016. {{cite web}}: Check date values in: |accessdate= (help)
  6. "Hepato- Etymology". dictionary.com. Retrieved 24 October 2015.
  7. <http://emedicine.medscape.com/article/277393-overview
  8. "ଆର୍କାଇଭ୍ କପି". Archived from the original on 2011-06-04. Retrieved 2013-08-25. {{cite web}}: Cite has empty unknown parameter: |1= (help)