Jump to content

ଯକୃତ କର୍କଟ

ଉଇକିପିଡ଼ିଆ‌ରୁ
ଯକୃତ କର୍କଟ
ଇଂରାଜୀ ପ୍ରତିଶବ୍ଦ - hepatic cancer, primary hepatic malignancy, primary liver cancer
ଯକୃତର ସିଟି ସ୍କାନରେ (CT scan) କୋଲାଞ୍ଜିଓସାର୍କୋମା ରୋଗ ଥିବା ଦେଖାଯାଉଛି 
ବିଭାଗoncology[*]
ଆଇସିଡ଼ି-୧୦C22.{{{3}}}
ଆଇସିଡ଼ି-୯-ସିଏମ୍155
ଆଇସିଡ଼ି-ଓଛାଞ୍ଚ:ICDO
ଓଏମ୍‌ଆଇଏମ୍114550
ରୋଗ ଡାଟାବେସ7547
ମେଡ଼ିସିନ-ପ୍ଲସ000280
ଇ-ମେଡ଼ିସିନarticle/197319
MeSHD008113

ଯକୃତ କର୍କଟ (ଇଂରାଜୀ ଭାଷାରେ Liver cancer ବା hepatic cancer ବା primary hepatic cancer), ଏକ ପ୍ରକାର କର୍କଟ ରୋଗ ଯାହା ଯକୃତରେ ଆରମ୍ଭ ହୁଏ ।[] ଅନ୍ୟ ସ୍ଥାନରୁ କୌଣସି କର୍କଟ ରୋଗ ଆସି ଯକୃତରେ ବିକ୍ଷେପିତ ହେଲେ ତାହାକୁ ଯକୃତ ମେଟାସ୍ଟାସିସ (liver metastasis) କୁହାଯାଏ ଓ ଏହା ଯକୃତରେ ଆରମ୍ଭ ହୋଇଥିବା କର୍କଟ ରୋଗଠାରୁ ସାଧାରଣତଃ ଅଧିକ ହୋଇଥାଏ ।[] ଏହି ରୋଗର ଲକ୍ଷଣ: ଡାହାଣ ପାଖ ପଞ୍ଜରା (rib cage) ଠିକ ତଳକୁ ପେଟ ଭିତରେ ଏକ ପିଣ୍ଡ ହାତକୁ ଲାଗେ ବା ସେହି ସ୍ଥାନରେ ଯନ୍ତ୍ରଣା ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଜଳ ଉଦରୀ (ascites), ହଳଦିଆ ଚମ, ସ‌ହଜରେ କ୍ଷତ ହୋଇଯିବା, ଓଜନ ହ୍ରାସ ଓ ଦୁର୍ବଳତା ଦେଖାଯାଏ []

ଯକୃତ କର୍କଟ

ହେପାଟାଇଟିସ ବି, ହେପାଟାଇଟିସ ସି ବା ମଦ୍ୟପାନ ଯୋଗୁ ସିରୋସିସ୍ ହେବା ପରେ ଏହି ଯକୃତ କର୍କଟ ରୋଗ ହୁଏ ।[] ଅନ୍ୟାନ୍ୟ କାରଣ ମଧ୍ୟରେ ଆଫ୍ଲାଟକ୍ସିନ (aflatoxin), ଆଲକୋହୋଲ ବିହୀନ ଚର୍ବିଳ ଯକୃତ (non-alcoholic fatty liver disease) ରୋଗ ଓ ଯକୃତ ପର୍ଣ୍ଣକୃମି (liver flukes) ଯୋଗୁ ଏହି ରୋଗ ହେବା ଜଣାଯାଏ । ଯକୃତ କର୍କଟ ଅନେକ ପ୍ରକାରର ହୋଇପାରେ ଓ ତାଙ୍କ ମଧ୍ୟରୁ ହେପାଟୋସେଲ୍ୟୁଲାର କର୍କଟ (୮୦%) (hepatocellular carcinoma) (ଏଚସିସି) ଓ କୋଲାଞ୍ଜିଓକାର୍ସିନୋମା (cholangiocarcinoma) ଅଧିକ ଦେଖାଯାଏ । ଏହାଠାରୁ କମ ସଂଖ୍ୟାରେ ମ୍ୟୁସିନସ ସିସ୍ଟିକ ନିଓପ୍ଲାଜ୍ମ (mucinous cystic neoplasm) ଓ ଇଣ୍ଟ୍ରାଡକ୍ଟାଲ ପାପିଲାରି ବିଲିଆରି ନିଓପ୍ଲାଜ୍ମ (intraductal papillary biliary neoplasm) ରୋଗ ଦେଖାଯାଏ ।[] ରୋଗ ନିର୍ଣ୍ଣୟ ନିମନ୍ତେ ରକ୍ତ ପରୀକ୍ଷା (blood tests), ମେଡିକାଲ ଇମେଜିଙ୍ଗ (medical imaging) ଓ ଟିସୁ ବାୟୋପ୍ସି (tissue biopsy) ଇତ୍ୟାଦିର ସମର୍ଥନ ଆବଶ୍ୟକ ହୁଏ ।[]

ହେପାଟାଇଟିସ ବି ଟିକା ଦେଇ (ହେପାଟାଇଟିସ ସି ଟିକା ନିର୍ମିତ ହୋଇନାହିଁ) ଓ ହେପାଟାଇଟିସ ବି ଓ ସି ରୋଗମାନଙ୍କର ଉପ‌ଯୁକ୍ତ ଚିକିତ୍ସା କରି ରୋଗ ପ୍ରତିଷେଧ ନିମନ୍ତେ ଚେଷ୍ଟା କରାଯାଏ । କ୍ରନିକ ଯକୃତ ରୋଗ (chronic liver disease) ଭୋଗୁଥିବା ଲୋକଙ୍କର କର୍କଟ ସ୍କ୍ରୀନିଙ୍ଗ Screening କରିବାକୁ ସୁପାରିସ କରାଯାଏ ।[] ଅପରେଶନ, ଟାର୍ଗେଟେଡ ଥେରାପି (targeted therapy) ଓ ରାଡିଏସନ ଥେରାପି (radiation therapy) ଇତ୍ୟାଦି ଚିକିତ୍ସା ବିକଳ୍ପ ଉପଲବ୍ଧ ଅଛି । କେତେକ କେଶରେ ଆବ୍ଲାସନ ଥେରାପି (ablation therapy), ଇମ୍ବୋଲାଇଜେସନ ଥେରାପି (embolization therapy) ବା ଯକୃତ ଟ୍ରାନ୍ସପ୍ଲାଣ୍ଟେସନ (liver transplantation) କରାଯାଇପାର । ଛୋଟ ଆକାରର କର୍କଟ ହୋଇଥିଲେ ତାହାକୁ ଅନୁସରଣ କରାଯାଇପାରେ ।[]

ପୃଥିବୀରେ ହେଉଥିବା କର୍କଟ ରୋଗମାନଙ୍କର ସଂଖ୍ୟା ହିସାବରେ ଏହି ରୋଗ ୬ଷ୍ଠ ସ୍ଥାନ (୬%) ଅଧିକାର କରିଛି, ଓ ମୃତ୍ୟୁ ସଂଖ୍ୟା (୯%) ହିସାବରେ ୨ୟ ସ୍ଥାନ ଅଧିକାର କରିଛି ।[][] ସନ ୨୦୧୨ରେ ଏହି ରୋଗ ୭୮୨,୦୦୦ଜଣ ଲୋକଙ୍କୁ ହେବା ଫଳରେ ୭୪୬,୦୦୦ ଜଣଙ୍କର ମୃତ୍ୟୁ ହୋଇଥିଲା ।[] ସନ ୨୦୧୩ରେ ସମୁଦାୟ ଯକୃତ କର୍କଟ ରୋଗରେ ହୋଇଥିବା ମୃତ୍ୟୁ ସଂଖ୍ୟା ୩୦୦,୦୦୦ ଥିବାବେଳେ ହେପାଟାଇଟିସ ବି ଯୋଗୁ ୩୦୦,୦୦୦, ହେପାଟାଇଟିସ ସି ଯୋଗୁ ୩୪୩,୦୦୦ ଓ ମଦ୍ୟ ଯୋଗୁ ୯୨,୦୦୦ ମୃତ୍ୟୁ ହୋଇଥିଲା ।[] ଅଧିକ ହେପାଟାଇଟିସ ବି ଓ ସି ହେଉଥିବା ସ୍ଥାନମାନଙ୍କରେ (ଏସିଆ ଓ ସବ-ସାହାରା (sub-Saharan Africa) ଇଲାକା) ଅଧିକ ହାରରେ ଯକୃତ କର୍କଟ ରୋଗ ହୁଏ । ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଅଧିକ ଏଚସିସି ରୋଗ ହୁଏ ।[] ୫୫ରୁ ୬୫ ବର୍ଷ ବୟସ ମଧ୍ୟରେ ରୋଗ ନିର୍ଣ୍ଣୟ ଅଧିକ ହୋଇଥାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ୫ ବର୍ଷ ବଞ୍ଚିବା ହାର (Five-year survival rates) ମାତ୍ର ୧୮% ।[] ହେପାଟିକ ଶବ୍ଦଟି ଗ୍ରୀକ ଭାଷାର ହେପାର (hêpar) ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ଯକୃତ । []

Video explanation

ବର୍ଗୀକରଣ

[ସମ୍ପାଦନା]

ଯକୃତ କର୍କଟ ପ୍ରାଥମିକ ଓ ଗୌଣ ଦୁଇ ପ୍ରକାର ହୋଇପାରେ । ପ୍ରାଥମିକ କର୍କଟରେ ଯକୃତର ନିଜସ୍ୱ କୋଷରୁ କର୍କଟ ସୃଷ୍ଟି ହୁଏ । ଗୌଣ କର୍କଟରେ ଅନ୍ୟ ଅଙ୍ଗ ଯଥା ଖାଦ୍ୟ ହଜମକାରୀ ବିଭାଗର ତନ୍ତୁ, ସ୍ତନ, ଓଭାରି, ଫୁସଫୁସ, ବୃକ୍‌କ(Kidney) ଓ ପ୍ରୋସ୍ଟେଟମାନଙ୍କର କର୍କଟ ବିକ୍ଷେପିତ ହୋଇ ଯକୃତରେ କର୍କଟ ସୃଷ୍ଟି କରନ୍ତି ।
ବାରମ୍ବାର ଦେଖାଯାଉଥିବା ଯକୃତ କର୍କଟ ମଧ୍ୟରେ ହେପାଟୋସେଲ୍ୟୁଲାର କର୍କଟ ଅନ୍ୟତମ । ଏହା ଯକୃତ କୋଷର ତନ୍ତୁରୁ ବାହାରେ ବା ଏହା ସହ ପିତ୍ତ ନଳୀର କୋଷରୁ ବାହାରେ ଯାହାକୁ କୋଲାଞ୍ଜିଓ କର୍କଟ କହନ୍ତି । ଯକୃତରେ ଥିବା ରକ୍ତନଳୀରୁ ବାହାରୁଥିବା କର୍କଟକୁ ହେମଞ୍ଜିଓଏଣ୍ଦୋଥେଲିଓମା କହନ୍ତି ।
ଅନ୍ୟାନ୍ୟ କ୍ୱଚିତ ଦେଖାଯାଉଥିବା ଯକୃତ କର୍କଟ ରୋଗର ନାମ ନିମ୍ନରେ ଦିଆଗଲା ।

ଚିହ୍ନ ଓ ଲକ୍ଷଣ

[ସମ୍ପାଦନା]

କୋଲାଞ୍ଜିଓସାର୍କୋମା

[ସମ୍ପାଦନା]
  • ଝାଳ ବୋହିବା
  • କାମଳ (Jaundice)
  • ପେଟ ଯନ୍ତ୍ରଣା
  • ଓଜନ ହ୍ରାସ
  • ଯକୃତ ବୃଦ୍ଧି[]

ହେପାଟୋସେଲ୍ୟୁଲର କାର୍ସିନୋମା

[ସମ୍ପାଦନା]
  • ପେଟରେ ପିଣ୍ଡ
  • ପେଟରେ ଯନ୍ତ୍ରଣା
  • ବାନ୍ତି
  • ରକ୍ତହୀନତା
  • ପିଠି ଯନ୍ତ୍ରଣା
  • କାମଳ
  • କୁଣ୍ଡେଇ ହେବା
  • ଓଜନ ହ୍ରାସ
  • ଜ୍ୱର[]


  1. 1 2 3 4 "Adult Primary Liver Cancer Treatment (PDQ®)–Patient Version". NCI. 6 July 2016. Retrieved 29 September 2016.
  2. 1 2 3 4 5 World Cancer Report 2014. World Health Organization. 2014. pp. Chapter 5.6. ISBN 9283204298.
  3. 1 2 GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385: 117–71. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  4. 1 2 World Cancer Report 2014. World Health Organization. 2014. pp. Chapter 1.1. ISBN 9283204298.
  5. "SEER Stat Fact Sheets: Liver and Intrahepatic Bile Duct Cancer". NCI. Retrieved 2016. {{cite web}}: Check date values in: |accessdate= (help)
  6. "Hepato- Etymology". dictionary.com. Retrieved 24 October 2015.
  7. <http://emedicine.medscape.com/article/277393-overview
  8. "ଆର୍କାଇଭ୍ କପି". Archived from the original on 2011-06-04. Retrieved 2013-08-25. {{cite web}}: Cite has empty unknown parameter: |1= (help)