ଆହାର ଯୋଜନା

ଉଇକିପିଡ଼ିଆ‌ରୁ
ଆହାର ଯୋଜନା

ଆହାର ଓଡ଼ିଶା ସରକାରଙ୍କଦ୍ୱାରା ପ୍ରଚଳିତ ଏକ ଯୋଜନା ଯେଉଁଥିରେ ଓଡ଼ିଶାର ବିଭିନ୍ନ ସହରରେ ୫ ଟଙ୍କାରେ ଗରିବ ଲୋକମାନଙ୍କୁ ଖାଇବାକୁ ଯୋଗାଇ ଦିଆଯାଇଥାଏ । ଏହା ଯୋଜନାଟି ୨୦୧୫ ଅପ୍ରେଲ ପହିଲାରୁ ଓଡ଼ିଶାର ପ୍ରମୁଖ ୫ଟି ସହର: ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁରରାଉରକେଲାରେ ଆରମ୍ଭ କରା ଯାଇଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ଉତ୍କଳ ଦିବସଠାରୁ ଏହି ବ୍ୟବସ୍ଥା ଲାଗୁ କରାଯାଉଛି ।[୧]

ଯୋଜନା ଉଦ୍ଦେଶ୍ୟ ଓ ରୂପରେଖ[ସମ୍ପାଦନା]

ବିଭିନ୍ନ କାର୍ଯ୍ୟରେ ବଡ଼ ବଡ଼ ସହରମାନଙ୍କୁ ଆସୁଥିବା ଗରିବ ଲୋକମାନେ ଅଧିକ ଦାମ ଦେଇ ଖାଦ୍ୟ ଖାଇବାରେ ସମସ୍ୟା ଭୋଗୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ସହରର ବସଷ୍ଟାଣ୍ଡ, ରେଳ ଷ୍ଟେସନ, ହସ୍ପିଟାଲ ଆଦି ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ଗରିବ ଶ୍ରେଣୀର ଲୋକମାନଙ୍କୁ ୫ ଟଙ୍କାରେ ଭାତ ଡାଲମା ଆକାରରେ ସୁସ୍ୱାଦୁ ମଧ୍ୟାହ୍ନ ଭୋଜନ ଦିଆଯିବ । ବିଭିନ୍ନ ମୁନିସିପାଲିଟିର ସ୍ୱାସ୍ଥ୍ୟ ନିରୀକ୍ଷକ ଏହାର ମାନ ପରୀକ୍ଷା କରିବେ । ଏହି ଯୋଜନାରେ ପ୍ରତ୍ୟେକ ଦିନ ୨୫,୦୦୦ ଲୋକଙ୍କୁ ପେଟ ପୁରା ଭୋଜନ ଲାଗି ବ୍ୟବସ୍ଥା କରାଯାଉଛି । ପର୍ଯ୍ୟାୟ କ୍ରମେ କଟକ ପରେ ଅନ୍ୟ ମହାନଗରଗୁଡ଼ିକରେ ଏବଂ ଏହି ୫ଟି ସହରର ସଫଲତା ଆଧାରରେ ଅନ୍ୟ ସହରମାନଙ୍କରେ ଏହି ଯୋଜନା ପରିବ୍ୟାପ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । [୨] ରାଜ୍ୟର ଅନ୍ୟାନ୍ୟ ସହରମାନଙ୍କରେ ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ଟାଟା, ନାଲକୋ ଏବଂ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ସରକାରଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଛି । [୩]

ବ୍ୟଞ୍ଜନ[ସମ୍ପାଦନା]

ଏଥିରେ ମୁଖ୍ୟତଃ ଭାତ, ଡାଲମା ଖାଇବାକୁ ଦିଆଯାଇଥାଏ ।

ମିଳିବା ସମୟ[ସମ୍ପାଦନା]

ପୂର୍ବାହ୍ନ ୧୧ରୁ ଅପରାହ୍ଣ ୩ ଘଟିକା ଏହା ଉପଲବ୍ଧ ଥାଏ ।

ଆହାର କେନ୍ଦ୍ର[ସମ୍ପାଦନା]

  1. କଟକ : ବାଦାମବାଡି ବସଷ୍ଟାଣ୍ଡ, ଶିଶୁଭବନ ଛକ, ମାଲ ଗୋଦାମ ଏବଂ ବଡ଼ ମେଡିକାଲ ପରିସର [୪]
  2. ଭୁବନେଶ୍ୱର : ମାଷ୍ଟର କ୍ୟାଣ୍ଟିନ, ବରମୁଣ୍ଡା,
  3. ବ୍ରହ୍ମପୁର : ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ପରିସର ଏବଂ ରେଳଷ୍ଟେସନ ପରିସର
  4. ସମ୍ବଲପୁର :
  5. ରାଉରକେଲା :

କଟକ ମହାନଗର ପାଇଁ ବ୍ୟବସ୍ଥା[ସମ୍ପାଦନା]

କଟକ ମହାନଗର ନିଗମ, ଓଡ଼ିଶା ଖଣି ନିଗମ ଏବଂ ଟଚ ଷ୍ଟୋନ ଫାଉଣ୍ଡେସନ (ଯାହା କି “ଅକ୍ଷୟପାତ୍ର’ ଫାଉଣ୍ଡେସନର ଏକ ସହଯୋଗୀ ସଂସ୍ଥା) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । ଏହି ଚୁକ୍ତିନାମା ଅନୁଯାୟୀ ଆସନ୍ତା ଅପ୍ରେଲ ପହିଲାଠାରୁ କଟକ ମହାନଗର ନିଗମ ଅଞ୍ଚଳର ବାଦାମବାଡି ବସଷ୍ଟାଣ୍ଡ, ଶିଶୁଭବନ ଛକ, ମାଲ ଗୋଦାମ ଏବଂ ବଡ଼ ମେଡିକାଲଠାରେ ଏହା ପ୍ରତ୍ୟେକ ଦିନ ମଧ୍ୟାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ସ୍ଥାନମାନଙ୍କରେ ବିକ୍ରୟ କରାଯିବ । ଏହାଦ୍ୱାରା କଟକ ମହାନଗର ନିଗମ ଅଞ୍ଚଳର ଦୈନିକ ୪ ହଜାର ଲୋକ ଉପକୃତ ହେବେ । ଏହି ଖାଦ୍ୟ ବାବଦରେ ପ୍ରତି ଥାଳି ପିଛା ୨୦ଟଙ୍କା ଖର୍ଚ୍ଚ ହେବ । ଓଡ଼ିଶା ଖଣି ନିଗମ ଏହି ଖର୍ଚ୍ଚ ଅର୍ଥରୁ ୧୫ ଟଙ୍କା ତାହାର ସାମାଜିକ ଦାୟିତ୍ୱବୋଧ ପାଣ୍ଠିରୁ ଖର୍ଚ୍ଚ ଭରଣା କରିବ ବୋଲି ଏହି ଚୁକ୍ତିନାମାରେ ଉଲ୍ଲେଖ ରହିଛି । ଏହି ଖର୍ଚ୍ଚ ଭରଣା ପାଇଁ ଓଡ଼ିଶା ଖଣି ନିଗମ ପ୍ରଥମ ତିନିମାସରେ ୫୪ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରିବ । [୪] ଏହା ଛଡା ପରିବହନ, ଖାଦ୍ୟ ରନ୍ଧନ ଓ ବିତରଣ ସରଞ୍ଜାମ, ଜେନେରେଟର ଯୋଗାଣ, ଖାଦ୍ୟ ବିତରଣ କରିବା ବ୍ୟକ୍ତି ବିଶେଷଙ୍କର ବେତନ ଓ ସେମାନଙ୍କର ପୋଷାକ ପରିଚ୍ଛଦ ଆଦି ଆନୁସଙ୍ଗିକ କାର୍ଯ୍ୟ ପାଇଁ ଖଣି ନିଗମ ଏକକାଳୀନ ୬୪ ଲକ୍ଷ ଟଙ୍କା ପ୍ରଦାନ କରିବ । ଏହିପରି ଓଡ଼ିଶା ଖଣି ନିଗମ ସମୁଦାୟ ୧ କୋଟି ୧୮ ଲକ୍ଷ ୬୦ ହଜାର ଟଙ୍କା ୩ ମାସ ପାଇଁ ଅଗ୍ରୀମ ଆକାରରେ ପ୍ରଦାନ କରିବ । [୫][୬]

ବ୍ରହ୍ମପୁର ମହାନଗର ପାଇଁ ବ୍ୟବସ୍ଥା[ସମ୍ପାଦନା]

ଭୁବନେଶ୍ୱର ମହାନଗର ପାଇଁ ବ୍ୟବସ୍ଥା[ସମ୍ପାଦନା]

ସମ୍ବଲପୁର ମହାନଗର ପାଇଁ ବ୍ୟବସ୍ଥା[ସମ୍ପାଦନା]

ରାଉରକେଲା ମହାନଗର ପାଇଁ ବ୍ୟବସ୍ଥା[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Low-cost meal 'Aahar' provided by Odisha government will start from April". Retrieved 24 April 2015.
  2. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2015-03-18. {{cite web}}: Cite has empty unknown parameter: |1= (help)
  3. http://www.tathya.in/new/story.aspx?sno=10171[permanent dead link]
  4. ୪.୦ ୪.୧ http://www.thehindu.com/news/national/other-states/lowcost-aahar-in-odisha-from-april-1/article7004929.ece
  5. http://www.dnaindia.com/india/report-low-cost-meal-aahar-provided-by-odisha-government-will-start-from-april-2069682
  6. "ଆର୍କାଇଭ୍ କପି". Archived from the original on 2015-04-06. Retrieved 2015-03-18. {{cite web}}: Cite has empty unknown parameter: |1= (help)