Jump to content

ପ୍ରଶାନ୍ତ କୁମାର ପଣ୍ଡା

ଉଇକିପିଡ଼ିଆ‌ରୁ
ପ୍ରଶାନ୍ତ କୁମାର ପଣ୍ଡା
ଜନ୍ମ(1954-01-04)୪ ଜାନୁଆରୀ ୧୯୫୪
ଫକୀରପୁର, ଜଗତପୁର, କଟକ, ଓଡ଼ିଶା
ଜାତୀୟତାଭାରତୀୟ
ବୃତ୍ତିଶିକ୍ଷକ
ଉଲ୍ଲେଖନୀୟ କୃତିଦତ୍ତା, ନିଷ୍କୃତ୍ତି
ବୈବାହିକ-ସାଥୀଅଙ୍ଗୁରଲତା ପଣ୍ଡା
ପିତାମାତାସର୍ବେଶ୍ୱର ପଣ୍ଡା (ପିତା), ବାସନ୍ତୀ ଦେବୀ (ମାତା)
ପୁରସ୍କାରଝୁମୁକା ସାରସ୍ୱତ ସମ୍ମାନ ୧୯୯୭

ପ୍ରଶାନ୍ତ କୁମାର ପଣ୍ଡା (ଜନ୍ମ: ୪ ଜାନୁଆରୀ ୧୯୫୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅନୁବାଦକ, ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ପ୍ରଶାନ୍ତ ୧୯୫୪ ଜାନୁଆରୀ ୪ରେ କଟକ ଜିଲ୍ଲାର ଫକୀରପୁରରେ ଜନ୍ମଗ୍ରହଣ କରିଥିଲେ। ସେ ହିନ୍ଦୀରେ ସ୍ନାତକ ଶିକ୍ଷାଲାଭ କରି ଶିକ୍ଷକ ଭାବେ ବୃତ୍ତିରତ। ୨୦୧୨ରେ ସେ ନିମପୁର ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ସହକାରୀ ଶିକ୍ଷକ ପଦବୀରୁ ଅବସର ନେଇଥିଲେ। ବଡ଼ଭାଇ ତଥା ରହସ୍ୟ ଔପନ୍ୟାସିକ ପ୍ରମୋଦ କିଶୋର ପଣ୍ଡା ଓ କବିବନ୍ଧୁ ଗିରିଜା କୁମାର ବଳୀୟାରସିଂହଙ୍କ ପ୍ରେରଣାରୁ ସେ ସାହିତ୍ୟ ରଚନାରେ ଆଗ୍ରହୀ ହୋଇଥିଲେ । ୧୯୬୮ରେ ତାଙ୍କର ପ୍ରଥମ ଲେଖାଟି ସୌରଭ ପତ୍ରିକାରେ ପ୍ରକାଶ ପାଇଥିଲା । ଏହାପରେ ତାଙ୍କର ଶତାଧିକ ଶିଶୁସାହିତ୍ୟ, ଅନୁବାଦ, ଗଳ୍ପ ରଚନା ମୀନାବଜାର, ଝୁମୁକା, ନବରବି, ପୌରୁଷ, ଘାସଫୁଲ, ସଂସାର, କିଶୋର ପୌରୁଷ, ନନ୍ଦନକାନନ ଆଦି ପତ୍ରପତ୍ରିକାରେ ପ୍ରକାଶ ପାଇଛି। ଏହା ବ୍ୟତୀତ ଆକାଶବାଣୀ କଟକ କେନ୍ଦ୍ରରୁ ତାଙ୍କର ଅନେକ ଗଳ୍ପ, କବିତା ଶିଶୁ ନାଟକ ପ୍ରସାରିତ ହୋଇଛି। ସେ ଶିଶୁ ଚଳଚ୍ଚିତ୍ର ଏଇ ମନ କେତେ ସପନର କାହାଣୀକାର, ସୁନା କଣ୍ଢେଇ ପତ୍ରିକାର ମୁଖ୍ୟ ସମ୍ପାଦକ, ଅତି ଆପଣାର ଟିକି ପିଲାଟି ପତ୍ରିକାର ସମ୍ପାଦନା ନିର୍ଦ୍ଦେଶକ ଓ ଶୈଶବ ପତ୍ରିକାର ସହ-ସମ୍ପାଦକ।[]

ରଚନାବଳୀ

[ସମ୍ପାଦନା]

ଶିଶୁ ସାହିତ୍ୟ

[ସମ୍ପାଦନା]
  • ଦୁଇଟି ଅଲିଭା ଦୀପର କାହାଣୀ (୧୯୭୨)
  • କେତେ ମହାନ ସତରେ ସିଏ - ୧ମ, ୨ୟ, ୩ୟ ଓ ୪ର୍ଥ ଭାଗ
  • ତାଙ୍କରି ନାମ : ତେନାଲିରାମ
  • କାଠଘୋଡ଼ା
  • ଚିଲବୁଲିର କୁହୁକ ଫୁଲ
  • ନଟ ଅଜାଙ୍କ ସ୍ୱର୍ଗଯାତ୍ରା
  • ପୁପା ପାଇଁ ଲୋକକଥା
  • ଚନ୍ଦନ-ଚର୍ଚ୍ଚିତ ଶ୍ରୀଚୈତନ୍ୟ
  • ଦେଶ ବିଦେଶର ଲୋକକଥା
  • ଗେଣ୍ଡୁ ଦାଶଙ୍କ ନିଶ
  • ପବନ ପୁତ୍ର ହନୁମାନ
  • ସଚିତ୍ର ହାତିମତାଇ କାହାଣୀ
  • ଗୁପ୍ତଧନ ରହସ୍ୟ
  • ଏଇ ମନ କେତେ ସପନ
  • ଜାଣିବା କଥା - ତୁମେ ଜାଣିଥା
  • ଗଛଟିଏ ଗପଟିଏ - ୧ମ ଓ ୨ୟ ଭାଗ
  • ଆମ ଜଗତର ଜୀବଜନ୍ତୁ
  • କେତେ କଥା ଲୋକକଥା
  • ଗାନ୍ଧୀ ମହାତ୍ମା
  • ପୁଣ୍ୟ ପୁରୁଷ ଜବାହାରଲାଲ
  • ଟିକି ନଈ ଆଉ ଟିକି ଚଢ଼େଇ
  • ଗପ ଆଉ ଗପ
  • ପ୍ରଜାପତିର ବୁଦ୍ଧି
  • ବିଶ୍ୱ ବିଖ୍ୟାତ ଶିଶୁ ସାହିତ୍ୟ - ୧ମ ଓ ୨ୟ ଭାଗ
  • ମହତ ମନର ମଣିଷ
  • ଭାଇରସ୍ ଓ ଅନ୍ୟାନ୍ୟ କାହାଣୀ
  • ଓଡ଼ିଶା କୁଇଜ୍
  • ଭାରତ କୁଇଜ୍
  • ବିଶ୍ୱ କୁଇଜ୍
  • ପଲକେ ଝଲକେ ସିଏ
  • ଭାରତର ଲୋକକଥା - ୧ମ ଓ ୨ୟ ଭାଗ
  • ଜଂଗଲ ରାଣୀ ଓ ଅନ୍ୟାନ୍ୟ ଗପ
  • ପିଲାଙ୍କ ପଚିଶିଟି ଗପ
  • ସେ ଦେଶର ଲୋକକଥା
  • ଏ ଦେଶର ଲୋକକଥା
  • ଦୁଇ ନାଟିକା
  • ବିଦୂଷକ ବୀରବଲ
  • ଅପାସୋରା ପରୀ କାହାଣୀ
  • ନାନା ନବ କଥା
  • ପୁରାକାଳର ଅଭୁଲା କଥା
  • ଗଛ ତୁଇ ମୋର୍ ଠାକୁର୍‌ରେ
  • ଚାଇନାର ଲୋକକଥା
  • ପିଲାଙ୍କ ପୁରାଣ ଗପ
  • ପବନ ପୁତ୍ରଙ୍କ ପବିତ୍ର କଥା
  • କେତେ କାଳର କଥା-କାହାଣୀ
  • ପଢ଼-ନିଜକୁ ଗଢ଼
  • ପୂରା କାଳର କାହାଣି
  • ଆଈଙ୍କ ମହାକାର୍ତ୍ତିକ ସ୍ନାନ
  • ମହାପୁରୁଷଙ୍କ ମହତ କଥା
  • ମଣିମହଲର ସାଗର ରାଜା
  • କେତୋଟି ଜାଣିବା କଥା
  • ଗୁରୁଜନ ଅମର ନମସ୍ୟ
  • ଗଛ ରଖିଲା ଜୀବନ
  • ସାନୁ-ପିନୁଙ୍କ ଗପ
  • ଚୋର ଓ ସନ୍ନ୍ଯାସୀ
  • ମଈଁଷି ପିଠିରେ ବେଙ୍ଗ
  • ଗଛ ଆମର ଜୀବନ ଧନ
  • ପ୍ରତିଭା ଲୁଚି ରହେନା
  • ଜାଣ ଏଇ କଥା
  • ବୁଦ୍ଧି ଥିଲେ ବିପଦ ଦୂର ହୁଏ
  • ଜାଣିବା କଥା : ତୁମେ ଜାଣିଥା - ୧ମ ଓ ୨ୟ ଭାଗ
  • ରିଶାନ ପାଇଁ କିଛି ଗପ
  • ପିଲାଙ୍କ ପାଇଁ ଅନୁବାଦ ଗପ
  • ଦେଶ ବିଦେଶର ଶ୍ରେଷ୍ଠ ଶିଶୁ ସାହିତ୍ୟ
  • ଜଣା ଅଜଣା
  • ବୁଦ୍ଧିର ବଳ କମ୍ ନୁହେଁ ଓ ଅନ୍ୟ ଗପ
  • ଦେଶ ପ୍ରେମର କାହାଣୀ
  • ଓଡ଼ିଶାର ସଂଗ୍ରହାଳୟ
  • ମାଆ ପାଇଁ ଯାଉ ଜୀବନ ଆମ
  • ପ୍ରକୃତିର ସୌନ୍ଦର୍ଯ୍ୟ ଭଣ୍ଡାର : ଚିଲିକା
  • ପିଲାଙ୍କ ପାଇଁ ଗପ
  • ଦେଶ ବିଦେଶର ଶ୍ରେଷ୍ଠ କିଶୋର କାହାଣୀ
  • ପ୍ଲାଷ୍ଟିକ୍ ଗଛରେ ସବୁଜ ପରିବେଶ
  • ପିଲାଙ୍କ ଗପ ଆଉ ଗପ
  • ଆଦିତ୍ୟ ପାଇଁ କିଛି ଗପ
  • ବିଶ୍ୱ ଶିଶୁ ସାହିତ୍ୟ
  • ନଟ ଅଜାଙ୍କ ଫୁଲ ବଗିଚା
  • ଚିଲ ଆକାଶରେ ଘୁରିବୁଲେ
  • ମନର ବଳ

ଅନୁବାଦ

[ସମ୍ପାଦନା]
  • ମହତ୍ ସହନା ଜନ (ହିନ୍ଦୀ)
  • ଗୁବ୍ବାରା ଉଡ୍ ଚଲା
  • ତସଲିମା ଦୁଇଟି ଉପନ୍ୟାସ
  • ତସଲିମା ତିନୋଟି ଉପନ୍ୟାସ
  • ତସଲିମା ୫ ଉପନ୍ୟାସ
  • ତିନି ନମ୍ବରର ସୁଧାରାଣୀ
  • ସନ୍ନ୍ୟାସୀ ଓ ସୁନ୍ଦରୀ
  • ଅନେକ ଡେରୀରେ
  • ଗୁରୁ-ଗାରିମା
  • ଦତ୍ତା
  • ନିଷ୍କୃତି
  • ବାରବନିତା
  • ଆହତ ଅଭିମାନ
  • ନବବିଧାନ
  • ରାମ ରସ ବରଷେ
  • ଶରତ ଚନ୍ଦ୍ରଙ୍କ ବୈଠକୀ ଗଳ୍ପ
  • ସରସ୍ୱତୀ ଚନ୍ଦ୍ର
  • ତରାଇ ସଇରାତ୍
  • ବେହଡ଼-ବାଗୀ-ବନ୍ଧୁକ
  • ଅଭିଶପ୍ତ ଚମ୍ବଲ
  • ନାରୀର ମୂଲ୍ୟ
  • କ୍ରୌଞ୍ଚ ମିଥୁନ
  • ଚୌକି ଚୋରୀ
  • ରହସ୍ୟ-ରୋମାଞ୍ଚ
  • ଘନ ଜଙ୍ଗଲରେ
  • କୁହୁକର କରାମତି
  • ରବୀନ୍ଦ୍ରନାଥଙ୍କ ଶିଶୁ ସାହିତ୍ୟ
  • ଗୋଲାପର ସାଙ୍ଗ
  • ଚିରା ଚୈତ୍ କା ଚିଠା

ପାଠ୍ୟ-ପୁସ୍ତକ

[ସମ୍ପାଦନା]
  • ଶବ୍ଦ ତ୍ରିଭାଷିକା
  • ମୋ ହିନ୍ଦୀ ଶକ୍ଷା
  • ବର୍ଣ୍ଣବୋଧ
  • ହିନ୍ଦୀ ଟେନ୍ସ ଚାର୍ଟ
  • ସଂସ୍କୃତ ଟେନ୍ସ ଚାର୍ଟ
  • ଇଂରାଜୀ ଶିକ୍ଷା
  • ସ୍ପିକିଙ୍ଗ କୋର୍ସ (ଓଡ଼ିଆ-ହିନ୍ଦୀ-ଇଂରାଜୀ)

ସମ୍ମାନ

[ସମ୍ପାଦନା]
  • ୧୯୬୮ ରାୟଗଡ଼ା ସାଂସ୍କୃତିକ ପରିଷଦ ଦ୍ୱାରା ସମ୍ମାନୀତ
  • ୧୯୬୯ ଯୁଗଜ୍ୟୋତି ସାଂସ୍କୃତିକ ପରିଷଦ, ଢେଙ୍କାନାଳ ଦ୍ୱାରା ସମ୍ମାନୀତ
  • ୧୯୭୧ ସୌରଭ ପତ୍ରିକା ପୁରସ୍କାର (ଶିଶୁ ସାହିତ୍ୟ)
  • ୧୯୭୨ 'କ୍ଲବ୍ ସ୍ମରଣିକା' ଭୁବନେଶ୍ୱର ତରଫରୁ ଗଳ୍ପ ପାଇଁ ସମ୍ମାନୀତ
  • ୧୯୭୪ ଓଡ଼ିଶା ସଫ୍ଟବଲ୍ ଆସୋସିଏସନ୍ ସମ୍ମାନ
  • ୧୯୯୭ ଝୁମୁକା ସାରସ୍ୱତ ସମ୍ମାନ
  • ୧୯୯୮ ପରଜାପତି ସାରସ୍ୱତ ସମ୍ମାନ
  • ୨୦୦୦ ଶିଶୁବଜାର ପତ୍ରିକା ସାରସ୍ୱତ ସମ୍ମାନ
  • ୨୦୦୨ ଶୈଶବ ପତ୍ରିକା ସାରସ୍ୱତ ସମ୍ମାନ
  • ୨୦୦୩ ସ୍ମାର୍ଟ ଓଡ଼ିଶା ରାଜ୍ୟ ସମ୍ମାନ
  • ୨୦୦୬ ଜଗତପୁର ପ୍ରତିଭା ସମ୍ମାନ
  • ୨୦୦୮ ଶଶୀ ପତ୍ରିକା ସାରସ୍ୱତ ସମ୍ମାନ
  • ୨୦୧୦ ଫକୀରମୋହନ ସାହିତ୍ୟ ପରିଷଦ, ବାଲେଶ୍ୱରରୁ ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ସମ୍ମାନ
  • ୨୦୧୦ ଶରଗଶଶୀ ପତ୍ରିକା ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନ
  • ୨୦୧୧ ଗଣେଷ ପୂଜା କମିଟି, ତରୋଳ, ଜଗତପୁରରୁ ଶିକ୍ଷା-ଗୌରବ ସମ୍ମାନ
  • ୨୦୧୨ ସତ୍ୟ ନାରାୟଣ କ୍ଲବ ସମ୍ମାନ, ନଜରପୁର
  • ୨୦୧୬ ଓଡ଼ିଶା ଶିଶୁ ସାହିତ୍ୟ ଲେଖକ ସମ୍ମେଳନର ରାଜ୍ୟସ୍ତରୀୟ ସମ୍ମାନ
  • ୨୦୧୭ ପୁନର୍ନବା ସାହିତ୍ୟ ସଂସଦ, ଚାନ୍ଦୋଳ, କେନ୍ଦ୍ରାପଡ଼ାରୁ ଅନୁବାଦ ସାହିତ୍ୟ ପାଇଁ ରାଜ୍ୟସ୍ତରୀୟ ସମ୍ମାନ
  • ୨୦୧୭ ନିମପୁର ମଧ୍ୟ ଉଚ୍ଚ ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ
  • ୨୦୧୯ ନିମପୁର ନୋଡ଼ାଲ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀରେ ସମ୍ବର୍ଦ୍ଧିତ
  • ୨୦୨୨ କଟକ ଲେଖକ ସହଯୋଗ ସମିତି ତରଫରୁ ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ସମ୍ମାନ
  • ୨୦୨୩ ଅତି ଆପଣାର ଟିକି ପିଲାଟି ପତ୍ରିକାର ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ସମ୍ମାନ
  1. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୮୬୦. ISBN 81-903352-0-0.