Jump to content

ଡାଇକ୍ଲୋଫେନାକ/ମିସୋପ୍ରୋଷ୍ଟୋଲ

ଉଇକିପିଡ଼ିଆ‌ରୁ
ଡାଇକ୍ଲୋଫେନାକ/ମିସୋପ୍ରୋଷ୍ଟୋଲ
Combination of
DiclofenacNSAID
MisoprostolProstaglandin analog
Clinical data
Trade namesArthrotec, Misofen, other
MedlinePlusa699002
Pregnancy
category
Routes of
administration
By mouth[]
Legal status
Legal status
  (verify)

ଡାଇକ୍ଲୋଫେନାକ/ମିସୋପ୍ରୋଷ୍ଟୋଲ (ଇଂରାଜୀ ଭାଷାରେ Diclofenac/misoprostol), ବିକ୍ରୟ ନାମ ଆର୍ଥ୍ରୋଟେକ, ହେଉଛି ଏକ ଔଷଧ ମିଶ୍ରଣ ଯାହାର ରିଉମାଟଏଡ ଆର୍ଥ୍ରାଇଟିସ୍ କିମ୍ବା ଅଷ୍ଟିଓଆର୍ଥ୍ରାଇଟିସ୍ ରୋଗରେ ନନଷ୍ଟରଏଡାଲ ଆଣ୍ଟି-ଇନଫ୍ଲାମେଟୋରୀ ଔଷଧ ଦେଲେ ଗ୍ୟାଷ୍ଟ୍ରୋଡୁଓଡେନାଲ୍ ଅଲସର ହେବାର ଆଶଙ୍କା ଥାଏ। [] ଏହା ପାଟି ଦ୍ୱାରା ନିଆଯାଏ | []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ବାନ୍ତି, ପାକସ୍ଥାଳୀ ପ୍ରଦାହ, ମୁଣ୍ଡ ବୁଲାଇବା ଏବଂ ଲୋହିତ ରକ୍ତ କଣିକା ସ୍ତର କମିବା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଉଚ୍ଚ ରକ୍ତଚାପ, ହୃଦ୍‌ପାତ, ବୃକ୍‌କ ସମସ୍ୟା, ଆନାଫାଇଲାକ୍‌ସିସ ଏବଂ ଆଜମା ଖରାପ ଦିଗକୁ ଯାଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ କିମ୍ବା ଗର୍ଭପାତ ହୋଇପାରେ ।[] ଏହି ମିଶ୍ରଣରେ ଡାଇକ୍ଲୋଫେନାକ ସୋଡିୟମ ଯାହା ଏକ ନନ ଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଏବଂ ମିସୋପ୍ରୋଷ୍ଟୋଲ ଯାହା ଏକ ପାକଅନ୍ତନଳୀ ସୁରକ୍ଷାକାରୀ ପ୍ରୋଷ୍ଟାଗ୍ଲାଡିନ୍ ଇ ଥାଏ ।[]

୧୯୯୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ୨୦୨୪ ମସିହା ସୁଦ୍ଧା ୬୦ଟି ବଟିକାର ମୂଲ୍ୟ ପ୍ରାୟ ୪୦ ଡଲାର ଥିଲା ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୬୦ଟି ବଟିକାର ମୂଲ୍ୟ ୧୨ ପାଉଣ୍ଡ ଥିଲା ।[]


  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "DailyMed - ARTHROTEC- diclofenac sodium and misoprostol tablet, film coated". dailymed.nlm.nih.gov. Archived from the original on 25 September 2021. Retrieved 25 May 2023.
  2. ୨.୦ ୨.୧ "Diclofenac Sodium/Misoprostol". GoodRx. Retrieved 25 May 2023.
  3. BNF 81: March-September 2021. BMJ Group and the Pharmaceutical Press. 2021. p. 1183. ISBN 978-0857114105.