ଜନ୍ମ ନିୟନ୍ତ୍ରଣ ପ୍ରତିରୋପଣ
Birth control implant | |
---|---|
Background | |
Type | Long-acting reversible contraception[୧] |
First use | 1983[୨] |
Synonyms | Contraceptive implant |
Trade names | Implanon, Nexplanon, Jadelle, others |
Failure rates (first year) | |
Perfect use | 0.1%[୧] |
Typical use | 0.1%[୧] |
Usage | |
Duration effect | 3–5 years[୧] |
Reversibility | Yes[୧] |
User reminders | None[୧] |
Advantages and disadvantages | |
STI protection | None[୧] |
ଜନ୍ମ ନିୟନ୍ତ୍ରଣ ପ୍ରତିରୋପଣ, ଗର୍ଭନିରୋଧକ ପ୍ରତିରୋପଣ ଭାବରେ ମଧ୍ୟ ଜଣାଶୁଣା, ହେଉଛି ଏକ ଭେଷଜ ଉପକରଣ ଯାହା ଜନ୍ମ ନିରୋଧ ପାଇଁ ଚର୍ମ ତଳେ ରଖାଯାଏ ।[୩] ଏକ ସପ୍ତାହ ପରେ ଫଳପ୍ରଦ ହେବା ଆରମ୍ଭ ହୁଏ ଏବଂ ପ୍ରକାର ଉପରେ ନିର୍ଭର କରି ଅତି କମରେ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ରହିଥାଏ ।[୧] ଗର୍ଭଧାରଣ ଇଚ୍ଛା ହେଲେ ତାହା ଶୀଘ୍ର ଅପସାରଣ କରାଯାଇପାରେ ।[୩] ପ୍ରାୟ ୧,୦୦୦ ମହିଳାଙ୍କ ମଧ୍ୟରୁ ଜଣ୍ୱ ଏକ ବର୍ଷ ବ୍ୟବହାରରେ ଗର୍ଭବତୀ ହୁଅନ୍ତି ।[୧] ଏହା ଏଣ୍ଡୋମେଟ୍ରିଓସିସ୍ ଏବଂ ଋଉତୁଶୂଳରେ ବ୍ୟବହାର କରାଯାଇପାରେ ।[୧]
ଏହାର ପାର୍ଶ୍ୱ ପ୍ରତିକ୍ରିୟା କମ ଥାଏ: ରକ୍ତ ଜମାଟ ବାନ୍ଧିବା କିମ୍ବା ଶରୀରର ଓଜନରେ ପରିବର୍ତ୍ତନ ହେବାର ଆଶଙ୍କା ନ ଥାଏ ।[୧] ସେହି ସ୍ଥାରେ ଘା' କିମ୍ବା କିଛି ଯନ୍ତ୍ରଣା ହୋଇପାରେ ।[୧] ଅନିୟମିତ ଯୋନୀ ରକ୍ତସ୍ରାବ ହୋଇପାରେ ଏବଂ ୨୦% ପ୍ରତିରୋପିତଙ୍କର ଏକ ବର୍ଷ ପରେ ଋତୁସ୍ରାବ ବନ୍ଦ ହୋଇପାରେ ।[୧] ସେମାନେ ପୁନର୍ବାର ଯୌନ କ୍ରିୟା ସଞ୍ଚାରିତ ସଂକ୍ରମଣର କୌଣସି ସୁରକ୍ଷା ପ୍ରଦାନ କରନ୍ତି ନାହିଁ ।[୧] ଯେଉଁମାନେ ବିଗତ ୫ ବର୍ଷ ମଧ୍ୟରେ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି, ସେମାନଙ୍କୁ ବ୍ୟବହାର ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୧] ଏହା ହରମୋନ୍ ମୋଚନ କରି କାର୍ଯ୍ୟ କରେ ଯାହା ଡିମ୍ବାଣୁ ମୋଚନକୁ ରୋକିଥାଏ ଏବଂ ଗର୍ଭାଶୟ ଗ୍ରୀବା ଖୋଲିବାକୁ ଅବରୋଧ କରିଥାଏ ।[୧]
ଅନେକ ପ୍ରକାରର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଏହି ଉପକରଣକୁ ଯଥା ସ୍ଥାନରେ ରଖିବାରେ ସକ୍ଷମ ଅଟନ୍ତି ।[୧] ବ୍ୟବହାର ପୂର୍ବରୁ ପେଲଭିକ୍ ପରୀକ୍ଷା କିମ୍ବା ଗର୍ଭଧାରଣ ପରୀକ୍ଷା ଆବଶ୍ୟକ ନାହିଁ ।[୧] ଟ୍ରାଇସେପ୍ସ ମାଂସପେଶୀ ଉପରେ ଥିବା ଚର୍ମତଳ ତନ୍ତୁରେ ଏହା ସ୍ଥାନିତ କରିବାକୁ ପରାମର୍ଶ ଦିଆଯାଏ ।[୧] ଏହା ସମସ୍ତ ଓଜନ ବିଶିଷ୍ଟ ମହିଳାମାନେ ( BMI ) ବ୍ୟବହାର କରିପାରିବେ ଏବଂ ପ୍ରସବ ପରେ ଏହା ତୁରନ୍ତ ରଖାଯାଇପାରେ ।[୧] କାର୍ବାମାଜେପିନ୍ ଏବଂ ସେଣ୍ଟ ଜନ୍ ୱର୍ଟ ଭଳି ଅନେକ ଔଷଧ ଏହାର ପ୍ରଭାବକୁ ହ୍ରାସ କରିପାରନ୍ତି ।[୧]
ଜନ୍ମ ନିୟନ୍ତ୍ରଣ ପ୍ରଥମେ ୧୯୮୩ ମସିହାରେ ଫିନଲ୍ୟାଣ୍ଡରେ ଏବଂ ୧୯୯୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା ।[୨] ୨୦୨୦ ସୁଦ୍ଧା ବିଶ୍ୱସ୍ତରରେ ପ୍ରାୟ ୨୫ ନିୟୁତ ମହିଳା ଏହା ବ୍ୟବହାର କରନ୍ତି ଏବଂ ଗୁଇନିଆ-ବିସାଉ ଏବଂ ରୁୱାଣ୍ଡାରେ ପ୍ରାୟ ୫୦% ଜନ୍ମ ନିୟନ୍ତ୍ରଣର ସବୁଠାରୁ ସାଧାରଣ ପଦ୍ଧତି ।[୪] ଯୁକ୍ତରାଷ୍ଟ୍ରରେ ୨୦୨୪ ସୁଦ୍ଧା ଏହାର ମୂଲ୍ୟ ୧୩୦୦ ଡଲାର ହୋଇପାରେ [୩] ସେଗୁଡିକ ଗର୍ଭାଶୟ ମଧ୍ୟସ୍ଥା ଉପକରଣଠାରୁ (IUD) ଭିନ୍ନ, ଯାହା ଗର୍ଭାଶୟରେ ରଖାଯାଇଥାଏ ।[୫]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Cason, Patty; Cwiak, Carrie; Kowal, Deborah; Edelman, Alison (26 September 2023). Contraceptive Technology (in ଇଂରାଜୀ) (22 ed.). Jones & Bartlett Learning. p. 265. ISBN 978-1-284-25503-4. Archived from the original on 10 April 2024. Retrieved 9 April 2024.
- ↑ ୨.୦ ୨.୧ Hohmann, H; Creinin, MD (December 2007). "The contraceptive implant". Clinical obstetrics and gynecology. 50 (4): 907–17. doi:10.1097/GRF.0b013e318159c2f6. PMID 17982333.
- ↑ ୩.୦ ୩.୧ ୩.୨ "Birth Control Implants | Nexplanon Information". www.plannedparenthood.org (in ଇଂରାଜୀ). Archived from the original on 29 March 2024. Retrieved 9 April 2024.
- ↑ World Family Planning 2022 (PDF). United Nations. 2022. ISBN 9789211483765. Archived (PDF) from the original on 7 December 2023. Retrieved 22 March 2024.
- ↑ "IUD and Implant: Set It and Don't Sweat It Birth Control". www.plannedparenthood.org (in ଇଂରାଜୀ). Archived from the original on 29 March 2024. Retrieved 9 April 2024.