Jump to content

ଗର୍ଭାଶୟ ମଧ୍ୟସ୍ଥ ଉପକରଣ

ଉଇକିପିଡ଼ିଆ‌ରୁ
Intrauterine device
Background
TypeLong-acting reversible birth control (LARC)[]
First use1800s[]
SynonymsIntrauterine system (IUS); intrauterine contraceptive device (IUCD or ICD); coil[]
Failure rates (first year)
Perfect use<1%[]
Typical use<1%[]
Usage
ReversibilityRapid[]
User remindersSigns of expulsion[]
Advantages and disadvantages
STI protectionNone[]
PeriodsDepends on the type[][]
WeightNo effect[][]

ଗର୍ଭାଶୟ ମଧ୍ୟସ୍ଥ ଉପକରଣ ( IUD ) ହେଉଛି ଏକ ଛୋଟ 'T' ଟି ଆକୃତିର ଜନ୍ମ ନିୟନ୍ତ୍ରଣ ଉପକରଣ ଯାହା ଗର୍ଭାଶୟରେ ଭର୍ତ୍ତି କରାଯାଇଥାଏ, ସାଧାରଣତଃ ଗର୍ଭଧାରଣକୁ ରୋକିବା ପାଇଁ ।[] ତମ୍ବା ଗର୍ଭାଶୟ ମଧ୍ୟସ୍ଥ ଉପକରଣ IUD ଏବଂ ହରମୋନାଲ ଗର୍ଭମଧ୍ୟସ୍ଥ ଉପକରଣ IUD, ଏହି ଦୁଇ ପ୍ରକାର ର ଉପକରଣ ମିଳେ ।[] ଏହା ୯୯% ରୁ ଅଧିକ ଫଳପ୍ରଦତ; ତମ୍ବା ଉପକରଣ ସହିତ ଅତି କମରେ ୧୨ରୁ ୧୫ ବର୍ଷ ପର୍ଯ୍ୟନ୍ତ ରହିଥାଏ ଏବଂ ହରମୋନ୍ ଉପକରଣ IUD ଗୁଡିକ ଅତି କମରେ ୩ରୁ ୮ ବର୍ଷ ପର୍ଯ୍ୟନ୍ତ ରହିଥାଏ।[] [] ଯୌନ ସମ୍ପର୍କର ୫ରୁ ୧୦ ଦିନ ମଧ୍ୟରେ ସେଗୁଡିକ ଜରୁରୀକାଳୀନ ଜନ୍ମ ନିୟନ୍ତ୍ରଣକାରୀ ଭାବରେ ମଧ୍ୟ ବ୍ୟବହାର କରାଯାଇପାରେ ।[୧୦] [୧୧] ସେଗୁଡ଼ିକ ଏକ ଦୀର୍ଘ-କାର୍ଯ୍ୟକ୍ଷମ ଉତକ୍ରମଣୀୟ ବା ରିଭର୍ସିବଲ୍ ଜନ୍ମ ନିୟନ୍ତ୍ରଣକାରୀର (LARC) ଏକ ରୂପ ।[]

ଋତମ୍ବା ଜନ୍ମ ନିୟନ୍ତ୍ରଣକାରୀ/IUD ଉପକରଣଗୁଡ଼ିକ ବ୍ୟବାହର କଲେ ପ୍ରଥମ ୬ ମାସରେ ମାସିକ ରକ୍ତସ୍ରାବ କିମ୍ବା ଯନ୍ତ୍ରଣା ଅଧିକ ହୋଇପାରେ ।[] ହରମୋନାଲ ଉପକରଣ ଛଅ ମାସରୁ ଅଧିକ ରକ୍ତସ୍ରାବକୁ ହ୍ରାସ କରିପାରେ କିମ୍ବା ଋତୁସ୍ରାବକୁ ବନ୍ଦ କରିଦେଇପାରେ ।[] [] ରକ୍ତସ୍ରାବ କିମ୍ବା କ୍ରାମ୍ପ ହେଉଥିଲେ କଷ୍ଟ ନିବାରଣକାରୀ ଓଷଧ ଦେଇ ଚିକିତ୍ସା କରାଯାଇପାରେ ।[୧୨] ଅନ୍ୟାନ୍ୟ ସମ୍ଭାବ୍ୟ ଜଟିଳତା ମଧ୍ୟରେ ଉପକରଣ ବହିଷ୍କାର (୩–୨୨%) ଏବଂ ଗର୍ଭାଶୟରେ ଛିଦ୍ର (~ 0.1%) ହୋଇପାରେ ।[] [୧୨] [୧୦] ବହିଷ୍କାର ପରେ ସେଗୁଡିକ ପୁନଃ ସନ୍ନିବେଶ କରାଯାଇପାରେ ।[୧୩] ଥରେ ଅପସାରିତ ହୋଇଗଲେ, ଦୀର୍ଘକାଳୀନ ବ୍ୟବହାର ପରେ ମଧ୍ୟ ଉର୍ବରତା ଶୀଘ୍ର ସ୍ୱାଭାବିକକୁ ଫେରିଯାଏ ।[] ତମ୍ବା ଉପକରଣଗୁଡ଼ିକରେ ବିଫଳତା ପ୍ରାୟ ୦.୮% ହୋଇଥିବାବେଳେ ହରମୋନାଲ (ଲେଭୋନୋରଗେଷ୍ଟେଲ) ଉପକରଣଗୁଡ଼ିକରେ ବିଫଳତା ପ୍ରଥମ ବର୍ଷରେ ୦.୧% ରୁ ୦.୪% ମଧ୍ୟରେ ହୋଇପାରେ ।[] ମେଦବହୁଳତା ଦ୍ୱାରା ଏହା ପ୍ରଭାବିତ ହୁଏ ନାହିଁ ।[] ତୁଳନାତ୍ମକ ଭାବରେ ଜନ୍ମ ନିୟନ୍ତ୍ରଣ ବଟିକା ଏବଂ ପୁରୁଷ କଣ୍ଡୋମ ବ୍ୟବ‌ହାରର ବିଫଳତା ପ୍ରାୟ ୯% ଏବଂ ୧୭% ଅଟେ | [୧୪]

ସେଗୁଡିକ କିଶୋରୀମାନଙ୍କ ଦ୍ୱାରା ବ୍ୟବହୃତ ହୋଇପାରେ ଏବଂ ଯେଉଁମାନଙ୍କର ପୂର୍ବରୁ ସନ୍ତାନ ନ ଥିଲେ ।[] ସେମାନେ ସ୍ତନ୍ୟପାନ ଉପରେ ପ୍ରଭାବ ପକାନ୍ତି ନାହିଁ ଏବଂ ପ୍ରସବ ପରେ ତୁରନ୍ତ ଉପକରଣ‌ଗୁଡ଼ିକ ରଖାଯାଇପାରିବ | [] ଗର୍ଭପାତ କିମ୍ବା ସ୍ୱତଃ ଗର୍ଭପାତ ପରେ ସେଗୁଡିକ ତୁରନ୍ତ ବ୍ୟବହୃତ ହୋଇପାରେ ।[] ଏକ ଉପକରଣ ଭର୍ତ୍ତି କରିବାକୁ ପ୍ରାୟ ୫ ମିନିଟ ସମୟ ନେଇଥାଏ ।[] ସେମାନଙ୍କର ମୁଖ୍ୟ ଅନ୍ତର୍ନିହିତ ପ୍ରଣାଳୀରେ ଶୁକ୍ରାଣୁ ମାରିବା କିମ୍ବା ଗର୍ଭାଶୟର ଭିତର ତନ୍ତୁଗୁଡ଼ିକୁ ଘନ କରି ଫର୍ଟିଲାଇଜେସନ ରୋକିବା ଦ୍ୱାରା ହୋଇପାରେ ।[]

ଜନ୍ମ ନିୟନ୍ତ୍ରଣର ଏକ ରୂପ ଭାବରେ ଉପକରଣଗୁଡିକ ୧୮୦୦ ଦଶକରୁ ଆରମ୍ଭ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ବ୍ୟବହାର ୧୯୯୫ରେ <୧% ରୁ ଅଧିକ ହୋଇ ୨୦୧୦ ଦଶକ ଆରମ୍ଭରେ ୬% କୁ, ୨୦୧୬ ରେ ୧୪% କୁ ବୃଦ୍ଧି ପାଇଲା ।[୧୫] [] ମହିଳା ପରିବାର ଯୋଜନା ପ୍ରଦାନକାରୀମାନେ ସାଧାରଣ ଲୋକଙ୍କ ଅପେକ୍ଷା (୧୨%) ଉତକ୍ରମଣୀୟ ପଦ୍ଧତିକୁ ଅଧିକ ପସନ୍ଦ କରନ୍ତି (୪୨%)। [୧୬] ଏବଂ ଏହି ପଦ୍ଧତିଗୁଡିକ ଉପଭୋକ୍ତାମାନଙ୍କ ମଧ୍ୟରେ ସର୍ବାଧିକ ସନ୍ତୋଷ ସୃଷ୍ଟି କରେ ।[୧୩] ଡାଲକନ୍ ସିଲ୍ଡ ଭାବରେ ଜଣାଶୁଣା ପୂର୍ବତନ ମଡେଲ ପେଲଭିସ ପ୍ରଦାହଜ ରୋଗର ପିଆଇଡି (PID) ଆଶଙ୍କା ସହିତ ଜଡ଼ିତ ଥିଲା ।[] ଅବଶ୍ୟ, ସାମ୍ପ୍ରତିକ ଉପକରଣଗୁଡିକ ଭର୍ତ୍ତି କରିବା ସମୟରେ ଯୌନ କ୍ରିୟା ସଞ୍ଚାରିକ ରୋଗ ସଂକ୍ରମଣ ବିନା ମହିଳାମାନଙ୍କରେ ପିଆଇଡି (PID) ସଙ୍କଟକୁ ପ୍ରଭାବିତ କରେ ନାହିଁ ।[୧୭] କାନାଡ଼ାରେ ତମ୍ବା ଉପକରଣର ମୂଲ୍ୟ ପ୍ରାୟ ୮୦ କ୍ୟାନାଡ଼ା ଡଲାର ହୋଇଥିବାବେଳେ ୨୦୨୧ସୁଦ୍ଧା ହରମୋନାଲ ଉପକରଣର ମୂଲ୍ୟ ପ୍ରାୟ ୩୫୦ କ୍ୟାନାଡ଼ା ଡଲାର ଥାଏ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Baker, CC; Creinin, MD (1 November 2022). "Long-Acting Reversible Contraception". Obstetrics and gynecology. 140 (5): 883–897. doi:10.1097/AOG.0000000000004967. PMID 36201766.
  2. ୨.୦ ୨.୧ ୨.୨ Callahan, Tamara; Caughey, Aaron B. (2013). Blueprints Obstetrics and Gynecology (in ଇଂରାଜୀ). Lippincott Williams & Wilkins. p. 320. ISBN 9781451117028. Archived from the original on 2021-08-28. Retrieved 2020-08-27.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "IUD (intrauterine device)". Contraception guide. NHS Choices. Archived from the original on 9 August 2017. Retrieved 13 July 2023.
  4. ୪.୦ ୪.୧ Hurd, [edited by] Tommaso Falcone, William W. (2007). Clinical reproductive medicine and surgery. Philadelphia: Mosby. p. 409. ISBN 9780323033091. Archived from the original on 2016-11-16. Retrieved 2016-02-01. {{cite book}}: |first= has generic name (help)CS1 maint: multiple names: authors list (link)
  5. ୫.୦ ୫.୧ ୫.୨ ୫.୩ Gabbe, Steven (2012). Obstetrics: Normal and Problem Pregnancies. Elsevier Health Sciences. p. 527. ISBN 9781455733958. Archived from the original on 2016-11-16. Retrieved 2016-02-01.
  6. ୬.୦ ୬.୧ Shoupe, Donna (2011). Contraception (in ଇଂରାଜୀ). John Wiley & Sons. p. 96. ISBN 9781444342635. Archived from the original on 2021-08-28. Retrieved 2020-08-27.
  7. Coles, Mandy S.; Mays, Aisha (2 August 2019). Optimizing IUD Delivery for Adolescents and Young Adults: Counseling, Placement, and Management (in ଇଂରାଜୀ). Springer. p. 143. ISBN 978-3-030-17816-1. Archived from the original on 15 July 2023. Retrieved 14 July 2023.
  8. "IUD Birth Control | Info About Mirena & Paragard IUDs". www.plannedparenthood.org (in ଇଂରାଜୀ). Archived from the original on 4 January 2021. Retrieved 14 July 2023.
  9. ୯.୦ ୯.୧ Ton, Joey (6 February 2022). "#308 Can It Stay or Must It Go? Extended Use of Intrauterine Devices". CFPCLearn. Archived from the original on 28 March 2023. Retrieved 14 June 2023.
  10. ୧୦.୦ ୧୦.୧ "Emergency Contraception". www.acog.org (in ଇଂରାଜୀ). Archived from the original on 2020-06-22. Retrieved 2020-06-18.
  11. "Science Update: Hormonal IUD as effective as a copper IUD at emergency contraception and with less discomfort, NICHD-funded study suggests". 2021-02-04. Archived from the original on 2021-07-26. Retrieved 2021-07-26.
  12. ୧୨.୦ ୧୨.୧ Marnach, ML; Long, ME; Casey, PM (March 2013). "Current issues in contraception". Mayo Clinic Proceedings. 88 (3): 295–9. doi:10.1016/j.mayocp.2013.01.007. PMID 23489454.
  13. ୧୩.୦ ୧୩.୧ Committee on Adolescent Health Care Long-Acting Reversible Contraception Working Group, The American College of Obstetricians and, Gynecologists (October 2012). "Committee opinion no. 539: adolescents and long-acting reversible contraception: implants and intrauterine devices". Obstetrics and Gynecology. 120 (4): 983–8. doi:10.1097/AOG.0b013e3182723b7d. PMID 22996129.
  14. PharmD, Audrey Kelly (16 December 2022). "Contraception Editorial September 2023 - The Potential of Long-acting Reversible Contraception to Decrease Unintended Pregnancy". Association of Reproductive Health Professionals - Sexual Solutions From Experts. Archived from the original on 6 April 2023. Retrieved 14 July 2023.
  15. "Products - Data Briefs - Number 188 - February 2015". www.cdc.gov (in ଆମେରିକୀୟ ଇଂରାଜୀ). Archived from the original on 2018-10-18. Retrieved 2018-03-27.
  16. "New Study Finds Women's Health Providers Use IUDs More Than Any Other Method of Birth Control". www.plannedparenthood.org (in ଇଂରାଜୀ). Archived from the original on 2018-10-18. Retrieved 2018-03-27.
  17. Sonfield, Adam (Fall 2007). "Popularity Disparity: Attitudes About the IUD in Europe and the United States". Guttmacher Policy Review. Guttmacher Institute. Archived from the original on 2010-03-07. Retrieved 2016-06-04.