ଲେଭୋନରଜେସ୍ଟ୍ରେଲ
| Clinical data | |
|---|---|
| Trade names | Plan B, others |
| AHFS/Drugs.com | monograph |
| MedlinePlus | a610021 |
| Pregnancy category |
|
| Routes of administration | Implant, insert (extended-release), by mouth |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | ~100% |
| Protein binding | 55% |
| Metabolism | Liver via CYP3A4[ଆଧାର ଲୋଡ଼ା] |
| Elimination half-life | 36 ± 13 hours |
| Excretion | Kidney: 45%; Feces:32% |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.011.227 |
| Chemical and physical data | |
| Formula | C21H28O2 |
| Molar mass | 312.446 g/mol |
| 3D model (JSmol) | |
| |
| |
| (verify) | |
ଲେଭୋନରଜେସ୍ଟ୍ରେଲ ଏକ କୃତ୍ରିମ ହରମୋନ ଯାହା ଜନ୍ମ ନିରୋଧ ବିଧି ନିମନ୍ତେ ବ୍ୟବହାର କରାଯାଏ ।[୧] ଏହାର ଏକ ବ୍ରାଣ୍ଡ ନାମ ପ୍ଲାନ ବି ଓ ଏହାକୁ ୧୨୦ ଘଣ୍ଟା ମଧ୍ୟରେ ଆଶୁ ଜନ୍ମ ନିରୋଧକ ଭାବରେ ବ୍ୟବହାର କରାଯାଏ । ଯୌନ ସଙ୍ଗମ ପରେ ଡେରିରେ ଏହି ଔଷଧ ନେଲେ ଏହାର ପ୍ରଭାବ କମିଯାଏ ଓ ଗର୍ଭାଧାନ ହେବା ପୂର୍ବରୁ ଏହା ପ୍ରଭାବୀ ହୁଏ ।[୧] ଏସ୍ଟ୍ରୋଜେନ ସହିତ ମିଶେଇ ଏହା ଯୁଗ୍ମ ମୁଖ ଜନ୍ମ ନିରୋଧ ପିଲ୍ ଭାବରେ ତିଆରି ହୁଏ ।[୨] ଆଇୟୁଡି ଆକାରରେ ପ୍ରୋଜେସ୍ଟେରନ ସହିତ ଏହା ମିରେନା ନାମରେ ମିଳେ, ଏହା ଦୀର୍ଘକାଳୀନ ଗର୍ଭ ପ୍ରତିରୋଧ କରେ । [୧] କେତେକ ଦେଶରେ ଏହି ଔଷଧର ପ୍ରୋଜେସ୍ଟେରନ ଇମ୍ପ୍ଲାଣ୍ଟ ଆକାରରେ ମିଳେ । [୩]
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା- ଅଇ, ସ୍ତନ ଦରଜ, ମୁଣ୍ଡ ବଥା ଓ ଅଧିକ ବା କମ୍ ବା ଅନିୟମିତ ଋତୁସ୍ରାବ ହୁଏ । ଆଶୁ ଗର୍ଭନିରୋଧକ ଭାବେ ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହେବାର ପ୍ରମାଣ ମିଳିନାହିଁ । ସ୍ତନ୍ୟପାନ ସମୟରେ ମଧ୍ୟ ଏହାର ବ୍ୟବହାର ନିରାପଦ । ଏହି ଔଷଧଦ୍ୱାରା ଯୌନ ସଞ୍ଚାରିତ ରୋଗ ସଙ୍କଟ ବଦଳିଯାଏ ନାହିଁ । ଏହି ଔଷଧ ଡିମ୍ବକ୍ଷରଣ କମେଇଦିଏ ଓ ଜରାୟୁ ମୁଖକୁ ବନ୍ଦ କରିଦିଏ ଯାହାଦ୍ୱାରା ଶୁକ୍ର ଜରାୟୁ ଭିତରକୁ ପ୍ରବେଶ କରିପାରେ ନାହିଁ । [୧]
ସନ ୧୯୬୦ରେ ଲେଭୋନରଜେସ୍ଟ୍ରେଲ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ଓ ସନ ୧୯୮୦ରେ ଗର୍ଭନିରୋଧକରୂପେ ବ୍ୟବହୃତ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୬] ଆଶୁ ଜନ୍ମ ନିରୋଧ ନିମନ୍ତେ ଏହାର ହୋଲସେଲ ମୂଲ୍ୟ ୦.୨୩ରୁ ୧.୬୫ ଆମେରିକୀୟ ଡଲାର ।[୭] ଆମେରିକାରେ ୧୬ ବର୍ଷରୁ ଉର୍ଦ୍ଧ୍ୱ ମଣିଷଙ୍କୁ ଏହା ବିନା ପ୍ରେସକ୍ରିପସନରେ ମିଳେ ।[୬]
ଆଧାର
[ସମ୍ପାଦନା]- 1 2 3 4 "Progestins (Etonogestrel, Levonorgestrel, Norethindrone)". The American Society of Health-System Pharmacists. Retrieved Aug 21, 2015.
- ↑ Postgraduate Gynecology. Jaypee Brothers Medical Pub. 2011. p. 159. ISBN 9789350250822.
- ↑ "Chapter 1". Research on reproductive health at WHO : biennial report 2000-2001. Geneva: World health organization. 2002. ISBN 9789241562089.
- ↑ Science and Political Controversy. Santa Barbara: ABC-CLIO. 2014. p. 97. ISBN 9781610693202.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- 1 2 Hamilton, Richard J. (2014). Tarascon pocket pharmacopoeia : 2014 deluxe lab-pocket edition (15th ed.). Sudbury: Jones & Bartlett Learning. pp. 310–312. ISBN 9781284053999.
- ↑ "Levonorgestrel". International Drug Price Indicator Guide. Retrieved 21 August 2015.[permanent dead link]