ଲେଭୋନରଜେସ୍ଟ୍ରେଲ

ଉଇକିପିଡ଼ିଆ‌ରୁ
ଲେଭୋନରଜେସ୍ଟ୍ରେଲ
Clinical data
Trade namesPlan B, others
AHFS/Drugs.commonograph
MedlinePlusa610021
Pregnancy
category
  • X
Routes of
administration
Implant, insert (extended-release), by mouth
ATC code
Legal status
Legal status
  • Rx-OTC
Pharmacokinetic data
Bioavailability~100%
Protein binding55%
MetabolismLiver via CYP3A4[ଆଧାର ଲୋଡ଼ା]
Elimination half-life36 ± 13 hours
ExcretionKidney: 45%; Feces:32%
Identifiers
  • (8R,9S,10R,13S,14S,17R)-13-ethyl-17-ethynyl-17-hydroxy-1,2,6,7,8,9,10,11,12,13,14,15,16,17-tetradecahydrocyclopenta[a]phenanthren-3-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.011.227 Edit this at Wikidata
Chemical and physical data
FormulaC21H28O2
Molar mass312.446 g/mol
3D model (JSmol)
  • [H][C@]12CCC(=O)C=C1CC[C@]1([H])[C@]2([H])CC[C@@]2(CC)[C@@]1([H])CC[C@@]2(O)C#C
  • InChI=1S/C21H28O2/c1-3-20-11-9-17-16-8-6-15(22)13-14(16)5-7-18(17)19(20)10-12-21(20,23)4-2/h2,13,16-19,23H,3,5-12H2,1H3/t16-,17+,18+,19-,20-,21-/m0/s1 checkY
  • Key:WWYNJERNGUHSAO-XUDSTZEESA-N checkY
  (verify)

ଲେଭୋନରଜେସ୍ଟ୍ରେଲ ଏକ କୃତ୍ରିମ ହରମୋନ ଯାହା ଜନ୍ମ ନିରୋଧ ବିଧି ନିମନ୍ତେ ବ୍ୟବ‌ହାର କରାଯାଏ ।[୧] ଏହାର ଏକ ବ୍ରାଣ୍ଡ ନାମ ପ୍ଲାନ ବି ଓ ଏହାକୁ ୧୨୦ ଘଣ୍ଟା ମଧ୍ୟରେ ଆଶୁ ଜନ୍ମ ନିରୋଧକ ଭାବରେ ବ୍ୟବ‌ହାର କରାଯାଏ । ଯୌନ ସଙ୍ଗମ ପରେ ଡେରିରେ ଏହି ଔଷଧ ନେଲେ ଏହାର ପ୍ରଭାବ କମିଯାଏ ଓ ଗର୍ଭାଧାନ ହେବା ପୂର୍ବରୁ ଏହା ପ୍ରଭାବୀ ହୁଏ ।[୧] ଏସ୍‌ଟ୍ରୋଜେନ ସ‌ହିତ ମିଶେଇ ଏହା ଯୁଗ୍ମ ମୁଖ ଜନ୍ମ ନିରୋଧ ପିଲ୍ ଭାବରେ ତିଆରି ହୁଏ ।[୨] ଆଇୟୁଡି ଆକାରରେ ପ୍ରୋଜେସ୍ଟେରନ ‌ସ‌ହିତ ଏହା ମିରେନା ନାମରେ ମିଳେ, ଏହା ଦୀର୍ଘକାଳୀନ ଗର୍ଭ ପ୍ରତିରୋଧ କରେ । [୧] କେତେକ ଦେଶରେ ଏହି ଔଷଧର ପ୍ରୋଜେସ୍ଟେରନ ଇମ୍ପ୍ଲାଣ୍ଟ ଆକାରରେ ମିଳେ । [୩]


ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା- ଅଇ, ସ୍ତନ ଦରଜ, ମୁଣ୍ଡ ବଥା ଓ ଅଧିକ ବା କମ୍ ବା ଅନିୟମିତ ଋତୁସ୍ରାବ ହୁଏ । ଆଶୁ ଗର୍ଭନିରୋଧକ ଭାବେ ଗର୍ଭାବସ୍ଥାରେ ବ୍ୟବ‌ହାର କଲେ ଶିଶୁର କ୍ଷତି ହେବାର ପ୍ରମାଣ ମିଳିନାହିଁ । ସ୍ତନ୍ୟପାନ ସମୟରେ ମଧ୍ୟ ଏହାର ବ୍ୟବ‌ହାର ନିରାପଦ । ଏହି ଔଷଧଦ୍ୱାରା ଯୌନ ସଞ୍ଚାରିତ ରୋଗ ସଙ୍କଟ ବଦଳିଯାଏ ନାହିଁ । ଏହି ଔଷଧ ଡିମ୍ବକ୍ଷରଣ କମେଇଦିଏ ଓ ଜରାୟୁ ମୁଖକୁ ବନ୍ଦ କରିଦିଏ ଯାହାଦ୍ୱାରା ଶୁକ୍ର ଜରାୟୁ ଭିତରକୁ ପ୍ରବେଶ କରିପାରେ ନାହିଁ । [୧]

ସନ ୧୯୬୦ରେ ଲେଭୋନରଜେସ୍ଟ୍ରେଲ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ଓ ସନ ୧୯୮୦ରେ ଗର୍ଭନିରୋଧକରୂପେ ବ୍ୟବ‌ହୃତ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୬] ଆଶୁ ଜନ୍ମ ନିରୋଧ ନିମନ୍ତେ ଏହାର ହୋଲସେଲ ମୂଲ୍ୟ ୦.୨୩ରୁ ୧.୬୫ ଆମେରିକୀୟ ଡଲାର ।[୭] ଆମେରିକାରେ ୧୬ ବର୍ଷରୁ ଉର୍ଦ୍ଧ୍ୱ ମଣିଷଙ୍କୁ ଏହା ବିନା ପ୍ରେସକ୍ରିପସନରେ ମିଳେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Progestins (Etonogestrel, Levonorgestrel, Norethindrone)". The American Society of Health-System Pharmacists. Retrieved Aug 21, 2015.
  2. Postgraduate Gynecology. Jaypee Brothers Medical Pub. 2011. p. 159. ISBN 9789350250822.
  3. "Chapter 1". Research on reproductive health at WHO : biennial report 2000-2001. Geneva: World health organization. 2002. ISBN 9789241562089.
  4. Science and Political Controversy. Santa Barbara: ABC-CLIO. 2014. p. 97. ISBN 9781610693202.
  5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  6. ୬.୦ ୬.୧ Hamilton, Richard J. (2014). Tarascon pocket pharmacopoeia : 2014 deluxe lab-pocket edition (15th ed.). Sudbury: Jones & Bartlett Learning. pp. 310–312. ISBN 9781284053999.
  7. "Levonorgestrel". International Drug Price Indicator Guide. Retrieved 21 August 2015.[permanent dead link]