କଣ୍ଡୋମ

ଉଇକିପିଡ଼ିଆ‌ରୁ
କଣ୍ଡୋମ
A rolled-up condom
Background
Pronunciation/ˈkɒndəm/ or UK: /ˈkɒndɒm/
TypeBarrier
First useAncient[୧]
Rubber: 1855[୨]
Latex: 1920s[୩]
Polyurethane: 1994
Polyisoprene: 2008
Pregnancy rates (first year, latex)
Perfect use2%[୪]
Typical use18%[୪]
Usage
User remindersLatex condoms damaged by oil-based lubricants[୧]
Advantages and disadvantages
STI protectionYes[୧]
BenefitsNo health care visits required[୧]

କଣ୍ଡୋମ (ଇଂରାଜୀ ଭାଷାରେ condom) ଏକ ମୁଣି ଆକାରର ଏକ ପ୍ରତିବନ୍ଧ ଉପକରଣ (barrier device) ଯାହା ଯୌନ ସମ୍ଭୋଗ (sexual intercourse) ସମୟରେ ଗର୍ଭାଧାନ ସମ୍ଭାବନା ଓ ଯୌନସଞ୍ଚାରିତ ସଂକ୍ରମଣ (sexually transmitted infection ବା STIs) ରୋକିବା ନିମନ୍ତେ ବ୍ୟବ‌ହାର କରାଯାଏ ।[୧] ଏଥି ନିମନ୍ତେ ଉଭୟ ପୁରୁଷ ଓ ମହିଳା କଣ୍ଡୋମ (female condom) ମିଳେ ।[୫] ସଠିକ ଭାବରେ ପ୍ରତ୍ୟେକ ନାରୀ-ପୁରୁଷ ସମ୍ଭୋଗ ସମୟରେ ପୁରୁଷ ସାଥୀ କଣ୍ଡୋମ ବ୍ୟବ‌ହାର କଲେ ମାତ୍ର ୨% ଗର୍ଭାଧାନ ହାର ହୁଏ ।[୧] କିନ୍ତୁ ସାଧାରଣ ବ୍ୟବ‌ହାରରେ ଏହି ହାର ପ୍ରାୟ ବାର୍ଷିକ ୧୮% ହୁଏ ।[୬] କଣ୍ଡୋମ ବ୍ୟବ‌ହାର କଲେ ଗନରିଆ, କ୍ଲାମିଡିଆ (chlamydia), ଟ୍ରାଇକୋମୋନିଆସିସ୍, ହେପାଟାଇଟିସ ବିଏଚଆଇଭି/ଏଡସ ଇତ୍ୟାଦି ରୋଗ ସଙ୍କଟ ଅନେକ ପରିମାଣରେ କମିଯାଏ । କିଛି ପରିମାଣରେ ସୁରକ୍ଷା ମିଳୁଥିବା ଅନ୍ୟ କେତେକ ରୋଗମାନଙ୍କ ନାମ ଜେନିଟାଲ ହର୍ପିସ (genital herpes), ହ୍ୟୁମାନ ପାପିଲୋମା ଭୁତାଣୁ (human papillomavirus ବା HPV) ଓ ସିଫିଲିସ୍[୧]

ସମ୍ଭୋଗ ପୂର୍ବରୁ ଉତ୍ଥିଥ ପୁରୁଷାଙ୍ଗ (erect penis) ଉପରେ ପୁରୁଷ କଣ୍ଡୋମ ଗୁଡ଼େଇ ଦେବାଫଳରେ ମହିଳା ଯୌନାଙ୍ଗରେ ବୀର୍ଯ୍ୟ ପ୍ରବେଶକୁ ଅବରୋଧ କରେ । [୭][୧] ପୁରୁଷ କଣ୍ଡୋମ ଲେଟେକ୍ସରୁ (latex) ଓ ସ୍ୱଳ୍ପ ମାତ୍ରାରେ ପଲିୟୁରିଥେନ (polyurethane) ବା ମେଣ୍ଢାଛୁଆ ଅନ୍ତନଳୀରୁ ତିଆରି ହୁଏ । ପୁରୁଷ କଣ୍ଡୋମ ସ‌ହଜରେ ମିଳେ, ବ୍ୟବ‌ହାର ବିଧି ସ‌ହଜ ଓ ଅଳ୍ପ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଏ । ଲେଟେକ୍ସ ଆଲର୍ଜି (latex allergy) ଥିଲେ ପଲିୟୁରିଥେନ ବା ଅନ୍ୟ କୃତ୍ରିମ ସଂସ୍କରଣ ବ୍ୟବ‌ହାର କରାଯାଏ ।[୧] ମହିଳା କଣ୍ଡୋମ ପଲିୟୁରିଥେନରୁ ପ୍ରସ୍ତୁତ କରାଯାଇଥାଏ ଓ ଏକାଧିକ ଥର ବ୍ୟବ‌ହାର କରାଯାଇପାରେ ।[୭]

ସନ ୧୫୬୪ରୁ ଯୌନ ସଞ୍ଚାରିତ ରୋଗ ପ୍ରତିଷେଧ ନିମନ୍ତେ କଣ୍ଡୋମ ବ୍ୟବ‌ହାର କରାଯାଉଛି ।[୧] ରବର କଣ୍ଡୋମ ସନ ୧୮୫୫ରୁ ଓ ଲେଟେକ୍ସ କଣ୍ଡୋମ ସନ ୧୯୨୦ରୁ ବ୍ୟବ‌ହୃତ ହେଉଥିଲା । [୨][୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଗୋଟିକର କ୍ରୟ ମୂଲ୍ୟ ପ୍ରାୟ ୦.୦୩ରୁ ୦.୦୮ ଆମେରିକୀୟ ଡଲାର ।[୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୁଲ୍ୟ ଏକ ଆମେରିକୀୟ ଡଲାରରୁ କମ୍ । [୧୦] ପୃଥିବୀର ୧୦%ରୁ କମ୍ ଲୋକ ଜନ୍ମ ନିରୋଧ ନିମନ୍ତେ କଣ୍ଡୋମ ବ୍ୟବ‌ହାର କରୁଛନ୍ତି ।[୧୧] ବିକଶିତ ଦେଶମାନଙ୍କରେ (developed world) ଅଧିକ କଣ୍ଡୋମ ବ୍ୟବ‌ହାର ହୁଏ ।[୧୧] ଜନ୍ମ ନିରୋଧ ଉପାୟ ନିମନ୍ତେ କଣ୍ଡୋମ ସଂଯୁକ୍ତ ରାଷ୍ଟ୍ରରେ ୨ୟ ସ୍ଥାନ (୨୨%) ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୩ୟ ସ୍ଥାନ (୧୫%) ଅଧିକାର କରିଛି ।[୧୨][୧୩] ବାର୍ଷିକ ପ୍ରାୟ ଛଅରୁ ନଅ ବିଲିଅନ କଣ୍ଡୋମ ପୃଥିବୀରେ ବିକ୍ରୟ ହୁଏ ।[୧୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Hatcher, Robert Anthony; M.D, Anita L. Nelson (2007). Contraceptive Technology (in ଇଂରାଜୀ). Ardent Media. pp. 297–311. ISBN 9781597080019.
  2. ୨.୦ ୨.୧ Allen, Michael J. (2011). The Anthem Anthology of Victorian Sonnets (in ଇଂରାଜୀ). Anthem Press. p. 51. ISBN 9781843318484.
  3. ୩.୦ ୩.୧ McKibbin, Ross (2000). Classes and Cultures: England 1918-1951 (in ଇଂରାଜୀ). Oxford University Press. p. 305. ISBN 9780198208556.
  4. ୪.୦ ୪.୧ Trussell, James (2011). "Contraceptive efficacy". In Hatcher, Robert A.; Trussell, James; Nelson, Anita L.; Cates, Willard Jr.; Kowal, Deborah; Policar, Michael S. (eds.) (eds.). Contraceptive technology (PDF) (20th revised ed.). New York: Ardent Media. pp. 779–863. ISBN 978-1-59708-004-0. ISSN 0091-9721. OCLC 781956734. Archived from the original (PDF) on 2017-02-15. Retrieved 2017-08-09. {{cite book}}: |editor6-first= has generic name (help)
  5. WHO Model Formulary 2008 (PDF). World Health Organization. 2009. p. 372. ISBN 9789241547659. Retrieved 8 January 2017.
  6. Trussell, J (2007). "Contraceptive efficacy" (PDF). Ardent Media. Archived from the original (PDF) on 2017-02-15. Retrieved 2011-03-13.
  7. ୭.୦ ୭.୧ Speroff, Leon; Darney, Philip D. (2011). A Clinical Guide for Contraception (in ଇଂରାଜୀ). Lippincott Williams & Wilkins. pp. 305–307. ISBN 9781608316106.
  8. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  9. "Condoms (Lubricated)". International Drug Price Indicator Guide. Retrieved 8 December 2016.[permanent dead link]
  10. Shoupe, Donna (2011). Contraception (in ଇଂରାଜୀ). John Wiley & Sons. p. 15. ISBN 9781444342635.
  11. ୧୧.୦ ୧୧.୧ Chen, Lincoln C.; Amor, Jaime Sepulveda; Segal, Sheldon J. (2012). AIDS and Women’s Reproductive Health (in ଇଂରାଜୀ). Springer Science & Business Media. p. 6. ISBN 9781461533542.
  12. Herring, Jonathan (2014). Medical Law and Ethics (in ଇଂରାଜୀ). Oxford University Press. p. 271. ISBN 9780198702269.
  13. Daniels, K; Daugherty, J; Jones, J; Mosher, W (10 November 2015). "Current Contraceptive Use and Variation by Selected Characteristics Among Women Aged 15-44: United States, 2011-2013". National health statistics reports (86): 1–14. PMID 26556545.
  14. Hermann, Henry R. (2016). Dominance and Aggression in Humans and Other Animals: The Great Game of Life (in ଇଂରାଜୀ). Academic Press. ISBN 9780128092958.