ସନ୍ଧ୍ୟା ମୁଖାର୍ଜୀ
ସନ୍ଧ୍ୟା ମୁଖାର୍ଜୀ | |
---|---|
ଜନ୍ମ | |
ମୃତ୍ୟୁ | ୧୫ ଫେବୃଆରୀ ୨୦୨୨ | (ବୟସ ୯୦)
ବୃତ୍ତି | ପ୍ରଚ୍ଛଦପଟ ଗାୟିକା |
ବୈବାହିକ-ସାଥୀ | ଶ୍ୟାମଳ ଗୁପ୍ତା |
ସନ୍ତାନ | ସୌମୀ ସେନଗୁପ୍ତା |
ପିତାମାତା | ନରେନ୍ଦ୍ରନାଥ ମୁଖାର୍ଜୀ, ହେମପ୍ରଭା ଦେବୀ |
ସନ୍ଧ୍ୟା ମୁଖାର୍ଜୀ (୪ ଅପ୍ରେଲ ୧୯୩୧ - ୧୫ ଫେବୃଆରୀ ୨୦୨୨) ଜଣେ ଭାରତୀୟ କଣ୍ଠଶିଳ୍ପୀ ଓ ପ୍ରଚ୍ଚଦପଟ୍ଟ ଗାୟିକା ଥିଲେ ।[୧] ସେ ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା ଆଦି ଭାଷାର ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୨] ୧୯୭୦ ମସିହାରେ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଅନ୍ତର୍ଗତ ଶ୍ରେଷ୍ଠ ପ୍ରଚ୍ଚଦପଟ୍ଟ ଗାୟିକା ପୁରସ୍କାର ଲାଭ କରିଥିଲେ ।[୩] ୨୦୧୧ ମସିହାରେ ସେ ପଶ୍ଚିମବଙ୍ଗର ଶ୍ରେଷ୍ଠ ପୁରସ୍କାର ବଙ୍ଗ ବିଭୂଷଣରେ ସମ୍ମାନୀତ ହୋଇଥିଲେ ।[୪] ୨୦୨୨ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା[୫] କିନ୍ତୁ ସେ ଏହି ପୁରସ୍କାରକୁ ଅଗ୍ରାହ୍ୟ କରିଦେଇଥିଲେ ।[୬]
ସଙ୍ଗୀତ ସାଧନା
[ସମ୍ପାଦନା]ସନ୍ଧ୍ୟା ନିଜର ପ୍ରାରମ୍ଭିକ ସଙ୍ଗୀତ ଶିକ୍ଷା ପଣ୍ଡିତ ଶଙ୍କର କୁମାର ବସୁ, ପ୍ରଫେସର ଏଟି କାନନ ଓ ଗୁରୁ ଚିନ୍ମୟ ଲାହିରୀଙ୍କଠାରୁ ଲାଭ କରିଥିଲେ । ପରେ ଉସ୍ତାଦ ବଡ଼େ ଗୁଲାମ ଅଲ୍ଲୀ ଖାନ ଓ ତାଙ୍କ ପୁତ୍ର ମୁନୱର ଅଲ୍ଲୀ ଖାନଙ୍କ ଅଧିନରେ ସେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାଲାଭ କରିଥିଲେ ।[୭]
ବମ୍ବେଠାରେ ସନ୍ଧ୍ୟା ନିଜ ପ୍ରଚ୍ଚଦପଟ୍ଟ ଗାୟନ ଆରମ୍ଭ କରିଥିଲେ । ୧୯୫୦ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ତରାନା ଥିଲା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ପ୍ରାୟ ୧୭ଟି ହିନ୍ଦୀ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିଲେ । ୧୯୫୨ ମସିହାରେ ସେ ବମ୍ବେରୁ କଲିକତା ଚାଲିଆସିଥିଲେ । ହେମନ୍ତ କୁମାରଙ୍କ ସହ ସନ୍ଧ୍ୟା ଅନେକ ଗୀତ ଗାଇଥିଲା ।
ସନ୍ଧ୍ୟା ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନିଜର କଣ୍ଠଦାନ କରିଥିଲେ । ସେଥିମଧ୍ୟରୁ ଲକ୍ଷ୍ମୀ, ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା, କା, ସ୍ତ୍ରୀ ଓ କିଏ କାହାର ଆଦି ଚଳଚ୍ଚିତ୍ର ଅନ୍ୟତମ ।
ସେ ଗାଇଥିବା କିଛି ଲୋକପ୍ରିୟ ଗୀତ :
- ଫୁଲ ରସିଆରେ ମନ ମୋର ଛୁଇଁ ଛୁଇଁ ଯା ଯା
- ମୋ ଆଖିର କେତେ କଥା
- ଲିଭି ଲିଭି ଯାଏ ଆଖି ଲୁହ
- ଆଉ ଚାନ୍ଦ ଲାଗି କୁମୁଦ ଝରାନା
- ଉଦାସୀ ଆଖି ଚାହିଁ ରହେ
- ବକୁଳ ବନେ କୁହୁକୁ ତାନେ
- ଆଜି କାର୍ତ୍ତିକ ପୁନେଇ
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସନ୍ଧ୍ୟା ୧୯୩୧ ମସିହା ଅପ୍ରେଲ ୪ ତାରିଖରେ କଲିକତା ସହରର ଢାକୁରିଆଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ନରେନ୍ଦ୍ରନାଥ ମୁଖାର୍ଜୀ ଓ ମାତାଙ୍କ ନାମ ହେମପ୍ରଭା ଦେବୀ ଥିଲା । ତାଙ୍କ ପିତା ଭାରତୀୟ ରେଳରେ ଜଣେ କର୍ମଚାରୀ ଥିଲେ । ତାଙ୍କ ଜେଜେବାପା ଜଣେ ପୁଲିସ କର୍ମଚାରୀ ଥିଲେ ଓ ତାଙ୍କ ପରିବାର ୧୯୧୧ ମସିହାରୁ ଢାକୁରିଆଠାରେ ରହି ଆସୁଥିଲେ ।[୮] ୧୯୬୬ ମସିହାରେ ସେ କବି ଶ୍ୟାମଳ ଗୁପ୍ତାଙ୍କୁ ବିବାହ କରିଥିଲେ । ଶ୍ୟାମଳଙ୍କ ଅନେକ ଗୀତକୁ ସେ ନିଜେ ଗାଇଥିଲେ ।
୨୦୨୨ ମସିହାରେ ସନ୍ଧ୍ୟାଙ୍କୁ ସଙ୍ଗୀତ କ୍ଷେତ୍ରରେ ଅବଦାନ ନିମନତେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୯] କିନ୍ତୁ ସନ୍ଧ୍ୟା ଅନେକ ବର୍ଷର ଉପେକ୍ଷା ଓ ନିଜର ଅସମ୍ମାନ ମନେକରି ଏହି ପୁରସ୍କାରକୁ ଅଗ୍ରାହ୍ୟ କରିଦେଇଥିଲେ ।[୧୦]
୨୦୨୨ ମସିହା ଜାନୁଆରୀ ୨୭ତାରିଖରେ ଅସୁସ୍ଥତା ହେତୁ ତାଙ୍କୁ କଲିକତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥବସ୍ଥା କ୍ରମେ ଅଧିକରୁ ଅଧିକ ଖରାପ ହୋଇଥିଲା ଓ ୨୦୨୨ ମାର୍ଚ୍ଚ ମାସ ୧୫ ତାରିଖରେ ହୃଦ୍ଘାତ ଯୋଗୁ ତାଙ୍କର ପରଲୋକ ଘଟିଥିଲା ।[୧୧]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ପଦ୍ମଶ୍ରୀ - ୨୦୨୨ (ଅଗ୍ରାହ୍ୟ କରିଥିଲେ)
- ବଙ୍ଗ ବିଭୂଷଣ - ୨୦୧୧
- ଭାରତ ନିର୍ମାଣ ସମ୍ମାନ - ୧୯୯୯ (ଜୀବନବ୍ୟାପୀ ଅବଦାନ ନିମନ୍ତେ)
- ଜାତୀୟ ଚଳଚ୍ଚିତ୍ର ସମ୍ମାନ - ୧୯୭୦
ଆଧାର
[ସମ୍ପାଦନା]- ↑ Socialist India, Volume 14. Indian National Congress. All India Congress Committee. 1976. Retrieved 1 February 2022.
- ↑ AKASHVANI: Vol. LV. No. 7. ନୂଆ ଦିଲ୍ଲୀ: All India Radio. 1 april 1984. pp. ୫୨. Retrieved 1 February 2022.
{{cite book}}
: Check date values in:|date=
(help) - ↑ "18th National Film Awards" (PDF). Directorate of Film Festivals. Retrieved 26 September 2011.
- ↑ State honours nine with Banga-Vibhushan. The Times of India.
- ↑ Express, The Financial. "Sandhya Mukherjee hospitalised with Covid". The Financial Express (in ଇଂରାଜୀ). Retrieved 2022-01-28.
- ↑ "Meet Sandhya Mukherjee, the 90-year-old Bengali music legend who turned down Padma Shri". The Indian Express (in ଇଂରାଜୀ). 2022-01-27. Retrieved 2022-01-28.
- ↑ Sharma, Manorma (2006). Tradition of Hindustani Music. APH Publishing House. pp. 119–120. ISBN 9788176489997. Retrieved 12 October 2017.
- ↑ Saleheen, Mesbah-us- (6 February 2015). "A singer with a transparent voice". The daily oberver. Archived from the original on 10 October 2017. Retrieved 10 October 2017.
- ↑ Express, The Financial. "Sandhya Mukherjee hospitalised with Covid". The Financial Express (in ଇଂରାଜୀ). Retrieved 2022-01-28.
- ↑ "Meet Sandhya Mukherjee, the 90-year-old Bengali music legend who turned down Padma Shri". The Indian Express (in ଇଂରାଜୀ). 2022-01-27. Retrieved 2022-01-28.
- ↑ "Iconic Bengali Singer Sandhya Mukherjee Dies At 90". www.ndtv.com. NDTV. Archived from the original on 16 February 2022. Retrieved 16 February 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସନ୍ଧ୍ୟା ମୁଖାର୍ଜୀ