ସ୍ୱେଦାଧିକ୍ୟ

ଉଇକିପିଡ଼ିଆ‌ରୁ
Hyperhidrosis
Polyhidrosis, sudorrhea, excessive perspiration
ବିଭାଗDermatology
ଲକ୍ଷଣExcessive sweating[୧]
ଅବଧିOften long-term[୧]
କାରଣUnknown, brain tumor, stroke, after encephalitis, heart failure, Raynaud syndrome, diabetes, pheochromocytoma, obesity, alcohol, cocaine, opioid withdrawal, SSRIs[୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, examination[୨]
ଚିକିତ୍ସାPrimary: Aluminum chloride, glycopyrronium, formaldehyde, botox, anticholinergic or beta blocker tablets, iontophoresis, surgery[୧]
Secondary: Addressing the underlying cause[୧]
PrognosisNot life threatening but often persistant[୩]
ପୁନଃପୌନିକ3% (USA)[୩]

ସ୍ୱେଦାଧିକ୍ୟ (ଇଂରାଜୀ ଭାଷାରେ Hyperhidrosis) ଅବସ୍ଥାରେ ଦେହର ଉତ୍ତାପ ନିୟନ୍ତ୍ରଣ ନିମନ୍ତେ ଆବଶ୍ୟକତାଠାରୁ ଅଧିକ ସ୍ୱେଦ ନିର୍ଗମ ହୁଏ । [୧] ସାଧାରଣତଃ ପ୍ରଭାବିତ ଅଞ୍ଚଳ ହେଉଛି କାଖ, ହାତ, ପାଦ ଏବଂ ମୁହଁ | [୩] ଏହା ହୁଏତ ସାମାଜିକ ଲଜ୍ଜା ଯୋଗୁ ହୋଇପାରେ ଯାହା ଯୋଗୁ ଦିନକୁ ଏକାଧିକ ଥର ପୋଷାକ ବଦଳାଇବା ଆବଶ୍ୟକ ହୁଏ ଏବଂ ଜୀବନ‌ ପ୍ରଣାଳୀ ହ୍ରାସ ହୋଇପାରେ | [୨]

ଏହା ଏକ ଅଜ୍ଞାତ କାରଣରୁ (ପ୍ରାଥମିକ) କିମ୍ବା ଅନ୍ୟ ଏକ ସ୍ୱାସ୍ଥ୍ୟ ସମସ୍ୟା (ସେକେଣ୍ଡାରୀ) କାରଣରୁ ହୋଇପାରେ | [୧] ପ୍ରାଥମିକ କାରଣରେ ପ୍ରାୟ ପରିବାରରେ ବଂଶାନୁକ୍ରମରେ ଚାଲିଥାଏ | [୨] ଦ୍ୱିତୀୟ କାରଣ ମଧ୍ୟରେ ସ୍ନାୟୁ ଜନିତ (ମସ୍ତିଷ୍କ ଅର୍ବୁଦ, ଷ୍ଟ୍ରୋକ, ଏନସେଫାଲାଇଟିସ ପରେ) ହୃତ୍‌ପିଣ୍ଡ ଜନିତ(ହୃଦ୍‌ପାତ, ରେନ‌ଡ ସିଣ୍ଡ୍ରୋମ ), ଚୟାପଚୟ ବା ମେଟାବୋଲିଜ୍ମ (ମଧୁମେହ, ଅଧିକ ଥାଇରଏଡ , ଫିଓକ୍ରୋମୋସାଇଟୋମା, ମେଦ ବ‌ହୁଳତା), ଏବଂ ନିଶାଦ୍ରବ୍ୟ (ସୁରାସାର, କୋକେନ, ଅଫିମ ପ୍ରତ୍ୟାହାର ଓ ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ) ହୋଇପାରେ । [୧] [୨] ଅନ୍ତସ୍ରାବୀ ଗ୍ରନ୍ଥି ଅକ୍ଷମତା ଯୋଗୁ ଏହା ହୁଏ । [୨] ରୋଗ ନିର୍ଣ୍ଣୟ ସାଧାରଣତ ଲକ୍ଷଣ ଏବଂ ପରୀକ୍ଷା ଉପରେ ଆଧାରିତ ହୁଏ | [୨]

ପ୍ରାଥମିକ ରୋଗର ପ୍ରାରମ୍ଭିକ ଚିକିତ୍ସାରେ ସ୍ୱେଦ ନିର୍ଗମ ହେଉଥିବା ସ୍ଥାନରେ ଆଲୁମିନିୟନ କ୍ଲୋରାଇଡ ଲଗାଯାଏ । [୧] ଅଧିକ ଗୁରୁତର ରୋଗରେ ଗ୍ଲାଇକୋପାଇରୋନିଅମ, ଫର୍ମାଲଡିହାଇଡ ବା ବୋଟୋକ୍ସ ଦିଆଯାଏ । [୧] ଅନ୍ୟ ବିକଳ୍ପଗୁଡ଼ିକରେ ଆଣ୍ଟିକଲିନର୍ଜିକ ବା ବିଟାବ୍ଲକର ବଟିକା, ଅୟୋଣ୍ଟୋଫୋରେସିସ, ମାଇକ୍ରୋୱେଭ ଥେରାପି ବା ଅସ୍ତ୍ରୋପଚାର କରାଯାଇପାରେ | [୧] ସେକେଣ୍ଡାରୀ ମାମଲାଗୁଡ଼ିକରେ ମୂଳ କାରଣକୁ ସମାଧାନ କରାଯାଏ | [୧]

ଯୁକ୍ତରାଷ୍ଟ୍ରରେ ପ୍ରାୟ ୩% ଲୋକ ଏହି ରୋଗରେ ପ୍ରଭାବିତ ହୁଅନ୍ତି । [୩] ପ୍ରାଥମିକ ମାମଲାରେ ୯୦% ଏବଂ ସେକେଣ୍ଡାରୀ ମାମଲାରେ ୧୦%ରୁ କମ୍ ରୋଗୀ ଥାଆନ୍ତି । [୧] ପ୍ରାଥମିକ ୧୦ରୁ ୨୦ ବର୍ଷ ମଧ୍ୟରେ ଆରମ୍ଭ ହୁଏ | [୨] ପୁରୁଷ ଏବଂ ମହିଳା ସମ ଭାବରେ ପ୍ରଭାବିତ ହୁଅନ୍ତି | [୧] ପ୍ରଭାବଶାଳୀ ଚିକିତ୍ସା ଉପଲବ୍ଧ ହେବା ସତ୍ତ୍ୱେ ଦୁଇ ତୃତୀୟାଂଶ ଲୋକ ସାହାଯ୍ୟ ଲୋଡ଼ନ୍ତି ନାହିଁ। [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Ferri, Fred F. (2020-06-10). Ferri's Clinical Advisor 2021 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 721. ISBN 978-0-323-71334-4.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Vary JC Jr (November 2015). "Selected Disorders of Skin Appendages-Acne, Alopecia, Hyperhidrosis". The Medical Clinics of North America. 99 (6): 1195–1211. doi:10.1016/j.mcna.2015.07.003. PMID 26476248.
  3. ୩.୦ ୩.୧ ୩.୨ ୩.୩ Brackenrich, J; Fagg, C (January 2021). "Hyperhidrosis". PMID 29083676. {{cite journal}}: Cite journal requires |journal= (help)