ମାଇଟ୍ରାଲ ସ୍ଟେନୋସିସ

ଉଇକିପିଡ଼ିଆ‌ରୁ
Mitral stenosis
Video explanation of mitral valve diseases
ବିଭାଗCardiology
ଲକ୍ଷଣShortness of breath, palpitations, chest pain, coughing up blood, swelling[୧]
ଆକ୍ରାନ୍ତ ସମୟGradual[୧]
କାରଣRheumatic heart disease, calcification of the mitral valve leaflets, congenital heart disease, carcinoid syndrome, lupus, Fabry disease[୧]
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on a diastolic murmur, confirmed by ultrasound of the heart[୧]
ସଠିକ ରୋଗ ନିର୍ଣ୍ଣୟLeft atrial myxoma[୧]
ପ୍ରତିକାରTreatment of strep throat[୧]
ଚିକିତ୍ସାMedications, percutaneous mitral valvuloplasty, mitral valve replacement[୧]
ପୁନଃପୌନିକRelatively common[୧]

ମାଇଟ୍ରାଲ ସ୍ଟେନୋସିସ (Mitral stenosis) ରୋଗ ହୃତ୍‌ପିଣ୍ଡରେ ହୁଏ ଓ ଏଥିରେ ମାଇଟ୍ରାଲ ଭଲ୍‌ଭ ସଂକୀର୍ଣ୍ଣ ହୋଇଯାଏ | [୧] ଏହାର ଆରମ୍ଭ ସାଧାରଣତଃ ଧୀରେ ଧୀରେ ହୋଇଥାଏ | ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛୋଟ ଛୋଟ ନିଶ୍ୱାସ ପ୍ରଶ୍ୱାସ, ବିଶେଷତଃ ରାତିରେ କିମ୍ବା ଶୋଇବା ସମୟରେ ହୁଏ | ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଦୃତ ହୃଦ୍‌ଗତି, ଥକ୍କାପଣ, ଛାତି ଯନ୍ତ୍ରଣା, କାଶ ହୋଇ ରକ୍ତ ପଡ଼ିବା ଏବଂ ଫୁଲା ଅନ୍ତର୍ଭୁକ୍ତ ହୋଇପାରେ | ଜଟିଳତା ମଧ୍ୟରେ ଫୁସଫୁସ ଉଚ୍ଚ ରକ୍ତଚାପ, ଆଟ୍ରିଆଲ୍ ଫିବ୍ରିଲେସନ୍ ଏବଂ ହୃଦଘାତ ଅନ୍ତର୍ଭୁକ୍ତ ହୋଇପାରେ |

ଏହା ସାଧାରଣଃ ରିମାଟିକ୍ ହୃଦ୍ ରୋଗ (rheumatic heart disease)/ (RHD) ଯୋଗୁ ହୁଏ | [୧] ଅନ୍ୟାନ୍ୟ କାରଣଗୁଡ଼ିକ ମଧ୍ୟରେ ମିତ୍ରାଲ୍ ଭାଲ୍‌ଭ କ୍ୟାଲସିଫିକେସନ, ଜନ୍ମଗତ ହୃଦ୍ ରୋଗ, କାର୍ସିନଏଡ୍ ସିଣ୍ଡ୍ରୋମ, ଲୁପସ୍ ଏବଂ ଫାବ୍ରି ରୋଗ ଅନ୍ତର୍ଭୁକ୍ତ | ସାଧାରଣତଃ ମାଇଟ୍ରାଲ ଭଲ୍‌ଭର ରନ୍ଧ୍ର ପ୍ରାୟ ୫ ସେମି | ଦୁଇ ୨ ସେମିରୁ କମ୍ ଆକାର ଥିବା ଭଲଭ୍ ମାଧ୍ୟମରେ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୁଏ | ଡାଇଷ୍ଟୋଲିକ୍ ମର୍‌ମର୍ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ ଏବଂ ହୃତ୍‌ପିଣ୍ଡର ଅଲଟ୍ରାସାଉଣ୍ଡଦ୍ୱାରା ନିଶ୍ଚିତ କରାଯାଇପାରେ |

ଏହି ରୋଗର ପ୍ରତିଷେଧ ନିମନ୍ତେ ଷ୍ଟ୍ରେପ୍ ଗଳା ଥିବା ଲୋକଙ୍କୁ ଆଣ୍ଟିବାୟୋଟିକ୍ ସହିତ ଚିକିତ୍ସା କରାଯାଏ | [୧] ଅନ୍ୟାନ୍ୟ ଚିକିତ୍ସା ମଧ୍ୟରେ ଔଷଧ, ପର୍କ୍ୟୁଟାନିଅସ୍ ମାଇଟ୍ରାଲ୍ ଭାଲ୍ଭୁଲୋପ୍ଲାଷ୍ଟି କିମ୍ବା ମିତ୍ରାଲ୍ ଭଲଭ୍ ରିପ୍ଲେସମେଣ୍ଟ ଅନ୍ତର୍ଭୁକ୍ତ ହୋଇପାରେ | ଔଷଧ ମଧ୍ୟରେ ଫୁରୋସେମାଇଡ୍, ବିଟା-ବ୍ଲକର୍ (beta-blockers), କିମ୍ବା କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର୍ ଅନ୍ତର୍ଭୁକ୍ତ ହୋଇପାରେ | ଅସ୍ତ୍ରୋପଚାର ଫଳାଫଳ ଉତ୍ତମ ହୁଏ |

ମିତ୍ରାଲ୍ ଷ୍ଟେନୋସିସ୍ ଏକ ଅପେକ୍ଷାକୃତ ସାଧାରଣ ରୋଗ ଅଟେ | [୧] ରିଉମାଟିଜ୍ମ ହେତୁ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ ଏବଂ ସାଧାରଣଃ ୩୦ରୁ ୪0 ଦଶକ ମଧ୍ୟରେ ଆରମ୍ଭ ହୁଏ | ଏହି ରୋଗୀର ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦର ବର୍ଣ୍ଣନା ଅତି କମରେ ୧୬୬୮ରେ ଜନ୍ ମାୟୋଙ୍କଦ୍ୱାରା କରାଯାଇଥିଲା | ୧୮୦୬ ମସିହାରେ ଜିନ-ନିକୋଲାସ କରଭିସାର୍ଟଙ୍କଦ୍ୱାରା ରୋଗର ଅବସ୍ଥା ପ୍ରଥମେ ବର୍ଣ୍ଣନା କରାଯାଇଥିଲା। [୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Shah, SN; Sharma, S (January 2020). "Mitral Stenosis". PMID 28613493. {{cite journal}}: Cite journal requires |journal= (help)
  2. Goldstein, Steven A.; Kronzon, Itzhak; Khandheria, Bijoy K.; Mor-Avi, Victor (2015). ASE’s Comprehensive Echocardiography E-Book (in ଇଂରାଜୀ). Elsevier Health Sciences. p. 453. ISBN 978-0-323-32734-3.