କାର୍ସିନଏଡ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
(Carcinoid syndromeରୁ ଲେଉଟି ଆସିଛି)
Carcinoid syndrome
Carcinoid apudoma,[୧] functioning argentaffinoma,[୧] Thorson-Bioerck syndrome[୨]
Video explanation
ବିଭାଗEndocrinology, oncology
ଲକ୍ଷଣFlushing, diarrhea, wheezing, tiredness[୩]
ଆକ୍ରାନ୍ତ ସମୟAround 55 to 60 years old[୩]
କାରଣNeuroendocrine tumors[୩]
ରୋଗ ନିର୍ଣ୍ଣୟ ପଦ୍ଧତି24 hour urine 5-HIAA followed by medical imaging to locate the tumor[୩]
ସଠିକ ରୋଗ ନିର୍ଣ୍ଣୟIrritable bowel syndrome, anaphylaxis, celiac disease, Ogilvie syndrome[୩]
ଚିକିତ୍ସାOctreotide, lanreotide, surgery, chemotherapy[୩]
ପୁନଃପୌନିକ5 per million per year[୩]

କାର୍ସିନଏଡ ସିଣ୍ଡ୍ରୋମ ହେଉଛି ଏକ ଲକ୍ଷଣର ଏକ ଗୋଷ୍ଠୀ ଯାହା ନିଉରୋଏଣ୍ଡୋକ୍ରାଇନ ଅର୍ବୁଦମାନଙ୍କରୁ ନିର୍ଗତ ପଦାର୍ଥର ଫଳ ସ୍ୱରୂପ ଘଟିଥାଏ | [୩] ଏହାର ଲକ୍ଷଣ: ମୁହଁ ଲାଲ ଦେଖାଯାଏ, ତରଳ ଝାଡ଼ା, ଶ୍ୱାସକ୍ରିୟା ସମୟରେ ସଁ ସଁ ଶବ୍ଦ ହେବା, ଯନ୍ତ୍ରଣା, ମାଂସପେଶୀ ନଷ୍ଟ ଏବଂ ଥକାପଣ ଅନ୍ତର୍ଭୁକ୍ତ କରିପାରେ | [୩] ରୋଗ ଜଟିଳ ହେଲେ ନିମ୍ନ ରକ୍ତଚାପ, ନିଆସିନ ଅଭାବ ଏବଂ କପାଟିକା ହୃଦ୍‌ରୋଗରେ ସାଧାରଣତଃ ଟାଇକସପିଡ ଅଭାବ ହୋଇପାରେ । [୩]

ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର୍ ଥିବା ପ୍ରାୟ ୧୦% ଲୋକଙ୍କଠାରେ ଏହା ଦେଖାଯାଏ | [୩] ସାଧାରଣତଃ ଏଗୁଡ଼ିକ ହେଉଛି ଅର୍ବୁଦ ଯାହା ମଧ୍ୟ ଖାଦ୍ୟନଳୀରେ ଜଡ଼ିତ ହୋଇ ଯକୃତକୁ ବ୍ୟାପିଥାଏ | [୩] ଖାଦ୍ୟ, ମଦ୍ୟପାନ କିମ୍ବା ଚାପଦ୍ୱାରା ଏହି ରୋଗ ଟ୍ରିଗର ହୋଇପାରେ। [୩] ଏହାର କାର୍ଯ୍ୟବିଧିରେ ସେରୋଟୋନିନ, ହିଷ୍ଟାମିନ, ଟାକିକାଇନିନ, କାଲିକ୍ରେନ ଓ ପ୍ରାଷ୍ଟାଗ୍ଲାଣ୍ଡିନ ଭଳି ପଦାର୍ଥ ଜଡ଼ିତ ଥାଆନ୍ତି | [୩] ଏହାକୁ ପାରାନିଓପ୍ଲାଷ୍ଟିକ ସିଣ୍ଡ୍ରୋମ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। [୪] ରୋଗ ନିର୍ଣ୍ଣୟ ସାଧାରଣତଃ ୨୪ ଘଣ୍ଟା ପରିସ୍ରା ୫-ଏଚଆଇଏଏ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗଦ୍ୱାରା ହୋଇଥାଏ | [୩]

ଏହାର ଚିକିତ୍ସାରେ ଓକ୍ଟ୍ରିଓଟାଇଡ, ଲାନରିଓଟାଇଡ, ଅସ୍ତ୍ରୋପଚାର ଏବଂ କେମୋଥେରାପି ଦିଆଯାଏ ।[୩] କାର୍ସିନଏଡ ସିଣ୍ଡ୍ରୋମ ବିରଳ ଅଟେ । [୩] ବର୍ଷକୁ ପ୍ରାୟ ଏକ ନିୟୁତ ଲୋକରେ ୫ ଜଣ ପ୍ରଭାବିତ ହୁଅନ୍ତି। [୩] ପ୍ରାୟ ୫୫ରୁ ୬୦ ବର୍ଷ ବୟସରେ ଏହି ରୋଗ ହୁଏ ।[୩] ପୁରୁଷ ଏବଂ ମହିଳା ପ୍ରାୟ ସମାନ ଭାବରେ ପ୍ରଭାବିତ ହୁଅନ୍ତି | [୩] ୧୯୫୩ ମସିହାରେ ପ୍ରଥମେ ଏହି ରୋଗର ବର୍ଣ୍ଣନା କରାଯାଇଥିଲା [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Carcinoid Syndrome". NORD (National Organization for Rare Disorders). Retrieved 8 May 2019.
  2. Cote, Etienne (2010). Clinical Veterinary Advisor - E-Book: An Excerpt from Clinical Veterinary Advisor 2e - Reprint (in ଇଂରାଜୀ). Elsevier Health Sciences. p. 1732. ISBN 9780323068765.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ ୩.୧୮ ୩.୧୯ Pandit, S; Annamaraju, P; Bhusal, K (January 2020). "Carcinoid Syndrome". PMID 28846309. {{cite journal}}: Cite journal requires |journal= (help)
  4. Shields, Thomas W.; LoCicero, Joseph; Reed, Carolyn E.; Feins, Richard H. (2009). General Thoracic Surgery (in ଇଂରାଜୀ). Lippincott Williams & Wilkins. p. 1540. ISBN 978-0-7817-7982-1.
  5. Norton, Jeffrey; Bollinger, R. Randall; Chang, Alfred E.; Lowry, Stephen F. (2012). Surgery: Basic Science and Clinical Evidence (in ଇଂରାଜୀ). Springer. p. 852. ISBN 978-3-642-57282-1.