ଚିନ୍ତାମଣି ଜେନା (ରାଜନୀତିଜ୍ଞ)
ଚିନ୍ତାମଣି ଜେନା | |
---|---|
ବିଧାୟକ: ୪ର୍ଥ, ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୭ | |
ପୂର୍ବ ଅଧିକାରୀ | ମହେଶ୍ୱର ବାଗ |
ପର ଅଧିକାରୀ | ମହେଶ୍ୱର ବାଗ |
ନିର୍ବାଚନ ମଣ୍ଡଳୀ | ବସ୍ତା |
ବିଧାୟକ: ୭ମ ଓ ୮ମ ଲୋକ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୯ | |
ପୂର୍ବ ଅଧିକାରୀ | ସମରେନ୍ଦ୍ର କୁଣ୍ଡୁ |
ପର ଅଧିକାରୀ | ସମରେନ୍ଦ୍ର କୁଣ୍ଡୁ |
ନିର୍ବାଚନ ମଣ୍ଡଳୀ | ବସ୍ତା |
ଉପ-ବାଚସ୍ପତି: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୯ ମାର୍ଚ୍ଚ ୧୯୭୪ – ୩୦ ଅପ୍ରେଲ ୧୯୭୭ | |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୧୪ ମଇ ୨୦୦୮ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
ଜୀବନ ସାଥୀ | ବିନ୍ଦୁବାସିନୀ ଜେନା |
ସନ୍ତାନ | ୨ ପୁଅ, ୨ ଝିଅ |
ବାପା/ବୋଉ | ଭଗବାନ ଚରଣ ଜେନା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଚିନ୍ତାମଣି ଜେନା (୧୯୨୯ - ୨୦୦୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଭାରତୀୟ ସଂସଦର ତଳ ସଦନ ଲୋକ ସଭା ଏବଂ ଓଡ଼ିଶା ବିଧାନ ସଭାରେ ସେ ଜଣେ ସାଂସଦ ଓ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୬୭, ୧୯୭୧, ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ, ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ଏବଂ ୧୯୮୦ ଓ ୧୯୮୪ ମସିହାର ଭାରତୀୟ ସାଧାରଣ ନିର୍ବାଚନରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୮ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ଚିନ୍ତାମଣି ଜେନା ୧୯୨୯ ମସିହାରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭଗବାନ ଚରଣ ଜେନା । ଚିନ୍ତାମଣିଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ରୁ କମ୍ । ତାଙ୍କ ପତ୍ନୀଙ୍କ ନାମ ବିନ୍ଦୁବାସିନୀ ଜେନା । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅଙ୍କ ସମେତ ସମୁଦାୟ ସନ୍ତାନ ସଂଖ୍ୟା ୪ ।
ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ
[ସମ୍ପାଦନା]ଚିନ୍ତାମଣି ଛାତ୍ର ଜୀବନରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେ ଜଣେ ଗୁପ୍ତ କାର୍ଯ୍ୟକର୍ତ୍ତା ଭାବରେ ସକ୍ରିୟ ଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]ଚିନ୍ତାମଣି ୧୯୫୦ ମସିହାରେ ନାଏବ-ସରପଞ୍ଚ ଭାବରେ ପ୍ରଥମେ ମନୋନୀତ ହୋଇଥିଲେ । ପରେ ୧୯୬୨ ମସିହାରେ ବସ୍ତା ପଞ୍ଚାୟତ ସମିତିର ଅଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ୧୯୬୭ ମସିହାଯାଏଁ ସେ କାର୍ଯ୍ୟ କରିଥିଲେ । ସେ ଅଧକ୍ଷ ଥିବା ସମୟରେ ୧୯୬୪ ମସିହାରେ ବସ୍ତା ପଞ୍ଚାୟତ ସମିତିକୁ ଶ୍ରେଷ୍ଠ ପଞ୍ଚାୟତ ସମିତି ପୁରସ୍କାର ମିଳିଥିଲା ।
୧୯୬୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଚିନ୍ତାମଣି ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ପୁଣିଥରେ ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସେ ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସେ ଓଡ଼ିଶା ବିଧାନ ସଭାରେ ଜଣେ ଉପ-ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ । ୨୯ ମାର୍ଚ୍ଚ ୧୯୭୪ରୁ ସେ ୩୦ ଅପ୍ରେଲ ୧୯୭୭ ଯାଏଁ ସେ ଉପ-ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।
୧୯୮୦ ଭାରତୀୟ ସାଧାରଣ ନିର୍ବାଚନରେ ଚିନ୍ତାମଣି ଭାରତୀୟ ଜାତୀୟ କଂଗ୍ରେସ (ଇ)ର ପ୍ରାର୍ଥୀ ଭାବରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୭ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ଲୋକ ସଭାରେ ସେ ୧୯୮୦ ମସିହାରୁ ୧୯୮୪ ମସିହାଯାଏଁ କାର୍ଯ୍ୟ କରିଥିଲେ । ଏହାପରେ ୧୯୮୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁଣିଥରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୮ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୮୪ ମସିହାରୁ ୧୯୮୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]ଚିନ୍ତାମଣି ୨୦୦୮ ମସିହାର ମଇ ମାସ ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "Late Chintamani Jena". odishaassembly.nic.in. Odisha Assembly. Retrieved 17 June 2019.