ଚିନ୍ତାମଣି ଜେନା (ରାଜନୀତିଜ୍ଞ)

ଉଇକିପିଡ଼ିଆ‌ରୁ
(Chintamani Jena (Politician)ରୁ ଲେଉଟି ଆସିଛି)
ଚିନ୍ତାମଣି ଜେନା
ବିଧାୟକ: ୪ର୍ଥ, ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୭
ପୂର୍ବ ଅଧିକାରୀମହେଶ୍ୱର ବାଗ
ପର ଅଧିକାରୀମହେଶ୍ୱର ବାଗ
ନିର୍ବାଚନ ମଣ୍ଡଳୀବସ୍ତା
ବିଧାୟକ: ୭ମ୮ମ ଲୋକ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୯
ପୂର୍ବ ଅଧିକାରୀସମରେନ୍ଦ୍ର କୁଣ୍ଡୁ
ପର ଅଧିକାରୀସମରେନ୍ଦ୍ର କୁଣ୍ଡୁ
ନିର୍ବାଚନ ମଣ୍ଡଳୀବସ୍ତା
ଉପ-ବାଚସ୍ପତି: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୯ ମାର୍ଚ୍ଚ ୧୯୭୪ – ୩୦ ଅପ୍ରେଲ ୧୯୭୭
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୪ ମଇ ୨୦୦୮
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀବିନ୍ଦୁବାସିନୀ ଜେନା
ସନ୍ତାନ୨ ପୁଅ, ୨ ଝିଅ
ବାପା/ବୋଉଭଗବାନ ଚରଣ ଜେନା (ବାପା)
ବୃତ୍ତିରାଜନୀତିଜ୍ଞ

ଚିନ୍ତାମଣି ଜେନା (୧୯୨୯ - ୨୦୦୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଭାରତୀୟ ସଂସଦର ତଳ ସଦନ ଲୋକ ସଭା ଏବଂ ଓଡ଼ିଶା ବିଧାନ ସଭାରେ ସେ ଜଣେ ସାଂସଦ ଓ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୬୭, ୧୯୭୧, ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ, ୫ମ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ଏବଂ ୧୯୮୦ ଓ ୧୯୮୪ ମସିହାର ଭାରତୀୟ ସାଧାରଣ ନିର୍ବାଚନରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୮ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଚିନ୍ତାମଣି ଜେନା ୧୯୨୯ ମସିହାରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭଗବାନ ଚରଣ ଜେନା । ଚିନ୍ତାମଣିଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍‌ରୁ କମ୍ । ତାଙ୍କ ପତ୍ନୀଙ୍କ ନାମ ବିନ୍ଦୁବାସିନୀ ଜେନା । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅଙ୍କ ସମେତ ସମୁଦାୟ ସନ୍ତାନ ସଂଖ୍ୟା ୪ ।

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ[ସମ୍ପାଦନା]

ଚିନ୍ତାମଣି ଛାତ୍ର ଜୀବନରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେ ଜଣେ ଗୁପ୍ତ କାର୍ଯ୍ୟକର୍ତ୍ତା ଭାବରେ ସକ୍ରିୟ ଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ଚିନ୍ତାମଣି ୧୯୫୦ ମସିହାରେ ନାଏବ-ସରପଞ୍ଚ ଭାବରେ ପ୍ରଥମେ ମନୋନୀତ ହୋଇଥିଲେ । ପରେ ୧୯୬୨ ମସିହାରେ ବସ୍ତା ପଞ୍ଚାୟତ ସମିତିର ଅଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ୧୯୬୭ ମସିହାଯାଏଁ ସେ କାର୍ଯ୍ୟ କରିଥିଲେ । ସେ ଅଧକ୍ଷ ଥିବା ସମୟରେ ୧୯୬୪ ମସିହାରେ ବସ୍ତା ପଞ୍ଚାୟତ ସମିତିକୁ ଶ୍ରେଷ୍ଠ ପଞ୍ଚାୟତ ସମିତି ପୁରସ୍କାର ମିଳିଥିଲା ।

୧୯୬୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଚିନ୍ତାମଣି ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ପୁଣିଥରେ ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସେ ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସେ ଓଡ଼ିଶା ବିଧାନ ସଭାରେ ଜଣେ ଉପ-ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ । ୨୯ ମାର୍ଚ୍ଚ ୧୯୭୪ରୁ ସେ ୩୦ ଅପ୍ରେଲ ୧୯୭୭ ଯାଏଁ ସେ ଉପ-ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।

୧୯୮୦ ଭାରତୀୟ ସାଧାରଣ ନିର୍ବାଚନରେ ଚିନ୍ତାମଣି ଭାରତୀୟ ଜାତୀୟ କଂଗ୍ରେସ (ଇ)ର ପ୍ରାର୍ଥୀ ଭାବରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୭ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ଲୋକ ସଭାରେ ସେ ୧୯୮୦ ମସିହାରୁ ୧୯୮୪ ମସିହାଯାଏଁ କାର୍ଯ୍ୟ କରିଥିଲେ । ଏହାପରେ ୧୯୮୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁଣିଥରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୮ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୮୪ ମସିହାରୁ ୧୯୮୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ଚିନ୍ତାମଣି ୨୦୦୮ ମସିହାର ମଇ ମାସ ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "Late Chintamani Jena". odishaassembly.nic.in. Odisha Assembly. Retrieved 17 June 2019.