ମେଥି

ଉଇକିପିଡ଼ିଆ ରୁ
ମେଥି/ମେଥୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
(unranked): Angiosperms
(unranked): Eudicots
(unranked): Rosids
ଗଣ: Fabales
କୁଳ: Fabaceae
ପ୍ରଜାତି: Trigonella
ଜାତି: T. foenum-graecum
ବାଇନୋମିଆଲ ନାଆଁ
Trigonella foenum-graecum
L.[୧]

ମେଥି (Trigonella foenum-graecum) ଏକ ତୃଣ ଜାତୀୟ ଉଦ୍ଭିଦ। ଅତି ବେଶୀରେ ଏହା ଏକ ଫୁଟ ପର୍ଯ୍ୟନ୍ତ ବଢିଥାଏ। ଏହାର ପତ୍ରକୁ ଶାଗ କରି ଖାଇଥାନ୍ତି। ଏହା ଖୁବ୍ ରୁଚିକର। ଭାରତୀୟ ଖାଦ୍ୟଦ୍ରବ୍ୟରେ ଏହାକୁ ମସଲା ରୂପେ ବ୍ୟବହାର କରାଯାଇଥାଏ।

ବିବିଧ ଭାଷାରେ ନାମ[ସମ୍ପାଦନା]

ଭାଷା ନାମ
ଓଡ଼ିଆ ମେଥି, ମେଥୀ
ସଂସ୍କୃତ ମେଥୀକା, ମେଥିନୀ, ବୋଧନୀ, ବହୁ ପତ୍ରିକା, ଦୀପନୀ, ପୀତବୀଜା, ଗନ୍ଧବୀଜା, ମନ୍ଥା, କୁଞ୍ଚିକା, ବହୁପର୍ଣ୍ଣୀ, କୈରବୀ, ମିଶ୍ରପୁଷ୍ପା, ଚନ୍ଦ୍ରିକା, ଗନ୍ଧଫଳା, ବଲ୍ଲରୀ
ହିନ୍ଦୀ ମେଥି मेथि
କନ୍ନଡ଼ ମେନଫିଆ ಮೇನಫಿಯಾ
ଗୁଜରାଟୀ ମେଥି મેિથ
ତାମିଲ ୱେନ୍ଦାୟମ வேந்தாயம
ତେଲୁଗୁ ମେଣ୍ଟିକୋରା, ମେଣ୍ଟେଲୁ మేన్టికోరా
ପଞ୍ଜାବୀ ମେଥି
ସିନ୍ଧି ମେଥି
ଉର୍ଦ୍ଦୁ ମେଥି
ବଙ୍ଗଳା ମେଥା েমখা
ମରାଠି ମେଥି मेथि
ମାଲୟାଲମ ବେନିଦୟାମ വേനിദയാമ
ବର୍ମିଜ ପେନାନଟାଜି
ଇଂରାଜୀ Fenugreek
ଫ୍ରେଞ୍ଚ Graine Joyeuse
ଜର୍ମାନ Bockshom
ପର୍ସିୟାନ ଶାମଲିଦ
ସିଂହଳି ଉଲୁହାଲ

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

କଟୁ ମିଶ୍ରିତ ତିକ୍ତରସ, ପାଚକ, ଉଷ୍ଣବୀର୍ଯ୍ୟ। ମାତ୍ରା ଚାରିଅଣାରୁ ଏକ ଭରି ପର୍ଯ୍ୟନ୍ତ।

ଉତ୍ପାଦନ[ସମ୍ପାଦନା]

ମୁଖ୍ୟ ମେଥି ଉତ୍ପାଦନକାରୀ ଦେଖ ମାନେ ହେଲେ: ନେପାଳ, ଭାରତ, ପାକିସ୍ଥାନ, ବଙ୍ଗଳାଦେଶ, ଆର୍ଜେଣ୍ଟିନା, ଇଜିପ୍ଟ, ଫ୍ରାନ୍ସ, ସ୍ପେନ, ତୁର୍କୀ, ମୋରୋକୋଚୀନ । ମେଥି ଉତ୍ପାଦନରେ ଭାରତ ହେଉଛି ବିଶ୍ୱରେ ପ୍ରଥମ । ଏହା ଭାରତର ରାଜସ୍ଥାନ, ଗୁଜରାଟ, ଉତ୍ତରାଞ୍ଚଳ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ହରିୟାଣାପଞ୍ଜାବ । ଏମାନଙ୍କର ଭିତରେ ରାଜସ୍ଥାନରେ ସବୁଠାରୁ ବେଶି, ପାଖାପାଖି ଦେଶର ମୋଟ ଉତ୍ପାଦନର ଶତକଡ଼ା ୮୦ ଭାଗ ମେଥି ଉତ୍ପାଦିତ ହୋଇଥାଏ । ମେଥିପତ୍ରକୁ ଶୁଖାଇ ପ୍ରସ୍ତୁତ କରା ଯାଉଥିବା କସୁରି ମେଥି ଏହାର କ୍ଷୁଧା ଉଦ୍ଦିପକ ସୁଗନ୍ଧ ପାଇଁ ଲୋକପ୍ରିୟ । ଏହା କସୁର, ପାକିସ୍ଥାନରୁ ଆସିଥାଏ, ଯାହା ଭାରତପାକିସ୍ଥାନ ଅନ୍ତର୍ଗତ ପଞ୍ଜାବ ଅଞ୍ଚଳର ସତଲେଜ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷ କରା ଯାଇଥାଏ । (sources: T. Jilani PhD, Arizona, DASD 2007)[୨][୩]

ବ୍ୟବହାର[ସମ୍ପାଦନା]

ରୋଷଘରେ[ସମ୍ପାଦନା]

ରୋଷେଇରେ ମେଥିକୁ ମୁଖ୍ୟତଃ ତିନି ପ୍ରକାରରେ ପ୍ରୟୋଗ କରାଯାଏ : ଜଡ଼ିବୁଟି (ଶୁଖିଲା ପତ୍ର ବା ସଜ ପତ୍ର) ଭାବରେ, ମସଲା (ମଞ୍ଜି) ଭାବରେ ଆଉ ପରିବା/ଶାଗ (ସଜ ପତ୍ର, ଗଜା ମେଥି) ଭାବରେ।

ଏହା ଏକ ପ୍ରସିଦ୍ଧ ଓ ଲୋକପ୍ରିୟ ଭାରତୀୟ ମସଲା ଯାହା ଆୟତାକାର ଓ ଦେଖିବାକୁ ହଳଦିଆ । ଆଚାର, ତରକାରି, ଭଜା ଇତ୍ୟାଦି ପ୍ରସ୍ତୁତିରେ ଏହାର ବହୁଳ ବ୍ୟବହାର ହୋଇଥାଏ । ପଞ୍ଚୁ ଫୁଟଣସମ୍ବର ମସଲାର ଏହାର ଏକ ଭାଗ ରହିଥାଏ । ଏହାର ପିତା ଅଂଶକୁ କମ୍ କରିବାପାଇଁ ଏହାକୁ ଭାଜି ଦିଆଯାଏ ।[୪]

ଶୁଖିଲା ମେଥିପତ୍ର, ଯାହାକୁ ‘‘କସୁରି ମେଥି’’ କୁହାଯାଏ, ତାହା ଡାଲି ଓ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତିରେ ଉପଯୋଗ ହୋଇଥାଏ । ଏହା ଇଷତ୍ ତିକ୍ତ ହେଲେ ବି ଏହାର ବାସ୍ନା ଖାଦ୍ୟଦ୍ରବ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ ।

ଭାରତୀୟ ରୋଷେଇରେ ଗଜାମେଥିର ପ୍ରୟୋଗ ହୋଇଥାଏ। ନଡ଼ିଆଲେମ୍ବୁ ସହିତ ଏହାର ସାଲାଡ଼ ଖୁବ୍ ସ୍ୱାଦିଷ୍ଠ। ମହାରାଷ୍ଟ୍ରରେ ମୁମ୍ବାଇର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ଚାଷ ହେଉଥିବାରୁ ଏହାକୁ ସମୁଦ୍ର ମେଥି ବୋଲି ମଧ୍ୟ କୁହାଯାଏ ।[୫].

ମେଥିକୁ ଇରିଟ୍ରିଆଇଥିଓପିଆରେ ମଧ୍ୟ ବ୍ୟଞ୍ଜନ ରୂପେ ବ୍ୟବହାର କରାଯାଏ। [୬] ସେମାନଙ୍କ ଭାଷାରେ ସେମାନେ ଏହାକୁ ଆବେଶ ବା ଆବିଶ କହିଥାନ୍ତି, ଓ ଏହାକୁ ଡାଇବେଟିସ୍ ରୋଗ ନିବାରଣ ପାଇଁ ଏହାର ପ୍ରୟୋଗ କରିଥାନ୍ତି ।[୬]

ୟେମେନର ଜୀଉ ମାନେ ମଧ୍ୟ ମେଥିକୁ ଫେଣଯୁକ୍ତ ସସ୍​ ବା ହିଲ୍​ବା Hilba (חילבה) ଭାବରେ ବ୍ୟବହାର କରିଥାନ୍ତି । ଏହାକୁ ସେମାନେ ପ୍ରତିଦିନ ଖାଇବା ସହିତ ରୋଶ ହସାନା ବା ଜୀଉ ନବବର୍ଷର ପ୍ରଥମ ଓ ଦ୍ୱିତୀୟ ରାତ୍ରୀର ଭୋଜନରେ ଅବଶ୍ୟ ସେବନ କରିଥାନ୍ତି ।

ଔଷଧିୟ ବ୍ୟବହାର[ସମ୍ପାଦନା]

ଏହାର ସର୍ବାଙ୍କ ଔଷଧ ରୂପେ ପ୍ରୟୋଗ କରାଯାଏ। ଏହା ଛଡ଼ା ଏହାକୁ ଶାଗ ଓ ମସଲା ରୂପେ ମଧ୍ୟ ବ୍ୟବହାର କରାଯାଏ।

  • ସ୍ତ୍ରୀ ମାନଙ୍କର ଜରାୟୁ ଦୋଷ, ଯୋନିଦୋଷ, ବାତ ଦୋଷ ଆଦିରେ ଜଳ ସହିତ ମେଥିକୁ ବାଟି ସେବନ କରାଯାଏ।
  • ଜ୍ୱର ପରେ ହେଉଥିବା ତୁଣ୍ଡ ଅରୁଚି ଦୂର କରିବା ପାଇଁ ପୁରୁଣା ତେନ୍ତୁଳି, ମିଶ୍ରି ଓ ଅଳ୍ପ ଲୁଣ ସହିତ ମେଥିକୁ ବାଟି ସେବନ କରାଯାଏ।
  • ଭଜା ମେଥି ଗୁଣ୍ଡା ସହିତ ମିଶ୍ରି ମିଶାଇ ଖାଇଲେ ସ୍ତ୍ରୀ ମାନଙ୍କ ଶରୀରରୁ ସବୁ ରୋଗ ଦୂର ହୁଏ। କୁମାରୀ ମାନେ ରଜୋବତୀ ହୁଅନ୍ତି।
  • ଅଗ୍ନିମାନ୍ଦ୍ୟ, ଅଜୀର୍ଣ୍ଣ ଓ ବାୟୁ ଆଦିରେ ଜୀରା, ଜୁଆଣି ଓ ମେଥି ଏଇ ତିନି ଦ୍ରବ୍ୟକୁ ଚୁରି ଉଷ୍ଣ ଜଳ ସହିତ ସେବନ କରାଯାଏ।
  • ଅନ୍ତଃବାତରେ ମେଥିକୁ ବଚ ସହିତ ପ୍ରୟୋଗ କରାଯାଏ।
  • ପୁରୁଷ ଓ ସ୍ତ୍ରୀଙ୍କର ପ୍ରଜନନ ଓ ମୈଥୁନ ଶକ୍ତି ବଢାଇବାପାଇଁ ଭଜାମେଥି ଚୂର୍ଣ୍ଣ ସହିତ କଞ୍ଚାଦୁଧ ପେୟ।
  • ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ ଏହା ଉପଯୋଗୀ। ଏହା ସ୍ତନରେ କ୍ଷୀର ବଢାଏ।

[୭]

  • ପ୍ରତିଦିନ ଗୋଟିଏ କପ୍ ମେଥିପତ୍ରରୁ ପ୍ରସ୍ତୁତ ଚା ପିଇଲେ ବାତ /ଆଣ୍ଠୁଗଣ୍ଠି ବାତ(arthritis)ରେ ଉପକାର ମିଳେ[୮]
  • ଜୁନ୍ ୨୦୧୧ରେ ଅଷ୍ଟ୍ରେଲିଆର ଇଣ୍ଟିଗ୍ରେଟିଭ କ୍ଲିନିକାଲ ଓ ମଲିକ୍ୟୁଲାର ମେଡିସିନ କେନ୍ଦ୍ର(Australian Centre for Integrative Clinical and Molecular Medicine)ର ଏକ ଗବେଷଣାରୁ ଜଣା ପଡ଼ିଛି ୨୫ରୁ ୫୨ ବର୍ଷ ବୟସ୍କ ମଣିଷ ଯଦି ଏହାର ଅର୍କକୁ ଦିନରେ ଦୁଇଥର ଛଅ ସପ୍ତାହଯାଏ ସେବନ କରେ ତେବେ ସେମାନଙ୍କର କାମୋତ୍ତେଜନା ୨୫ ଶତକଡା ବୃଦ୍ଧି ପାଇବ।[୯][୧୦]

ମେଥି ମଞ୍ଜି[ସମ୍ପାଦନା]

Dried fenugreek seed

ମେଥି ପଲିସାକାରାଇଡ polysaccharide ଓ ଗାଲାକ୍ଟୋମାନନ galactomannanର ପ୍ରମୁଖ ଉତ୍ସ। ଏହାଛଡା ଏଥିରେ ଡାୟୋସଜେନିନ୍ diosgenin, ୟାମୋଜେନିନ yamogenin, ଗିଟୋଜେନିନ (gitogenin), ଟିଟୋଜେନିନ (tigogenin), ଓ ନିଓଟୋଜେନିନ୍ ପରି ଅନେକ ପ୍ରକାରର ସାପୋନିନ୍ saponin ରହିଥାଏ। ଏହାର ଅନ୍ୟ କେତୋଟି ଜୈବିକ ଉପାଦାନ ହେଉଛି ମୁସିଲେଜ mucilage, ଉଦ୍​ବାୟୀ (ଯାହା ଉଡ଼ିଯାଏ) ତେଲ volatile oil, ଏବଂ କୋଲାଇନ୍ choline ଓ ଟ୍ରିଗୋନେଲାଇନ trigonelline ନାମକ ଆଲକାଲଏଡ୍ ବା କ୍ଷାର alkaloid

ପୁରାତନ ଚୀନି ଔଷଧରେ ମେଥିକୁ ହୁ ଲୁ ବା Hu Lu Ba (Traditional Chinese: 胡蘆巴, Simplified Chinese: 胡芦巴, Pinyin: hú lú bā) ନାମରେ ପ୍ରୟୋଗ କରାଯାଏ, ଯେଉଁଠି ଏହା ବୃକ୍​କ ପାଇଁ ହିତକାରକ ବୋଲି କୁହାଯାଏ। ଏହା ବୃକ୍​କକୁ ଉଷ୍ଣ କରେ ଓ ବଳଦିଏ। ହାର୍ଣ୍ଣିୟାରେ hernia ମଧ୍ୟ ଏହାକୁ କଞ୍ଚା ବା ଭାଜି ବ୍ୟବହାର କରାଯାଏ।

ଭାରତୀୟ ଔଷଧରୂପେ ଆଣ୍ଠୁଗଣ୍ଠି ବାତକୁ ଉପଶମପାଇଁ ୨ ରୁ ୩ ଗ୍ରାମ କଞ୍ଚା ମେଥିକୁ ସକାଳେ ଦାନ୍ତ ଘସିବା ଆଗରୁ, ଚା ବା କଫି ପିଇବା ଆଗରୁ ଉଷୁମ ପାଣି ସହିତ ସେବନ କରାଯାଏ। ଏହାକୁ ସିଧା ଢୋକି ଦେବାକୁ ହୋଇଥାଏ ଓ ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ।[ଆଧାର ଲୋଡ଼ା]

ପାରସ୍ୟ ରୋଷେଇରେ ମଧ୍ୟ ଏହାର ପ୍ରୟୋଗ ହୋଇଥାଏ। ଏହାକୁ شنبلیله (shanbalile) ସାନବାଲାଇଲ ବୋଲି କୁହାଯାଏ। ଆରବର ପୁରାତନ ଔଷଧି ଶାସ୍ତ୍ରରେ ଏହାକୁ حلبه (Helba or Hulba) ହେଲ୍​ବା ବା ହୁଲବା ବୋଲି କୁହାଯାଏ। ମଧ୍ୟ ପ୍ରାଚ୍ୟରେ ବୃକ୍​କ, ହୃତ୍​ପିଣ୍ଡ, ତଳିପେଟର ରୋଗ ଓ ମଧୁମେହ (Diabetes)ରେ ଏହାର ପ୍ରୟୋଗ କରାଯାଏ। ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ ମାଆମାନେ ଏହାକୁ ସେବନ କରିଥାନ୍ତି।

ଆଧାର[ସମ୍ପାଦନା]

  1. "Trigonella foenum-graecum information from NPGS/GRIN". www.ars-grin.gov. http://www.ars-grin.gov/cgi-bin/npgs/html/taxon.pl?40421. Retrieved 2008-03-13. 
  2. V. A. Parthasarathy, K. Kandinnan and V. Srinivasan (ed.). "Fenugreek". Organic Spices. New India Publishing Agenies. p. 694. 
  3. Statistics
  4. http://www.bbc.co.uk/food/fenugreek
  5. "How to Series: Growing Methi (Fenugreek)". A blog called "Fenugreek Love". http://fenugreeklove.wordpress.com/2009/11/16/growing-methi-fenugreek/. Retrieved 2 March 2011. 
  6. ୬.୦ ୬.୧ Gall, Alevtina; Zerihun Shenkute (November 3, 2009). "Ethiopian Traditional and Herbal Medications and their Interactions with Conventional Drugs". EthnoMed. University of Washington. http://ethnomed.org/clinical/pharmacy/ethiopian-herb-drug-interactions. Retrieved January 27, 2011. 
  7. Chantry, Caroline J.; Howard, Cynthia R.; Montgomery, Anne; Wight, Nancy (2004). Use of galactogogues in initiating or augmenting maternal milk supply (PDF). ABM protocols, Protocol#9. The Academy Of Breastfeeding Medicine. Archived from the original on 2007-06-28. "Supported in part by a grant from the Maternal and Child Health Bureau, Department of Health and Human Services." 
  8. Radio ABC Melbourne Victoria Australia Morning Programme 24 Mar 2011
  9. John Thorpe (2011-06-20). "Get it to the Fenugreek? How Curry Can Seed Your Sex Life". San Francisco Chronicle. http://www.sfgate.com/cgi-bin/article.cgi?f=/g/a/2011/06/20/benzinga1183453.DTL. 
  10. Amanda Chan (2011-06-20). "Fenugreek: A Spice To Spice Things Up In The Bedroom". Huffington Post. http://www.huffingtonpost.com/2011/06/20/fenugreek-libido_n_880596.html. 

ବାହାର ଆଧାର[ସମ୍ପାଦନା]

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
  • ଡଃ ଜେ ସି କୁରିଅନଙ୍କ ଲିଖିତ ଓ ଓରିଏଣ୍ଟାଲ ପବ୍ଲିଶିଂ ହାଉସ୍ ପୁନେ କର୍ତ୍ତୃକ ପ୍ରକାଶିତ Herbs That Healପୁସ୍ତକ