ଅଳେଇଚ
| ଅଳେଇଚ | |
|---|---|
| True Cardamom (Elettaria cardamomum) | |
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| ଜଗତ: | Plantae |
| (unranked): | Angiosperms |
| (unranked): | Monocots |
| (unranked): | Commelinids |
| ଗଣ: | Zingiberales |
| କୁଳ: | Zingiberaceae |
| Genera | |
|
|
ଏହା ଏକ ପ୍ରସିଦ୍ଧ ଭାରତୀୟ ମସଲା । ଏହାର ମଞ୍ଜି ଗୁଡିକ ବହୁତ ସୁନ୍ଦର ବାସ୍ନା ଯୁକ୍ତ ହୋଇଥାଏ । ଅଳେଇଚ ର ଜନ୍ମ ସ୍ଥାନ ଭାରତ ଓ ଶ୍ରୀଲଙ୍କା । କିନ୍ତୁ ଅନ୍ୟ ଦେଶ ଯଥା ଗୁଏଟମାଲା, ମେକ୍ସିକୋ, ଇଣ୍ଡୋନେସିଆ ଓ ଦକ୍ଷଣ ଏସିଆର କେତେକ ଅଞ୍ଚଳ ରେ ମଧ୍ୟ ଚାଷ କରାଯାଏ ଭାରତର ଦକ୍ଷିଣ ଭାଗରେ ସର୍ବାଧିକ ଦେଖିବାକୁ ମିଳେ । ମଈଶୂର, କୁର୍ଗ, ବ୍ଵେନାଡ୍, ଟ୍ରଭାଙ୍କୋର ଓ କୋଚିନ୍ ର ଆର୍ଦ୍ର ବନ ଏହା ପାଇଁ ଅନୁକୁଳ ଅଟେ । ଅଳେଇଚ ପାଚିବା ଆଗରୁ ଅମଳ କରାଯାଇ ଖରାରେ ଶୁଖାଯାଏ । ଆଧୁନିକ ପଦ୍ଧତିରେ ଡ୍ରାଇଂ ମେସିନ ବ୍ୟବହାର କରା ଯାଉଛି । ଅଳେଇଚର ଚୋପା ଯେତେ ସବୁଜ ହେବ ସେତେ ଭଲ ବୋଲି ଜଣାଯାଏ । ଥରେ ଅଳେଇଚର ଚୋପା ବାହାରି ଗଲେ,ଏହାର ସୁଗନ୍ଧ ନଷ୍ଟ ହୋଇଯାଏ । ତେଣୁ ସାଧାରଣତଃ ଏହାକୁ ରୋଷେଇ ପୂର୍ବରୁ ଚୋପାରୁ ଅଲଗା କରାଯାଏ । ଏହାର ମୁଲ୍ୟ ବଜାରରେ ବହୁତ ଅଧିକ ।[୧]
ବିଷୟସୂଚୀ |
କିସମ [ସମ୍ପାଦନା]
ସାଧାରଣତଃ ଦୁଇ କିସମର ଅଳେଇଚ ଦେଖିବାକୁ ମିଳିଥାଏ- ସବୁଜ (ଛୋଟ) ଓ କଳା (ବଡ଼) । ଓଡ଼ିଆରେ ଏହି ସବୁଜ (ଛୋଟ) ଅଳେଇଚକୁ ଗୁଜୁରାତି ବୋଲି କୁହାଯାଏ ।[୨]
ଅଳେଇଚ ର ବ୍ୟବହାର [ସମ୍ପାଦନା]
ଭାରତୀୟ, ଉତ୍ତର ଆଫ୍ରିକା ଓ ଆରବୀୟ ଖାଦ୍ୟ ରେ ଅଳେଇଚର ବହୁଳ ଭାବରେ ଉପଯୋଗ କରାଯାଏ । ଭାରତରେ ଏହା ଗରମ ମସଲା ର ସମୂହ ରେ ତରକାରୀରେ ବ୍ୟବହୃତ ହୁଏ ଓ ମଧୂର ବ୍ୟଞ୍ଜନମାନଙ୍କ ରେ ସ୍ଵାଦ ଓ ସୁଗନ୍ଧ ବଢେଇବା ପାଇଁ ସ୍ଵତନ୍ତ୍ର ଭାବରେ ବ୍ୟବହାର କରାଯାଏ । ଆରବ ଦେଶ ମାନଙ୍କରେ କଫିରେ ଅଳେଇଚ ଓ ଖିର ସର ଦେଇ ଅତିଥି ଚର୍ଚା କରିବା ଏକ ପରମ୍ପରା ଅଟେ । ସେହିପରି ଭାରତୀୟ ପରମ୍ପରାରେ ପାନ ମଧ୍ୟରେ ଅଳେଇଚ ଦେଇ ଖିଆଯାଏ । ପୂରାକାଳରୁ ଏହିପରି ଭାରତରେ ଅଳେଇଚକୁ ମୁଖବାସ ଭାବରେ ବ୍ୟବହାର କରାଯାଇ ଆସୁଛି ।
ଔଷଧୀୟ ବ୍ୟବହାର [ସମ୍ପାଦନା]
ନିମ୍ନ ତାଲିକା ରେ ଦିଆଯାଇଥିବା ରୋଗ ଗୁଡିକ ପାଇଁ ଅଳେଇଚ ଅନେକ ଉପଯୋଗୀ ସାବ୍ୟସ୍ତ ହୋଇଥାଏ
- ହଜମ ସମ୍ବଧୀୟ ରୋଗ
ବଦ୍ ହଜମି ଯୋଗୁଁ ମୁଣ୍ଡ ବିନ୍ଧୁ ଥିଲେ ଅଳେଇଚ ପଡିଥିବା ଚା ପିଇଲେ ଆରାମ୍ ମିଳେ ।
- ମୁଖ ରୋଗ
ଅଳେଇଚର ବାସ୍ନା ମୁଖର ଦୁର୍ଗନ୍ଧ ଦୁର କରିବାରେ ସାହାଯ୍ୟ କରେ । କିଛି ଅଳେଇଚ ମଞ୍ଜି କୁ ଅଲ୍ପ ସମୟ ପାଇଁ ପାଟି ରେ ଚୋବାଇ ରଖିଲେ, ମୁଖ ଗନ୍ଧ ଦୁର ହୋଇଥାଏ । କିଛି ଅଳେଇଚ ଓ ଡାଳଚିନିର ଅର୍କକୁ ମିଶାଇ କୁଳୀ କଲେ ମୁଖ ରୋଗ ଯଥା ଫରେଞ୍ଜାଇଟିସ୍, ଥଣ୍ଡା ଜନିତ ରୋଗ ଯେପରିକି ଗଳା କୁଣ୍ଡାଇବା, ଘଣ୍ଟିକାର ଦରଜ, ଗଳା ବସିଯିବା ଇତ୍ୟାଦି ଉପସମ କରେ ।
- ଅବସାଦ
ଅଳେଇଚକୁ ପାଣି ଓ ଚା ରେ ଫୁଟାଇ ପିଇଲେ,ଏହା ଅବସାଦ କୁ କମ କରେ ।
- ବାରମ୍ବାର ହାକୁଟି ଆସୁଥିଲେ ଦୁଇଟି ଅଳେଇଚ କୁ ଚୋପା ସହିତ ପାଣି ରେ ଫୁଟାଇ ,ସେହି ପାଣିକୁ ପିଇଲେ ହାକୁଟି ଭଲ ହୋଇଯାଏ ।
ଛପା [ସମ୍ପାଦନା]
ଆଧାର [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: ଅଳେଇଚ ଉପରେ ମାଧ୍ୟମ ରହିଅଛି |
ଟୀକା [ସମ୍ପାଦନା]
- ↑ Cardamom
- ↑ "Garg Dastak - Food & Grocery". gargdastak.com. 2011. http://gargdastak.com/AtoZ_spices_Indiannames.htm. Retrieved 19 June 2012. "Gujuratie (Oriya)"
ଆହୁରି ପଢ଼ନ୍ତୁ [ସମ୍ପାଦନା]
- Mabberley, D.J. The Plant-book: A Portable Dictionary of the Higher Plants. Cambridge University Press, 1996.
- Gernot Katzer's Spice Pages: Cardamom
- Plant Cultures: botany and history of Cardamom
- Pham Hoang Ho 1993, Cay Co Vietnam [Plants of Vietnam: in Vietnamese], vols. I, II & III, Montreal.
- Buckingham, J.S. & Petheram, R.J. 2004, Cardamom cultivation and forest biodiversity in northwest Vietnam, Agricultural Research and Extension Network, Overseas Development Institute, London UK.
- Aubertine, C. 2004, Cardamom (Amomum spp.) in Lao PDR: the hazardous future of an agroforest system product, in 'Forest products, livelihoods and conservation: case studies of non-timber forest products systems vol. 1-Asia, Center for International Forest Research. Jakarta, Indonesia.
- Álvarez, L., Gudiel, V. 2008. 'Cardamom prices leads to a re-emergence of the green gold'. [୧]