ଅଦା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଗଦ ଗଛ ପରି ଦିଶେ । ଏ ଗଛର ମୂଳକୁ ଅଦା ଭାବରେ ବ୍ୟବହାର କରାଯାଏ । ସାରୁ, ହଳଦୀ, କପୁରା ପରି ଏଇ ଗଛର ଚେରକୁ ବ୍ୟବହାର କରାଯାଏ । ଆମ୍ବକଷିଆ ଅଦା ବୋଲି ଆଉ ଏକ ପ୍ରକାର ଅଦା ରହିଛି, କିନ୍ତୁ ତାହା ଗୁଣରେ ନିକୃଷ୍ଟ। ଓଡ଼ିଶାରେ ସର୍ବତ୍ର ଏହି ଗଛ ଦେଖାଯାଏ।
ବିବିଧ ଭାରତୀୟ ପ୍ରାଦେଶିକ ନାମ [ସମ୍ପାଦନା]
| ପ୍ରାଦେଶିକ ଭାଷା |
ନାମ |
| ଓଡ଼ିଆ |
ଅଦା |
| ସଂସ୍କୃତ |
ଆର୍ଦ୍ରକ, ଶୃଙ୍ଗବେର, ଶାଙ୍ଗ, କଟୁଭଦ୍ର, ମହୀଜ, କଟୁତ୍କଟ, ଚନ୍ଦ୍ରାକ୍ଷ, ସୁଶାବକ, ସୈକଜେଷ୍ଟ, ଯୁଗ୍ମମୂଳ, ଅନୁପଜ, ସଚ୍ଛାକ |
| ହିନ୍ଦୀ |
ଅଦରକ |
| ତେଲୁଗୁ |
ଆଲମ |
| ବଙ୍ଗଳା |
ଆଦା |
ଶାସ୍ତ୍ରୋକ୍ତ ଗୁଣ [ସମ୍ପାଦନା]
ଅଳ୍ପ ମଧୁର ମିଶ୍ରିତ କଟୂରସ, ଉଷ୍ଣବୀର୍ଯ୍ୟ । ମାତ୍ରା ଦୁଇଅଣାରୁ ଆଠ ଅଣା ପର୍ଯ୍ୟନ୍ତ ।
ଅଦା ଗଛର ଚେରକୁ ହିଁ ମୁଖ୍ୟତଃ ଉପଯୋଗ କରାଯାଏ । ଏହା ଅଗ୍ନୀବର୍ଦ୍ଧକ, ରୁଚିକର, ସ୍ୱର ପରିସ୍କାରକ, ମୁଖଶୋଧକ, ମଳ ନିଃସାରକ, ପାଚକ, ବାୟୁ, ଶୂଳ, ଶୋଥ, ହୃଦୟରୋଗ, କଫ, ପେଟଫମ୍ପା, ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ମୂତ୍ରରୋଧ, କୋଷ୍ଠକାଠିନ୍ୟ, କାଶ, ସ୍ୱରଭଙ୍ଗ, ଶ୍ଳେଷ୍ମପୀଡା, ଶିରବ୍ୟଥା ଆଦିର ନିବାରକ ଅଟେ ।
ଅଦାକୁ ମୂଷାମାଟିରେ ଆଠଦିନ ପୋତି ରଖିଲାପରେ ବାହାର କରି ଏହି ଅଦା ରସକୁ ମାଲିସ କଲେ ବହୁତ ଦିନରୁ ରହି ଯାଇଥିବା ଜଖମ, ଦରଜ, ସ୍ତ୍ରୀ ଲୋକଙ୍କର ପ୍ରସବକାଳୀନ ଶୂଳ, ଜଙ୍ଘ, ଗୋଡ଼, ଅଣ୍ଟା ପ୍ରଭୃତିରେ ଅଟକି ଯାଇଥିଲେ ଭଲ ହୋଇଯାଏ । ଏହାର ରସକୁ କୁଳି କଲେ ମୁଖ ଦୁର୍ଗନ୍ଧ ଦୂର ହୁଏ। ଭୋଜନ ପୂର୍ବରୁ କିମ୍ବା ସକାଳୁ ଖାଲି ପେଟରେ ଅଦା ସାଧାରଣଲୁଣ ବା ସୈନ୍ଧବ ଲୁଣ ଖାଇଲେ ଖାଦ୍ୟପଦାର୍ଥ ସହଜରେ ଜୀର୍ଣ୍ଣ ହୁଏ। ଅରୁଚି ଆଦିରେ ଅଦାକୁ ତେନ୍ତୁଳି, ଜୀରା ଲୁଣ ସହିତ ମଧ୍ୟ ବ୍ୟବହାର କରାଯାଏ । ପିଲାମାନଙ୍କର କାଶ, ଶ୍ୱାସ, କଫ, ଶ୍ଳେଷ୍ମା, ସର୍ଦ୍ଦିଜ୍ୱର, ମୁଣ୍ଡବ୍ୟଥା ଓ ଅରୁଚି ଆଦି ଦୂର କରିବାପାଇଁ ଅଦାରସ ସହିତ ମହୁର ପ୍ରୟୋଗ କରାଯାଏ। ପୁରୁଣା ଗୁଡ଼ ସହିତ ସେବନ କଲେ ଶୋଥ, ଗୁଳ୍ମ ଆଦି ଭଲ ହୁଏ। ଅଦାରସ ସହିତ ଡାଳଚିନି ଘୋରି ଲଗାଇଲେ ମୁଣ୍ଡବ୍ୟଥା ଦୂର ହୁଏ । ଅଦାକୁ କାଟି ଚିନିରେ ପାକ କରି ଖାଇଲେ ଅଗ୍ନିମାନ୍ଦ୍ୟ, ଅରୁଚି ଦୂର ହୋଇ ଖାଦ୍ୟପ୍ରତି ସ୍ପୃହା ଜନ୍ମେ, ତୁଣ୍ଡ ଦୁର୍ଗନ୍ଧ ଭାଙ୍ଗେ, ଅଗ୍ନିବୃଦ୍ଧି ହୁଏ ଓ ଖାଦ୍ୟଦ୍ରବ୍ୟ ସହଜରେ ପାକ ହୁଏ। କାଶ, ଶ୍ୱାସ ଆଦିରେ ଏହାକୁ ପିପ୍ପଳୀ ସହିତ ପ୍ରୟୋଗ କରାଯାଏ। ଅଦା, ଧଳାଦୁବ, ଅରୁଆଚାଉଳକୁ ବାଟି ଲେପଦେଲେ ଜଖମ, ପବନ ଅଟକିବା ଓ ରକା ଭଲ ହୁଏ । ପେଟ ଉପରେ ଲେପିଲେ ଅଜୀର୍ଣ୍ଣ, ଅତିସାର, ଗୁଳ୍ମ, ପ୍ଳୀହା ନିବାରିତ ହୁଏ। ଅଦାରସ ସହିତ ଲବଙ୍ଗଗୁଣ୍ଡ ଓ ମହୁ ମିଶାଇ ସେବନ କଲେ, ମୁଣ୍ଡବ୍ୟଥା, ଦେହ ଦରଜ ହେବା ଓ ଜ୍ୱର ଆରମ୍ଭ ହେବାପରି ଜଣା ପଡୁଥିଲେ ଭଲ ହୋଇଯାଏ। ଅଦା ଓ ତେଜପତ୍ରକୁ ପାଣିରେ ସିଝାଇ, ଥଣ୍ଡା ହେଲା ପରେ ସେଥିରେ ମିଶ୍ରି ଅଥବା ମହୁ ମିଶାଇ ସେବନ କଲେ ପିଲା, ବଡ଼ ସମସ୍ତଙ୍କର କାଶ, ଶ୍ୱାସ ନିବାରିତ ହୁଏ । ଅଦାକୁ ଜଳରେ ସିଝାଇ ଛାଣି ସେଥିରେ ଅଳ୍ପ ଲୁଣ ଓ ଶୁଣ୍ଠୀଚୂର୍ଣ୍ଣ ମିଶାଇ ଦିନରେ ତିନିଥର ସେବନ କଲେ ଅଣ୍ଟାଧରା ଭଲ ହୁଏ ।
|
ଜଡ଼ିବୁଟି ଓ ମସଲା
|
|
|
|
|
|
ମସଲା
|
|
- Aonori (ground seaweed)
- Ajwain (bishop's weed)
- Aleppo pepper
- Alligator pepper
- Allspice
- Amchur (mango powder)
- Anise
- Aromatic ginger
- Asafoetida
- Camphor
- Caraway
- ଅଳେଇଚ
- Cardamom, black
- Cassia
- Cayenne pepper
- Celery seed
- Charoli
- Chenpi
- Chili pepper
- Cinnamon
- ଲବଙ୍ଗ
- ଧଣିଆ
- Cubeb
- ଜିରା
- Cumin, black
- Dill and dill seed
- Fennel
- Fenugreek
- Fingerroot (krachai)
- Galangal, greater
- Galangal, lesser
- ରସୁଣ
- ଅଦା
- Golpar
- Grains of Paradise
- Grains of Selim
- Horseradish
- Juniper berry
- Kaempferia galanga (kencur)
- Kokum
- Korarima
- Lime, black
- Liquorice
- Litsea cubeba
- Mace
- Mango-ginger
- Mahlab
- Malabathrum (tejpat)
- ସୋରିଷ
- Nigella (kalonji)
- Nutmeg
- Paprika
- Pepper, Brazilian
- Pepper, Peruvian
- Pepper, long
- Peppercorn (black, green, and white)
- Pomegranate seed (anardana)
- Poppy seed
- Radhuni
- Rose
- Sichuan pepper (huājiāo)
- Saffron
- Salt
- Sarsaparilla
- sanshō (berries, ground powder)
- Sassafras
- Sesame
- shiso (seeds, berries)
- Sichuan pepper (huājiāo)
- Star anise
- Sumac
- Tamarind
- Tasmanian pepper
- Tonka bean
- ହଳଦୀ
- Uzazi
- Vanilla
- Voatsiperifery
- Wasabi
- Yuzu (zest)
- Zedoary
- Zereshk
- Zest
|
|
|