ମଧୁମେହ
| ମଧୁମେହ | |
|---|---|
| ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
Universal blue circle symbol for diabetes.[୧] |
|
| ICD-10 | E10.–E14. |
| ICD-9 | 250 |
| MedlinePlus | 001214 |
| eMedicine | med/546 emerg/134 |
| MeSH | C18.452.394.750 |
ଶରୀର ରେ ସ୍ଵାଭାବିକ ରକ୍ତ ଶର୍କରା ମାତ୍ରା ଶତକଡା଼ ୧୦୦ ମିଲିଗ୍ରାମରୁ କମ ଓ ଖାଇବାର ୨ ଘଣ୍ଟା ପରେ ଶତକଡା଼ ୧୪୦ ମିଲିଗ୍ରାମରୁ କମ । ରକ୍ତ ଶର୍କରା ମାତ୍ରା ବୃଦ୍ଧିପାଇ ଖାଲି ପେଟରେ ୧୨୬ ମିଲିଗ୍ରାମ ଓ ଖାଇବାର ଦୁଇଘଣ୍ଟା ପରେ ୨୦୦ ମିଲିଗ୍ରାମରୁ ଅଧିକ ହେଲେ ମଧୁମେହ (ଡାଇବେଟିସ) ହୋଇଛି ବୋଲି କୁହାଯାଏ । ରକ୍ତ ଶର୍କରା ଶତକଡା ୧୮୦ ମିଲିଗ୍ରାମରୁ ଅଧିକ ହେଲେ ପରିସ୍ରାରେ ମଧ୍ୟ ଶର୍କରା ଆସିଥାଏ । ଶର୍କରାକୁ ଇଂରାଜୀରେ ଗ୍ଲୁକୋଜ କୁହାଯାଏ।ଫଳରେ ଡାକ୍ତରମାନେ ରକ୍ତ ଗ୍ଲୁକୋଜ ଓ ପରିସ୍ରା ଗ୍ଲୁକୋଜ ମାପିଥାନ୍ତି ।
ଡାଇବେଟିସ ଏକା ଆସେ ନାହିଁ । କିଛି ଦିନ ଏପରି ରୋଗରେ ଆକ୍ରାନ୍ତ ହେବାପରେ ଉଚ୍ଚ ରକ୍ତଚାପ, ହୃଦ ରୋଗ, ସ୍ନାୟୁ ରୋଗ, ସ୍ମୃତିହାସ ରୋଗ, ଯୌନଶକ୍ତି ହ୍ରାସ, ସଂକ୍ରମଣ ରୋଗ, ଚର୍ମ ରୋଗପରି ବହୁ ରୋଗ ଶରୀରରେ ବସା ବାନ୍ଧନ୍ତି ।
୧୯୨୦ ମସିହା ପର ଠାରୁ ବ୍ୟାଣ୍ଟିଂ ଓ ବେଷ୍ଟ ଇନସୁଲିନ ଆବିଷ୍କାର କରି ନୋବେଲ ପୁରସ୍କାର ପାଇସାରିବା ପରେ ପ୍ରାୟ ଦଶ ଜଣରୁ ଉର୍ଦ୍ଧ ବୈଜ୍ଞାନିକ ଡାଇବେଟିସ ରୋଗଉପରେ ଗବେଷଣାରେ ନୋବେଲ ପୁରସ୍କାର ପାଇସାରିଲେଣି । ୨୦୧୧ରେ ଭାରତରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଥିଲା ପ୍ରାୟ ଛଅ କୋଟି ଚାଳିଶ ଲକ୍ଷ । ୧୯୭୦-୮୦ ମସିହାରେ ଭାରତରେ ଶହେଜଣରେ ଦୁଇଜଣଙ୍କୁ ଡାଇବେଟିସ ହେଇଥିବା ବେଳେ ଏବେ ଗ୍ରାମାଞ୍ଚଳରେ ଶହେଜଣରେ ଦଶଜଣ ଓ ସହରାଞ୍ଚଳରେ ୨୦ଜଣଙ୍କୁ ଡାଇବେଟିସ ହେଉଛିବୋଲି ଗଣନାରୁ ଜଣା ପଡିଛି ।
ବିଷୟସୂଚୀ |
କାହାକୁ ଅଧିକ ହେବାର ଆଶଙ୍କା [ସମ୍ପାଦନା]
- ପରିବାରରେ ବାପା,ମା ,ନିକଟ ସମ୍ପର୍କୀୟ ଲୋକଙ୍କର ମଧୁମେହ ଥିଲେ ।
- ୩୫ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆଶଙ୍କା ଅଧିକ ଥାଏ ।
- ଆଳସ୍ୟ ପରାୟଣ ଲୋକ ମଧ୍ୟ ଏହାର ଶିକାର ହୋଇଥାନ୍ତି।ଏହା ବ୍ୟତିତ ଅନେକ କାରଣ ଅଛି ।
ଲକ୍ଷଣ [ସମ୍ପାଦନା]
- ଅଧିକ ଶୋଷ
- ଅଧିକ ପରିସ୍ରା
- ଓଜନ କମିଯିବା
- ଅଧିକ ଭୋକ
- ଅଧିକ ଥକା
- ମାନ୍ଦା ଦୁର୍ବଳ ଲାଗିବା
- ଆଖିକୁ ଝାପସା ଦିଶିବା
- ଯୌନାଙ୍ଗରେ ଘା' ହେବା
- ଯୌନଶକ୍ତି କମିଯିବା
- ଗୋଡ଼ ଝିମ୍ ଝିମ୍ ହେଇ କାଦୁଅ ଲାଗିବା ପରି ହେବା
- ଘା' ନ ଶୁଖିବା
- ଗୁପ୍ତାଙ୍ଗ ପ୍ରବାହ, ଧଳାସ୍ରାବ, କୁଣ୍ଡାଇ ହେବା, କାଛୁ, ଯାଦୁ, ଚର୍ମ ସଂକ୍ରମଣ, କୁଣ୍ଡିଆ ପ୍ରଭୃତି ବାରମ୍ବାର ହେବା ଇତ୍ୟାଦି ।
- କେତେକଙ୍କର ଗୋଟିଏ ଗୋଟିଏ ଲକ୍ଷଣ ପ୍ରକାଶ ପାଇଲେବି ଅନେକଙ୍କର ଏକାଧିକ ଲକ୍ଷଣ ପ୍ରକାଶ ପାଇଥାଏ । ଆଉ କେତେକଙ୍କର ମଧୁମେହ ଲକ୍ଷଣ ପ୍ରକାଶ ନ ପାଇ ମଧ୍ୟ ଏହି ରୋଗ ହେଇଥାଏ । ହୃଦ ରୋଗ, କିଡନୀ ରୋଗ, ଆଖି ରୋଗ ତଥା ଅନ୍ୟାନ୍ୟ ରୋଗ ପରିକ୍ଷା କଲା ବେଳେ ଏହି ରୋଗ ଧରାପଡିଥାଏ । [୨][୩]
ପ୍ରକାର ଭେଦ [ସମ୍ପାଦନା]
- ଟାଇପ୍ -୧ ଡାଇବେଟିସ(ମଧୁମେହ )
- ଟାଇପ୍-୨ ଡାଇବେଟିସ(ମଧୁମେହ )
- ଗର୍ଭାବସ୍ଥାରେ ଡାଇବେଟିସ
- ଅନ୍ୟାନ୍ୟ କାରଣରୁ ଡାଇବେଟିସ
- ଶହେ ଜଣ ଡାଇବେଟିସ ରୋଗୀଙ୍କ ମଧ୍ୟରେ ପ୍ରାୟ ୯୮ ଜଣ ଟାଇପ୍-୨ ଡାଇବେଟିସ । ଏମାନଙ୍କ ବୟସ ୩୫ ବର୍ଷରୁ ଉର୍ଦ୍ଧ । ଟାଇପ୍ -୧ ଡାଇବେଟିସ ସାଧାରଣତଃ ପିଲା,କିଶୋର ଓ ଯୌବନର ଆଦ୍ୟାବସ୍ଥାରେ ହେଇଥାଏ ।
- ଶହେ ଜଣ ଗର୍ଭବତୀ ମହିଳାଙ୍କ ଶର୍କରା ପରୀକ୍ଷାକଲେ ପାଞ୍ଚ-ସାତଜଣ ଡାଇବେଟିସ ରୋଗ ଭୋଗ କରୁଥିବା ଜଣାଯାଏ । ଗର୍ଭାବସ୍ଥାରେ ଡାଇବେଟିସ ପରିକ୍ଷାନ କଲେ ଗର୍ଭସ୍ଥ ପିଲାର ଓଜନ ବଢିଯାଏ । ଜନ୍ମ ହେଲା ବେଳେ ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟହୁଏ ଏବଂ ଜନ୍ମ ସମୟରେ ପିଲା ମୃତ୍ୟୁବରଣ କରିବାର ସମସ୍ୟା ଅଧିକ । ଏହି ସମୟରେ ଇନସୁଲିନ୍ ଚିକିତ୍ସା ଆବଶ୍ୟକ ହେଇଥାଏ । ପ୍ରସବପରେ ବହୁ ପ୍ରସୂତିଙ୍କର ଡାଇବେଟିସ ଭଲ ହୋଇଯାଇଥାଏ । [୪][୫]
| Feature | Type 1 diabetes | Type 2 diabetes |
|---|---|---|
| Onset | Sudden | Gradual |
| Age at onset | Mostly in children | Mostly in adults |
| Body habitus | Thin or normal[୭] | Often obese |
| Ketoacidosis | Common | Rare |
| Autoantibodies | Usually present | Absent |
| Endogenous insulin | Low or absent | Normal, decreased or increased |
| Concordance in identical twins |
50% | 90% |
| Prevalence | ~10% | ~90% |
ଚିକିତ୍ସା [ସମ୍ପାଦନା]
ବହୁ କ୍ଷେତ୍ରରେ ଡାଇବେଟିସ ସାରା ଜୀବନ ରହିଥାଏ । ତେଣୁ ଜୀବନଶୈଳୀ ପରିବର୍ତ୍ତନ ଡାଇବେଟିସର ମୂଳ ଚିକିତ୍ସା।ଜୀବନଶୈଳୀରେ ଖାଦ୍ୟ, ଯୋଗ, ବ୍ୟାୟମ, ମାନସିକ ସନ୍ତୁଳନ ରକ୍ଷା, ହିଂସା, ଲୋଭ, ଆସକ୍ତି ସମ୍ବନ୍ଧୀୟ ନିଜ ମନର ବୁଝାମଣା, ଉତ୍ତମ ପାରିବାରିକ ସମ୍ବନ୍ଧ, ଭଲ ବହି ପଢିବା, ଆର୍ଥିକ ସଂଗତି, ନିଶାଦ୍ରବ୍ୟ ବର୍ଜନ ଓ ଆଠ ଘଣ୍ଟା ନିଦ୍ରା ଗୁରୂତ୍ଵପୂର୍ଣ୍ଣ । ଏଥିରେ ଯଦି ଡାଇବେଟିସ ମାତ୍ରା ଅନୁସାରେ ନିୟନ୍ତ୍ରିତ ନ ହୁଏ ତେବେ ଔଷଧ ସେବନ ଓ ଇନସୁଲିନ୍ ଇଞ୍ଜେକସନ ଚିକିତ୍ସା କରାଯାଇଥାଏ ।
ଡାଇବେଟିସର କେତେକ ସ୍ଵତନ୍ତ୍ର ପରୀକ୍ଷା [ସମ୍ପାଦନା]
ଏଚ୍ ବି ଏ ୱ୍ଆନ୍ ସି [ସମ୍ପାଦନା]
ଦୁଇ ତିନି ମାସ ଧରି ରକ୍ତ ଶର୍କରା ନିୟନ୍ତ୍ରିତ ଅଛି କି ନାହିଁ ଜାଣିବା ପାଇଁ ଏହି ପରୀକ୍ଷା କରାଯାଇଥାଏ । ଯେଉଁ ମାନେ ଦୀର୍ଘ ଦିନ ଧରି ଡାଇବେଟିସ ଚିକିତ୍ସାରେ ଅଛନ୍ତି, ସେମାନେ ବାରମ୍ବାର ରକ୍ତ ଶର୍କରା ପରୀକ୍ଷା ନ କରି ପ୍ରତିବର୍ଷ ଦୁଇଥର କରି ପାରନ୍ତି । ଏହାର ମାତ୍ରା ସର୍ବଦା ଶତକଡା ସାତ ତଳେ ରହିବା ଦରକାର । ଶତକଡା ସାତ ଛ ହେଲା ଆଦର୍ଶ ଡାଇବେଟିସ କଣ୍ଟ୍ରୋଲ । ବର୍ଷ ସାରା ଏହି ସଂଖ୍ୟା ସାତ ଛ ରହିଲେ ଡାଇବେଟିସ ରୋଗ ସମ୍ପୂର୍ଣ ନିୟନ୍ତ୍ରଣ ଅଛି ଏବଂ ସୁସ୍ଥଲୋକ ସହିତ ସମାନ । [୮]
ଉଚ୍ଚ ରକ୍ତଚାପ ପରୀକ୍ଷା [ସମ୍ପାଦନା]
ସବୁ ଡାଇବେଟିସ ରୋଗୀଙ୍କର ରକ୍ତଚାପ ୧୧୫-୩୦/୭୫-୮୫ ମିଲିମିଟର ପାରଦ ମଧ୍ୟରେ ରହିଲେ ହୃଦ ରୋଗ, କିଡନୀ ରୋଗ, ଚକ୍ଷୁ ରୋଗ ହୋଇନ ଥାଏ । ସେଥିପାଇଁ ଆବଶ୍ୟକ ହେଲେ ସ୍ଵତନ୍ତ୍ର ଔଷଧ ଖାଇ ନିୟନ୍ତ୍ରଣ କରିବା ଉଚିତ । ବର୍ଷରେ ଚାରିଥର ଉଚ୍ଚ ରକ୍ତଚାପ ପରୀକ୍ଷାକରି ନିୟନ୍ତ୍ରଣରେ ରହିବା ଭଲ ।
ରକ୍ତର ଚର୍ବି ଅଂଶ [ସମ୍ପାଦନା]
ରକ୍ତର ଚର୍ବି ଅଂଶକୁ ଡାକ୍ତରୀ ଭାଷାରେ ସିରମ୍ ଲିପିଡ୍ କୁହାଯାଏ । ସେଥିରେ ଭଲ କଲେଷ୍ଟରଲ, ଖରାପ କଲେଷ୍ଟରଲ, ଟ୍ରାଇ ଗ୍ଲିସେରାଇଡ ମପାଯାଏ । ଏହାର ମାପ ବଢିଯାଇଥିଲେ ଷ୍ଟାଟିନ୍ ଔଷଧ ଖାଇବା ଦରକାର ହୁଏ । ଏହାକୁ ଠିକ ସୀମାରେ ରଖିଲେ ହାର୍ଟ୍ ଆଟାକ୍,ବ୍ରେନ ଆଟାକ୍ ବହୁତ କମିଯାଏ । [୯]
ଓଜନ ପରୀକ୍ଷା ଓ ପେଟ ମାପ [ସମ୍ପାଦନା]
ବୟସ,ଉଚ୍ଚତା ଅନୁସାରେ ଓଜନ ଠିକ ରଖିବା ଉଚିତ । ନାହି ଉପରେ ପେଟର ମାପ କେବେ ନବେ ସେଣ୍ଟିମିଟରରୁ ଅଧିକ ନ କଲେ ଭଲ ।
ଆଧାର [ସମ୍ପାଦନା]
- ↑ "Diabetes Blue Circle Symbol". International Diabetes Federation. 17 March 2006. http://www.diabetesbluecircle.org.
- ↑ http://www.emedicinehealth.com/diabetes/article_em.htm
- ↑ http://diabetesinformationhub.com/
- ↑ http://www.ncbi.nlm.nih.gov/pubmed/406527
- ↑ http://www.nejm.org/doi/full/10.1056/NEJMp078030
- ↑ Williams textbook of endocrinology (12th ed.). Philadelphia: Elsevier/Saunders. ପୃଷ୍ଠା. 1371–1435. ISBN 978-1-4377-0324-5.
- ↑ doi:10.1383/medc.30.1.1.28264
This citation will be automatically completed in the next few minutes. You can jump the queue or expand by hand - ↑ http://pedsinreview.aappublications.org/content/29/11/374
- ↑ http://www.emedicinehealth.com/diabetes/article_em.htm
ବାହାର ତଥ୍ୟ [ସମ୍ପାଦନା]
| Diabetes mellitus ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
| ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ |
|
| କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ |
|
| ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ |
|
| ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ |
|
| ଉଇକିକଥାରୁ ଢଗଢମାଳି ଓ କଥାମାନ |
|
| ଉଇକିଉତ୍ସରୁ ମୂଳାଧାର ଲେଖାମାନ |
|
| ଉଇକିପୋଥିରେ ପଢ଼ାବହିମାନ |
|
- Diabetes at the Open Directory Project
- American Diabetes Association
- IDF Diabetes Atlas
- National Diabetes Education Program