ଉଚ୍ଚ ରକ୍ତଚାପ

ଉଇକିପିଡ଼ିଆ ରୁ
Hypertension
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
Automated arm blood pressure meter showing arterial hypertension (shown a systolic blood pressure 158 mmHg, diastolic blood pressure 99 mmHg and heart rate of 80 beats per minute).
ଆଇସିଡ଼ି-୧୦ I10.,I11.,I12.,
I13.,I15.
ଆଇସିଡ଼ି- 401
OMIM 145500
ରୋଗ ଡାଟାବେସ 6330
ମେଡ଼ିସିନ-ପ୍ଲସ 000468
ଇ-ମେଡ଼ିସିନ med/1106 ped/1097 emerg/267
MeSH D006973

ଉଚ୍ଚ ରକ୍ତଚାପ ବା ଧମନୀ ଉଚ୍ଚ ରକ୍ତଚାପ(arterial hypertension) ବା ହାଇପର୍ଟେନ୍ସନ୍ (Hypertension ) ଏକ ଚିରସ୍ଥାୟୀ ଭେଷଜ ରୋଗ ଯେଉଁଥିରେ ରକ୍ତଚାପ ବୃଦ୍ଧି ପାଇଥାଏ । ଏହି ବୃଦ୍ଧି ଯୋଗୁ ହୃତ୍‌ପିଣ୍ଡକୁ ଅଧିକ କାର୍ଯ୍ୟ କରିବାକୁ ପଡ଼ିଥାଏ । ରକ୍ତ ଚାପରେ ଦୁଇ ପ୍ରକାରର ମାପ ନିର୍ଣ୍ଣୟ କରାଯାଏ; ଗୋଟିଏ ସିସ୍ଟୋଲିକ (ହୃତ୍‌ପିଣ୍ଡ ସଙ୍କୋଚନ ବେଳର) ଓ ଅନ୍ୟଟି ଡାୟାସ୍ଟୋଲିକ (ହୃତ୍‌ପିଣ୍ଡ ଶୀଥିଳ ବେଳର) । ୧୦୦ ରୁ ୧୪୦ ମି.ମି. ପାରଦ ଓ ଡାୟାସ୍ଟୋଲିକ ଚାପ ୬୦ ରୁ ୯୦ ମି.ମି ପାରଦ ଗୋଟିଏ ସୁସ୍ଥ ଲୋକର ରକ୍ତଚାପ ଭାବେ ବିବେଚିତ ହୁଏ । ଏହା ଏକ ଭଗ୍ନାଂଶ ଆକାରରେ ଲେଖାଯାଏ ଓ ଉପରେ ସିସ୍ଟୋଲିକ ଚାପ ଲେଖାଯାଏ । ରକ୍ତଚାପ ଯେତେବେଳେ ୧୪୦/୯୦ ମି.ମି.ପାରଦ ରେ ବା ତାହା ଉପରେ ରହେ ତାହାକୁ ଉଚ୍ଚ ରକ୍ତଚାପ ଆଖ୍ୟା ଦିଆଯାଏ ।
ଏହି ରୋଗଟି ଦୁଇ ପ୍ରକାରରେ ଉପସ୍ଥାପିତ ହୁଏ । ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ ( primary or essential hypertension) ଓ ଗୌଣ ଉଚ୍ଚ ରକ୍ତଚାପ (secondary hypertension); ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ ୯୦ ରୁ ୯୫ % ଲୋକଙ୍କର ହୁଏ । ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ ରୋଗରେ କୌଣସି ବିଧିବଦ୍ଧ କାରଣ ଜଣା ଯାଏନାହିଁ ।[୧] ବଳକା ୫ ରୁ ୧୦ % ରୋଗୀଙ୍କର ବୃକ୍କ ରୋଗ, ହୃଦପିଣ୍ଡ/ଧମନୀ ରୋଗ ବା ଅନ୍ତସ୍ରାବୀ ଗ୍ରନ୍ଥି ରୋଗ ଥିବା ଜଣାଯାଏ ।
ଏହି ରୋଗ କେତେକ ରୋଗ ନିମନ୍ତେ ସଙ୍କଟ ପରିସ୍ଥିତି ସୃଷ୍ଟି କରେ ଯଥା; ହୃଦ୍‌ଘାତ, ସ୍ଟ୍ରୋକ, ଆନିଉରିଜ୍ମ, ପ୍ରାନ୍ତିୟ ଧମନୀ ରୋଗ ଓ ଚିରସ୍ଥାୟୀ ବୃକକ ରୋଗର କାରଣ ହୁଏ । ମଧ୍ୟମ ଧରଣର ବର୍ଦ୍ଧିତ ଚାପ ଆୟୁଷ କମେଇ ପାରେ । ଖାଦ୍ୟ ଓ ଉପଯୁକ୍ତ ଜୀବନଚର୍ଯ୍ୟା ଯୋଗୁ ରକ୍ତଚାପ ନିୟନ୍ତ୍ରିତ ହୋଇପାରେ। ଔଷଧ କେତେକ ରୋଗୀଙ୍କର ଆବଶ୍ୟକ ହୁଏ ।

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ଉଚ୍ଚ ରକ୍ତଚାପ ରୋଗ କ୍ଵଚିତ କୌଣସି ଲକ୍ଷଣ ସହ ପ୍ରକାଶିତ ହୁଏ । ଅନ୍ୟ କୌଣସି ରୋଗ ସନ୍ଦର୍ଭରେ ପରୀକ୍ଷା କଲା ବେଳେ ଏହା ଧରାପଡେ ବା କେବଳ ଏହା ଚିହ୍ନଟ କରିବା ନିମନ୍ତେ ପରୀକ୍ଷା କଲେ ଧରାପଡେ । କିଛି ରୋଗୀଙ୍କର ମୁଣ୍ଡ ପଛ ପଟେ ମୁଣ୍ଡ ବଥା ସକାଳେ ହୁଏ, ମୁଣ୍ଡ ହାଲୁକା ଲାଗେ ଓ ବୁଲାଏ, କାନକୁ ଭାଁ ଭାଁ ଶବ୍ଦ ଶୁଣାଯାଏ, ଦୃଷ୍ଟି ଗୋଳମାଳ ହୁଏ ଓ ଚେତନା ପଳାଏ ।[୨] ଏହି ସମସ୍ତ ଲକ୍ଷଣ ଚିନ୍ତା ଓ ଉତ୍କଣ୍ଠା ଯୋଗୁ ମଧ୍ୟ ହୋଇପାରେ ।
ଅଫଥାଲ୍‌ମୋସ୍କୋପି ପରୀକ୍ଷାରେ ଆଖିର ଫଣ୍ଡସ ଦେଖିବା ବେଳେ ଉଚ୍ଚ ରକ୍ତଚାପ ଜତିତ ରେଟିନୋପାଥି ମିଳିଲେ ଏହି ରୋଗ ସନ୍ଦେହ ହୁଏ । ଏହି ଉଚ୍ଚ ରକ୍ତଚାପ ଜନିତ ରେଟିନୋପାଥିକୁ ଚାରି ଗ୍ରେଡରେ ବିଭକ୍ତ କରାଯାଏ । ଏହି ପରୀକ୍ଷା ଦ୍ଵାରା କେତେ ଦିନ ଧରି ଉଚ୍ଚ ରକ୍ତଚାପ ଥିଲା ତାହାର ଆଭାସ ମିଳେ ।

ଗୌଣ ଉଚ୍ଚ ରକ୍ତଚାପ[ସମ୍ପାଦନା]

ଅନ୍ୟ କେତେକ ରୋଗ ଯଥା ବୃକ୍‌କଅନ୍ତସ୍ରାବୀ ଗ୍ରନ୍ଥି ରୋଗ ଥିଲେ ଉଚ୍ଚ ରକ୍ତଚାପ ଯୋଗୁ ହୋଇଥିବା ସନ୍ଦେହ କରାଯାଏ ।[୩] କୁସିଙ୍ଗ ସିନ୍ଡ୍ରୋମ (Cushing syndrome), ଥାଇରଏଡ (Thyroid diseases) ରୋଗ ଓ ଆକ୍ରୋମେଗାଲି (Acromegaly) ରୋଗ ନିର୍ଣ୍ଣୟ ହେଲେ ଏହି ରୋଗମାନଙ୍କ ଯୋଗୁ ଉଚ୍ଚ ରକ୍ତଚାପ ହୋଇ ଚିହ୍ନ ଓ ଲକ୍ଷଣ ପ୍ରକାଶ ପାଏ । ବୃକକ ଧମନୀ ସରୁ ହେଲେ ପେଟରେ ବ୍ରୁଟ (Bruit) ଶବ୍ଦ ଶୁଣାଯାଏ । ଆଓର୍ଟା ଧମନୀ ସରୁ ହେଲେ ଜଙ୍ଘର ଫିମୋରାଲ ନାଡୀ ଅନୁପସ୍ଥିତ ବା ଧିମା ହୁଏ । ମୁଣ୍ଡ ବଥା, ଛାତି ଧଡ଼ ଧଡ଼, ଶେତା ଦେଖାଯିବା ଓ ଝାଳ ବୋହିବା ସହ ପାରୋକ୍ସିମାଲ ଉଚ୍ଚ ରକ୍ତଚାପ ଥିଲେ ଫେଓକ୍ରୋମୋସାଇଟୋମା (Pheochromocytoma) ରୋଗ ସନ୍ଦେହ କରାଯାଏ । ଅଟୋନୋମିକ ସ୍ନାୟୁ ଦ୍ଵାରା ନିଉରୋଜେନିକ ଉଚ୍ଚ ରକ୍ତଚାପ ହୁଏ ।

ଉଚ୍ଚ ରକ୍ତଚାପ ଜନିତ ସଙ୍କଟ (Hypertensive crisis)[ସମ୍ପାଦନା]

ରକ୍ତଚାପ ୧୮୦/୧୧୦ ମି.ମି. ବା ତାହାଠାରୁ ଅଧିକ ହେଲେ ତାହାକୁ ଉତ୍କଟ ରକ୍ତଚାପ (accelerated or Malignant hypertension) କହନ୍ତି କାରଣ ଏହା ଅନେକ ଜଟୀଳତା ସୃଷ୍ଟି କର । ଏତେ ବେଶୀ ରକ୍ତଚାପ ଥିଲେ ମଧ୍ୟ କିଛି ଲକ୍ଷଣ ପ୍ରକାଶ ନ ହୋଇପାରେ, ୨୨ % ଲୋକଙ୍କର ମୁଣ୍ଡ ବଥାଏ[୪] ଓ ବୁଲେଇବା ଭଳି ଲାଗେ । ଦୃଷ୍ଟି ଶକ୍ତି କମିଯାଏ, ହୃଦ୍ଘାତ ଯୋଗୁ ଅଣନିଶ୍ଵାସୀ ଲାଗେ ଓ ବୃକ୍କ ଅସୁବିଧା ହେତୁ ଅସୁସ୍ଥ ଅନୁଭବ ହୁଏ । କୌଣସି ଅଜଣା କାରଣ ଯୋଗୁ ହଠାଥ ରକ୍ତଚାପ ବଢିଯାଏ ।[୫]
ଉଚ୍ଚ ରକ୍ତଚାପ ଯୋଗୁ ଏକ ବା ଏକାଧିକ ଅଙ୍ଗ ନଷ୍ଟ ହେଲେ ତାହାକୁ "ଉଚ୍ଚ ରକ୍ତଚାପ ଆପାତସ୍ଥିତି" ବା ମାଲିଗ୍‌ନାଣ୍ଟ ହାଇପରଟେନସନ କୁହାଯାଏ । ଉଚ୍ଚ ରକ୍ତଚାପ ଏନକେଫାଲୋପାଥି ହେଲେ ମସ୍ତିଷ୍କ ଫୁଲି ଯାଇ ମୁଣ୍ଡ ବଥା, ଚେତନା ସ୍ତରର ପରିବର୍ତ୍ତନ ହୁଏ । ରେଟିନା ପାପିଲିଡିମାଫଣ୍ଡସ ରକ୍ତସ୍ରାବକୁ ମଧ୍ୟ ସଙ୍କଟ ଚିହ୍ନ ରୁପେ ଗ୍ରହଣ କରାଯାଏ । ହୃତ୍‌ପିଣ୍ଡ ମାଂସପେଶୀ ନଷ୍ଟ ହେଲେ ହୃଦ୍‌ଘାତ ହୁଏ ଓ ଆଓର୍ଟିକ ଡିସେକସନ (Aortic dissection) ହେଲେ ଛାତିରେ ତୀବ୍ର ଯନ୍ତ୍ରଣା ହୁଏ । ଫୁସଫୁସରେ ତରଳ ପଦାର୍ଥ ଜମିଲେ ଅଣନିଶ୍ଵାସୀ ଲାଗେ, କାଶ ହୁଏ ଓ ରକ୍ତ ମିଶ୍ରିତ ଖଙ୍କାର ପଡେ । ବାମ ନିଳୟ ଅକ୍ଷମ ହୁଏ । ବୃକ୍‌କ କାର୍ଯ୍ୟ ବାଧା ପ୍ରାପ୍ତ ହୁଏ । ମାଇକ୍ରୋଆଞ୍ଜିଓପାଥିକ ହେମୋଲାଇଟିକ ଆନିମିଆ ହୋଇପାରେ । ଏହି ଅବସ୍ଥାରେ ଅତି ଶୀଘ୍ର ରକ୍ତଚାପ କମେଇବା ଆବଶ୍ୟକ ହୁଏ । କୌଣସି ଅଙ୍ଗ ଆଘାତପ୍ରାପ୍ତ ନ ହେଲେ ଉଚ୍ଚ ରକ୍ତଚାପ ଶୀଘ୍ର କମେଇବା ଆବଶ୍ୟକ ନୁହେଁ । ପାଟିରେ ଔଷଧ ଖାଇ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ରକ୍ତଚାପ କମେଇବାକୁ ଉପଦେଶ ଦିଆଯାଏ ।

ଗର୍ଭାବସ୍ଥାରେ[ସମ୍ପାଦନା]

ସମୁଦାୟ ଗର୍ଭାବସ୍ଥାର ୮ ରୁ ୧୦ % ମହିଳାଙ୍କର ଉଚ୍ଚ ରକ୍ତଚାପ ହୁଏ । ଅଧିକାଂଶ ମହିଳାଙ୍କର ପୂର୍ବରୁ ଉଚ୍ଚ ରକ୍ତଚାପ ଥାଏ, କିନ୍ତୁ ଏହା ଗର୍ଭାବସ୍ଥାର ଦ୍ଵିତୀୟାର୍ଦ୍ଧରେ ପ୍ରିଏକ୍ଲାମ୍ପସିଆ (Pre-eclampsia) ନାମକ ଏକ ସାଂଘାତିକ ରୋଗର ପ୍ରଥମ ଲକ୍ଷଣ ରୁପେ ଦେଖାଯାଏ । ଏହି ପ୍ରିଏକ୍ଲାମ୍ପସିଆ ରୋଗରେ ଉଚ୍ଚ ରକ୍ତଚାପ ସହ ପରିସ୍ରାରେ ପ୍ରୋଟିନ ପଡେ । ଏହି ରୋଗ ସମୁଦାୟ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୫ % ମହିଳାଙ୍କର ହୁଏ ଓ ସମୁଦାୟ ମାତୃମୃତ୍ୟୁର କାରଣ ରୁପେ ୧୬ % ମହିଳାଙ୍କର ହୁଏ । ପ୍ରିଏକ୍ଲାମ୍ପସିଆ ମାତୃ ମୃତ୍ୟୁ ସଙ୍କଟକୁ ଦ୍ଵିଗୁଣିତ କରେ । ପ୍ରିଏକ୍ଲାମ୍ପସିଆ ରୋଗର କୌଣସି ପୂର୍ବ ଲକ୍ଷଣ ନାହିଁ, ଏହା ନିୟମିତ ଗର୍ଭାବସ୍ଥା ପରୀକ୍ଷା ବେଳେ ଧରାପଡେ । ପ୍ରିଏକ୍ଲାମ୍ପସିଆ ହେଲେ ମୁଣ୍ଡ ବଥାଏ, ଆଖିରେ ସାମୟିକ ଆଲୋକ ବଢିଗଲା ଭଳି ଲାଗେ, ବାନ୍ତି ହୁଏ ଓ ପାଦରେ ଇଡିମା (Oedema) ବା ଫୁଲା ହୁଏ । ଏହି ପ୍ରିଏକ୍ଲାମ୍ପସିଆ ରୋଗ ଏକ୍ଲାମ୍ପସିଆ (Eclampsia) ରୋଗକୁ ପରିବର୍ତ୍ତିତ ହୋଇପାରେ ଯାହାକି ଏକ ଏମରଜେନ୍ସି ବା ଆପାତସ୍ଥିତି ଅବସ୍ଥା । ଏହି ରୋଗରେ ଦୃଷ୍ଟି ଶକ୍ତି ହ୍ରାସ, ମସ୍ତିଷ୍କ ଫୁଲା, ବାତ, ବୃକକ ହାନି, ଫୁସଫୁସ ଫୁଲା ଓ ଧମନୀ ମଧ୍ୟରେ ରକ୍ତ ଜମାଟ ବାନ୍ଧିବା ଭଳି ଜଟିଳତା ସୃଷ୍ଟି ହୁଏ ।[୬]

ନବଜାତ ଓ ଶିଶୁମାନଙ୍କର[ସମ୍ପାଦନା]

ନବଜାତ ଓ ଛୋଟ ଶିଶୁମାନଙ୍କର ଏହି ରୋଗ ଯୋଗୁ ବଞ୍ଚିବା କଷ୍ଟକର ହୁଏ, ଚିଡ଼ଚିଡ଼ ହୁଅନ୍ତି, ଶକ୍ତିର ଅଭାବ ହୁଏ, ଶ୍ଵାସ କ୍ରିୟାରେ କଷ୍ଟ ହୁଏ ।[୭] ବଡ ପିଲାଙ୍କର ମୁଣ୍ଡ ବଥାଏ, ବିରକ୍ତି ଭାବ ହୁଏ, ଥକ୍କା ଲାଗେ, ସଠିକ ଦେଖାଯାଏ ନାହିଁ, ନାକରୁ ରକ୍ତସ୍ରାବ ହୁଏ ଓ ମୁଖ ମାଂସପେଶୀମାନଙ୍କର ପାରାଲିସିସ ହୁଏ । [୭]

କାରଣ[ସମ୍ପାଦନା]

ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ[ସମ୍ପାଦନା]

ସମୁଦାୟ ରକ୍ତଚାପ ରୋଗୀଙ୍କ ମଧ୍ୟରୁ ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ ବା ପ୍ରାଥମିକ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ପ୍ରାୟ ୯୦ ରୁ ୯୫ % । ଅଧୁନା ସବୁ ସ୍ଥାନରେ ବୟସ ବୃଦ୍ଧି ହାର ବଢିବା ସଙ୍ଗେ ସଙ୍ଗେ ଶେଷ ଜୀବନରେ ଏହି ରୋଗ ଆଶଙ୍କା ବଢି ଚାଲିଛି ।[୮] ପରିବେଶ ଓ ଜୀନର (Gene) ଜଟୀଳ ଆନ୍ତଃକ୍ରିୟା ଯୋଗୁ ଏହି ରୋଗ ହୁଏ । ଅନେକ ଗୁଡିଏ ବିକଳ୍ପ ଜୀନମାନଙ୍କର ରକ୍ତଚାପ ଉପରେ ସାମାନ୍ୟ ପ୍ରଭାବ ଥିବା ଜଣାଯାଇଛି[୯] ଓ କେତେକଙ୍କର ଅତି ପ୍ରଭାବ ଅଛି[୧୦] କିନ୍ତୁ ଏହାର ପ୍ରକ୍ରିୟା ବିଷୟରେ ଆଲୋକପାତ ହୋଇନାହିଁ । ଜୀବନଚର୍ଯ୍ୟାରେ କମ ଲୁଣ ଖାଇଲେ[୧୧], ଅଧିକ ଫଳାହାର, କମ ଚର୍ବି ଜାତୀୟ ଖାଦ୍ୟ ଖାଇଲେ, ବ୍ୟାୟାମ କଲେ[୧୨], ଓଜନ କମେଇଲେ[୧୩] ଓ କମ ମଦ୍ୟ ପାନ[୧୪] କଲେ ରକ୍ତଚାପ କମ ହେବା ଜଣାଯାଏ ।
ଚାପର(Stress) ଗୋଟିଏ ଛୋଟ ରୋଲ ଅଛି[୧୫] ଯାହା ରିଲାକ୍ସେସନ ଟେକନିକ ପରୀକ୍ଷାରେ ସାବ୍ୟସ୍ତ ହୋଇପାରୁ ନାହିଁ [୧୬]। କେଫିନ ଭକ୍ଷଣ[୧୭] ଓ ଭିଟାମିନ ଡି ଅଭାବର[୧୮] ରକ୍ତଚାପ ଉପରେ ବିଶେଷ ପ୍ରଭାବ ପ୍ରମାଣିତ ହୋଇନାହିଁ । ମେଟାବୋଲିକ ସିନ୍ଡ୍ରୋମରେ ଥିବା ଇନସୁଲିନ ପ୍ରତିରୋଧ ଏହି ରୋଗକୁ ସାହାଯ୍ୟ କରେ [୧୯]। ସ୍ଵଳ୍ପ ଜନ୍ମ ଓଜନ, ମାତାର ଧୁମ୍ରପାନ ଓ ସ୍ତନ ପାନ ନ କରିବା ଭଳି କ୍ଷେତ୍ରମାନଙ୍କୁ ଉଚ୍ଚ ରକ୍ତଚାପର ସଙ୍କଟ ଅବସ୍ଥା ରୁପେ ଜଣା ଯାଇଛି[୨୦] କିନ୍ତୁ କେଉଁ ସଠିକ ଉପାୟରେ ଏହା ହେଉଛି ଜଣା ଯାଇନାହିଁ ।

ଗୌଣ ରକ୍ତଚାପ(Secondary hypertension)[ସମ୍ପାଦନା]

ଗୌଣ ରକ୍ତଚାପ ରୋଗ ଅନ୍ୟ କେତେକ ରୋଗର ପାର୍ଶ୍ଵ କ୍ରିୟା ବା ରୋଗର ପାର୍ଶ୍ଵ ଫଳ ରୁପେ ଜାତ ହୁଏ । ଏହି ରୋଗଗୁଡିକର ନାମ: କୁସିଙ୍ଗ ସିନ୍ଡ୍ରୋମ, ହାଇପୋଥାଇରଏଡିଜ୍ମ (Hypothyroidism), ଆକ୍ରୋମେଗାଲି (Acromegally), କନ୍ସ ସିନ୍ଡ୍ରୋମ (Conn's syndrome), ହାଇପର୍‌-ଆଲ୍ଡୋସ୍ଟେରୋନିଜ୍ମ (Hyperaldosteronism), ହାଇପରପାରାଥାଇରଏଡିଜ୍ମ (Hyperparathyroidism), ଫେଓକ୍ରୋମୋସାଇଟୋମା (Pheochromocytoma), ପୃଥୁଳତା (Obesity), ଗର୍ଭାବସ୍ଥା, ଆଓର୍ଟା କୋଆର୍କଟେସନ୍ (Coarctation of the aorta), ନିଦ୍ରା ଶ୍ଵାସରୁଦ୍ଧ ଓ ଅତ୍ୟଧିକ ଲିକ୍ଵୋରାଇସ୍ (liquorice) ଭକ୍ଷଣ । କେତେକ ଔଷଧ ଓ ନିଶିଦ୍ଧ ଦ୍ରବ୍ୟ ସେବନ ଦ୍ଵାରା ମଧ୍ୟ ଏହି ରୋଗ ହୁଏ ।[୨୧]

ନିଦାନଶରୀରତତ୍ତ୍ୱ[ସମ୍ପାଦନା]

ମୂଳ ଲେଖା: Pathophysiology of hypertension
A diagram explaining factors affecting arterial pressure

ଅଧିକାଂଶ ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ ରୋଗରେ ହୃତ୍‌ପିଣ୍ଡରୁ ସମାନ ପରିମାଣ ରକ୍ତ ପ୍ରତି ସଂକୋଚନ ବେଳେ ବାହାରେ, କିନ୍ତୁ ରକ୍ତ ନଳୀମାନଙ୍କର ପ୍ରତିରୋଧ ଯୋଗୁ ରକ୍ତଚାପ ବଢିଯାଏ ।[୨୨] ସୀମାରେ ଥିବା ରକ୍ତଚାପ ବା ପୂର୍ବରକ୍ତଚାପ ଥିବା ଯୁବକମାନଙ୍କର ବର୍ଦ୍ଧିତ ହୃଦ୍ ଗତି ଥିବା ଦେଖା ଯାଇଛି ।[୨୩] ଏହି ଲୋକମାନଙ୍କର ବୟସ ବୃଦ୍ଧି ହେଲେ କମ ପରିମାଣ ରକ୍ତ ପ୍ରତି ସଂକୋଚନ ବେଳେ ବାହାରେ ଓ ରକ୍ତନଳୀ ପ୍ରତିରୋଧ ମଧ୍ୟ ବଢିଯାଏ । ଏହି ଉକ୍ତି ସମସ୍ତଙ୍କ ପ୍ରତି ପ୍ରଜୁଯ୍ୟ ନୁହେଁ ।[୨୪] ଛୋଟ ଓ ସୁକ୍ଷ୍ମ ରକ୍ତନଳୀ ସରୁ ହୋଇଯିବା ଯୋଗୁ ସଞ୍ଚାଳନ ପ୍ରତିରୋଧ ହୁଏ ।[୨୫] ରକ୍ତ ନଳୀ ପ୍ରାବଲ୍ୟ କମ ହେବା ଯୋଗୁ ମଧ୍ୟ ଏହା ହୋଇ ପାରେ ।[୨୬] ରକ୍ତ ନଳୀ ସଙ୍କୋଚନର କୌଣସି ଭୂମିକା ଥିବା ସ୍ପଷ୍ଟ ହୋଇନାହିଁ ।[୨୭]
ବୟସ୍କ ଲୋକଙ୍କର ଉଚ୍ଚ ରକ୍ତଚାପ ଥିଲେ ସିସ୍ଟୋଲିକ୍ ଓ ଡାୟାସ୍ଟୋଲିକ ଚାପର ପ୍ରଭେଦ(Difference) ଅଧିକ ରହେ । ଏହାର ଅର୍ଥ ସିସ୍ଟୋଲିକ ଚାପ ଅତି ଅଧିକ ଥାଇ ଡାୟାସ୍ଟୋଲିକ ଚାପ ସାଧାରଣ ବା କମ ରହେ-ଯାହାକୁ ଆଇସୋଲେଟେଡ ସିସ୍ଟୋଲିକ୍ ଉଚ୍ଚ ରକ୍ତଚାପ କୁହାଯାଏ[୨୮] । ରକ୍ତ ନଳୀମାନଙ୍କର କାନ୍ଥ ଦୃଢ ହୋଇଯିବାରୁ ଏପରି ହୁଏ ଓ ଏହା ଉଚ୍ଚ ରକ୍ତଚାପ ଯୋଗୁ ଅଧିକ ହୋଇ ଥାଇପାରେ ।[୨୯]
ବହିଃସ୍ଥାନୀୟ ପ୍ରତିରୋଧ(Peripheral Resistance)କିପରି ହୁଏ ସେ ବିଷୟରେ ଅନେକ ତଥ୍ୟ ଉପସ୍ଥାପନ କରାଯାଇଛି । ମୂଖ୍ୟତଃ ବୃକକର ରେନିନ-ଆଞ୍ଜିଓଟେନ୍‌ସିନ୍ ସିସ୍ଟମ[୩୦] ବା ସିମ୍ପାଥେଟିକ ସ୍ନାୟୁ ମଣ୍ଡଳର କିଛି ପରିବର୍ତ୍ତନ[୩୧] ଯୋଗୁ ଏହା ହୋଇପାରେ । ରକ୍ତନଳୀମାନଙ୍କର କାନ୍ଥର ଭିତର ସ୍ତର ବା ଏଣ୍ଡୋଥେଲିଅମର କ୍ରିୟାର ପରିବର୍ତ୍ତନ ବା ରକ୍ତନଳୀର ପ୍ରଦାହ ଏହି ପ୍ରତିରୋଧର କାରଣ ହୋଇପାରେ ।[୩୨][୩୩]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ରକ୍ତଚାପ ନିମନ୍ତେ କରାଯାଉଥିବା ପରୀକ୍ଷା
ମଣ୍ଡଳ ପରୀକ୍ଷା
ବୃକକୀୟ ଅଣୁବୀକ୍ଷଣୀୟ ମୂତ୍ର ପରୀକ୍ଷା, ପରିସ୍ରାରେ ପ୍ରୋଟିନ ବିଶ୍ଳେଷଣ, ରକ୍ତ ୟୁରିଆ ଯବକ୍ଷାରଜାନ ଏବଂ/ବା କ୍ରିଏଟିନ
ଅନ୍ତସ୍ରାବୀ ଗ୍ରନ୍ଥି ସେରମ ସୋଡିଅମ, ପଟାସିୟମ , କ୍ୟାଲସିୟମ , ଟି.ଏସ ॰ ଏଚ
ମେଟାବୋଲିକ ଫାଷ୍ଟିଙ୍ଗ ରକ୍ତ ଗ୍ଳୁକୋଜ, ଏଚ ଡି ଏଲ, ଏଲ ଡି ଏଲ, ସଂପୂର୍ଣ୍ଣ କୋଲେଷ୍ଟେରଲ ଓ ଟ୍ରାଇଗ୍ଲିସେରାଇଡ
ଅନ୍ୟାନ୍ୟ ହେମାଟୋକ୍ରିଟ, ଇଲେକ୍ଟ୍ରୋକାଡିୟୋଗ୍ରାମ, ଓ ଛାତି ଏକ୍ସ-ରେ
Sources: Harrison's principles of internal medicine[୩୪] others[୩୫][୩୬][୩୭][୩୮][୩୯]

ଲଗାତାର ରକ୍ତଚାପ ବଢି ରହିଲେ ଉଚ୍ଚ ରକ୍ତଚାପ ରୋଗ ନିର୍ଣ୍ଣୟ କରାଯାଏ । ପରମ୍ପରା ଅନୁଯାୟୀ ମାସେ ଛଡାରେ ତିନି ଥର ରକ୍ତଚାପ ମପାଯାଏ ।[୪୦] ପ୍ରଥମାବସ୍ଥାରେ ରୋଗର ସମ୍ପୁର୍ଣ୍ଣ ଇତିହାସ ଓ ଶାରୀରିକ ପରୀକ୍ଷା କରାଯାଏ । ଅଧୁନା ୨୪ ଘଣ୍ଟିଆ ଆମ୍ବୁଲେଟରି ଚକ୍ତଚାପ ମନିଟର ଓ ଘରୋଇ ରକ୍ତଚାପ ମେସିନ୍ ମିଳୁଛି ଯାହା ଫଳରେ ଭୁଲ କ୍ରମେ ଧଳା କୋଟ ରକ୍ତଚାପ ନିର୍ଣ୍ଣୟରୁ ମୁକ୍ତି ମିଳୁଛି । ଅଧୁନା ବ୍ରିଟିଶ ପଦ୍ଧତିରେ ଚିକିତ୍ସାଳୟରେ ଥରେ ମାପ ପରେ ଆମ୍ବୁଲେଟରି ମାପ ବା ୭ ଦିନ[୪୧] ଧରି ଘରୋଇ ମାପ କରାଯାଉଛି । ବୟସ୍କ ଲୋକଙ୍କର ରକ୍ତ ନଳୀ କାନ୍ଥ କ୍ୟାଲସିୟମ ଯୁକ୍ତ ଥିବାରୁ ଶକ୍ତ ରହେ । ଏଣୁ ରକ୍ତଚାପ ଯନ୍ତ୍ରକୁ ଯୋରରେ ଅଧିକ ସମୟ ଚିପିବାକୁ ପଡେ। ଫଳତଃ ରକ୍ତଚାପ ଅଧିକ ନ ଥାଇ ମଧ୍ୟ ଅଧିକ ଜଣାଯାଏ ।[୪୨] ଏହାକୁ ବୟସାଧିକ୍ୟ ମିଥ୍ୟା ଉଚ୍ଚ ରକ୍ତଚାପ କୁହାଯାଏ
ଥରେ ଉଚ୍ଚ ରକ୍ତଚାପ ନିର୍ଣ୍ଣୟ ହୋଇଗଲେ ତାହାର କାରଣ, ଉଦ୍ରେକକାରୀ ସଙ୍କଟ ଅବସ୍ଥା ଓ ଅନ୍ୟାନ୍ୟ ଲକ୍ଷଣ ସମସ୍ତକୁ ଅନୁଶୀଳନ କରାଯାଏ । ଗୌଣ ଉଚ୍ଚ ରକ୍ତଚାପ କିଶୋର ପୂର୍ବ ବୟସରେ ଦେଖାଗଲେ ବୃକ୍‌କ ରୋଗ ଥିବା ସନ୍ଦେହ କରାଯାଏ । ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ କିଶୋର ଅବସ୍ଥାରେ ଦେଖାଯାଏ ଓ ଏମାନଙ୍କର ପାରିବାରିକ ଉଚ୍ଚ ରକ୍ତଚାପ ଇତିହାସ ଥାଏ ବା ଏମାନେ ପୃଥୁଳ କାୟ ହୋଇଥାଆନ୍ତି ।[୪୩] ବିଭିନ୍ନ ପରୀକ୍ଷା ଦ୍ଵାରା ଗୌଣ ଉଚ୍ଚ ରକ୍ତଚାପର କାରଣ ତଥା ଚକ୍ଷୁ ଓ ବୃକ୍‌କର ପରିସ୍ଥିତି ବିଷୟରେ ଜଣାଯାଏ । ଡାଏବେଟିସ୍ ଓ ରକ୍ତ କୋଲେସ୍ଟେରଲ ମାତ୍ରା ପରୀକ୍ଷା କରି ଏମାନଙ୍କର ଚିକିତ୍ସା କରାଯାଏ ।
ବୃକ୍‌କ ରୋଗର ଉପସ୍ଥିତି ଜାଣିବା ନିମନ୍ତେ ସେରମ୍ କ୍ରିଏଟିନିନ ପରୀକ୍ଷା କରାଯାଏ କିନ୍ତୁ ଏହି ରୋଗ ଉଚ୍ଚ ରକ୍ତଚାପର କାରଣ ହୋଇପାରେ ଓ ଫଳ ମଧ୍ୟ ହୋଇପାରେ । ଆଜିକାଲି ଗ୍ଲୋମେରୁଲାର ଫିଲ୍‌ଟ୍ରେସନ ରେଟ(eGFR) ଜାଣିବା ନିମନ୍ତେ MDRD formula ବ୍ୟବହାର ହେଉଛି। ଇ.ଜି.ଏଫ୍.ଆର୍. ପରୀକ୍ଷା ଦ୍ଵାରା ଔଷଧର ବୃକ୍‌କ ଉପରେ ପ୍ରତିକ୍ରିୟା ସୃଷ୍ଟି ହେଲେ ଜଣାଯାଏ । ପରିସ୍ରାରେ ପ୍ରୋଟିନ ଉପସ୍ଥିତି ମଧ୍ୟ ବୃକ୍‌କର ରୋଗ ବିଷୟରେ ଜଣେଇ ଦିଏ । ହୃତ୍‌ପିଣ୍ଡର ସ୍ଵାସ୍ଥ୍ୟ ଇ.ସି.ଜି. ପରୀକ୍ଷା ଦ୍ଵାରା ଜଣାଯାଏ । ଇକୋକାଡିଓଗ୍ରାମ ଓ ଏକ୍ସ-ରେ ଦ୍ଵାରା ହୃତ୍‌ପିଣ୍ଡ ଆକାର ବଢିଛି କି ନାହିଁ ଜଣାପଡେ ।

ଯୁବାବସ୍ଥାରେ[ସମ୍ପାଦନା]

ବର୍ଗୀକରଣ(JNC7)[୪୪] ସିସ୍ଟୋଲିକ ଚାପ ଡାୟାସ୍ଟୋଲିକ ଚାପ
ମି.ମି. ପାରଦ କେ.ପି.ଏ ମି.ମି. ପାରଦ କେ.ପି.ଏ.
ସାଧାରଣ ୯୦-୧୧୯ ୧୨-୧୫.୯ ୬୦-୭୯ ୮.୦-୧୦.୫
ପୂର୍ବ ଉଚ୍ଚ ରକ୍ତଚାପ ୧୨୦‌-୧୩୯ ୧୬.୦-୧୮.୫ ୮୦‌-୮୯ ୧୦.୭-୧୧.୯
ପ୍ରଥମ ସୋପାନ ଉଚ୍ଚ ରକ୍ତଚାପ ୧୪୦-୧୫୯ ୧୮.୭-୨୧.୨ ୯୦-୯୯ ୧୨.୦-୧୩.୨
ଦ୍ଵିତୀୟ ସୋପାନ ଉଚ୍ଚ ରକ୍ତଚାପ ≥୧୬୦ ≥୨୧୩ ≥୧୦୦ ≥୧୩.୩
ଆସୋଲେଟେଡ ସିସ୍ଟୋଲିକ
ଉଚ୍ଚ ରକ୍ତଚାପ
≥୧୪୦ ≥୧୮.୭ <୯୦ <୧୨.୦

ବୟସ ୧୮ବା ତଦୁର୍ଦ୍ଧ ଥିବା ଲୋକର ସାଧାରଣ ରକ୍ତଚାପଠାରୁ (୧୩୯ମିମି ପାରଦ ସିସ୍ଟୋଲିକ ଓ ୮୯ ମିମି ପାରଦ ଡାୟାସ୍ଟୋଲିକ ) ଅଧିକ ହେଲେ ଉଚ୍ଚ ରକ୍ତଚାପ କୁହାଯାଏ । ଘରୋଇ ଭାବରେ ମନିଟର କଲେ ୧୩୫/ ୮୫ ମିମି ପାରଦ ହିସାବକୁ ନିଆଯାଏ[୪୧] । ଜେ.ଏନ୍.ସି୭ (୨୦୦୩ ) ପଦ୍ଧତିରେ ୧୨୦ ରୁ ୧୩୯ ମିମି ପାରଦକୁ ସିସ୍ଟୋଲିକ ଓ ୮୦ ରୁ ୮୯ ମିମି ପାରଦକୁ ଡାୟାସ୍ଟୋଲିକ ମାପକୁ ପୂର୍ବ ଉଚ୍ଚ ରକ୍ତଚାପ(prehypertension ) ନାମ ଦିଆଯାଇଛି । ଇ.ଏସ.ଏଚ ଓ ବି.ଏଚ.ଏସ ନିୟାମକ {ESH-ESC Guidelines (2007)[୪୫] and BHS IV (2004)[୪୬]} ଅନୁସାରେ ୧୪୦/୯୦ ମିମି ପାରଦ ଚାପ ଥିବା ଲୋକଙ୍କୁ ୩ ଭାଗରେ ବିଭକ୍ତ କରାଯାଇ ଅପ୍ଟିମାଲ, ସାଧାରଣ ଓ ଉଚ୍ଚ ସାଧାରଣ ନାମ ଦିଆଯାଇଛି । ଜେ.ଏନ.ସି. ୭ ଅନୁସାରେ ସ୍ଟେଜ ୧, ସ୍ଟେଜ ୨ ଓ ଆଇସୋଲେଟେଡ ଉଚ୍ଚ ରକ୍ତଚାପ: ଏହି ତିନି ଭାଗରେ ବିଭକ୍ତ କରାଯାଇଛି । ଇ.ଏସ.ଏଚ ଓ ବି.ଏଚ.ଏସ ନିୟାମକ ଏକ ତୃତୀୟ ସ୍ଟେଜ ରଖିଛନ୍ତି ଯେଉଁଥିରେ ୧୭୯/୧୦୯ ମିମି ପାରଦରୁ ଅଧିକ ଥିବା ଦରକାର । ଔଷଧ ଦ୍ଵାରା ନ କମୁଥିବା ଉଚ୍ଚ ରକ୍ତଚାପକୁ ପ୍ରତିରୋଧି ରକ୍ତଚାପ କହନ୍ତି ।

ପିଲାମାନଙ୍କର[ସମ୍ପାଦନା]

ସଦ୍ୟଜାତ (୨୮ ଦିନ ମଧ୍ୟରେ) ଶିଶୁମାନଙ୍କର କ୍ଵଚିତ ରକ୍ତଚାପ ହୁଏ( ୦.୨- ୩ %)[୪୭] । ଏହି ବୟସର ସୁସ୍ଥ ନବଜାତଙ୍କର କାହାରି ରକ୍ତଚାପ ରୁଟିନ ହିସାବରେ ନିଆଯାଏ ନାହିଁ । ରକ୍ତଚାପ ମାପିବା ବେଳେ ଗର୍ଭ ସମୟ, ଗର୍ଭ ବୟସ ଓ ଜନ୍ମ ଓଜନ ବିଷୟମାନ ବିଚାରକୁ ନିଆଯାଏ ।
ଶିଶୁ ଓ କିଶୋର ଅବସ୍ଥାରେ ବୟସ, ଲିଙ୍ଗ ଓ ବର୍ଣ୍ଣଭେଦ[୪୮] ବିଷୟମାନ ହିସାବକୁ ନେଇ ରକ୍ତଚାପ ସମୀକ୍ଷା କରାଯାଏ । ଏହା ଦୀର୍ଘକାଳୀନ ରୋଗାବସ୍ଥା ସହ ସମ୍ପୃକ୍ତ ଥାଏ[୪୯] । ତିନି ବର୍ଷ ବୟସରୁ ଉର୍ଦ୍ଧ୍ଵ ପିଲାମାନେ କ୍ଲିନିକ ଗଲେ ନିୟମିତ ରକ୍ତଚାପ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଉଛି । ବାରମ୍ଵାର ରକ୍ତଚାପ ମାପ କରି ରୋଗ ନିର୍ଣ୍ଣୟ କରାଯାଏ । ବୟସ ବୃଦ୍ଧି ଅନୁସାରେ ରକ୍ତଚାପ ବଢେ । ଲିଙ୍ଗ, ବୟସ ଓ ଉଚ୍ଚତା ମାପ ଅନୁସାରେ ୯୫ ଓ ତଦୁର୍ଦ୍ଧ୍ଵ ପର୍‌ସେଣ୍ଟାଇଲ୍ ଥିଲେ ଉଚ୍ଚ ରକ୍ତଚାପ ନିର୍ଣ୍ଣୟ କରାଯାଏ । ୯୦ ରୁ ୯୫ ପର୍‌ସେଣ୍ଟାଇଲ୍ ମଧ୍ୟରେ ଥିଲେ ପୂର୍ବ ଉଚ୍ଚ ରକ୍ତଚାପ ଧରାଯାଏ । କିଶୋର ଅବସ୍ଥାରେ ଉଚ୍ଚ ରକ୍ତଚାପ ବଡ ମଣିଷ ଭଳି ବିଚାର କରାଯାଏ ।

ପ୍ରତିଷେଧ[ସମ୍ପାଦନା]

ଉଚ୍ଚ ରକ୍ତଚାପ ରୋଗ ଥାଇ ମଧ୍ୟ ନିର୍ଣ୍ଣୟ ହୋଇ ନ ଥିବା ଲୋକଙ୍କର ଅଧିକ ଅସୁବିଧା ହୁଏ । ସୁଚିନ୍ତିତ ଜୀବନଚର୍ଯ୍ୟା ଦ୍ଵାରା ରୋଗର ଜଟୀଳତାରୁ ରକ୍ଷା ପାଇବା ସଙ୍ଗେ ସଙ୍ଗେ ଔଷଧ ସେବନ ମାତ୍ରା କମ ହେବ । ଇଂଲଣ୍ଡ ଓ ଆମେରିକାରେ ( 2004 British Hypertension Society guidelines ଓ US National High BP Education Program in 2002[୫୦] ) ନିମ୍ନଲିଖିତ କେତେକ ଉପାୟ ଅନୁସରଣ କରିବାକୁ ଉପଦେଶ ଦିଆଯାଇଛି ।

  • ଯୁବକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଓଜନ (୨୦-୨୫ କି.ଗ୍ରା/ବର୍ଗମିଟର) ଭିତରେ ରହିବା ଆବଶ୍ୟକ ।
  • ଲୁଣ ଖାଇବା ପରିମାଣ ୬ ଗ୍ରାମ ମଧ୍ୟରେ ସୀମିତ ରହିବା ଆବଶ୍ୟକ ।
  • ଦୈନିକ ୩୦ ମିନିଟ ବା ଅଧିକ ବ୍ୟାୟାମ କରିବେ ।
  • ପୁରୁଷମାନେ ୩ ୟୁନିଟ ଓ ମହିଳାମାନେ ୨ ୟୁନିଟ ମଧ୍ୟରେ ମଦ୍ୟ ପାନ କରିବେ, ତାହାଠାରୁ ଅଧିକ ନୁହେଁ ।
  • ପ୍ରଚୁର ପରିମାଣରେ ଫଳ ଓ ପରିବା ଖାଇବେ ।

ଏହି ଜୀବନଚର୍ଯ୍ୟା ନିୟମ ମଧ୍ୟରୁ ୨ ବା ଅଧିକ ନିୟମ ମାନିଲେ ଭଲ ଉପକାର ମିଳେ ।

ଚିକିତ୍ସା[ସମ୍ପାଦନା]

ଜୀବନଚର୍ଯ୍ୟା ପରିବର୍ତ୍ତନ[ସମ୍ପାଦନା]

ଉଚ୍ଚ ରକ୍ତଚାପ ନିମନ୍ତେ ଜୀବନଚର୍ଯ୍ୟା ପରିବର୍ତ୍ତନ ଏକ ପ୍ରଥମ ଧାଡି ଚିକିତ୍ସା । ପୂର୍ବ ଲିଖିତ ମତେ ଏହି ଚିକିତ୍ସା କଲେ ରକ୍ତଚାପ କମିଯିବା ଦେଖାଯାଇଛି । ଅତି ଉଚ୍ଚ ରକ୍ତଚାପ ହେଲେ ଏହା ସହିତ ଔଷଧ ଖିଆଯାଏ । ମାନସିକ ଚାପ କମେଇବା ନିମନ୍ତେ ଆରାମ(Relaxation) ଆବଶ୍ୟକ ।

ଔଷଧ[ସମ୍ପାଦନା]

କେବଳ ରକ୍ତଚାପ ଦେଖି ଔଷଧ ନ ଦେଇ ହୃତ୍‌ପିଣ୍ଡର ଅବସ୍ଥା ଓ ରକ୍ତନଳୀର ଅବସ୍ଥାକୁ ବିଚାରକୁ ନେଇ ଔଷଧ ଦିଆଯାଏ [୫୧]। ଅନୁଶୀଳନରେ ଦେଖାଯାଇଛି ୧୬୦/୧୦୦ ମି.ମି.ପାରଦ ମଧ୍ୟରେ ଥିବା ଉଚ୍ଚ ରକ୍ତଚାପ ରୋଗୀମାନଙ୍କର ଔଷଧ ଖାଇବା ସାଥିରେ ରୋଗ ଜଟୀଳତାର ସମ୍ପର୍କ ରହୁନାହିଁ । ଔଷଧ ସେବନ ଦ୍ଵାରା ଔଷଧର ଜଟୀଳତା ଘଟିବା ସମ୍ଭାବନା ରହୁଛି [୫୨]
ଔଷଧ ଦେବାବେଳେ କେବଳ ଲକ୍ଷଣ କମିବା ବିଚାରକୁ ନ ନେଇ ଔଷଧର ଜଟୀଳତାକୁ ମଧ୍ୟ ଦେଖିବା ଉଚିତ । ୫ ମି.ମି. ରକ୍ତଚାପ କମିଲେ ସ୍ଟ୍ରୋକ ସମ୍ଭାବନା ୩୪ % କମେ, ସ୍ଵଳ୍ପ ରକ୍ତ ପ୍ରବାହ ଜନିତ ହୃତ୍‌ପିଣ୍ଡ ରୋଗ ୨୧ % କମେ ଏବଂ ହୃଦ୍‌ଘାତ, ମାନସିକ ଡିମେନ୍ସିଆ ଓ ମୃତ୍ୟୁ ହାର କମିଯାଏ [୫୩]। ରକ୍ତଚାପ ୧୪୦/୯୦ ମି.ମି. ପାରଦ ତଳକୁ ଆଣିବା ଚିକିତ୍ସାର ଲକ୍ଷ ରହେ । ଅନେକ ଚିକିତ୍ସକ ୧୨୦/୮୦ ମି.ମି.ପାରଦ ତଳକୁ ରକ୍ତଚାପ ରଖିବାକୁ ଲକ୍ଷ ରଖନ୍ତି[୫୪] । ଓଷଧ ଦ୍ଵାରା ରକ୍ତଚାପ ନ କମିଲେ ଥେରାପିଉଟିକ ଇନରସିଆ ହୋଇଥିବା ଭାବି ଔଷଧ ବଦଳେଇବାକୁ ପଡେ[୫୫]
ଔଷଧ ପ୍ରେସକ୍ରିପସନ ଚିକିତ୍ସକ ଓ ଦେଶ ଅନୁସାରେ ଫରକ ଆସେ । ଆମେରିକା ଓ କକ୍ରେନ ଗାଇଡଲାଇନ ଅନୁସାରେ ସ୍ଵଳ୍ପ ମାତ୍ରା ଥ୍ୟାଜାଇଡ ପ୍ରଥମେ ଦେବା ଉଚିତ[୫୬] । ଇଂଲଣ୍ଡରେ ୫୫ ବର୍ଷ ବୟସରୁ ଉର୍ଦ୍ଧ୍ଵ ଲୋକଙ୍କୁ କ୍ୟାଲସିୟମ ଚାନେଲ ବ୍ଲକର ଦିଆଯାଏ । ଆଫ୍ରିକା ଓ କାରିବିଆନ ଯୁବକମାନଙ୍କୁ ଏ.ସି.ଆଇ.ଇ. ଔଷଧ ଦିଆଯାଏ । ସି.ସି.ବି., ଏ.ସି.ଇ.ଆଇ./ଏ.ଆର.ବି., ଥ୍ୟାଜାଇଡ, ବିଟା ବ୍ଲକର ଓ ଆଲଫା ବ୍ଲକର ମଧ୍ୟରୁ ଯେ କୌଣସି ଔଷଧ ଦେବାକୁ ଜାପାନରେ ପରାମର୍ଶ ଦିଆଯାଏ । କାନାଡାରେ ଆଲଫା ବ୍ଲକର ଛାଡି ଅନ୍ୟ ସମସ୍ତ ଔଷଧ ଦିଆଯାଏ ।

ବିବିଧ ମିଶ୍ର ଔଷଧ[ସମ୍ପାଦନା]

ଅଧିକାଂଶ ରୋଗୀ ଏକାଧିକ ଔଷଧ ଆବଶ୍ୟକ କରନ୍ତି । ଜେ.ଏନ୍.ସି ୭ ଓ ଇ.ଏସ୍.ଏଚ୍-ଇ.ଏସ୍.ସି ଗାଇଡ୍‌ଲିନେ ଅନୁସାରେ ସିସ୍ଟୋଲିକ ୨୦ମି.ମି. ପାରଦ ଓ ଡାୟାସ୍ଟୋଲିକ ୧୦ ମି.ମି. ପାରଦ ଅଧିକ ହେଲେ ଚିକିତ୍ସା ଆରମ୍ଭ କରିବା ଉଚିତ । ବିଭିନ୍ନ ମିଶ୍ର ଔଷଧ ନିମ୍ନରେ ଉଲ୍ଲେଖ କରାଗଲା: କ୍ୟାଲସିୟମ ଚ୍ୟାନେଲ ବ୍ଲକର ଡାଇୟୁରେଟିକ୍, ବିଟାବ୍ଲକର ଓ ଡାଇୟୁରେଟିକ୍, ଡାଇହାଇଡ୍ରୋପାଇରିଡିନ୍ କ୍ୟାଲସିୟମ ଚାନେଲ୍ ବ୍ଲକର ସହ ଭେରାପାମିଲ୍ କିମ୍ବା ଡିଲ୍‌ଟିଆଜେନ୍ ।

ବୟସ୍କମାନଙ୍କ ନିମନ୍ତେ[ସମ୍ପାଦନା]

୬୦ ରୁ ଉର୍ଦ୍ଧ୍ଵ ବର୍ଷ ବୟସ୍କ ଲୋକଙ୍କର ଚିକିତ୍ସା ଦ୍ଵାରା ମୃତ୍ୟୁ ହାର, ହୃଦ୍‌ରୋଗ ସମସ୍ୟା କମିଯାଏ । ରକ୍ତଚାପ ୧୪୦/୯୦ ମି.ମି. ରୁ କମ ଥିଲେ ଥିଆଜାଇଡ ଡାଇୟୁରେଟିକ୍ ଔଷଧ ପ୍ରଥମେ ଦିଆଯାଏ କ୍ୟାଲସିୟମ ଚ୍ୟାନେଲ୍ ବ୍ଲକର <୧୫୦/୯୦ ମି.ମି. ପାରଦ ଥିଲେ ଦିଆଯାଏ ।

ରୋଗ ଅନୁଶୀଳନ[ସମ୍ପାଦନା]

Disability-adjusted life year for hypertensive heart disease per 100,000 inhabitants in 2004.[୫୭]
  no data
  <110
  110-220
  220-330
  330-440
  440-550
  550-660
  660-770
  770-880
  880-990
  990-1100
  1100-1600
  >1600

୨୦୦୦ ମସିହା ଅନୁଶୀଳନରୁ ଜଣାଯାଏ ପ୍ରାପ୍ତ ବୟସ୍କ ଲୋକଙ୍କ ମଧ୍ୟରେ ୨୬ % ଲୋକ ଉଚ୍ଚ ରକ୍ତଚାପଦ୍ଵାରା ପୀଡ଼ିତ ଥିଲେ[୫୮] । ଉନ୍ନତ ଓ ଅନୁନ୍ନତ ଦେଶର ଲୋକଙ୍କୁ ସମ ପରିମାଣରେ ଆକ୍ରମଣ କରେ । ଭାରତର ମଫସଲରେ ୩.୪ % ପୁରୁଷ ଓ ୬.୮ % ମହିଳାଙ୍କୁ ଏହି ରୋଗ ହୁଏ ଓ ପୋଲାଣ୍ଡରେ ୬୮ % ପୁରୁଷ ଓ ୭୨.୫ % ମହିଳାଙ୍କୁ ଏହି ରୋଗ ହୁଏ[୫୯] l
୨୦୦୬ ମସିହା ଅନୁଶୀଳନରୁ ଜଣାଯାଏ ଆଫ୍ରିକ ଦେଶୀୟ ଆମେରିକା ବାସିନ୍ଦାମାନେ ସର୍ବାଧିକ ସଂଖ୍ୟାରେ ୪୪ % ରୋଗ ହୁଏ ଓ ୩୪ % ଆମେରିକା ଲୋକଙ୍କୁ ରୋଗ ହୁଏ । ପୁରୁଷମାନଙ୍କୁ ଓ ଗରିବ ଲୋକଙ୍କୁ ଅଧିକ ହୁଏ ।

ଶିଶୁମାନଙ୍କଠାରେ[ସମ୍ପାଦନା]

ଶିଶୁମାନଙ୍କଠାରେ ଉଚ୍ଚ ରକ୍ତଚାପ ସଂଖ୍ୟା ବଢୁଛି ।

ପୂର୍ବାନୁମାନ[ସମ୍ପାଦନା]

ମୂଳ ଲେଖା: Complications of hypertension
ଛିତ୍ରରେ ଉଚ୍ଚ ରକ୍ତଚାପ ରୋଗର କେତେକ ଜଟୀଳତା ଉଲ୍ଲେଖ ହୋଇଛି

ପୃଥିବୀରେ ଅକାଳ ମୃତ୍ୟୁ ନିବାରଣ ହୋଇ ପାରିବା ରୋଗମାନଙ୍କ ମଧ୍ୟରୁ ଉଚ୍ଚ ରକ୍ତଚାପ ଅନ୍ୟତମ । ଏହି ରୋଗର ଅନେକ ଗୁଡିଏ ଜଟୀଳତା ଅଦ୍ୟାବଧି ଉପରେ ଉଲ୍ଲେଖ କରାଯାଇଛି । ଉପଯୁକ୍ତ ଚିକିତ୍ସା କଲେ ଏହି ରୋଗ ସମୁହ ନିବାରଣ ହୋଇ ପାରିବ ।

ଇତିହାସ[ସମ୍ପାଦନା]

Image of veins from Harvey's Exercitatio Anatomica de Motu Cordis et Sanguinis in Animalibus

ଉଇଲିୟମ ହାର୍ଭେ(୧୫୭୮- ୧୬୫୭) ପ୍ରଥମେ ରକ୍ତ ସଞ୍ଚାଳନ ବିଷୟ ଉଲ୍ଲେଖ କରିଥିଲେ । ସ୍ଟିଫେନ୍ ହଲେସ୍(୧୭୩୩) ପ୍ରଥମେ ରକ୍ତଚାପ ବିଷୟ ଲୋକଲୋଚନକୁ ଆଣିଥିଲେ[୬୦] । ଥୋମାସ୍ ୟଙ୍ଗ୍(୧୮୦୮) ଓ ବିଶେଷତଃ ରିଚାର୍ଡ୍ ବ୍ରାଇଟ(୧୮୩୬) ଉଚ୍ଚ ରକ୍ତଚାପକୁ ଏକ୍ ରୋଗ ହିସାବରେ ବର୍ଣ୍ଣନା କରିଥିଲେ । ଫ୍ରେଡେରିକ୍ ଆକବର ମହମଦ୍ (୧୮୪୯-୧୮୮୪) ପ୍ରଥମେ ବୃକ୍‌କ ରୋଗ ନ ଥାଇ ଉଚ୍ଚ ରକ୍ତଚାପ ହେବା ବିଷୟ ଲେଖିଥିଲେ[୬୧] । ସିପିଓନ୍ ରିଭା ରୋସି ୧୮୯୬ ମସିହାରେ ରକ୍ତଚାପ ଯନ୍ତ୍ର ଉଦ୍ଭାବନ ପରେ ଏହାକୁ ଗୋଟିଏ ନିର୍ଦ୍ଦିଷ୍ଟ ରୋଗ ଆକାରରେ ଉଲ୍ଲେଖ କରିଥିଲେ[୬୨] । ନିକୋଲାଇ କୋରୋଟ୍‌କୋଭ୍ ୧୯୦୫ ମସିହାରେ ରକ୍ତନଳୀ ଉପରେ ସ୍ଟେଥୋସ୍କୋପ ଥୋଇ ରକ୍ତଚାପ ଯନ୍ତ୍ରକୁ ଫୁଲେଇ ରକ୍ତଚାପ ମାପିଲେ ।
ପୁରାକାଳରେ ଉଚ୍ଚ ରକ୍ତଚାପ ରୋଗକୁ ରକ୍ତସ୍ରାବଦ୍ଵାରା ବା ଜୋକ[୬୩] ଲଗେଇ ଚିକିତ୍ସା କରୁଥିଲେ । ଏହି ପଦ୍ଧତିକୁ କର୍ନେଲିଅସ୍ ସେଲସସ୍. ଗ୍ୟାଲେନ୍, ହିପ୍ପୋକ୍ରେଟ୍ ଓ ଚୀନର ୟେଲୋ ଏମ୍ପେରର୍ ପ୍ରଶଂସା କରି ଚିକିତ୍ସା କରୁଥିଲେ । ଉନବିଂଶ ଓ ବିଂଶ ଶତାବ୍ଦୀ ପୂର୍ବରୁ ଉପଯୁକ୍ତ ଔଷଧ ବାହାରି ନ ଥିବା ସମୟରେ ତିନି ପ୍ରକାର କିକିତ୍ସା କରାଯାଉଥିଲା। କମ ଲୂଣ ସହ ଭାତ ଖାଇବା, ସିମ୍ପାଥେକ୍ଟୋମି ଅପରେସନ ଓ ଜର ସୃଷ୍ଟି କରେଇବା[୬୪] ଭଳି ଚିକିତ୍ସା କରାଯାଉ ଥିଲା l ଏହି ପ୍ରକାର ଚିକିତ୍ସାରେ ବହୁତ ପାର୍ଶ୍ଵ କ୍ରିୟା ଥିଲା l ଦ୍ଵିତୀୟ ବିଶ୍ଵ ଯୁଦ୍ଧ ପରେ ହେକ୍ସାମେଥୋନିଅମ, ହାଇଡ୍ରାଲାଜିନ ଓ ରିସରପିନ ଔଷଧ ବାହାରିଲା l କ୍ଳୋରୋଥିଆଯାଇଡ ୧୯୫୮ ମସିହାରେ ବାହାରିଲା[୬୫] l

ସମାଜ ଓ ସଂସ୍କୃତି[ସମ୍ପାଦନା]

ସଚେତନତା[ସମ୍ପାଦନା]

Graph showing, prevalence of awareness, treatment and control of hypertension compared between the four studies of NHANES[୬୬]

ଡବ୍ଲ୍ୟୁ.ଏଚ୍.ଏଲ୍.( The World Hypertension League or WHL) ସଂସ୍ଥା ଅନୁଶୀଳନ କରି ଦେଖିଛି, ସମୁଦାୟ ଉଚ୍ଚ ରକ୍ତଚାପଗ୍ରସ୍ତ ଲୋକସଂଖ୍ୟାର ୫୦ % ଲୋକ ନିଜେ ରୋଗଗ୍ରସ୍ତ ଥିବା ବିଷୟରେ ଅଜ୍ଞାତ ଥିଲେ[୬୭] । ଏହି ଅସୁବିଧାକୁ ଦୂର କରିବାକୁ ମେ ୧୭ ତାରିଖକୁ ଡବ୍ଲ୍ୟୁ.ଏଚ୍.ଡେ. ( World Hypertension Day ବା WHD)ହିସାବରେ ପାଳନ କରାହେଉଛି । ଏହି ଦିନ ଜନ ସାଧାରଣଙ୍କୁ ଏହି ରୋଗ ବିଷୟରେ ସୂଚିତ କରା ଯିବାକୁ ସ୍ଥିର କରା ଯାଇଛି । ସରକାର, ବିଭିନ୍ନ ସଂସ୍ଥା, ଇଣ୍ଟରନେଟ୍, ଟେଲିଭିଜନ ଇତ୍ୟାଦି ଦ୍ଵାରା ଲୋକମାନଙ୍କୁ ଏହି ରୋଗ ବିଷୟରେ ସୂଚନା ଦିଆଗଲେ ୧.୫ ବିଲିଅନ ଲୋକଙ୍କସହ ସମ୍ପର୍କ ସ୍ଥାପନ କରିହେବ । ।[୬୮]

ଅର୍ଥନୀତି[ସମ୍ପାଦନା]

ଉଚ୍ଚ ରକ୍ତଚାପ ରୋଗ ନିର୍ଣ୍ଣୟ, ଚିକିତ୍ସା ଓ ସଚେତନତା ନିମନ୍ତେ ଦେଶର ତଥା ଲୋକମାନଙ୍କର ପ୍ରଭୁତ ଅର୍ଥ ବ୍ୟୟ ହୁଏ । ଆମେରିକାରେ ୨୦୧୦ ମସିହାରେ ୭୬.୬ ବିଲିଅନ୍ ଡଲାର ଖର୍ଚ୍ଚ ହୋଇଥିଲା [୬୯]। ଜୀବନଚର୍ଯ୍ୟାରେ ବ୍ୟାପକ ପରିବର୍ତ୍ତନ ଆଣିବା ସଙ୍ଗେ ସଙ୍ଗେ ଔଷଧ ନିୟମିତ ଭାବେ ସେବନ କଲେ ମ୍ରୁତ୍ୟୁ ଓ ରୋଗ ଜଟୀଳତାରୁ ମୁକ୍ତି ମିଳି ପାରିବ । [୭୦][୭୧]

ଆଧାର[ସମ୍ପାଦନା]

  1. Carretero OA, Oparil S (January 2000). "Essential hypertension. Part I: definition and etiology". Circulation 101 (3): 329–35. doi:10.1161/01.CIR.101.3.329. PMID 10645931. 
  2. Fisher ND, Williams GH (2005). "Hypertensive vascular disease". In Kasper DL, Braunwald E, Fauci AS, et al.. Harrison's Principles of Internal Medicine (16th ed.). New York, NY: McGraw-Hill. pp. 1463–81. ISBN 0-07-139140-1. 
  3. Wong T, Mitchell P (February 2007). "The eye in hypertension". Lancet 369 (9559): 425–35. doi:10.1016/S0140-6736(07)60198-6. PMID 17276782. 
  4. Papadopoulos DP, Mourouzis I, Thomopoulos C, Makris T, Papademetriou V (December 2010). "Hypertension crisis". Blood Press. 19 (6): 328–36. doi:10.3109/08037051.2010.488052. PMID 20504242. 
  5. Marik PE, Varon J (June 2007). "Hypertensive crises: challenges and management". Chest 131 (6): 1949–62. doi:10.1378/chest.06-2490. PMID 17565029. 
  6. Gibson, Paul (July 30, 2009). "Hypertension and Pregnancy". eMedicine Obstetrics and Gynecology. Medscape. http://emedicine.medscape.com/article/261435-overview. Retrieved 2009-06-16. 
  7. ୭.୦ ୭.୧ Rodriguez-Cruz, Edwin; Ettinger, Leigh M (April 6, 2010). "Hypertension". eMedicine Pediatrics: Cardiac Disease and Critical Care Medicine. Medscape. http://emedicine.medscape.com/article/889877-overview. Retrieved 2009-06-16. 
  8. Vasan, RS; Beiser, A, Seshadri, S, Larson, MG, Kannel, WB, D'Agostino, RB, Levy, D (2002-02-27). "Residual lifetime risk for developing hypertension in middle-aged women and men: The Framingham Heart Study". JAMA: the Journal of the American Medical Association 287 (8): 1003–10. doi:10.1001/jama.287.8.1003. PMID 11866648. 
  9. Ehret GB, Munroe PB, Rice KM et al. (October 2011). "Genetic variants in novel pathways influence blood pressure and cardiovascular disease risk". Nature 478 (7367): 103–9. doi:10.1038/nature10405. PMC 3340926. PMID 21909115. 
  10. Lifton, RP; Gharavi, AG, Geller, DS (2001-02-23). "Molecular mechanisms of human hypertension". Cell 104 (4): 545–56. doi:10.1016/S0092-8674(01)00241-0. PMID 11239411. 
  11. He, FJ; MacGregor, GA (2009 Jun). "A comprehensive review on salt and health and current experience of worldwide salt reduction programmes". Journal of Human Hypertension 23 (6): 363–84. doi:10.1038/jhh.2008.144. PMID 19110538. 
  12. Dickinson HO, Mason JM, Nicolson DJ et al. (February 2006). "Lifestyle interventions to reduce raised blood pressure: a systematic review of randomized controlled trials". J. Hypertens. 24 (2): 215–33. doi:10.1097/01.hjh.0000199800.72563.26. PMID 16508562. 
  13. Haslam DW, James WP (2005). "Obesity". Lancet 366 (9492): 1197–209. doi:10.1016/S0140-6736(05)67483-1. PMID 16198769. 
  14. Whelton PK, He J, Appel LJ, Cutler JA, Havas S, Kotchen TA et al. (2002). "Primary prevention of hypertension:Clinical and public health advisory from The National High Blood Pressure Education Program". JAMA 288 (15): 1882–8. doi:10.1001/jama.288.15.1882. PMID 12377087. 
  15. Marshall, IJ; Wolfe, CD; McKevitt, C (2012 Jul 9). "Lay perspectives on hypertension and drug adherence: systematic review of qualitative research.". BMJ (Clinical research ed.) 345: e3953. PMC 3392078. PMID 22777025. 
  16. Dickinson, HO; Mason, JM; Nicolson, DJ; Campbell, F; Beyer, FR; Cook, JV; Williams, B; Ford, GA (2006 Feb). "Lifestyle interventions to reduce raised blood pressure: a systematic review of randomized controlled trials.". Journal of hypertension 24 (2): 215–33. doi:10.1097/01.hjh.0000199800.72563.26. PMID 16508562. 
  17. Mesas, AE; Leon-Muñoz, LM; Rodriguez-Artalejo, F; Lopez-Garcia, E (2011 Oct). "The effect of coffee on blood pressure and cardiovascular disease in hypertensive individuals: a systematic review and meta-analysis.". The American journal of clinical nutrition 94 (4): 1113–26. doi:10.3945/ajcn.111.016667. PMID 21880846. 
  18. Vaidya A, Forman JP (November 2010). "Vitamin D and hypertension: current evidence and future directions". Hypertension 56 (5): 774–9. doi:10.1161/HYPERTENSIONAHA.109.140160. PMID 20937970. 
  19. Sorof J, Daniels S (October 2002). "Obesity hypertension in children: a problem of epidemic proportions". Hypertension 40 (4): 441–447. doi:10.1161/01.HYP.0000032940.33466.12. PMID 12364344. Retrieved 2009-06-03. 
  20. Lawlor, DA; Smith, GD (2005 May). "Early life determinants of adult blood pressure". Current opinion in nephrology and hypertension 14 (3): 259–64. doi:10.1097/01.mnh.0000165893.13620.2b. PMID 15821420. 
  21. Grossman E, Messerli FH (January 2012). "Drug-induced Hypertension: An Unappreciated Cause of Secondary Hypertension". Am. J. Med. 125 (1): 14–22. doi:10.1016/j.amjmed.2011.05.024. PMID 22195528. 
  22. Conway J (April 1984). "Hemodynamic aspects of essential hypertension in humans". Physiol. Rev. 64 (2): 617–60. PMID 6369352. 
  23. Palatini P, Julius S (June 2009). "The role of cardiac autonomic function in hypertension and cardiovascular disease". Curr. Hypertens. Rep. 11 (3): 199–205. doi:10.1007/s11906-009-0035-4. PMID 19442329. 
  24. Andersson OK, Lingman M, Himmelmann A, Sivertsson R, Widgren BR (2004). "Prediction of future hypertension by casual blood pressure or invasive hemodynamics? A 30-year follow-up study". Blood Press. 13 (6): 350–4. doi:10.1080/08037050410004819. PMID 15771219. 
  25. Folkow B (April 1982). "Physiological aspects of primary hypertension". Physiol. Rev. 62 (2): 347–504. PMID 6461865. 
  26. Struijker Boudier HA, le Noble JL, Messing MW, Huijberts MS, le Noble FA, van Essen H (December 1992). "The microcirculation and hypertension". J Hypertens Suppl 10 (7): S147–56. PMID 1291649. 
  27. Schiffrin EL (February 1992). "Reactivity of small blood vessels in hypertension: relation with structural changes. State of the art lecture". Hypertension 19 (2 Suppl): II1–9. PMID 1735561. 
  28. Chobanian AV (August 2007). "Clinical practice. Isolated systolic hypertension in the elderly". N. Engl. J. Med. 357 (8): 789–96. doi:10.1056/NEJMcp071137. PMID 17715411. 
  29. Zieman SJ, Melenovsky V, Kass DA (May 2005). "Mechanisms, pathophysiology, and therapy of arterial stiffness". Arterioscler. Thromb. Vasc. Biol. 25 (5): 932–43. doi:10.1161/01.ATV.0000160548.78317.29. PMID 15731494. 
  30. Navar LG (December 2010). "Counterpoint: Activation of the intrarenal renin-angiotensin system is the dominant contributor to systemic hypertension". J. Appl. Physiol. 109 (6): 1998–2000; discussion 2015. doi:10.1152/japplphysiol.00182.2010a. PMC 3006411. PMID 21148349. 
  31. Esler M, Lambert E, Schlaich M (December 2010). "Point: Chronic activation of the sympathetic nervous system is the dominant contributor to systemic hypertension". J. Appl. Physiol. 109 (6): 1996–8; discussion 2016. doi:10.1152/japplphysiol.00182.2010. PMID 20185633. 
  32. Versari D, Daghini E, Virdis A, Ghiadoni L, Taddei S (June 2009). "Endothelium-dependent contractions and endothelial dysfunction in human hypertension". Br. J. Pharmacol. 157 (4): 527–36. doi:10.1111/j.1476-5381.2009.00240.x. PMC 2707964. PMID 19630832. 
  33. Marchesi C, Paradis P, Schiffrin EL (July 2008). "Role of the renin-angiotensin system in vascular inflammation". Trends Pharmacol. Sci. 29 (7): 367–74. doi:10.1016/j.tips.2008.05.003. PMID 18579222. 
  34. Loscalzo, Joseph; Fauci, Anthony S.; Braunwald, Eugene; Dennis L. Kasper; Hauser, Stephen L; Longo, Dan L. (2008). Harrison's principles of internal medicine. McGraw-Hill Medical. ISBN 0-07-147691-1. 
  35. Padwal RS, Hemmelgarn BR, Khan NA et al. (May 2009). "The 2009 Canadian Hypertension Education Program recommendations for the management of hypertension: Part 1 – blood pressure measurement, diagnosis and assessment of risk". Canadian Journal of Cardiology 25 (5): 279–86. doi:10.1016/S0828-282X(09)70491-X. PMC 2707176. PMID 19417858. 
  36. Padwal RJ, Hemmelgarn BR, Khan NA et al. (June 2008). "The 2008 Canadian Hypertension Education Program recommendations for the management of hypertension: Part 1 – blood pressure measurement, diagnosis and assessment of risk". Canadian Journal of Cardiology 24 (6): 455–63. doi:10.1016/S0828-282X(08)70619-6. PMC 2643189. PMID 18548142. 
  37. Padwal RS, Hemmelgarn BR, McAlister FA et al. (May 2007). "The 2007 Canadian Hypertension Education Program recommendations for the management of hypertension: Part 1 – blood pressure measurement, diagnosis and assessment of risk". Canadian Journal of Cardiology 23 (7): 529–38. doi:10.1016/S0828-282X(07)70797-3. PMC 2650756. PMID 17534459. 
  38. Hemmelgarn BR, McAlister FA, Grover S et al. (May 2006). "The 2006 Canadian Hypertension Education Program recommendations for the management of hypertension: Part I – Blood pressure measurement, diagnosis and assessment of risk". Canadian Journal of Cardiology 22 (7): 573–81. doi:10.1016/S0828-282X(06)70279-3. PMC 2560864. PMID 16755312. 
  39. Hemmelgarn BR, McAllister FA, Myers MG et al. (June 2005). "The 2005 Canadian Hypertension Education Program recommendations for the management of hypertension: part 1- blood pressure measurement, diagnosis and assessment of risk". Canadian Journal of Cardiology 21 (8): 645–56. PMID 16003448. 
  40. North of England Hypertension Guideline Development Group (1 August 2004). "Frequency of measurements". Essential hypertension (NICE CG18). National Institute for Health and Clinical Excellence. p. 53. Retrieved 2011-12-22. 
  41. ୪୧.୦ ୪୧.୧ National Clinical Guideline Centre (August 2011). "7 Diagnosis of Hypertension, 7.5 Link from evidence to recommendations". Hypertension (NICE CG 127). National Institute for Health and Clinical Excellence. p. 102. Retrieved 2011-12-22. 
  42. Franklin, SS; Wilkinson, IB; McEniery, CM (2012 Feb). "Unusual hypertensive phenotypes: what is their significance?". Hypertension 59 (2): 173–8. doi:10.1161/HYPERTENSIONAHA.111.182956. PMID 22184330. 
  43. Luma GB, Spiotta RT (may 2006). "Hypertension in children and adolescents". Am Fam Physician 73 (9): 1558–68. PMID 16719248. 
  44. Chobanian AV, Bakris GL, Black HR et al. (December 2003). "Seventh report of the Joint National Committee on Prevention, Detection, Evaluation, and Treatment of High Blood Pressure". Hypertension 42 (6): 1206–52. doi:10.1161/01.HYP.0000107251.49515.c2. PMID 14656957. 
  45. Mancia G, De Backer G, Dominiczak A et al. (September 2007). "2007 ESH-ESC Practice Guidelines for the Management of Arterial Hypertension: ESH-ESC Task Force on the Management of Arterial Hypertension". J. Hypertens. 25 (9): 1751–62. doi:10.1097/HJH.0b013e3282f0580f. PMID 17762635. 
  46. Williams, B; Poulter, NR, Brown, MJ, Davis, M, McInnes, GT, Potter, JF, Sever, PS, McG Thom, S, British Hypertension, Society (2004 Mar). "Guidelines for management of hypertension: report of the fourth working party of the British Hypertension Society, 2004-BHS IV". Journal of Human Hypertension 18 (3): 139–85. doi:10.1038/sj.jhh.1001683. PMID 14973512. 
  47. Dionne JM, Abitbol CL, Flynn JT (January 2012). "Hypertension in infancy: diagnosis, management and outcome". Pediatr. Nephrol. 27 (1): 17–32. doi:10.1007/s00467-010-1755-z. PMID 21258818. 
  48. Din-Dzietham R, Liu Y, Bielo MV, Shamsa F (September 2007). "High blood pressure trends in children and adolescents in national surveys, 1963 to 2002". Circulation 116 (13): 1488–96. doi:10.1161/CIRCULATIONAHA.106.683243. PMID 17846287. 
  49. National High Blood Pressure Education Program Working Group on High Blood Pressure in Children and Adolescents (August 2004). "The fourth report on the diagnosis, evaluation, and treatment of high blood pressure in children and adolescents". Pediatrics 114 (2 Suppl 4th Report): 555–76. doi:10.1542/peds.114.2.S2.555. PMID 15286277. 
  50. Whelton PK et al. (2002). "Primary prevention of hypertension. Clinical and public health advisory from the National High Blood Pressure Education Program". JAMA 288 (15): 1882–1888. doi:10.1001/jama.288.15.1882. PMID 12377087. 
  51. Nelson, Mark. "Drug treatment of elevated blood pressure". Australian Prescriber (33): 108–112. Retrieved August 11, 2010. 
  52. Diao, Diana (2012). "Pharmacotherapy for mild hypertension". The Cochrane Collaboration (8). doi:10.1002/14651858.CD006742.pub2. 
  53. Law M, Wald N, Morris J (2003). "Lowering blood pressure to prevent myocardial infarction and stroke: a new preventive strategy". Health Technol Assess 7 (31): 1–94. PMID 14604498. 
  54. Shaw, Gina (2009-03-07). "Prehypertension: Early-stage High Blood Pressure". WebMD. http://www.webmd.com/content/article/73/88927.htm. Retrieved 2009-07-03. 
  55. Eni C. Okonofua; Kit N. Simpson; Ammar Jesri; Shakaib U. Rehman; Valerie L. Durkalski; Brent M. Egan (January 23, 2006). "Therapeutic Inertia Is an Impediment to Achieving the Healthy People 2010 Blood Pressure Control Goals". Hypertension 47 (2006;47:345): 345–51. doi:10.1161/01.HYP.0000200702.76436.4b. PMID 16432045. Retrieved 2009-11-22. 
  56. Wright JM, Musini VM (2009). "First-line drugs for hypertension". In Wright, James M. Cochrane Database Syst Rev (3): CD001841. doi:10.1002/14651858.CD001841.pub2. PMID 19588327. 
  57. "WHO Disease and injury country estimates". World Health Organization. 2009. http://www.who.int/healthinfo/global_burden_disease/estimates_country/en/index.html. Retrieved Nov. 11, 2009. 
  58. Kearney PM, Whelton M, Reynolds K, Muntner P, Whelton PK, He J (2005). "Global burden of hypertension: analysis of worldwide data". Lancet 365 (9455): 217–23. doi:10.1016/S0140-6736(05)17741-1. PMID 15652604. 
  59. Kearney PM, Whelton M, Reynolds K, Whelton PK, He J (January 2004). "Worldwide prevalence of hypertension: a systematic review". J. Hypertens. 22 (1): 11–9. doi:10.1097/00004872-200401000-00003. PMID 15106785. 
  60. Kotchen TA (October 2011). "Historical trends and milestones in hypertension research: a model of the process of translational research". Hypertension 58 (4): 522–38. doi:10.1161/HYPERTENSIONAHA.111.177766. PMID 21859967. 
  61. Swales JD, ed. (1995). Manual of hypertension. Oxford: Blackwell Science. pp. xiii. ISBN 0-86542-861-1. 
  62. Postel-Vinay N, ed. (1996). A century of arterial hypertension 1896–1996. Chichester: Wiley. p. 213. ISBN 0-471-96788-2. 
  63. Esunge PM (October 1991). "From blood pressure to hypertension: the history of research". J R Soc Med 84 (10): 621. PMC 1295564. PMID 1744849. 
  64. Dustan HP, Roccella EJ, Garrison HH (September 1996). "Controlling hypertension. A research success story". Arch. Intern. Med. 156 (17): 1926–35. doi:10.1001/archinte.156.17.1926. PMID 8823146. 
  65. Novello FC, Sprague JM (1957). "Benzothiadiazine dioxides as novel diuretics". J. Am. Chem. Soc. 79 (8): 2028. doi:10.1021/ja01565a079. 
  66. Burt VL, Cutler JA, Higgins M et al. (July 1995). "Trends in the prevalence, awareness, treatment, and control of hypertension in the adult US population. Data from the health examination surveys, 1960 to 1991". Hypertension 26 (1): 60–9. doi:10.1161/01.HYP.26.1.60. PMID 7607734. Retrieved 2009-06-05. 
  67. Chockalingam A (May 2007). "Impact of World Hypertension Day". Canadian Journal of Cardiology 23 (7): 517–9. doi:10.1016/S0828-282X(07)70795-X. PMC 2650754. PMID 17534457. 
  68. Chockalingam A (June 2008). "World Hypertension Day and global awareness". Canadian Journal of Cardiology 24 (6): 441–4. doi:10.1016/S0828-282X(08)70617-2. PMC 2643187. PMID 18548140. 
  69. Lloyd-Jones D, Adams RJ, Brown TM et al. (February 2010). "Heart disease and stroke statistics--2010 update: a report from the American Heart Association". Circulation 121 (7): e46–e215. doi:10.1161/CIRCULATIONAHA.109.192667. PMID 20019324. 
  70. William J. Elliott (October 2003). "The Economic Impact of Hypertension". The Journal of Clinical Hypertension 5 (4): 3–13. doi:10.1111/j.1524-6175.2003.02463.x. PMID 12826765. 
  71. Coca A (2008). "Economic benefits of treating high-risk hypertension with angiotensin II receptor antagonists (blockers)". Clinical Drug Investigation 28 (4): 211–20. doi:10.2165/00044011-200828040-00002. PMID 18345711.