ହୃତ୍ପିଣ୍ଡ
ହୃତ୍ପିଣ୍ଡ ହେଉଛି ସମସ୍ତ ମେରୁଦଣ୍ଡୀ ପ୍ରାଣୀଙ୍କ ଶରୀରରେ ଥିବା ଏକ ମାଂସଳ ଅଙ୍ଗ । ଅତି ଶକ୍ତ ମାଂସପେଷୀରେ ଗଠିତ ଏହି ଅଙ୍ଗର ଆକାର ହାତମୁଠା ପରି । ଏହା ସାରା ଶରୀରରେ ରକ୍ତ ସଞ୍ଚାଳନ କରେ । ଏହା ନିୟମିତ ସଙ୍କୋଚନ ହୋଇ ଶରୀରରେ ରକ୍ତ ସଞ୍ଚାଳନ କରେ ।
ଗଠନ [ସମ୍ପାଦନା]
ମାନବ ହୃତ୍ପିଣ୍ଡରେ ୪ଟି କୋଠରୀ ଥାଏ । କେତେକ ପ୍ରାଣୀଙ୍କର ମାତ୍ର ୨ଟି କିମ୍ବା ୩ଟି କୋଠରୀ ଥାଏ ।
ମାନବ ହୃତ୍ପିଣ୍ଡର ୪ଟି କୋଠରୀ ମଧ୍ୟରୁ ୨ଟି ଅଳିନ୍ଦ ଓ ୨ଟି ନିଳୟ । ଦକ୍ଷିଣ ଅଳିନ୍ଦରେଶରୀରରୁ ରକ୍ତ ଆସି ପହଞ୍ଚେ । ଏଠାରୁ ରକ୍ତ ଦକ୍ଷିଣ ନିଳୟ ବାଟ ଦେଇ ଫୁସ୍ଫୁସ୍ରେ ପହଞ୍ଚେ । ଫୁସ୍ଫୁସ୍ରେ ରକ୍ତ ଅଙ୍ଗାରକାମ୍ଳ ତ୍ୟାଗ କରି ଅମ୍ଳଜାନ ଗ୍ରହଣ କରେ । ତାପରେ ରକ୍ତ ବାମ ଅଳିନ୍ଦ ଓ ବାମ ନିଳୟ ଦେଇ ଶରୀରର ବିଭିନ୍ନ ଅଙ୍ଗକୁ ସଞ୍ଚାଳିତ ହୁଏ । ଅମ୍ଳଜାନଯୁକ୍ତ ରକ୍ତ ବହନ କରୁଥିବାରୁ ଦକ୍ଷିଣ ନିଳୟ ତୁଳନାରେ ବାମ ନିଳୟ ୬ ଗୁଣା ଅଧିକ କାମ କରେ ।
ରକ୍ତ ଶିରା ଓ ଧମନୀ ଦେଇ ପ୍ରବାହିତ ହୁଏ । ମାନବ ଶରୀରରେ ସାମାନ୍ୟତଃ ହୃତ୍ପିଣ୍ଡର ଅବସ୍ଥିତି ବକ୍ଷ (thorax) ର ମଧ୍ୟଭାଗରେ ଥାଏ, ହୃତ୍ପିଣ୍ଡର ସବୁଠୁ ବଡ଼ ଭାଗଟି ଟିକେ ବାମ ପାର୍ଶ୍ଵରେ ଏବଂ ବକ୍ଷାସ୍ଥି (breastbone)ର ତଳେ ରହିଥାଏ । (ମାତ୍ର ବେଳେବେଳେ ଏହା ଡାହାଣ ପାର୍ଶ୍ଵରେ ମଧ୍ୟ ରହିଥାଏ ଦେଖନ୍ତୁ ଡେକ୍ସଟ୍ରୋ କାର୍ଡିଆ (dextrocardia)) ହୃତ୍ପିଣ୍ଡ ସାଧାରଣତଃ ବାମ ପଟେ ଥିବାର ଅନୁଭୁତି ହୁଏ, କାହିଁକି ନା ବାମ ହୃତ୍ପିଣ୍ଡ (left heart) (ବାମ ନିଳୟ) ର ସ୍ପନ୍ଦନ ଅଧିକ ପ୍ରବଳ ହୋଇଥାଏ, (କାରଣ ଏହା ଶରୀରର ପ୍ରାୟ ସମସ୍ତ ଭାଗକୁ ରକ୍ତ ପମ୍ପ୍ କରିଥାଏ) ବାମ ଫୁସ୍ଫୁସ୍ ଡାହାଣ ଫୁସ୍ଫୁସ୍ ଠାରୁ ସାମାନ୍ୟ ଛୋଟ ହୋଇଥାଏ, କାରଣ ହୃତ୍ପିଣ୍ଡ ବାମ ଅର୍ଧବକ୍ଷ (hemithorax) ର ଅଧିକାଂଶ ଜାଗା ଘେରି ନେଇଥାଏ । ହୃତ୍ପିଣ୍ଡକୁ ରକ୍ତ କୋର୍ ନରୀ ପରୀସଂଚରଣ (coronary circulation) ଦ୍ଵାରା ପହଞ୍ଚିଥାଏ ଏବଂ ଏହା ଏକ ଥଳି ଦ୍ଵାରା ଆବଦ୍ଧ ହୋଇ ରହେ, ଯାହାକୁ ପେରୀ କାର୍ଡିୟମ୍ (pericardium)କୁହାଯାଏ, ଏହା ଦୁଇ ଫୁସ୍ଫୁସ୍ ଦ୍ଵାରା ଘେରୀ ହୋଇ ରହିଥାଏ । ପେରୀକାର୍ଡିୟମ୍ ଟି ଭାଗ ଦ୍ଵାରା ଗଠିତ: ତନ୍ତୁମୟ ପେରୀ କାର୍ଡିୟମ୍ ଯାହା ସଘନ ତନ୍ତୁମୟ ସଂଯୋଜି ଉତକ (dense fibrous connective tissue) ଦ୍ଵାରା ତିଆରୀ ହୋଇଥାଏ; ଏବଂ ଏହା ଏକ, ଦୁଇ ଝିଲ୍ଲିପଟର ସଂରଚନା (ଭିତ୍ତୀୟ୍ ଏବଂ ଅନ୍ତରଙ୍ଗୀ ପେରୀ କାର୍ଡିୟମ୍) ଯାହା ଏକ ଶିରମି (serous) ଦ୍ରବ୍ୟ ଯୁକ୍ତ ହୋଇଥାଏ, ଏବଂ ହୃତ୍ପିଣ୍ଡର ସଂଙ୍କୁଚନ ସମୟରେ ହେଉଥିବା ଘର୍ଷଣକୁ କମ କରିଥାଏ । ହୃତ୍ପିଣ୍ଡ ବକ୍ଷଗୁହାର କେନ୍ଦ୍ରୀୟ ବିଭାଜନ ମଧ୍ୟ ସ୍ଥାନୀକା (mediastinum)ରେ ଅବସ୍ଥିତ । ମଧ୍ୟସ୍ଥାନୀକାରେ ଅନ୍ୟ ସଂରଚନା ଗୁଡିକ ମଧ୍ୟ ଅବସ୍ଥିତ, ଯେମିତିକି ଗ୍ରସନୀ ଏବଂ ଶବାସ୍ ନଳୀ (esophagus and trachea), ଏବଂ ଏଥିରେ ବାମ ଏବଂ ଡାହାଣ ଫୁଫୁସୀୟ ଗୃହ (pulmonary cavities) ରହିଥାଏ, ଯେଉଁଥିରେ ଫୁସ୍ଫୁସ୍ (lung) ରହିଥାଏ |.[୧]
ଏପେକ୍ସ୍ ତଳ ଦିଗରେ ଅବସ୍ଥିତ ଏକ ମୋଟା ବିନ୍ଦୁ (ଯାହା ତଳ ଓ ବାମ ପଟକୁ ମୁହଁ କରିଥାଏ ).ହୃତ୍ ପିଣ୍ଡ ସ୍ପନ୍ଦନ୍ ଗଣନା କରିବା ପାଇଁ ଗୋଟିଏ ପରୀଶ୍ରାବକ (stethoscope) କୁ ସିଧା ଏପେକ୍ସ୍ ଉପରେ ଲଗାଯାଏ | ଏହା ବାମମଧ୍ୟ କ୍ଲେବିକଲ୍ ରେଖା ( left mid - clavicular line) ର ୫ମ ଅନ୍ତର ମଧ୍ୟମ ସ୍ଥାନ ( intercostal space ) ର ପୃଷ୍ଠ (posterior) ଭାଗରେ ଅବସ୍ଥିତ | ସାମାନ୍ୟ ବୟସ୍କ ମାନଙ୍କ ପାଇଁ ହୃଦୟର ଓଜନ (୨୫୦- ୩୦୦) ଗ୍ରାମ୍ (୯-୧୨ oz) ହୋଇଥାଏ,କିମ୍ବା ଏହା ଆକାରରେ ବନ୍ଦ ମୁଷ୍ଟିର ୨ ଗୁଣ ହୋଇଥାଏ | ( ପିଲାମାନଙ୍କ କ୍ଷେତ୍ରରେ ଏହା ପାଖାପାଖି ବନ୍ଦ ମୁଷ୍ଟି ଆକାରର ହୋଇଥାଏ | କିନ୍ତୁ ଅତିବୃଦ୍ଧୀ (hypertrophy) କାରଣ ଯୋଗୁଁ ରୋଗୀ ହୃଦୟର ଦ୍ରବ୍ୟମାନ ୧୦୦୦ ଗ୍ରାମ୍ (୨ lb) ହୋଇପାରେ | ମାନବ ହୃତ୍ପିଣ୍ଡରେ ୪ଟି କୋଠରୀ ଥାଏ, ଉପର ୨ଟି ଅଳିନ୍ଦ (ଏକବଚନ : ଏଟ୍ରିଅମ୍ ) ଏବଂ ତଳ ୨ଟି ନିଳୟ
| ଉଇକିପିଡ଼ିଆ କମନସରେ: ହୃତ୍ପିଣ୍ଡ ଉପରେ ମାଧ୍ୟମ ରହିଅଛି |
ଆଧାର [ସମ୍ପାଦନା]
- ↑ Maton, Anthea; Jean Hopkins, Charles William McLaughlin, Susan Johnson, Maryanna Quon Warner, David LaHart, Jill D. Wright (1993). Human Biology and Health. Englewood Cliffs, New Jersey: Prentice Hall. ISBN 0-13-981176-1. OCLC 32308337.
ବାହର ତଥ୍ୟ [ସମ୍ପାଦନା]
| ହୃତ୍ପିଣ୍ଡ ଶବ୍ଦଟି ଖୋଲା ଅଭିଧାନ, ଉଇକି ଅଭିଧାନରେ ଖୋଜନ୍ତୁ । |
| ଉଇକିପିଡ଼ିଆ କମନସରେ: Heart (organ) ଉପରେ ମାଧ୍ୟମ ରହିଅଛି |
- The Heart on In Our Time at the BBC. (listen now)
- Atlas of Human Cardiac Anatomy – Endoscopic views of beating hearts – Cardiac anatomy
- Heart contraction and blood flow (animation)
- Heart Disease
- eMedicine: Surgical anatomy of the heart
- Animal hearts: fish, squid
- Dissection review of the anatomy of the Human Heart including vessels, internal and external features
- Interactive 3D heart This realistic heart can be rotated, and all its components can be studied from any angle.
- Watch an animation explaining how the normal human heart works