ନୋବେଲ ପୁରସ୍କାର
| ନୋବେଲ ପୁରସ୍କାର | |
|---|---|
| କାହା ନିମନ୍ତେ ପୁରସ୍କାର | ଶାନ୍ତି,ଚିକିତ୍ସା,ସାହିତ୍ୟ,ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ପ୍ରତିଭାଶାଳୀ ଯୋଗ୍ୟ ବିବେଚିତ ବ୍ୟକ୍ତି |
| ଦାତା | ସ୍ଵେଦିଶ ଏକାଡେମି ରୋୟାଲ ସ୍ଵେଦିଶ ଏକାଡେମି ଅଫ ସାଇନ୍ସ କରୋଲିନ୍ସ୍କା ଇନ୍ଷ୍ଟିଚୁଟ୍ Norwegian Nobel Committee |
| ଦେଶ | ସ୍ଵିଡେନ ନର୍ୱ୍ଏ (Peace Prize only) |
| ପ୍ରଥମ ପୁରସ୍କାର | ୧୯୦୧ |
| ମୁଖ୍ୟ ୱେବସାଇଟ | nobelprize.org |
ବିଶ୍ଵରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ଯେତେଗୁଡିଏ ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି ତନ୍ମଧ୍ୟରେ ନୋବେଲ ପୁରସ୍କାର ହେଉଛି ବିଶ୍ଵର ସର୍ବଶ୍ରେଷ୍ଠ ପୁରସ୍କାର।ଶାନ୍ତି,ଚିକିତ୍ସା,ସାହିତ୍ୟ,ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ଯେ କୈଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ।
ପ୍ରତିଷ୍ଠାତା ଓ ପୁରସ୍କାର [ସମ୍ପାଦନା]
ଏହି ପୁରସ୍କାରର ପ୍ରତିଷ୍ଠାତା ହେଲେ ସୁଇଡିଶର ବୈଜ୍ଞାନିକ ତଥା ଡିନାମାଇଟର ଉଦ୍ଭାବକ ଡ.ଆଲଫ୍ରେଡ ନୋବେଲ।୧୯୦୧ଠାରୁ ଆଲଫ୍ରେଡ ନୋବେଲଙ୍କ ଦ୍ଵାରା ପ୍ରତିଷ୍ଠାତା ନୋବେଲ ଫାଉଣ୍ଡେଶନ ତରଫରୁ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ଆଲଫ୍ରେଡ ଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ଵିଡେନର ରାଜଧାନୀ ଷ୍ଟକହୋମଠାରେ ବ୍ୟାଙ୍କ ଅଫ ସ୍ଵିଡେନ ପ୍ରାଇଜ୍ ଇନ୍ ଇକୋନୋମିକ ସାଇନ୍ସେସ୍ ଦ୍ଵାରା ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।ଉକ୍ତ ପୁରସ୍କାର ବାବଦରେ ଏକ ସୁନା ମେଡାଲ୍,ଅର୍ଥ ଓ ଏକ ମାନପତ୍ର ପ୍ରଦାନ କରାଯାଇଥାଏ।ଆଲଫ୍ରେଡ ତାଙ୍କର ସମସ୍ତ ସମ୍ପତି ଏହି ଫାଉଣ୍ଡେଶନକୁ ଦାନ କରିଯାଇଛନ୍ତି।ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୧୨କୋଟି ୪୦ଲକ୍ଷ ଟଙ୍କା।ଏହି ଅର୍ଥରୁ ଯାହା ସୁଧ ମିଳେ ତାହାକୁ ନୋବେଲ ପୁରସ୍କାର ବାବଦରେ ଦିଆଯିବାର ବ୍ୟବସ୍ଥା ରହିଛି।[୧]
ନୋବେଲ ପୁରସ୍କାର ଓ ଭାରତ [ସମ୍ପାଦନା]
ନୋବେଲ ପୁରସ୍କାର ପାଇବାରେ ଭାରତ ବିଶ୍ଵରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।ଆମ ଦେଶରେ ଆଜି ପର୍ଯ୍ୟନ୍ତ ୬ ଜଣ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ଏହି ପୁରସ୍କାର ମିଳିଛି।ଭାରତରେ ପ୍ରଥମେ ୧୯୧୩ ମସିହାରେ ବିଶ୍ଵକବି ରବିନ୍ଦ୍ରନାଥ ଟାଗୋରଙ୍କୁ ସାହିତ୍ୟରେ ତାଙ୍କର ଲେଖା ଗିତାଞ୍ଜଳୀ ପାଇଁ ମିଳିଥିଲା।ତା ପରେ ସି.ଭି.ରମଣ ବିଜ୍ଞାନ ପାଇଁ ୧୯୩୦ରେ, ଡ.ହରଗୋବିନ୍ଦ ଖୁରାନାଙ୍କୁ ୧୯୮୬ରେ, ମଦର ଟେରେସାଙ୍କୁ ୧୯୭୯ରେ,ପ୍ରଫେସର ଅମର୍ତ୍ତ୍ୟ ସେନ ତାଙ୍କର କଲ୍ୟାଣମୂଳକ ଅର୍ଥନୀତି ପାଇଁ ୧୯୯୮ରେ ନୋବେଲ ପୁରସ୍କାର ପାଇ ଭାରତର ଗୌରବ ଦ୍ଵିଗୁଣିତ କରିପାରିଛନ୍ତି।[୨]