Jump to content

ବୈଷ୍ଣବ ଚରଣ ସାମଲ

ଉଇକିପିଡ଼ିଆ‌ରୁ
ବୈଷ୍ଣବ ଚରଣ ସାମଲ
ଜନ୍ମ ଓ ଜନ୍ମସ୍ଥାନ (1939-02-27) ୨୭ ଫେବୃଆରୀ ୧୯୩୯ (ବୟସ ୮୫)
ଚାରିଗାଁ, କେନ୍ଦ୍ରାପଡ଼ା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶୈଳୀସମାଲୋଚନା ସାହିତ୍ୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨
ଜୀବନସାଥୀଯଶୋଦା ସାମଲ
ସନ୍ତାନ୩ପୁଅ, ୧ଝିଅ

ବୈଷ୍ଣବ ଚରଣ ସାମଲ (ଜନ୍ମ ୨୭ ଫେବୃଆରୀ ୧୯୩୯)[] ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ, କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ[] ଓଡ଼ିଆ ସାହିତ୍ୟିକ । ସେ ପ୍ରଧାନତଃ ସମାଲୋଚନା[], ଶିଶୁ ସାହିତ୍ୟ, କବିତା ଓ ରମ୍ୟ ରଚନା ଆଦି ରଚନା କରିଛନ୍ତି ।

ପ୍ରାରମ୍ଭିକ ଜୀବନୀ

[ସମ୍ପାଦନା]

ବୈଷ୍ଣବ ଚରଣ ସାମଲ ୧୯୩୯ ମସିହା ଫେବୃଆରୀ ୨୭ ତାରିଖରେ ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଶ୍ରୀବତ୍ସ ସାମଲ ଓ ମା'ଙ୍କ ନାମ ଜେମାମଣି ସାମଲ ।

ମସିହାରେ ସେ ପ୍ରଥମ କବିତା ଲେଖିଥିଲେ ନେତା କିଏ । ୧୯୬୪-୬୫ ମସିହାରୁ ସେ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ଲେଖିବା ଆରମ୍ଭ କରିଥିଲେ । ତାଙ୍କ ଲିଖିତ ପ୍ରଥମ ପ୍ରବନ୍ଧ ଥିଲା ମରୁତୀର୍ଥ । ତାଙ୍କ ଲେଖା, ସେ ସମୟର ବହୁ ପତ୍ରିକାରେ ପ୍ରକାଶ ପାଉଥିଲା । ସେହି ସବୁ ପ୍ରବନ୍ଧ ମଧ୍ୟରୁ କୋଡ଼ିଏଟି ପ୍ରବନ୍ଧକୁ ସଂକଳିତ କରି, ୧୯୭୧ ମସିହାରେ 'ଜଗନ୍ନାଥ ରଥ' ପ୍ରକାଶନ ସଂସ୍ଥା ତାଙ୍କର ପ୍ରଥମ ପୁସ୍ତକ ପ୍ରକାଶ କରିଥିଲେ । ପୁସ୍ତକଟିର ନାମ ଥିଲା କଳା ସଂସ୍କୃତି ଓ ସାହିତ୍ୟ । ସେହି ବର୍ଷ ତାଙ୍କର ପ୍ରଥମ କବିତା ପୁସ୍ତକ ସମୟରେ ଲିପି ମଧ୍ୟ ପ୍ରକାଶ ପାଇଥିଲା । ଅଧ୍ୟାପନାକୁ ବୃତ୍ତି ଭାବରେ ଗ୍ରହଣ କରିଥିବା ବୈଷ୍ଣବ ଚରଣ, ୧୯୬୬ମସିହାରେ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ଚାକିରି ଜୀବନ ଆରମ୍ଭ କରି, ୨୦୦୪ ମସିହାରେ 'ବିଶ୍ୱଭାରତୀ' କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ପ୍ରଫେସର[] ଭାବରେ ସେବା ନିବୃତ ହୋଇଛନ୍ତି । ୨୦୨୪ ମସିହାରେ ପ୍ରବନ୍ଧ ପୁସ୍ତକ 'ଭୂତି ଭକ୍ତି ବିଭୂତି' ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇବାକୁ ଯାଉଛନ୍ତି। []

ରଚନାବଳୀ

[ସମ୍ପାଦନା]

ବୈଷ୍ଣବ ଚରଣ ବିଭିନ୍ନ ସମାଲୋଚନା ମୂଳକ ପ୍ରବନ୍ଧ ଓ ପୁସ୍ତକ ସହିତ ୯ଟି ରମ୍ୟ ରଚନା, ୭ଟି କବିତା ଓ ୮ଟି ଶିଶୁ ସାହିତ୍ୟ ପୁସ୍ତକ ରଚନା କରିଛନ୍ତି ।

ସମାଲୋଚନା

[ସମ୍ପାଦନା]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ସାହିତ୍ୟ ଅକାଦେମି ପୁରସ୍କାର : ୨୦୨୪ ('ଭୂତି ଭକ୍ତି ବିଭୂତି' ପାଇଁ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨[] - (ଭିନ୍ନ ଇଲାକା: ଭିନ୍ନ ଦୃଷ୍ଟି ପାଇଁ)[]
  • ବିଷୁବ ପୁରସ୍କାର, ୨୦୧୭[୧୦]
  • ସାରଳା ସମ୍ମାନ, ୨୦୧୪
  • ଗୋପୀନାଥ ନନ୍ଦ ପ୍ରବନ୍ଧ ଓ ସମାଲୋଚନା ସମ୍ମାନ, ୧୯୯୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)[୧୧]
  • କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ପୁରସ୍କାର
  1. ପଣ୍ଡା, ହରିହର. "ବୈଷ୍ଣବ ସାମଲ". ନିତିଦିନ. Archived from the original on 2018-12-15. Retrieved 15 April 2017.
  2. Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
  3. http://www.nbtindia.gov.in/writereaddata/attachment/thursday-may-08-20142-24-04-pmnewsletter-may-2014.pdf
  4. Ameeta Gupta; Ashish Kumar (2006). Handbook of Universities. Atlantic Publishers & Dist. pp. 873–. ISBN 978-81-269-0608-6.
  5. https://x.com/sahityaakademi/status/1869321231893401718/photo/1
  6. Bijaýa Kumāra Dāśa (1978). Indian Publishing in the Seventies: Released on the Occasion of World Book Fair III February 11-20, 1978. National Book Trust, India.
  7. "ବ୍ୟକ୍ତିତ୍ୱ". ନିତିଦିନ ୧୫/୦୪/୨୦୧୭ ପୃଷ୍ଠା ୯. Archived from the original on 2018-12-15. Retrieved 26 December 2017.
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 4 March 2017.
  9. http://www.orissa.gov.in/e-magazine/orissaannualreference/OR-Annual-2009/pdf/94-101.pdf
  10. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 9 October 2020.
  11. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଅକ୍ଟୋବର ୩୧- ନଭେମ୍ବର ୧୫ ପୃଷ୍ଠା ୨. Retrieved 4 November 2015.