କାମାକ୍ଷା ମନ୍ଦିର

ଉଇକିପିଡ଼ିଆ ରୁ
କାମାକ୍ଷା ମନ୍ଦିର
କାମାକ୍ଷା ମନ୍ଦିର, ଗୁଆହାଟୀ
ଦିଗବାରେଣି: 26°09′59″N 91°42′20″E / 26.166426°N 91.705509°E / 26.166426; 91.705509ଦିଗବାରେଣି: 26°09′59″N 91°42′20″E / 26.166426°N 91.705509°E / 26.166426; 91.705509
Name
ବାକି ନାଆଁ: ଶକ୍ତି ପୀଠ
ମୂଳ ନାଆଁ: କାମାକ୍ଷା ମନ୍ଦିର
ଅବସ୍ଥାନ
ଦେଶ: ଭାରତ
ରାଜ୍ୟ: ଆସାମ
ଜିଲ୍ଲା: ଗୁଆହାଟୀ
ଅବସ୍ଥାନ: ନିଲାଚଲ୍ ପର୍ବତ, ଗୁଆହାଟୀ
ତିଆରି ଶୈଳୀ ଓ ଚଳଣି
ମୂଖ୍ୟ ଦେବାଦେବୀ: କାମାକ୍ଷା
ପର୍ବପର୍ବାଣୀ: ଅମ୍ବୁବଚି ମେଳା
ତିଆରି ଶୈଳୀ: Stone architecture
ମନ୍ଦିର ସଂଖ୍ୟା:
ସ୍ମୃତିସ୍ତମ୍ଭ:
ଇତିହାସ
ପ୍ରତିଷ୍ଠା ତାରିଖ: ୧୫୬୪-୬୩
ପ୍ରତିଷ୍ଠାତା: Chilarai (rebuilt)

କାମାକ୍ଷା ମନ୍ଦିର, ଆସାମର ରାଜଧାନୀ ଦିଶପୁରରୁ ୧୦ କି.ମି ଦୂର ବ୍ରହ୍ମପୁତ୍ର ନଦୀ କୂଳରେ ଗୁଆହାଟୀ ସହରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର, ଏଠାରେ ମାଆ କାମାକ୍ଷା ପୂଜା ପାଉଛନ୍ତି । ୫୧ ଶକ୍ତି ପୀଠ ମଧ୍ୟରେ ଏହା ଅନ୍ୟତମ । ରଜୋବତୀ ହେଉଥିବା ଦେବୀମାନଙ୍କ ମଧ୍ୟରେ ପ୍ରମୁଖ ରୂପେ ପରିଗଣିତା ହୁଅନ୍ତି କାମାକ୍ଷାଦେବୀ । କାମାକ୍ଷା ପୀଠ ହେଉଛି ଯୋନି ପୀଠ ।

ପୌରାଣିକ[ସମ୍ପାଦନା]

ପୌରାଣିକ କଥାନୁଯାୟୀ ଦକ୍ଷ ଯଜ୍ଞରେ ସତୀ ଝାସ ଦେବା ପରେ ତାଙ୍କର ଶବକୁ ଧରି ଶିବ ଯେତେବେଳେ ତାଣ୍ଡବ ନୃତ୍ୟ ଆରମ୍ଭ କଲେ ସେଥିରେ ପୃଥିବୀ ଧ୍ଵଂସ ପାଇ ଯିବାର ଆଶଙ୍କା ସୃଷ୍ଟି ହେଲା । ତେଣୁ ସୁଦର୍ଶନ ଚକ୍ର ପ୍ରେରଣ କରି ଭଗବାନ ବିଷ୍ଣୁ ସତୀଙ୍କର ଶବକୁ ଖଣ୍ଡ ବିଖଣ୍ଡିତ କରିଦେଲେ । ସତୀଙ୍କର ଏହି ଖଣ୍ଡବିଖଣ୍ଡିତ ଅଙ୍ଗ ଯେଉଁସବୁ ସ୍ଥାନରେ ନିପତିତ ହେଲା ସେହିସବୁ ସ୍ଥାନ ଶକ୍ତି ପୀଠ ଭାବରେ ପରିଗଣିତ ହେଲା। ଏଠାରେ ସତୀଙ୍କର ଗୃହ୍ୟାଙ୍ଗ ବା ମହାମୁଦ୍ରା ନିପତିତ ହୋଇଥିଲା। ତେଣୁ ଏହାକୁ ମହା ବା ଯୋନି ପୀଠ କୁହାଗଲା। ଏହି ପୀଠ ସହିତ ଦେବୀ କାମାକ୍ଷା ରଜସ୍ଵଳା ହେବାର ବିଧି ଜଡିତ । [୧][୨][୩][୪]


ଗୁଆହାଟୀ ନଗରୀର ଅନ୍ୟ ନାମ କାମରୂପା। କାମଦେବ ଶିବଙ୍କ ତପସ୍ୟା ଭଙ୍ଗ କରିଥିଲେ।ଏଥିରେ ଶିବ କ୍ରୋଧିତ ହୋଇ କାମଦେବଙ୍କୁ ଚାହିଁବାରୁ ତାଙ୍କ ତୃତୀୟ ନେତ୍ରର ଅଗ୍ନିରେ କାମଦେବ ଭସ୍ମ ହୋଇଗଲେ । କାମଦେବଙ୍କ ପତ୍ନୀ ରତି ଦେବୀ ଶିବଙ୍କୁ ପୂଜା କରି ତାଙ୍କୁ ସନ୍ଟୁଷ୍ଟ କଲେ ଓ ଏବଂ ପତିଙ୍କ ନୂତନ ରୂପ ପାଇଁ ପ୍ରାର୍ଥନା କଲେ । ଶିବ ରତିଙ୍କ ପ୍ରାର୍ଥନାରେ ସନ୍ଟୁଷ୍ଟ ହୋଇ କାମଦେବଙ୍କୁ ନୂତନ ରୂପ ପ୍ରଦାନ କଲେ । କାମଦେବଙ୍କ ନାମରୁ ଗୁଆହାଟୀ ନଗରର ନାମ କାମରୂପ ଭାବରେ ଖ୍ୟାତ ହେଲା ।

ପୀଠ ଓ ପର୍ବପର୍ବାଣୀ[ସମ୍ପାଦନା]

କରତୋୟା ଓ ବ୍ରହ୍ମପୁତ୍ର ନଦୀର ମଧ୍ୟବର୍ତ୍ତୀ ତ୍ରିକୋଣ ଭୂମିରେ କାମରୂପର ପ୍ରଧାନ ପୀଠ ରହିଛି। ଗମ୍ଭିରା ଭିତରେ ଏହି ମହାପୀଠ ବା ଯୋନି ପୀଠ ଅବସ୍ଥିତ। ଏହି ପୀଠ ସବୁ ବେଳେ ଫୁଲରେ ଢାଙ୍କିହୋଇ ରହିଥାଏ । ଗମ୍ଭିରା ଭିତରେ ରହିଛି କାମାକ୍ଷା ମୂର୍ତ୍ତି ସିଂହାସନ, ଏହି ସିଂହାସନ ପଛରେ ଅଣ ଓସାରିଆ ଅନ୍ଧାରୁଆ ଶିଡି ଦେଇ ତଳକୁ ଗଲେ ପଡେ ଏକ ପୁଷ୍କରିଣୀ। ଏହି ପୁଷ୍କରିଣୀ ମଝିରେ ନାଲି ପାଟକନାରେ ଢାଙ୍କି ହୋଇ ରହିଥିବା ସ୍ଥାନଟି ଦେବୀଙ୍କ ଜରାୟୁ। ଏହି ଜରାୟୁ ହେଉଛି ଦେବୀଙ୍କ ଖଣ୍ଡବିଖଣ୍ଡିତ ଅଙ୍ଗ। ଏହା ପୁଷ୍କରିଣୀରେ ନିପତିତ ହୋଇଥିଲା।

Gathering of people at Ambubashi Mela at India's Kamakhya Temple .

ଆଷାଢ଼ ମାସ ସପ୍ତମୀ ତିଥିରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ ଜମିଥାଏ ଏହି ପୁଷ୍କରିଣୀରେ । ତିନିଦିନ ଧରି ଏହି ପୁଷ୍କରିଣୀ ରକ୍ତ ବର୍ଣ୍ଣ ହୋଇ ଯାଇଥାଏ। ଏହା ଦେବୀଙ୍କ ରଜସ୍ଵଳା ହେବାର ସଙ୍କେତ ବୋଲି ବିଶ୍ଵାସ । ଏହି ତିନିଦିନ ଧରି ମୂଖ୍ୟ ମନ୍ଦିର ପହଡ଼ ପଡ଼ିଥାଏ । ପୋଖରୀର ଏହି ରକ୍ତ ରଙ୍ଗର ଜଳକୁ ପ୍ରସାଦ ଭାବି ଭକ୍ତମାନେ ଗ୍ରହଣ କରିଥାନ୍ତି । ଚତୁର୍ଥ ଦିନରେ ଦେବୀଙ୍କର ଶୁଦ୍ଧସ୍ନାନ ହେବାପରେ ମନ୍ଦିର ଶୋଭାପାଏ। ଏହି ଦିନ କୁଆଁରୀମାନଙ୍କୁ ଭୋଜନ କରାଇଲେ ମନୋସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତମାନେ ବିଶ୍ଵାସ ରଖିଛନ୍ତି। କାମାକ୍ଷା ଦେବୀଙ୍କର ନବରାତ୍ର ପାଳନ ହୁଏ । ଏହି ସମୟରେ ଦେବୀ କାମାକ୍ଷା ରୂପବତୀ ହୁଅନ୍ତି ବୋଲି ବିଶ୍ଵାସ ରହିଛି । ଏହି ସମୟରେ ଦେବୀଙ୍କର ତ୍ରିଦିବସ ବ୍ୟାପୀ ପୂଜା ହୁଏ । ଏହି ତ୍ରିଦିବସରେ ପୂଜାକୁ ଆତ୍ମଭାସି ଉତ୍ସବ ବା ଅମ୍ବୁବଚି ମେଳା କୁହାଯାଏ । [୫][୬][୭]

ଆଧାର[ସମ୍ପାଦନା]

  1. J.S. Hawley, Sati, the Blessing and the Curse. Oxford University Press (New York: 1994). p. 50-1.
  2. (Translator), F. Max Muller (June 1, 2004). The Upanishads, Vol I. Kessinger Publishing, LLC. ISBN 1419186418. 
  3. (Translator), F. Max Muller (July 26, 2004). The Upanishads Part II: The Sacred Books of the East Part Fifteen. Kessinger Publishing, LLC. ISBN 1417930160. 
  4. "Kottiyoor Devaswam Temple Administration Portal". http://kottiyoordevaswom.com/. Kottiyoor Devaswam. http://kottiyoordevaswom.com/. Retrieved 20 July 2013. 
  5. Chawla, Janet (Sep 16, 2002). "Celebrating The Divine Female Principle". Boloji.com. Archived from the original on 31 January 2010. http://web.archive.org/web/20100131031243/http://boloji.com/wfs/wfs082.htm. Retrieved 30 April 2014. 
  6. "Ambubachi Fair". Bharatonline.com. Archived from the original on 6 January 2010. http://web.archive.org/web/20100106141221/http://www.bharatonline.com/assam/fairs/ambubachi-mela.html. Retrieved 30 April 2014. 
  7. Admin (Sep 17, 2009). "A Mystic Festival To Draw Thousands". 360degreeworld.com. http://360degreeworld.com/tantrics-flock-to-mystic-fair-of-assam/. Retrieved 30 April 2014. 

ଆହୁରି ପଢ଼ନ୍ତୁ[ସମ୍ପାଦନା]

  • Banerji, R D (1925), "Kamakhya", Annual Report 1924-25, Archeological Survey of India, http://archive.org/details/annualreportofth030750mbp 
  • Das Gupta, Rajatananda (1960), An Architectural Survey of the Kamakhya Temple, Nilima Das Gupta 
  • Kakati, Banikanta (1989) The Mother Goddess Kamakhya, Publication Board, Guwahati
  • Gait, Edward (1905) A History of Assam
  • Sarkar, J. N. (1992) Chapter I: The Sources in The Comprehensive History of Assam, (ed H K Barpujari) Publication Board, Assam.
  • Sarma, P (1983). "A Study of Temple Architecture under Ahoms". Journal of Assam Research Society. 
  • Shin, Jae-Eun (2010). "Yoni, Yoginis and Mahavidyas : Feminine Divinities from Early Medieval Kamarupa to Medieval Koch Behar". Studies in History 26 (1): 1–29. doi:10.1177/025764301002600101. 
  • Urban, Hugh B. (2008). "Matrix of Power: Tantra, Kingship, and Sacrifice in the Worship of Mother Goddess Kāmākhyā". The Journal of South Asian Studies (Routledge) 31 (3): 500–534. doi:10.1080/00856400802441946. 

ବାହାର ତଥ୍ୟ[ସମ୍ପାଦନା]