ଫୁଲ

ଉଇକିପିଡ଼ିଆ‌ରୁ
A poster with flowers or clusters of flowers produced by twelve species of flowering plants from different families

ଫୁଲ ବା ପୁଷ୍ପ କ୍ଷୁଦ୍ର ଆକାର, କଅଁଳ ପାଖୁଡା, ବିଭିନ୍ନ ରଙ୍ଗ, ଭିନ୍ନ ବାସ୍ନାର ରହିଛି । ଫୁଲମାନଙ୍କର ବହୁତ ପ୍ରକାରର ଆବଶ୍ୟକତା ରହିଛି । ବିଭିନ୍ନ ଉଦ୍ଦେଶ୍ୟରେ ଫୁଲମାନେ ବି ବ୍ୟବହୃତ ହୁଅନ୍ତି - ଜନ୍ମ ଦିନରେ, ସଭାସମିତିରେ, ଦେବାଳୟରେ, ପକେଟରେ, ଶଯ୍ୟାରେ, ମୃତ୍ୟୁ ଶଯ୍ୟାରେ ଏମିତି ବହୁତ ଯାଗାରେ ।

ଶାନ୍ତି ଓ ସମୃଦ୍ଧି ପାଇଁ ପୁଷ୍ପମାନ ଇଶ୍ୱରଙ୍କଠାରେ ଅର୍ପିତ । ଆକାଶକୁ ତାରାମାନ ସଜାଇବା ଭଳି ରଙ୍ଗବେରଙ୍ଗର ଫୁଲ ମାନ ପ୍ରକୃତିରାଣୀକୁ ସଜାଇଥାନ୍ତି । ସୃଷ୍ଟିକର୍ତ୍ତାଙ୍କଦ୍ୱାରା ସୃଷ୍ଟ ପ୍ରତ୍ୟେକ ପଦାର୍ଥକୁ ପ୍ରଥମେ ତାଙ୍କୁ ହିଁ ନିବେଦନ କରାଯାଇଥାଏ । ଏହା ଆର୍ଯ୍ୟ ପରମ୍ପରା । ଶାସ୍ତ୍ର ମତ, ବୃକ୍ଷରେ ଫୁଲମାନେ ଯେଭଳି ଫୁଟିଥାନ୍ତି ପ୍ରଭୁଙ୍କୁ ସେହି ଭଳି ସଜାଇବା ଦରକାର । ଫୁଲ ଓଲଟାଇ ଈଶ୍ୱରରଙ୍କୁ ଅର୍ପଣ କଲେ ଫଳ କିଛି ମିଳେ ନାହିଁ । ପୁନଶ୍ଚ, ପୁଷ୍ପ ଚୟନ ସମୟରେ ଫୁଲଗଛଟିକୁ ସମ୍ପୁର୍ଣ୍ଣ ପୁଷ୍ପଶୂନ୍ୟ (ଲଣ୍ଡିତ) ନକରି ପ୍ରକୃତିର ଉପଭୋଗପାଇଁ କେତୋଟି ପୁଷ୍ପ ଛାଡ଼ିଦେବା ବିଧେୟ । ଏତଦ୍ୱାରା ଫୁଲ ଗୁଡ଼ିକୁ ଧାରଣ କରିଥିବା ଗଛଟି ସୁନ୍ଦର ଦେଖାଯିବା ସହିତ ପ୍ରକୃତିରାଣୀ ଅପରୂପ ଶୋଭାରେ ବିମଣ୍ଡିତ ହୋଇଥାଏ । ସୌନ୍ଦର୍ଯ୍ୟ ହିଁ ପରମା ପ୍ରକୃତି । ସେଥି ପାଇଁ ମାତୃବନ୍ଦନାରେ ଯଥାର୍ଥରେ କୁହାଯାଇଛି "ଓଁ ସୌନ୍ଦର୍ଯ୍ୟମୟୀ ପରମେ, ଓଁ ଆନନ୍ଦମୟୀ ପରମେ, ଓଁ ସତ୍ୟମୟୀ ପରମେ - ଅର୍ଥାତ; ସୌନ୍ଦର୍ଯ୍ୟ ହିଁ ଶ୍ରେଷ୍ଠ । ଅନ୍ୟ ଅର୍ଥରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଥିବା ବ୍ୟକ୍ତିତ୍ୱ ହିଁ ଦୁନିଆକୁ ସୁନ୍ଦର ଦେଖାଯାଏ । ଫୁଲମାନଙ୍କଠାରୁ ଏହି ସନ୍ଦେଶ ଆମକୁ ମିଳେ ।

ପୁଷ୍ପ ଚୟନ[ସମ୍ପାଦନା]

ପୁଷ୍ପଟିଏ ଚୟନ ବେଳେ ଅତି ସତର୍କତା ସହିତ ତୋଳିବାର ନିୟମ ରହିଛି । ସୂକ୍ଷ୍ମ ଓ କୋମଳାଙ୍ଗକୁ ଖିନଭିନ୍ କରିବା ମନୁଷ୍ୟର କର୍ତ୍ତବ୍ୟ ନୁହେଁ । ଯାହା ବିଭୁପଦରେ ସମର୍ପିତ ହେବ ତାହାର ଡେମ୍ଫକୁ ବୃଦ୍ଧାଙ୍ଗୁଳି , ମଧ୍ୟମାଙ୍ଗୁଳି ଓ ମଧ୍ୟମାଙ୍ଗୁଳିର ପରବର୍ତ୍ତୀ ଆଙ୍ଗୁଳି - ଏହି ତିନି ଆଙ୍ଗୁଳି ସ୍ପର୍ଶରେ ଅତି ଧୀରେ ପୁଷ୍ପଚୟନ କରାଯାଏ । ଖୁସି ମନରେ ପୁଷ୍ପଚୟନ କଲେ ତାହା ଦେବଯୋଗ୍ୟ ହୋଇଥାଏ । ଅନ୍ୟବଗିଚାରୁ ପୁଷ୍ପ ଚୋରିକରି ମାଳା ତିଆରି ପୂର୍ବକ ବେବ/ଦେବୀଙ୍କୁ ଅର୍ପଣ କଲେ କିଛି ଫଳ ମିଳେନାହିଁ । ଫୁଲକୁ ଆଦର କରାଯାଏ କେବଳ ଲଳିତା ପିନ୍ଧନ୍ତି ବୋଲି । ନିଜ ଗଭାରେ ସଜାଇଥିବା ହେତୁ ଲଳିତାଙ୍କ ବେଶ ସୁନ୍ଦର । 'ଲଳିତଶାସ୍ତ୍ରମ୍'ରେ କୁହାଯାଇଛି - ଓଁ ଚମ୍ପକାଶୋକ ପୁନ୍ନାଗ ସୌର୍ଗନ୍ଧିକ ଲସତ୍କଚାୟୈ ନମଃ । ଚମ୍ପା, ଅଶୋକ ପୁନ୍ନାଗ, ସୌଗନ୍ଧିକା ଆଦି ପୁଷ୍ପ ଦେବୀ ଲଳିତା ପିନ୍ଧନ୍ତି ଲଳିତ ସହସ୍ର ନାମରେ କୁହାଗଲା - ଓଁ ନବଚମ୍ପକ ପୁଷ୍ପାଭ ନାସାଦଣ୍ଡଃ ବିରାଜିତାୟୈ ନମଃ , ଓଁ କଦମ୍ବମଞ୍ଜରୀ କ୍ଳ୍ଳୁପ୍ତ କର୍ଣ୍ଣପୂର ମନୋହରାୟୈ ନମଃ । ଅର୍ଥାତ , ବେବୀଙ୍କ ନାସା ସଦ୍ୟ ପ୍ରସ୍ଫୁଟିତ ଚମ୍ପକ ପୁଷ୍ପ ଭଳି । କର୍ଣ୍ଣରେ ଦେବୀ କଦମ୍ବ ପୁଷ୍ପ ଧାରଣ କରନ୍ତି । ପୁଣି ମା’ଙ୍କ ଅଧିଷ୍ଠାନ ଘଞ୍ଚ ପଦ୍ମବନରେ । ପୁଷ୍ପ ଜଗତରେ ମା’ଙ୍କ ବିଚରଣ ପ୍ରକୃତିକୁ ସୌନ୍ଦର୍ଯ୍ୟମୟ କରି ଗଢି଼ତୋଳେ ।

ଶାସ୍ତ୍ର[ସମ୍ପାଦନା]

ଫୁଲକଥା ଉଲ୍ଲେଖ ନକରି ସେଭଳି କୈଣସି ସ୍ତୋତ୍ର ବା ଶ୍ଳୋକ ନାହିଁ । ଦୁର୍ଗାସ୍ତୋତ୍ରରେ ଦେବୀ ଦୁର୍ଗାଙ୍କ ଆଖିକୁ ନୀଳୋତ୍ପଳା (ନୀଳପଦ୍ମ) ସହ ତୁଳନା କରାଯାଇଛି । ଶିବ ପଞ୍ଚକେଶ୍ୱର ସ୍ତୋତ୍ରରେ କୁହାଯାଇଛି- ମନ୍ଦାର ମୁରବ୍ୟ ବହୁପୁଷ୍ପ ସୁପୂଜିତାୟ, ତସ୍ମୈମକାର ମହିତାୟ ନମଃ ଶିବାୟଆଦିଶଙ୍କରଙ୍କ ଶିବମାନସପୂଜାରେ ଜାତିଚମ୍ପକ , ବିଲ୍ୱପତ୍ର ରଚିତମ୍ ପୁଷ୍ପମ୍ ଉଲ୍ଲେଖ ରହିଛି । ଏହି ଫୁଲଗୁଡ଼ିକ ଶିବଙ୍କୁ ସଜାଇବା ପାଇଁ ଉଦ୍ଧିଷ୍ଟ ।

ପୌରାଣିକ[ସମ୍ପାଦନା]

ଅଗସ୍ତ୍ୟମୁନି ଫୁଲର ପ୍ରକାର ଭେଦ ସମ୍ପର୍କରେ ବିଶଦ ସୂଚନା ଦେଇଛନ୍ତି । ଜଗତରେ ୩୮ ହଜାର କୋଟି ପ୍ରକାରର ଫୁଲ ଅଛି । ସେଥିରୁ ଦେବତାମାନେ ତାଙ୍କ ପାଇଁ ୨୦ହଜାର କୋଟି ରଖିଲେ । ସିଦ୍ଧମାନେ ତାଙ୍କ ବ୍ୟବହାର ପାଇଁ ରଖିଲେ ୧୧ହଜାର କୋଟି । ଅବଶିଷ୍ଟ ୫ ହଜାର କୋଟି ଔଷଧୀୟ ଉଦ୍ଦେଶ୍ୟରେ ରଖାଗଲା । ଅସୁରମାନେ ସେମାନଙ୍କର ବ୍ୟବହାର ପାଇଁ ୧ହଜାର କୋଟି ଲୁଟି ନେଲେ । ମାନବଗଣ ଅବଶିଷ୍ଟ ମାତ୍ର ୧ହଜାର କୋଟି ବିଷୟରେ ସଚେତନ ରହିଲେ । ତଥାପି ଏତେ ପ୍ରକାରର ଫୁଲ ବିଷୟରେ ମାନବର ପୂର୍ଣ୍ଣ ଜ୍ଞାନ ନାହିଁ । ପୁଷ୍ପମାନଙ୍କ ମଧ୍ୟରେ ପ୍ରାକ୍ ପୁଷ୍ପ ବା ବହୁପୂର୍ବରୁ ଉଲ୍ଲିଖିତ ପୁଷ୍ପ ହେଉଛି ପଦ୍ମ । ବୈଜ୍ଞାନିକମାନେ ଏକମତ ଯେ ମୌଳିକ ଭାବରେ ଏହି ଜାତିର ଅନ୍ୟ ପୁଷ୍ପମାନଙ୍କର ଉଦ୍ଭବ । ଅନ୍ୟ ପୁଷ୍ପମାନେ ସୃଷ୍ଟି ହେବାରୁ ସେମାନଙ୍କର ଅଙ୍ଗବିଶେଷ ଓ ଆକାର କମିବାକୁ ଲାଗିଲା ।[୧][୨]

କେତେକ ଫୁଲର ବୈଶିଷ୍ଟ[ସମ୍ପାଦନା]

[୩]

ଲିଙ୍ଗସ୍ ପୁଷ୍ପ[ସମ୍ପାଦନା]

ନାଗଲିଙ୍ଗ ପୁଷ୍ପ ଦକ୍ଷିଣାଆଫ୍ରିକୀୟ ପ୍ରଜାତିର । ଶିବଲିଙ୍ଗ ଉପରେ ନାଗଫଣା ବିସ୍ତାର କଲାଭଳି ପୁଷ୍ପର ଆକୃତି । ଯଦିଓ ଏହାର ଗୁରୁତ୍ୱ ବିଷଠାରୁ ନଗଣ୍ୟ ଏହାର ସୂଚକ ହେଉଛି ଯେଉଁମାନେ ଜୈବକ୍ରମେ ଏ ଫୁଲଟି ଖାଇଦିଅନ୍ତି ପ୍ରାୟ ବିଷ ଖାଇବା ଭଳି ପ୍ରଭାବ ସୃଷ୍ଟି କରେ । ଶ୍ରୀମା ଏହାକୁ ଆଧ୍ୟାତ୍ମିକ ନାମକରଣ କଲେ ସମୃଦ୍ଧି । ମା' କହିଲେ ନାଗଲିଙ୍ଗ ପୁଷ୍ପ ଯଦି ନମିଳିଲା ସେହି ଏକା ଫଳ ପ୍ରାପ୍ତି ପାଇଁ କଇଁ ବ୍ୟବହାର କରାଯାଇପାରେ ।

କାଗଜ ଫୁଲ[ସମ୍ପାଦନା]

ନିରାପତ୍ତାର ପ୍ରତିକ । ଘର ଚାରି ପାଖରେ ଲଗାଇଲେ ଗୃହର ନିରାପତ୍ତା ରକ୍ଷାହୁଏ । ଭ୍ରମଣ ସମୟରେ ନିଜସହିତ ଗୋଛାଏ ଫୁଲ ନେଲେ ଦୁର୍ଘଟଣାରୁ ରକ୍ଷା ମିଳେ ।

କଖାରୁ ଫୁଲ[ସମ୍ପାଦନା]

ଦକ୍ଷିଣ ଭାରତୀୟ ପରମ୍ପରାରେ କେତୋଟି କଖାରୁ ଫୁଲ ମଝିରେ ଧାନ ଫୁଲ ରଖି ଡିସେମ୍ବର-ଜାନୁଆରୀ ମାସରେ ଗୋବର ପିଣ୍ଡୁଳା ଉପରେ ଥାପନ୍ତି । ଗ୍ରାମବାସୀଙ୍କର ବିଶ୍ୱାସ ସେମାନଙ୍କର ଗୃହ, ଗ୍ରାମ ଓ କ୍ଷେତରେ ସମୃଦ୍ଧି ବିରାଜମାନ କରିବ । ମା' କଖାରୁ ଫୁଲକୁ ପ୍ରାଚୁର୍ଯ୍ୟ କହନ୍ତି । ବୃହଷ୍ପତିଙ୍କର କଖାରୁ ଫୁଲ ଅତ୍ୟନ୍ତ ପ୍ରିୟ ।

ପାରିଜାତ[ସମ୍ପାଦନା]

ବ୍ରହ୍ମଦର୍ଶନ ପୁଷ୍ପ । ବ୍ରାହ୍ମମୁହୂର୍ତ୍ତରେ ଫୁଟେ । ଏହା ଅସାଧାରଣ ଯୋଗଶକ୍ତି ପ୍ରଦାନ କରେ । ମାନବ ସମାଜର କଲ୍ୟାଣ ପାଇଁ କୃଷ୍ଣ ଏ ପୁଷ୍ପକୁ ମର୍ତ୍ତ୍ୟକୁ ଆଣିଥିଲେ ।

ପ୍ରତୀକ[ସମ୍ପାଦନା]

ପ୍ରତ୍ୟେକ ଦେଶର ଧର୍ମ ଓ ଆରାଧନା ସହିତ ଫୁଲାମାନେ ଜଡ଼ିତ । ପୃଥିବୀସାରା ଲୋକଙ୍କୁ ଫୁଲ ପ୍ରେମ ଓ ସ୍ମରଣର ପ୍ରତୀକ ଭାବେ ଜଣା । ଗୋଟିଏ ପୁଷ୍ପ ପ୍ରକୃତିର ସମସ୍ତ ଉପାଦାନ - ବାୟୁ, ଜଳ, ଅଗ୍ନି, ମୃତ୍ତିକା ଓ ଇଥର ଧାରଣ କରେ । ଏହି ବିରାଟ ସତ୍ୟ କବି ଲର୍ଡ ଟେନିସନ୍ଙ୍କ ପଙ୍କ୍ତିରେ ରହିଛି । ତାଙ୍କ ପରିକଳ୍ପନାରେ ସେ ଛୋଟ ଫୁଲଟିକୁ ସମ୍ବୋଧନାତ୍ମକ ଢ଼ଙ୍ଗରେ କହୁଛନ୍ତି - ଯଦି ମୁଁ ବୁଝନ୍ତି ତୁମେ ମୂଳ ଓ ସର୍ବେସର୍ବା, ତାହେଲେ ମୁଁ ଜାଣିପାରନ୍ତି ମନ୍ୟୁଷ ଓ ଭଗବାନ କଣ !।

ବୈଶିଷ୍ଟ୍ୟ[ସମ୍ପାଦନା]

  • ପଦ୍ମ ଦେବତାମାନଙ୍କର ପୁଷ୍ପ । ତେଣୁ ପଦ୍ମଫୁଲକୁ ପଦ୍ମାବତାର କୁହାଯାଏ । ସେ ଲାଲକମଳ ବା ସଫେଦକମଲ (ଶ୍ୱେତପଦ୍ମ) ହେଉ ତାହା ଦିବ୍ୟଚେତନାର ପ୍ରତୀକ । ପଙ୍କୁଆ/କାଦୁଆ ପୋଖରୀରେ ପଦ୍ମଜାତ ହୋଇ ଅତ୍ୟୁଚ୍ଚ ସ୍ଥାନକୁ ଯାଇଛି ପଦ୍ମ । ଆମ ଚତୁପାର୍ଶ୍ୱର ଦୁନିଆ କର୍ଦ୍ଦମାକ୍ତ, ଅପରିଚ୍ଛନ୍ନ । ଭଗବାନଙ୍କ ସୃଷ୍ଟିରେ ଯେଉଁ ମଣିଷ ଶ୍ରେଷ୍ଠ ବିବେଚିତ ହୁଏ, ସେ ଉଚ୍ଚତର ସୋପାନରେ ପହଞ୍ଚେ । ପଦ୍ମ ଏହି ଉଦାହରଣ ରଖିଛି ଏବଂ ମନୁଷ୍ୟ ଏହି ଗୁଣକୁ ଉଦ୍ଧାର କରିବା ଉଚିତ । ଲାଲକମଳ ପାର୍ଥିବ ସଂମ୍ପଦ ଦିଏ ଓ ଶ୍ୱେତପଦ୍ମ ଯଥେଚ୍ଛା ଜ୍ଞାନ ଓ ଭକ୍ତି ଦିଏ । ଲକ୍ଷ୍ମୀ ଐଶ୍ୱର୍ଯ୍ୟର ଅଧିକାରିଣୀ , ପଦ୍ମବନ ନିବାସିନୀ , ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି ନିମ୍ନମତେ କରାଗଲା -

ପଦ୍ମାଳୟା ପଦ୍ମକରଂ ପଦ୍ମପତ୍ର ନିଭେକ୍ଷଣାମ୍ ବନ୍ଦେ ପଦ୍ମମୁଖୀଂ ପ୍ରିୟାମହମ୍

  • ଗୋଲାପକୁ ପୁଷ୍ପ ଜଗତରେ ଚମତ୍କାର ଗୋଲାପର ଆଖ୍ୟାଦିଆଯାଇଛି । ବିଭିନ୍ନ ପ୍ରକାରର ଗୋଲାପ ଅଛନ୍ତି । ମାନବିକ ପ୍ରେମ ପ୍ରକାଶର ପୁଷ୍ପ ଏହି ଗୋଲାପ । ଅଗସ୍ତ୍ୟ ମୁନି କହିଛନ୍ତି ଗୋଟିକିଆ ଗୋଲାପ ମୁଣ୍ଡରେ ପିନ୍ଧିବା ଉଚିତ ନୁହେଁ । ଏହା କଳହ ଓ ଶତ୍ରୁତା ସୃଷ୍ଟିକରେ । ଗୋଟିକରୁ ଅଧିକ ଗୋଲାପ ପିନ୍ଧାଯାଇପାରେ । ହଳଦିଆ ଗୋଲାପ ଶକ୍ତିଶାଳୀ । ଏହା ପିନ୍ଧିଲେ ପ୍ରତିକାର୍ଯ୍ୟରେ ସଫଳତା ଆଣେ । ଲାଲ ଗୋଲାପ ନଅଗୋଟି ଏକତ୍ର କରି ଧନୁ ଆକାରରେ ମୁଣ୍ଡରେ ବାନ୍ଧିଲେ ପରିବାର ଭିତରେ ଭଲଭାବନା ସୃଷ୍ଟିକରିବ , ପିଲାମାନଙ୍କୁ ସଠିକ ମାର୍ଗରେ ନେବ । ଶ୍ରୀ ଅରବିନ୍ଦଙ୍କ ଭାଷାରେ ଗୋଲାପ ବହୁ ପାଖୁଡା ମେଲିବା ଭଳି ଯଶକୁ ବହୁଗୁଣିତ କରି ବ୍ୟକ୍ତିତ୍ୱକୁ ପ୍ରସ୍ଫ୍ରୁଟିତ କରିବାପାଇଁ ମନୁଷ୍ୟ ସମାଜକୁ ପ୍ରେରଣା ଦିଏ ।

ବାର ଓ ଫୁଲ[ସମ୍ପାଦନା]

କେଉଁ ବାରରେ କେଉଁ ପୁଷ୍ପ ଦେବଦେବୀଙ୍କୁ ଅର୍ପଣ କଲେ କି ପ୍ରକାର ଫଳ ପ୍ରାପ୍ତି ହୁଏ ତତ୍ ସଂମ୍ପର୍କୀୟ ବିବରଣି ଅଗସ୍ତ୍ୟମୁନି ପ୍ରଦାନ କରି ଅଛନ୍ତି ।

  • ରବିବାର ପଦ୍ମ ଫୁଲରେ ଠାକୁରଙ୍କୁ ସଜାଇଲେ ଘରେ ସମୃଦ୍ଧି ଆସିବ ।
  • ସୋମବାର ଇଷ୍ଟଦେବୀଙ୍କୁ କଇଁ ଓ ଜସ୍ମିନ ପ୍ରଦାନ କଲେ ଗୃହରେ ଏକତା ଆସିବ । ସଦସ୍ୟଙ୍କ ମଧ୍ୟରୁ ଅବୁଝାମଣା ଦୂରେଇଯିବ ।
  • ମଙ୍ଗଳବାର ଦେବୀଙ୍କୁ ଟ୍ୟୁରୋଜ ଦେଲେ ସ୍ୱାମୀମାନେ ଆଶାତୀତ ଦୁର୍ଘଟଣାରୁ ରକ୍ଷାପାଇପାରିବେ ।
  • ବୁଧବାର ଇଶ୍ୱରଙ୍କୁ ପାରିଜାତ ଦେଲେ ପିଲାମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇବ ।
  • ଶୁକ୍ରବାର ଧବଳ ଓ ଇସତଲାଲ୍ ରଙ୍ଗର ରାମବାଣ ପୁଷ୍ପ ଠାକୁରଙ୍କୁ ଦେଲେ ପିଲାମାନଙ୍କର ସମସ୍ତ ତ୍ରୁଟି ଦୂର ହୋଇଯାଏ । ସ୍ୱାମୀର ପରମାୟୁ ଦୂର ହୋଇଯାଏ ।
  • ସବୁ ଦିନ ଜସ୍ମିନକୁ ଟଙ୍କାବାକ୍ସ/ଲୁହାସିନ୍ଦୁକରେ ରଖାଗଲେ ସର୍ବ ସମୃଦ୍ଧି ପ୍ରାପ୍ତ ହେବ । [୪]

ଆଧାର[ସମ୍ପାଦନା]

  1. ଦିବ୍ୟ ଭାସ୍କର ତା ୨୭-୦୯- ୧୨ ପୃଷ୍ଠା ୧୨
  2. http://www.scribd.com/doc/76026431/Puranic-Encyclopedia-Vettam-Many
  3. ଶ୍ରୀମାଙ୍କ ବାର୍ତ୍ତା , ଫେବୃଆରୀ ୨୦୧୦
  4. ପୌରୁଷ ପତ୍ରିକା , ଫେବୃଆରୀ ୨୦୧୦, ପୃଷ୍ଠା - ୯୪

ବାହାର ତଥ୍ୟ[ସମ୍ପାଦନା]

Quotations related to Flowers at Wikiquote