ଶକ ପଞ୍ଜିକା
ଶକ ପଞ୍ଜିକା ବା ଶଳିବାହନ ଶକ ପଞ୍ଜିକା ଭାରତର ରାଷ୍ଟ୍ରୀୟ ପଞ୍ଜିକା ଅଟେ । ଆକାଶବାଣୀ, ସରକାରୀ ଦସ୍ତାବିଜ, ସୂଚନା ଏବଂ ସରକାରୀ ପଞ୍ଜିକାରେ ଏହି ପଞ୍ଜିକା ବ୍ୟବହୃତ ହୋଇଥାଏ ।[୧]
ଇତିହାସ
[ସମ୍ପାଦନା]ସାତବାହନ ବଂଶର ରାଜା ଶଳିବାହନଙ୍କଦ୍ୱାରା ଶକ ପଞ୍ଜିକା ପ୍ରଚଳିତ ହୋଇଥିବାର ବିଶ୍ୱାସ କରାଯାଏ । ରାଜା ଶଳିବାହନଙ୍କ କେତେକ ପ୍ରମୁଖ ରାଜନୈତିକ ବିଜୟ ସମୟରେ ଶକ ପଞ୍ଜିକା ଆରମ୍ଭ ହୋଇଥିଲା । ଐତିହାସିକ ମତାନୁସାରେ ଗ୍ରେଗୋରିଆନ ପଞ୍ଜିକାର ୭୮ତମ ବର୍ଷରୁ ପଞ୍ଜିକାଟି ଆରମ୍ଭ ହୋଇଥିଲା । ମୁହୂର୍ତ୍ତମାର୍ତ୍ତଣ୍ଡ ଗ୍ରନ୍ଥ ଅନୁସାରେ ଶକ ବର୍ଷ ଶଳିବାହନଙ୍କ ଜନ୍ମ ସମୟରୁ ଗଣନା ହୋଇଛି । ମାତ୍ର ଖ୍ରୀଷ୍ଟପୂର୍ବ ୧୩୦୦ରେ ଲିଖିତ କଳ୍ପ ପ୍ରଦୀପ ଗ୍ରନ୍ଥ ଅନୁଯାୟୀ ରାଜା ବିକ୍ରମାଦିତ୍ୟଙ୍କଠାରୁ ତାଙ୍କର ବିଜୟ ବର୍ଷଠାରୁ ଏହାର ଗଣନା ଆରମ୍ଭ କରିଯାଇଛି ।
ସଂରଚନା
[ସମ୍ପାଦନା]ଶକ ପଞ୍ଜିକାରେ ଉଭୟ ସୂର୍ଯ୍ୟ ଏବଂ ଚନ୍ଦ୍ର ଆଧାର କରି ସମୟ ଗଣନା କରାଯାଇଛି । ଗ୍ରେଗୋରିଆନ ପଞ୍ଜିକା ପରି ଏଥିରେ ମଧ୍ୟ ୩୭୫ ଦିନ ଏବଂ ୧୨ ମାସ ରହିଛି । ମାର୍ଚ୍ଚ ୨୨ ତାରିଖରୁ ପଞ୍ଜିକାର ପ୍ରଥମ ମାସ ଚୈତ୍ର ଆରମ୍ଭ ହୁଏ । ସେହିଦିନଠାରୁ ଦକ୍ଷିଣାୟନ ମଧ୍ୟ ଆରମ୍ଭ ହୋଇଥାଏ ।
ଶକ ପଞ୍ଜିକାରେ ଥିବା ମାସଗୁଡ଼ିକର ବିବରଣୀ
[ସମ୍ପାଦନା]# | ମାସ | ଅବଧି | ଆରମ୍ଭ (ଗ୍ରେଗୋରିଆନ) | ରାଶି |
---|---|---|---|---|
1 | ଚୈତ୍ର | ୩୦/୩୧ | ମାର୍ଚ୍ଚ ୨୨/୨୧ | ମେଷ |
2 | ବୈଶାଖ | ୩୧ | ଅପ୍ରେଲ ୨୧ | ବୃଷଭ |
3 | ଜ୍ୟୈଷ୍ଠ | ୩୧ | ମଇ ୨୨ | ମିଥୁନ |
4 | ଆଷାଢ଼ | ୩୧ | ଜୁନ ୨୨ | କର୍କଟ |
5 | ଶ୍ରାବଣ | ୩୧ | ଜୁଲାଇ ୨୩ | ସିଂହ |
6 | ଭାଦ୍ରବ | ୩୧ | ଅଗଷ୍ଟ ୨୩ | କନ୍ୟା |
7 | ଆଶ୍ୱିନ | ୩୦ | ସେପ୍ଟେମ୍ବର ୨୩ | ତୁଳା |
8 | କାର୍ତ୍ତିକ | ୩୦ | ଅକ୍ଟୋବର ୨୩ | ବୃଷ |
9 | ମାର୍ଗଶିର | ୩୦ | ନଭେମ୍ବର ୨୨ | ଧନୁ |
10 | ପୌଷ | ୩୦ | ଡିସେମ୍ବର ୨୨ | ମକର |
11 | ମାଘ | ୩୦ | ଜାନୁୟାରୀ ୨୧ | କୁମ୍ଭ |
12 | ଫାଲଗୁନ | ୩୦ | ଫେବୃଆରୀ ୨୦ | ମୀନ |
ରାଷ୍ଟ୍ରୀୟ ପଞ୍ଜିକା ରୂପେ ଗ୍ରହଣ
[ସମ୍ପାଦନା]୧୯୫୭ ମସିହାରେ ପୁନଃନିର୍ମାଣ କମିଟିଦ୍ୱାରା ଶକ ପଞ୍ଜିକାକୁ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଭାବେ ଅନୁମୋଦିତ କରାଗଲା । ଏହି କମିଟି ଖଗୋଳବିତ ଡ. ମେଘନାଦ ସାହାଙ୍କ ନେତୃତ୍ୱରେ ଗଠିତ ହୋଇଥିଲା । ଅନ୍ୟ ସଦସ୍ୟମାନେ ଥିଲେ - ଏ.ସି.ବାନର୍ଜୀ, କେ.କେ.ଦଫତାରୀ, ଜେ.ଏସ.କରଣଦିକର, ଗୋରଖ ପ୍ରସାଦ, ଆର.ଭି.ବିଦ୍ୟା ଏବଂ ଏନ.ସି.ଲାହରୀ । ବିଜ୍ଞାନ ଭିତ୍ତିରେ ସମଗ୍ର ଭାରତବର୍ଷରେ ପ୍ରଚଳିତ ହୋଇପାରୁଥିବା ଏକ ପଞ୍ଜିକାର ଚୟନ ଏହି କମିଟିର କାର୍ଯ୍ୟ ଥିଲା । ମୂଳରେ ଭାରତର ବିଭିନ୍ନ ସ୍ଥାନରେ ପ୍ରଚଳିତ ତିରିଶଟି ପଞ୍ଜିକା ଠାବ କରାଗଲା । ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ୧୯୫୫ରେ ସମସ୍ତ ଜାତି, ଧର୍ମ ନିର୍ବିଶେଷରେ ବୈଜ୍ଞାନିକ ଭିତ୍ତିରେ ଏକ ପଞ୍ଜିକା ଚୟନ କରିବାକୁ କମିଟିକୁ ଲେଖିଥିଲେ ।[୨] ପ୍ରତିଟି ପଞ୍ଜିକା ସହିତ ତା'ସହିତ ସଂଶ୍ଲିଷ୍ଟ ଧର୍ମ-ମନୋବୃତ୍ତି ଜଡ଼ିତ ଥିଲା । କମିଟିଟି ବିଭିନ୍ନ ପଞ୍ଜିକାକୁ ପରୀକ୍ଷା କରି ଶେଷରେ ଶକ ପଞ୍ଜିକାକୁ ଜାତୀୟ ପଞ୍ଜିକା ବୋଲି ବାଛିଲା ।[୩]
୧୮୭୯ ଶକ ବର୍ଷ ଚୈତ୍ର ୧ ତାରିଖ ତଥା ୧୯୫୭ ମସିହା ମାର୍ଚ୍ଚ ୨୨ ତାରିଖରେ ଶକ ପଞ୍ଜିକାର ବ୍ୟବହାର ଆରମ୍ଭ ହେଲା । ମାତ୍ର ସରକାର ନବବର୍ଷ ଶକ ପଞ୍ଜିକା ବଦଳରେ ଧାର୍ମିକ ପଞ୍ଜିକାନୁସାରେ ପାଳନ କରିଥାନ୍ତି ।[୪]
ବୈଶିଷ୍ୟତା
[ସମ୍ପାଦନା]ଶକ ପଞ୍ଜିକାର ଭାରତୀୟ ଐତିହ୍ୟ ସହିତ ଗଭୀର ସମ୍ପର୍କ ରହିଛି । ମୌର୍ଯ୍ୟ ଏବଂ ଗୁପ୍ତ ରାଜତ୍ୱ ସମୟରେ ଏହାର ସୃଷ୍ଟି ଏବଂ ବହୁଳ ବ୍ୟବହାର ହେଉଥିଲା । ଭାରତ ବ୍ୟତୀତ ଜାଭା, ବାଲି ଏବଂ ଇଣ୍ଡୋନେସିଆ ଆଦି ଅନ୍ୟ ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କରେ ଏହି ପଞ୍ଜିକା ପ୍ରଚଳିତ ଥିଲା ।[୫] ବାଲି ମାର୍ଚ୍ଚ ୨୧ ତାରିଖ ଅର୍ଥାତ ଶକ ନବ ବର୍ଷର ପ୍ରଥମ ଦିନ ମୌନ ଦିବସ ପାଳନ କରିଥାଏ । ନେପାଳରେ ଗୃହୀତ ନେପାଳ ସମ୍ଭତ ପଞ୍ଜିକା ଶକ ପଞ୍ଜିକାର ବିବର୍ତ୍ତନରୁ ହିଁ ସୃଷ୍ଟ ।