"ରକ୍ତହୀନତା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଅଧିକ ତଥ୍ୟ ଦିଆଗଲା |
→କାରଣ: ଅଧିକ ତଥ୍ୟ ଦିଆଗଲା |
||
୬୮ କ ଧାଡ଼ି: | ୬୮ କ ଧାଡ଼ି: | ||
*** ହେମୋଗ୍ଲୋବିନୋପାଥିଜ୍ ଯୋଗୁ ଅସନ୍ତୁଳିତ ହେମୋଗ୍ଲୋବିନ ଥାଏ ।<ref name=Robbins12-1/> <br /> |
*** ହେମୋଗ୍ଲୋବିନୋପାଥିଜ୍ ଯୋଗୁ ଅସନ୍ତୁଳିତ ହେମୋଗ୍ଲୋବିନ ଥାଏ ।<ref name=Robbins12-1/> <br /> |
||
** [[ପାରୋକ୍ସିସମାଲ ନୋକ୍ଚରନାଲ ହେମୋଗ୍ଲୋବିନୁରିଆ]]<ref name=Robbins12-1/><br /> |
** [[ପାରୋକ୍ସିସମାଲ ନୋକ୍ଚରନାଲ ହେମୋଗ୍ଲୋବିନୁରିଆ]]<ref name=Robbins12-1/><br /> |
||
* ବାହ୍ୟ (ରକ୍ତ କଣିକା ବାହାରେ) ସମସ୍ୟ |
|||
**[[ଆଣ୍ଟିବଡି]]-ମାଧ୍ୟମ |
|||
*** [[ଉଷୁମ ଅଟୋଇମ୍ମ୍ୟୁନ ହେମୋଲାଇଟିକ ଆନିମିଆ]]: ଲୋହିତ କଣିକା ପ୍ରତି ଅଟୋଇମ୍ମ୍ୟୁନ ଆକ୍ରମଣ ମୂଖ୍ୟତଃ ଆଇଜିଜି । ଅଟୋଇମ୍ମ୍ୟୁନ ହେମୋଲାଇଟିକ ରୋଗ ମଧ୍ୟରେ ଏହା ସବୁଠାରୁ ସାଧାରଣ ରୋଗ ।<ref name="isbn0-7216-0187-1">{{cite book |author=Cotran, Ramzi S.; Kumar, Vinay; Fausto, Nelson; Nelso Fausto; Robbins, Stanley L.; Abbas, Abul K. |title=Robbins and Cotran pathologic basis of disease |publisher=Elsevier Saunders |location=St. Louis, Mo |year=2005 |page=637 |isbn=0-7216-0187-1 |oclc= |doi= |accessdate=}}</ref> ଏହା [[ଅଜ୍ଞାତକାରଣ]] ବଶତଃ, ଔଷଧ ଯୋଗୁ, [[ସିସ୍ଟମିକ ଲୁପସ ଏରିଥେମାଟୋସସ]], ମ୍ୟାଲିଗନାଣ୍ଟ ରୋଗ ଯେପରିକି [[କ୍ରନିକ ଲୋମ୍ଫୋସାଇଟିକ ଲିଉକେମିଆ]] ଯୋଗୁ ହୁଏ ।<ref name=Jenkins/><ref name=Jenkins>[http://www.trcc.org/blood/10b_autoimmune.pdf AUTOIMMUNE HEMOLYTIC ANEMIA (AIHA)] By J.L. Jenkins. The Regional Cancer Center. 2001 {{wayback|url=http://www.trcc.org/blood/10b_autoimmune.pdf |date=20091007084816 }}</ref> |
|||
*** [[କୋଲ୍ଡ ଆଗ୍ଲୁଟିନିନ ହେମୋଲାଇଟିକ ଆନିମିଆ]] ଆଇଜିଏମ ଯୋଗୁ । ଏହା ଅଜ୍ଞାତକାରଣ ଯୋଗୁ ହୋଇପାରେ,<ref name="pmid17891600">{{cite journal | author = Berentsen S, Beiske K, Tjønnfjord GE | title = Primary chronic cold agglutinin disease: An update on pathogenesis, clinical features and therapy | journal = Hematology | volume = 12 | issue = 5 | pages = 361–70 | date = October 2007 | pmid = 17891600 | pmc = 2409172 | doi = 10.1080/10245330701445392 | url = http://www.informaworld.com/openurl?genre=article&doi=10.1080/10245330701445392&magic=pubmed||1B69BA326FFE69C3F0A8F227DF8201D0 }}</ref> ବା କୌଣସି ଅନ୍ତର୍ନିହିତ କାରଣ ଯୋଗୁ ହୋଇପାରେ । |
|||
***[[ଆର ଏଚ ରୋଗ]],<ref name=Robbins12-1/> ମୂଖ୍ୟତଃ [[ନବଜାତ ହେମୋଲାଇଟିକ ରୋଗ]]ର ଏକ କାରଣ । |
|||
***[[ଟ୍ରାନ୍ସଫ୍ୟୁଜନ ପ୍ରତିକ୍ରିୟା]] [[ରକ୍ତ ଟ୍ରାନ୍ସଫ୍ୟୁଜନ]] ଯୋଗୁ ।<ref name=Robbins12-1/> |
|||
** ଲୋହିତ ରକ୍ତ କଣିକା ପ୍ରତି ଆଘାତ । |
|||
*** [[Microangiopathic hemolytic anemia]]s, including [[thrombotic thrombocytopenic purpura]] and [[disseminated intravascular coagulation]]<ref name=Robbins12-1/> |
|||
*** Infections, including [[malaria]]<ref name=Robbins12-1/> |
|||
*** [[Heart surgery]] |
|||
*** [[Haemodialysis]] |
|||
== ଆଧାର == |
== ଆଧାର == |
୧୯:୪୫, ୧୨ ନଭେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ
ରକ୍ତହୀନତା Anemias | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | hematology[*] |
ଆଇସିଡ଼ି-୧୦ | D50.-D64. |
ଆଇସିଡ଼ି-୯-ସିଏମ୍ | 280-285 |
ରୋଗ ଡାଟାବେସ | 663 |
ମେଡ଼ିସିନ-ପ୍ଲସ | 000560 |
ଇ-ମେଡ଼ିସିନ | med/132 emerg/808 emerg/734 |
MeSH | D000740 |
ପ୍ରତିଶବ୍ଦ - ଆନିମିଆ, ରକ୍ତ କ୍ଷୀଣତା
ରକ୍ତହୀନତା ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ ହେଲେ ମଧ୍ୟ ପ୍ରକୃତରେ ରକ୍ତରେ ଥିବା ଲୋହିତ ରକ୍ତ କଣିକା ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା ହେମୋଗ୍ଲୋବିନ ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ ।[୧][୨]>[୩] ହେମୋଗ୍ଲୋବିନର ଅମ୍ଳଜାନ ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ ।[୪] ଇଂରାଜୀରେ ଏହି ରୋଗକୁ ଆନିମିଆ କହନ୍ତି । ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood")। ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରି ସାରା ଶରୀରରେ ଥିବା କ୍ୟାପିଲାରି ବା ଅତି ସୂକ୍ଷ୍ମ ରକ୍ତ ନଳୀ (Capillary) ପର୍ଯ୍ୟନ୍ତ ବହନ କରେ ଓ ଦେହର ସମୁଦାୟ ଜୀବକୋଷଙ୍କୁ ବାଣ୍ଟେ । ଏଣୁ ଆନିମିଆ ହେଲେ ରକ୍ତରେ ଅମ୍ଳଜାନ ପରିମାଣ କମିଯାଏ ଯାହାକୁ ହାଇପୋକ୍ସିଆ କହନ୍ତି । ପ୍ରତ୍ୟେକ ଜୀବକୋଷ ବଞ୍ଚିବା ନିମନ୍ତେ ଅମ୍ଳଜାନ ଆବଶ୍ୟକ କରେ, ଏଣୁ ହେମୋଗ୍ଲୋବିନ ଅଭାବରେ ଅମ୍ଳଜାନ ଅଭାବ ହୁଏ ଓ ଏହାର ଅଭାବ ହେଲେ ଅନେକ ପ୍ରକାର ଲକ୍ଷଣ ପ୍ରକାଶ ପାଏ । ଆନିମିଆ ଧୀରେ ଧୀରେ ଆସିଲେ ଲକ୍ଷଣ ଅସ୍ପଷ୍ଟ ହୁଏ: ଥକ୍କାଣ, ଦୂର୍ବଳତା, ଛୋଟ ଶ୍ୱାସକ୍ରିୟା ବା ବ୍ୟାୟାମ ଅକ୍ଷମତା ଦେଖାଯାଏ । ଶୀଘ୍ର ହେଉଥିବା ଆନିମିଆ ଲକ୍ଷଣ: ଚିତ୍ତଭ୍ରମ ହୁଏ, ଅଚେତ ହେବା ଭଳି ଲାଗେ ଓ ଅଧିକ ଶୋଷ ହୁଏ । ଶେତା ଦେଖାଯିବା ନିମନ୍ତେ ଅଧିକ ଆନିମିଆ ଆବଶ୍ୟକ । ଅନ୍ତର୍ନିହିତ କାରଣ ଅନୁସାରେ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଏ । [୫]
ରକ୍ତସ୍ରାବ, ଲୋହିତ ରକ୍ତ କଣିକା (ଲୋ.ର.କ.) କମ୍ ତିଆରି ଓ ଅଧିକ ଲୋ.ର.କ. ଭାଙ୍ଗିବା- ଏହି ତିନି କାରଣ ଯୋଗୁ ରୋଗ ହୁଏ । ରକ୍ତକ୍ଷୟର କାରଣ ମଧ୍ୟରେ ଆଘାତ ଓ ଖାଦ୍ୟନଳୀ ରକ୍ତସ୍ରାବ ପ୍ରଧାନ । ସ୍ୱଳ୍ପ ତିଆରି କାରଣମାନଙ୍କ ମଧ୍ୟରେ ଦେହରେ ଲୌହ ଅଭାବ, [[ଭିଟାମିନ ବି୧୨]] ଅଭାବ, ଥାଲାସେମିଆ ଓ ଅନେକ ଅସ୍ଥିମଜ୍ଜା ଅର୍ବୁଦ ପ୍ରଧାନ । ଅଧିକ ଭାଙ୍ଗିବା କାରଣ ମଧ୍ୟରେ ମ୍ୟାଲେରିଆ ଓ କେତେକ ଅଟୋଇମ୍ମ୍ୟୁନ ରୋଗ ପ୍ରଧାନ । ଲୋ.ର.କ.ର ଆକାର (size of red blood cells) ଓ ପ୍ରତି କଣିକାରେ ଥିବା ହେମୋଗ୍ଲୋବିନ ପରିମାଣ (amount of hemoglobin in each cell) ଅନୁସାରେ ଏହାକୁ ବର୍ଗୀକରଣ କରାଯାଏ । ଲୋ.ର.କ. ଛୋଟ ହେଲେ ମାଇକ୍ରୋସାଇଟିକ ଆନିମିଆ, ବଡ଼ ହେଲେ ମାକ୍ରୋସାଇଟିକ ଆନିମିଆ ଓ ଅପରିବର୍ତ୍ତିତ ଥିଲେ ନର୍ମୋସାଇଟିକ ଆନିମିଆ କୁହାଯାଏ । ଆନିମିଆ ରୋଗ ନିର୍ଣ୍ଣୟ କରିବା ନିମନ୍ତେ ହେମୋଗ୍ଲୋବିନ ପୁରୁଷଙ୍କଠାରେ ୧୩ରୁ୧୪ଗ୍ରା/ଡେ.ଲି. (130 to 140 g/L ବା13 to 14 g/dL) ଓ ମହିଳାଙ୍କଠାରେ ୧୨ରୁ ୧୩ଗ୍ରା/ଡେ.ଲି. (120 to 130 g/L ବା 12 to 13 g/dL)ରୁ କମ୍ ହେବା ଆବଶ୍ୟକ । [୫][୬] ଆନିମିଆର ସଠିକ କାରଣ ନିର୍ଣ୍ଣୟ କରିବା ନିମନ୍ତେ ଅଧିକ ପରୀକ୍ଷା ଆବଶ୍ୟକ ହୁଏ ।[୫]
ଗର୍ଭବତୀ ମହିଳା ମାନେ ଲୌହ ବା ଆଇରନ ପିଲ୍ ଖାଇଲେ ଏହାର ପ୍ରତିଷେଧ ହୁଏ ।[୫][୭] ନିର୍ଦ୍ଦିଷ୍ଟ କାରଣ ନ ଥାଇ ଅଧିକ ପୂରକ(supplement) ଖାଦ୍ୟ ଦେବା ନିଷେଧ । ଚିହ୍ନ ଓ ଲକ୍ଷଣ ଦେଖି ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ । [୫] ଲକ୍ଷଣହୀନ ଆନିମିଆରେ ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ ନାହିଁ; ହେମୋଗ୍ଲୋବିନ ସ୍ତର ୬ରୁ୮ଗ୍ରା/ଡେ.ଲି.(60 to 80 g/L ବା 6 to 8 g/dL) ରୁ କମ ଥିଲେ ଦିଆଯାଏ ।[୫][୮] ଆକ୍ୟୁଟ ରକ୍ତସ୍ରାବ ଥିଲେ ମଧ୍ୟ ଏହି ଧାରା ମାନିହେବ । [୫] ଅତ୍ୟଧିକ ରକ୍ତସ୍ରାବ ହେଉଥିଲେ ଟ୍ରାନ୍ସଫ୍ୟୁଜନ ଦିଆଯାଏ ।[୫] ଅତ୍ୟଧିକ ଆନିମିଆ ଥିଲେ ରକ୍ତକଣିକା ସୃଷ୍ଟିକାରୀ ଔଷଧ ଦେବାକୁ ପରାମର୍ଶ ଦିଆଯାଏ ।[୮]
ଆନିମିଆ ଗୋଟିଏ ଅତି ସାଧାରଣ ରକ୍ତ ରୋଗ ଯାହା ପୃଥିବୀର ଏକ ଚତୁର୍ଥାଂଶ ଲୋକଙ୍କୁ ଆକ୍ରମଣ କରେ । [୫] ଲୌହ-ଅଭାବ ଆନିମିଆ ପ୍ରାୟ ଏକ ବିଲିଅନ(ଶହେ କୋଟି) ଲୋକଙ୍କର ଥାଏ । [୯] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଏହି ରୋଗର ଅଧିକ ଶିକାର ହୁଅନ୍ତି,[୯] ପିଲା ବୟସ୍କ ଓ ଗର୍ଭାବତୀ ମହିଳା ମାନଙ୍କଠାରେ ଅଧିକ ଦେଖାଯାଏ ।[୫] ଆନିମିଆ ଯୋଗୁ ଚିକିତ୍ସା ଖର୍ଚ୍ଚ ବଢ଼େ ଓ କର୍ମଶକ୍ତି କମିବାଯୋଗୁ ଉତ୍ପାଦନ କମେ ।[୬] ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood") ।[୧୦] ସନ ୧୯୯୦ରେ ଲୌହ ଅଭାବ ଜନିତ ଆନିମିଆ ଯୋଗୁ ୨୧୩,୦୦୦ ମୃତ୍ୟୁ ହୋଇଥିଲା ଯାହା ସନ ୨୦୧୩ରେ କମିଯାଏ ୧୮୩,୦୦୦ ମୃତ୍ୟୁ ହୋଇଥିଲା । [୧୧]
ଚିହ୍ନ ଓ ଲକ୍ଷଣ
ଏହି ରୋଗ ସହଜରେ ଧରା ପଡେ ନାହିଁ । ଏହାର ଲକ୍ଷଣ ଅତି କମ ଥାଏ ବା ଅସ୍ପଷ୍ଟ ଥାଏ । ଏହାର କାରଣ ଅନୁସାରେ ଲକ୍ଷଣ ଦେଖାଯାଏ ବା ରୋଗର ନିଜ ଲକ୍ଷଣ ପ୍ରକାଶ ପାଏ ।
ସାଧାରଣତଃ ଦୂର୍ବଳତା, ଥକ୍କା ଲାଗିବା, ଦେହ ଘୋଳି ହେବା, ଓ ମନ ନ ଲାଗିବା ଏହି ରୋଗର ଲକ୍ଷଣ । ଅଳ୍ପ ପରିଶ୍ରମ କଲେ ଅଣନିଶ୍ଵାସି (dyspnea) ଲାଗେ । ଅତ୍ୟଧିକ ଆନିମିଆ ଥିଲେ ସ୍ଵଳ୍ପ ଅମ୍ଳଜାନ ବହନ ଶକ୍ତିକୁ ଭରଣା କରିବା ନିମନ୍ତେ ହୃତପିଣ୍ଡ ଅଧିକ ରକ୍ତ ସରବରାହ କରେ । ଏଥି ଯୋଗୁ ଛାତି ଧଡ଼ଧଡ଼ ହୁଏ, ଆଗରୁ ହୃଦରୋଗ ଥିଲେ ଆଞ୍ଜିନା ହୁଏ ରହି ରହି କ୍ଲଡିକେସନ ହୁଏ ଓ ହୃଦଘାତ ଲକ୍ଷଣ ପ୍ରକାଶ ପାଏ ।
ରୋଗୀର ଚମ, ମ୍ୟୁକୋସା(Mucosa), ଆଖି ପତାର ଭିତର ପାଖ (Conjunctiva) ଓ ନଖ ଇତ୍ୟାଦି ଶେତା ଦେଖାଯାଏ । ଲୌହ ଅଭାବ ଜନିତ ଆନିମିଆ ଥିଲେ ନଖରେ କଏଲନିକିଆ ( koilonychia) ଦେଖାଯାଏ । ଅତ୍ୟଧିକ ରକ୍ତ କଣିକା ନଷ୍ଟ ହେଉଥିଲେ ହଳଦିଆ କାମଳ ବା ଜଣ୍ଡିସ ହୁଏ । ସିକ୍ଲ ସେଲ ଆନିମିଆ, ଥାଲାସେମିଆ ଓ ହେମୋଲାଇଟିକ ଆନିମିଆରେ ରକ୍ତ କଣିକା ନଷ୍ଟ ହୋଇ ଜଣ୍ଡିସ ହୁଏ ।
ଅତ୍ୟଧିକ ଆନିମିଆ ଥିଲେ ଦୃତ ହୃତପିଣ୍ଡ ଗତି ହୁଏ, ନାଡ଼ି ଫୁଲି ଉଠେ, ହୃତପିଣ୍ଡରୁ ମର୍ମର୍ (Murmur, ଏକ ପ୍ରକାର ଶବ୍ଦ) ଶୁଣାଯାଏ, ନିଳୟ ବଡ ହୋଇଯାଏ ଓ ହୃତପିଣ୍ଡ ବନ୍ଦ ହୋଇଯାଏ ।
ପିଲାମାନଙ୍କର ସ୍ଥାୟୀ ଆନିମିଆ ଥିଲେ ସ୍ନାୟୁ ସଠିକ ଭାବେ ତିଆରି ନ ହୋଇ ପାରି ବ୍ୟବହାରିକ ଗୋଳମାଳ ହୁଏ, ସ୍କୁଲରେ ଶିକ୍ଷା ଗ୍ରହଣ ଶକ୍ତି କମିଯାଏ ଓ ପରୀକ୍ଷା ଫଳ ଭଲ ହୁଏ ନାହିଁ । ଲୌହ ଅଭାବ ଆନିମିଆରେ ରେସ୍ଟଲେସ ଲେଗ ସିଣ୍ଡ୍ରୋମ ଅଧିକ ଦେଖାଯାଏ ।
କାରଣ
ଆନିମିଆ ହେବାର ମୋଟାମୋଟି ୪ଟି କାରଣ ଅଛି : ୧. ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଲୋ.ର.କ)ତିଆରି, ୨. ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ (ଯେପରିକି ହେମୋଲାଇଟିକ ଆନିମିଆରେ ହୁଏ ।), ୩. ରକ୍ତ କ୍ଷୟ ଓ ୪. ଅତ୍ୟଧିକ ତରଳ ପଦାର୍ଥ ଶୀରାରେ ପ୍ରବେଶ କରେଇ ଦେବା (Hypervolemia) । ଏମାନଙ୍କ ମଧ୍ୟରୁ କେତେକ କାରଣ ମିଳିମିଶି ମଧ୍ୟ ଆନିମିଆ କରନ୍ତି । ରକ୍ତ କ୍ଷୟ ଜନିତ ଆନିମିଆ ଦୀର୍ଘ ସ୍ଥାୟୀ ନୁହେଁ ଯଦି ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଯଥା [[ଲୌହ ଅଭାବ] ନ ଥାଏ ଓ ଏହା ସାଧାରଣତଃ ଲୌହ ଅଭାବ ଯୋଗୁ ହୁଏ ।[୧୩])
ତୃଟିଯୁକ୍ତ ତିଆରି
- ସ୍ଟେମ ସେଲ ବିକାଶ ବେଳେ ଓ ଭିନ୍ନ କୋଷ ତିଆରି ବେଳେ ହେଉଥିବା ରୋଗ ସମୂହ ।
- ବିଶୁଦ୍ଧ ତୃଟି ସମ୍ପର୍ଣ୍ଣ ଲୋହିତ ରକ୍ତ କଣିକା[୧୪]
- ଆପ୍ଲାସ୍ଟିକ ଆନିମିଆ[୧୪]: ଏଥିରେ ସବୁ ପ୍ରକାର ରକ୍ତ କଣିକାରେ ତୃଟି ଥାଏ । ଫାଙ୍କୋନି ସିଣ୍ଡ୍ରୋମ ଏକ ବଂଶଗତ ରୋଗ ଓ ଏଥିରେ ରେ ଆପ୍ଲାସ୍ଟିକ ଆନିମିଆ ସହ ଅନ୍ୟାନ୍ୟ ଲକ୍ଷଣ ଥାଏ ।
- ବୃକ୍କ ବିଫଳତା ଆନିମିଆ[୧୪] (Kidney failure): ସ୍ଵଳ୍ପ ଏରିଥ୍ରୋପଏଟିନ ତିଆରି ଯୋଗୁ ।
- ଅନ୍ତସ୍ରାବୀ ଗ୍ରନ୍ଥି ତୃଟି
- ବିଶୁଦ୍ଧ ତୃଟି ସମ୍ପର୍ଣ୍ଣ ଲୋହିତ ରକ୍ତ କଣିକା[୧୪]
- ଏରିଥ୍ରୋବ୍ଲାଷ୍ଟ ସଂଖ୍ୟ ବୃଦ୍ଧି ଓ ପୂର୍ଣ୍ଣାଙ୍ଗ ପ୍ରାପ୍ତି ସମୟରେ ତୃଟି ।
- ପର୍ଣ୍ଣିସିଅସ ଆନିମିଆ (ଭିଟାମିନ ବି୧୨ ଅଭାବ)
- ଫଲିକ ଏସିଡ ଅଭାବ ।
- ପ୍ରିମାଚ୍ୟୁରିଟି ଆନିମିଆ
- ଲୌହ ଅଭାବୀ ଆନିମିଆ
- ଥାଲାସେମିଆ
- କନଜେନିଟାଲ ଡିସଏରିଥ୍ରୋପଏଟିକ ଆନିମିଆ
- ବୃକ୍କ ବିଫଳତା ଆନିମିଆ: ତୃଟି ପୂର୍ଣ୍ଣ ସ୍ଟେମ ସେଲ ତିଆରି ହୁଏ ।
- ପର୍ଣ୍ଣିସିଅସ ଆନିମିଆ (ଭିଟାମିନ ବି୧୨ ଅଭାବ)
- ତୃଟିପୂର୍ଣ୍ଣ ଲୋହିତ ରକ୍ତ କଣିକା ତିଆରି ।
- ମାଏଲଫଥିସିକ ଆନିମିଆ ଏକ ଗମ୍ଭୀର ଧରଣର ଆନିମିଆ ଯାହା ମାଲିଗନାଣ୍ଟ ଅର୍ବୁଦ ବା ଗ୍ରାନୁଲୋମା ଦ୍ୱାରା ଅସ୍ଥିମଜ୍ଜା ନଷ୍ଟ ହେବା ଯୋଗୁ ହୁଏ ।
- ମାଏଲୋଡିସପ୍ଲାସ୍ଟିକ୍ ସିଣ୍ଡ୍ରୋମ
- ସ୍ଥାୟୀ ପ୍ରଦାହ ଜନିତ ଆନିମିଆ
- ମାଏଲଫଥିସିକ ଆନିମିଆ ଏକ ଗମ୍ଭୀର ଧରଣର ଆନିମିଆ ଯାହା ମାଲିଗନାଣ୍ଟ ଅର୍ବୁଦ ବା ଗ୍ରାନୁଲୋମା ଦ୍ୱାରା ଅସ୍ଥିମଜ୍ଜା ନଷ୍ଟ ହେବା ଯୋଗୁ ହୁଏ ।
ଅତ୍ୟଧିକ ନଷ୍ଟ
ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ ହୋଇ ଯେଉଁ ଆନିମିଆ ହୁଏ ତାହାକୁ ହେମୋଲାଇଟିକ ଆନିମିଆ କୁହାଯାଏ । ଏହି ଅବସ୍ଥାରେ ଜଣ୍ଡିସ ବା କାମଳ ସହ ଲାକ୍ଟେଟ ଡିହାଡ୍ରୋଜେଜେନ ପରିମାଣ ବୃଦ୍ଧି ପାଏ ।
- ଲୋହିତ ରକ୍ତ କଣିକା ଆଭ୍ୟନ୍ତରିଣ ଅବ୍ୟବସ୍ଥା[୧୫]: ଏହା ଦ୍ଵାରା କଣିକାଗୁଡିକ ସମୟ ପୂର୍ବରୁ ନଷ୍ଟ ହୋଇଯାଏ । ପାରୋକ୍ସିମାଲ ନୋକ୍ଚରନାଲ ହେମୋଗ୍ଲୋବିନୁରିଆ ବ୍ୟତିତ ଅନ୍ୟ ରୋଗ ସବୁ ବଂଶାନୁକ୍ରମିକ ଜେନେଟିକ ରୋଗ ।[୧୬]
- ହେରେଡିଟାରି ସ୍ଫିରୋସାଇଟୋସିସ: ଏହି ରୋଗରେ କଣିକାର ବାହାର ଆସ୍ତରଣ ଠିକ୍ ନ ଥାଏ, ଏଣୁ ପ୍ଲିହା ଦ୍ଵାରା ଲୋହିତ ରକ୍ତ କଣିକା ଖଣ୍ଡ ଖଣ୍ଡ ହୋଇ ନଷ୍ଟ ହୋଇଯାଏ ।
- ହେରେଡିଟାରି ଏଲିପ୍ଟୋସାଇଟୋସିସ[୧୪]: ଆସ୍ତରଣ ପ୍ରୋଟିନ ଠିକ ନ ଥାଏ ।
- ଆବିଟାଲିପ୍ରୋଟିନେମିଆ[୧୪]: ଆସ୍ତରଣ ଲିପିଡ ଖରାପ ଥାଏ ।
- ଏଞ୍ଜାଇମ ଅଭାବ
- ପାଇରୁଭେଟ କାଇନେଜ ଓ ହେକ୍ସୋକାଇନେଜ ଅଭାବ ଯୋଗୁ ଗ୍ଲାଇକୋଲାଇସିସ ହୋଇପାରେ ନାହିଁ ।
- ଗ୍ଲୁକୋଜ ୬ ଫସଫେଟ ଡିହାଇଡ୍ରୋଜେନେଜ ଅଭାବ ଓ ଗ୍ଲୁଟାଥାୟୋନିନ୍ ସିନଥେଟେଜ୍ ଅଭାବ[୧୪] ଯୋଗୁ ଅକ୍ସିଡେଟିଭ ସ୍ଟ୍ରେସ ଅଧିକ ହୁଏ ।
- ପାଇରୁଭେଟ କାଇନେଜ ଓ ହେକ୍ସୋକାଇନେଜ ଅଭାବ ଯୋଗୁ ଗ୍ଲାଇକୋଲାଇସିସ ହୋଇପାରେ ନାହିଁ ।
- ହେମୋଗ୍ଲୋବିନୋପାଥିଜ
- ସିକ୍ଲ ସେଲ ଆନିମିଆ[୧୪]
- ହେମୋଗ୍ଲୋବିନୋପାଥିଜ୍ ଯୋଗୁ ଅସନ୍ତୁଳିତ ହେମୋଗ୍ଲୋବିନ ଥାଏ ।[୧୪]
- ସିକ୍ଲ ସେଲ ଆନିମିଆ[୧୪]
- ପାରୋକ୍ସିସମାଲ ନୋକ୍ଚରନାଲ ହେମୋଗ୍ଲୋବିନୁରିଆ[୧୪]
- ହେରେଡିଟାରି ସ୍ଫିରୋସାଇଟୋସିସ: ଏହି ରୋଗରେ କଣିକାର ବାହାର ଆସ୍ତରଣ ଠିକ୍ ନ ଥାଏ, ଏଣୁ ପ୍ଲିହା ଦ୍ଵାରା ଲୋହିତ ରକ୍ତ କଣିକା ଖଣ୍ଡ ଖଣ୍ଡ ହୋଇ ନଷ୍ଟ ହୋଇଯାଏ ।
- ବାହ୍ୟ (ରକ୍ତ କଣିକା ବାହାରେ) ସମସ୍ୟ
- ଆଣ୍ଟିବଡି-ମାଧ୍ୟମ
- ଉଷୁମ ଅଟୋଇମ୍ମ୍ୟୁନ ହେମୋଲାଇଟିକ ଆନିମିଆ: ଲୋହିତ କଣିକା ପ୍ରତି ଅଟୋଇମ୍ମ୍ୟୁନ ଆକ୍ରମଣ ମୂଖ୍ୟତଃ ଆଇଜିଜି । ଅଟୋଇମ୍ମ୍ୟୁନ ହେମୋଲାଇଟିକ ରୋଗ ମଧ୍ୟରେ ଏହା ସବୁଠାରୁ ସାଧାରଣ ରୋଗ ।[୧୭] ଏହା ଅଜ୍ଞାତକାରଣ ବଶତଃ, ଔଷଧ ଯୋଗୁ, ସିସ୍ଟମିକ ଲୁପସ ଏରିଥେମାଟୋସସ, ମ୍ୟାଲିଗନାଣ୍ଟ ରୋଗ ଯେପରିକି କ୍ରନିକ ଲୋମ୍ଫୋସାଇଟିକ ଲିଉକେମିଆ ଯୋଗୁ ହୁଏ ।[୧୮][୧୮]
- କୋଲ୍ଡ ଆଗ୍ଲୁଟିନିନ ହେମୋଲାଇଟିକ ଆନିମିଆ ଆଇଜିଏମ ଯୋଗୁ । ଏହା ଅଜ୍ଞାତକାରଣ ଯୋଗୁ ହୋଇପାରେ,[୧୯] ବା କୌଣସି ଅନ୍ତର୍ନିହିତ କାରଣ ଯୋଗୁ ହୋଇପାରେ ।
- ଆର ଏଚ ରୋଗ,[୧୪] ମୂଖ୍ୟତଃ ନବଜାତ ହେମୋଲାଇଟିକ ରୋଗର ଏକ କାରଣ ।
- ଟ୍ରାନ୍ସଫ୍ୟୁଜନ ପ୍ରତିକ୍ରିୟା ରକ୍ତ ଟ୍ରାନ୍ସଫ୍ୟୁଜନ ଯୋଗୁ ।[୧୪]
- ଲୋହିତ ରକ୍ତ କଣିକା ପ୍ରତି ଆଘାତ ।
- Microangiopathic hemolytic anemias, including thrombotic thrombocytopenic purpura and disseminated intravascular coagulation[୧୪]
- Infections, including malaria[୧୪]
- Heart surgery
- Haemodialysis
- ଆଣ୍ଟିବଡି-ମାଧ୍ୟମ
ଆଧାର
- ↑ MedicineNet.com --> Definition of Anemia Last Editorial Review: 12/9/2000 8:31:00 AM
- ↑ merriam-webster dictionary --> anemia Retrieved on May 25, 2009
- ↑ Stedman's medical dictionary (28th ed. ed.). Philadelphia: Lippincott Williams & Wilkins. 2006. p. Anemia. ISBN 9780781733908.
{{cite book}}
:|edition=
has extra text (help) - ↑ Hematology : clinical principles and applications (3. ed. ed.). Philadelphia: Saunders. 2007. p. 220. ISBN 9781416030065.
{{cite book}}
:|edition=
has extra text (help);|first1=
has generic name (help);|first1=
missing|last1=
(help) - ↑ ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ Janz, TG; Johnson, RL; Rubenstein, SD (Nov 2013). "Anemia in the emergency department: evaluation and treatment". Emergency medicine practice. 15 (11): 1–15, quiz 15-6. PMID 24716235.
- ↑ ୬.୦ ୬.୧ Smith RE, Jr (Mar 2010). "The clinical and economic burden of anemia". The American journal of managed care. 16 SupplIssues: S59-66. PMID 20297873.
- ↑ Bhutta, ZA; Das, JK; Rizvi, A; Gaffey, MF; Walker, N; Horton, S; Webb, P; Lartey, A; Black, RE; Lancet Nutrition Interventions Review, Group; Maternal and Child Nutrition Study, Group (Aug 3, 2013). "Evidence-based interventions for improvement of maternal and child nutrition: what can be done and at what cost?". Lancet. 382 (9890): 452–77. doi:10.1016/S0140-6736(13)60996-4. PMID 23746776.
- ↑ ୮.୦ ୮.୧ Qaseem, A; Humphrey, LL; Fitterman, N; Starkey, M; Shekelle, P; Clinical Guidelines Committee of the American College of, Physicians (Dec 3, 2013). "Treatment of anemia in patients with heart disease: a clinical practice guideline from the American College of Physicians". Annals of internal medicine. 159 (11): 770–9. doi:10.7326/0003-4819-159-11-201312030-00009. PMID 24297193.
- ↑ ୯.୦ ୯.୧ Vos, T; Flaxman, AD; Naghavi, M; Lozano, R; Michaud, C; Ezzati, M; Shibuya, K; Salomon, JA; et al. (Dec 15, 2012). "Years lived with disability (YLDs) for 1160 sequelae of 289 diseases and injuries 1990-2010: a systematic analysis for the Global Burden of Disease Study 2010". Lancet. 380 (9859): 2163–96. doi:10.1016/S0140-6736(12)61729-2. PMID 23245607.
- ↑ "anaemia". Dictionary.com. Retrieved 7 July 2014.
- ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ eMedicineHealth > anemia article Author: Saimak T. Nabili, MD, MPH. Editor: Melissa Conrad Stöppler, MD. Last Editorial Review: 12/9/2008. Retrieved on 4 April 2009
- ↑ National Heart Lung and Blood Institute > What Causes Anemia? Retrieved on June 9, 2010
- ↑ ୧୪.୦୦ ୧୪.୦୧ ୧୪.୦୨ ୧୪.୦୩ ୧୪.୦୪ ୧୪.୦୫ ୧୪.୦୬ ୧୪.୦୭ ୧୪.୦୮ ୧୪.୦୯ ୧୪.୧୦ ୧୪.୧୧ ୧୪.୧୨ Table 12-1 in: Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson. Robbins Basic Pathology. Philadelphia: Saunders. ISBN 1-4160-2973-7.
{{cite book}}
: CS1 maint: multiple names: authors list (link) 8th edition. - ↑ Jump up to: a b c d e f g h i j k l m n o p q r s t u v w x y z aa Table 12-1 in: Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson. Robbins Basic Pathology. Philadelphia: Saunders. ISBN 1-4160-2973-7. 8th edition.
- ↑ Kumar, Vinay; Abbas, Abul K.; Fausto, Nelson; & Mitchell, Richard N. (2007). Robbins Basic Pathology (8th ed.). Saunders Elsevier. p. 432 ISBN 978-1-4160-2973-1
- ↑ Cotran, Ramzi S.; Kumar, Vinay; Fausto, Nelson; Nelso Fausto; Robbins, Stanley L.; Abbas, Abul K. (2005). Robbins and Cotran pathologic basis of disease. St. Louis, Mo: Elsevier Saunders. p. 637. ISBN 0-7216-0187-1.
{{cite book}}
: CS1 maint: multiple names: authors list (link) - ↑ ୧୮.୦ ୧୮.୧ AUTOIMMUNE HEMOLYTIC ANEMIA (AIHA) By J.L. Jenkins. The Regional Cancer Center. 2001 Archived ଅକ୍ଟୋବର ୭, ୨୦୦୯ at the Wayback Machine
- ↑ Berentsen S, Beiske K, Tjønnfjord GE (October 2007). "Primary chronic cold agglutinin disease: An update on pathogenesis, clinical features and therapy". Hematology. 12 (5): 361–70. doi:10.1080/10245330701445392. PMC 2409172. PMID 17891600.
{{cite journal}}
: CS1 maint: multiple names: authors list (link)