ଥ୍ରୋମ୍ବୋଟିକ ଥ୍ରୋମ୍ବିସାଇଟୋପେନିକ ପରପ୍ୟୁରା

ଉଇକିପିଡ଼ିଆ‌ରୁ
(Thrombotic thrombocytopenic purpuraରୁ ଲେଉଟି ଆସିଛି)
ଥ୍ରୋମ୍ବୋଟିକ ଥ୍ରୋମ୍ବିସାଇଟୋପେନିକ ପରପ୍ୟୁରା (Thrombotic thrombocytopenic purpura)
Moschcowitz syndrome,[୧] idiopathic thrombotic thrombocytopenic purpura[୨]
ଅତ୍ୟଧିକ କମ୍ ଅଣୁଚକ୍ରିକା ବା ପ୍ଲାଟେଲେଟ ଥିବା ଯୋଗୁ ସ୍ୱତଃ ଚର୍ମ ଭିତରେ ରକ୍ତ ଜମିଛି (bruise) Spontaneous bruising in a women with critical low platelets
ବିଭାଗହେମାଟୋଲୋଜି (Hematology)
ଲକ୍ଷଣଏକିମୋସିସ (Large bruises), ଜ୍ୱର, ଦୌର୍ବଲ୍ୟ, ଅଣନିଶ୍ୱାସୀ (shortness of breath), ଦ୍ୱନ୍ଦ୍ୱ, ମୁଣ୍ଡ ବିନ୍ଧା[୩][୨]
ଆକ୍ରାନ୍ତ ସମୟଯୁବାବସ୍ଥା[୩]
କାରଣଅଜ୍ଞାତ, ଜୀବାଣୁ ସଂକ୍ରମଣ (bacterial infection), କେତେକ ଔଷଧ, ଅଟୋଇମ୍ମ୍ୟୁନ ରୋଗ (en:autoimmune disease), ଗର୍ଭାବସ୍ଥା[୩]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ରକ୍ତ ପରୀକ୍ଷା [୨]
ସଠିକ ରୋଗ ନିର୍ଣ୍ଣୟHemolytic-uremic syndrome (HUS), atypical hemolytic uremic syndrome (aHUS)[୪]
ଚିକିତ୍ସାପ୍ଲାଜ୍ମା ବିନିମୟ (Plasma exchange), ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressant)[୧]
Prognosis< ୨୦% ମୃତ୍ୟୁ ସଙ୍କଟ[୧]
ପୁନଃପୌନିକଏକ ଲକ୍ଷରେ ଜଣେ । [୩]

ଥ୍ରୋମ୍ବୋଟିକ ଥ୍ରୋମ୍ବିସାଇଟୋପେନିକ ପରପ୍ୟୁରା (ଇଂରାଜୀ ଭାଷାରେ Thrombotic thrombocytopenic purpura/ TTP) ରକ୍ତ ବେମାରୀ (blood disorder) ଯେଉଁଥିରେ ସାରା ଦେହରେ କ୍ଷୁଦ୍ର ରକ୍ତନଳୀମାନଙ୍କରେ ଥ୍ରୋମ୍ବସ (blood clots) ବା ରକ୍ତ ଜମାଟ ହୋଇଯାଏ ।[୨] ଏହା ଫଳରେ ଥ୍ରୋମ୍ବୋସାଇଟୋପେନିଆ ବା ସ୍ୱଳ୍ପ ପ୍ଲାଟେଲେଟ/ ରକ୍ତ ଅଣୁଚକ୍ରିକା ସଂଖ୍ୟା କମିଯାଏ, ଲୋହିତ ରକ୍ତ କଣିକା ସଂଖ୍ୟା କମିବାରୁ ହେମୋଲାଇଟିକ ଆନିମିଆ ହୁଏ ଓ ଏହା ସ‌ହିତ ବୃକ୍‌କ, ହୃତ୍‌ପିଣ୍ଡ ଓ ମସ୍ତିଷ୍କର କାର୍ଯ୍ୟ ସଠିକ ସମ୍ପାଦନ ହୋଇପାରେନାହିଁ ।[୧] ଏହି କାରଣରୁ ଏକିମୋସିସ (Large bruises), ଜ୍ୱର, ଦୌର୍ବଲ୍ୟ, ଅଣନିଶ୍ୱାସୀ (shortness of breath), ଦ୍ୱନ୍ଦ୍ୱ, ମୁଣ୍ଡ ବିନ୍ଧା ଇତ୍ୟାଦି ଲକ୍ଷଣ ଦେଖାଯାଏ । [୩][୨] ଏହିଭଳି ଘଟଣା ବାରମ୍ବାର ହୁଏ । [୩]

ଅର୍ଦ୍ଧେକ ସଂଖ୍ୟକ ରୋଗୀଙ୍କ କ୍ଷେତ୍ରରେ ଏକ ଟ୍ରିଗର ଥିବା ଚିହ୍ନଟ ହୋଇଛି, ବାକି ଅନ୍ୟଥିରେ କାରଣ ଜଣାପଡ଼ୁନାହିଁ ।[୩] ଜଣାଶୁଣା ଟ୍ରଗରମାନ ଯଥାକ୍ରମେ ଅଜ୍ଞାତ, ଜୀବାଣୁ ସଂକ୍ରମଣ (bacterial infection), କେତେକ ଔଷଧ, ଅଟୋଇମ୍ମ୍ୟୁନ ରୋଗ (en:autoimmune disease), ଗର୍ଭାବସ୍ଥା ହୋଇଥିବା ଜଣାଯାଏ ।[୩] ଆଣ୍ଟିବଡି (antibodies) ଦେହର ଏଡିଏଏମଟିଏସ୧୩ ଏଞ୍ଜାଇମକୁ (ADAMTS13 enzyme) ରୋକିବା ଯୋଗୁ ଏହି ଅବସ୍ଥା ଉପୁଜେ ।[୧] ଏହା ଫଳରେ ଭନ ଉଇଲବ୍ରାଣ୍ଡ ଫ୍ୟାକ୍ଟରର (von Willebrand factor/ vWF) ବଡ଼ ମଲ୍ଟିମର ଭାଙ୍ଗିଯାଏ ଛୋଟ ଏକ‌କରେ ପରିଣତ ହୁଏ । [୧] ବେଳେ ବେଳେ ଏଡିଏଏମଟିଏସ୧୩ ଜନ୍ମରୁ ଥାଏ । [୫] ଲକ୍ଷଣ ଓ ରକ୍ତ ଜମାଟ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୨] ଏଡିଏଏମଟିଏସ୧୩ ଉପରେ ଆଣ୍ଟିବଡିର ପ୍ରକ୍ରିୟା ମାପ କରି ରୋଗ ନିର୍ଣ୍ଣୟ କରାଯାଏ । [୨]

ପ୍ଲାଜ୍ମା ବିନିମୟ (Plasma exchange) ଯୋଗୁ ମୃତ୍ୟୁ ହାର ୯୦%ରୁ କମି ୨୦%ରୁ କମ୍ ହେଲାଣି ।[୧] ଗ୍ଲୁକୋକର୍ଟିକଏଡସ (glucocorticoids) ଓ ରିଟକ୍ସିମାବ ଭଳି ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressant) ମଧ୍ୟ ଦିଆଯାଇପାରେ । [୩] ପ୍ଲାଟେଲଟ ଟ୍ରାନ୍ସଫ୍ୟୁଜନ (Platelet transfusion) ସୁପାରିସ କରାଯାଏନାହିଁ । [୬]

ଏକ ଲକ୍ଷ ଲୋକରେ ଜଣେ ଏ ରୋଗରେ ଆକ୍ରାନ୍ତ ହୁଏ ।[୩] ଏହା ଏକ ଯୁବାବସ୍ଥାର ରୋଗ ଓ ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୩] ପିଲାଦିନୁ ପ୍ରାୟ ୧୦% ଲୋକ ଆକ୍ରାନ୍ତ ହୋଇଥାଆନ୍ତି । [୩] ପ୍ରଥମେ ଏହି ରୋଗ ବିଷୟ ଏଲି ମୋସକୋୱିଜ (Eli Moschcowitz) ସନ ୧୯୨୪ରେ ବର୍ଣ୍ଣନା କରିଥିଲେ ।[୩] ଏହାର କାର୍ଯ୍ୟବିଧି ସନ ୧୯୮୦ ଓ ୧୯୯୦ରେ ନିଶ୍ଚିତ କରାଯାଇଥିଲା ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Kremer Hovinga, JA; Coppo, P; Lämmle, B; Moake, JL; Miyata, T; Vanhoorelbeke, K (6 April 2017). "Thrombotic thrombocytopenic purpura". Nature reviews. Disease primers. 3: 17020. doi:10.1038/nrdp.2017.20. PMID 28382967.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Thrombotic thrombocytopenic purpura, acquired". Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). Archived from the original on 20 October 2018. Retrieved 10 October 2018.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ Joly, BS; Coppo, P; Veyradier, A (25 May 2017). "Thrombotic thrombocytopenic purpura". Blood. 129 (21): 2836–2846. doi:10.1182/blood-2016-10-709857. PMID 28416507.
  4. George JN (November 2010). "How I treat patients with thrombotic thrombocytopenic purpura: 2010". Blood. 116 (20): 4060–9. doi:10.1182/blood-2010-07-271445. PMID 20686117.
  5. Moake JL (2004). "von Willebrand factor, ADAMTS-13, and thrombotic thrombocytopenic purpura". Semin. Hematol. 41 (1): 4–14. doi:10.1053/j.seminhematol.2003.10.003. PMID 14727254.
  6. Wood, Marie E.; Philips, George K. (2003). Hematology/oncology Secrets (in ଇଂରାଜୀ). Elsevier Health Sciences. p. 68. ISBN 1560535164.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ