ଓଡ଼ିଆ ନାରୀ କବି ମାନଙ୍କ ତାଲିକା
ଦେଖଣା
ଓଡ଼ିଆସାହିତ୍ୟରେ ଅନେକ ନାରୀ କବିମାନଙ୍କ ରଚନା ଦେଖାଯାଏ । ଏମାନଙ୍କ ଭିତରୁ ପୁରାତନ ନାରୀକବିମାନଙ୍କ ରଚନାଗୁଡ଼ିକ ବିରଳ ଓ ଅନେକ ଲେଖା ପ୍ରକାଶିତ ମଧ୍ୟ ହୋଇନାହିଁ । ଏଠାରେ ନାରୀକବିମାନଙ୍କ ଏକ ତାଲିକା ଦିଆଯାଇଛି ।
ଓଡ଼ିଆ ସାହିତ୍ୟର ଇତିହାସ |
ଓଡ଼ିଆ ସାହିତ୍ୟର ବିଭାଗ |
ଓଡ଼ିଆ ଭାଷାର ଲେଖକ |
ସମୟ ଅନୁସାରେ ତାଲିକା
ଲେଖକଗଣ -
ଔପନ୍ୟାସିକ |
ପ୍ରକାରଭେଦ |
ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ |
ସଙ୍ଗଠନ |
ଆନ୍ଦୋଳନ |
ସମାଲୋଚନା ଓ ସମ୍ମାନ |
ଓଡ଼ିଶା ପୋର୍ଟାଲ |
ସାହିତ୍ୟ ପୋର୍ଟାଲ |
ଉଇକିପାଠାଗାର |
ନାମ | ସମୟ | ରଚନା | ଅଧିକ ତଥ୍ୟ |
---|---|---|---|
ଚାନ୍ଦ ବାଈ[୧] | ୧୫-୧୬ଶ ଶତାବ୍ଦୀ | ଦୁଇଟି ଭକ୍ରିକବିତା | ଏହାଙ୍କ ରଚିତ ମାତ୍ର ଦୁଇଗୋଟି ଭକ୍ତିରସାତ୍ମକ କବିତା ମିଳିଛି । ସେ ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ କବିତା ଲେଖୁଥିବା ଅନୁମିତ । ସେ ପୁରୁଷ ଥିଲେ ବୋଲି ମଧ୍ୟ କେତେଜଣ ଅନୁମାନ କରିଅଛନ୍ତି । |
ମାଧବୀ ଦାସୀ | ୧୬ଶ ଶତାବ୍ଦୀ | ଜଣାଣ ଓ ଚଉପଦୀ | ଓଡ଼ିଆ ଭାଷାର ପ୍ରାଚୀନତମ ମହିଳା କବି । ଏହାଙ୍କ ରଚିତ ଜଣାଣ ଚକାନୟନ ହେ ଜଗୁଜୀବନ ଶ୍ରୀହରି" ପ୍ରସିଦ୍ଧ । |
ବୃନ୍ଦାବତୀ ଦାସୀ | ୧୭ଶ ଶତାବ୍ଦୀ | ପୂର୍ଣ୍ଣତମ ଚନ୍ଦ୍ରୋଦୟ | |
ନିଶଙ୍କରାୟ ରାଣୀ | ୧୮-୧୯ଶ ଶତାବ୍ଦୀ | ପଦ୍ମାବତୀଅଭିଳାଷ ବା ମଧୁମାଳତୀଚରିତ | |
ରାଧିକାମଣି[୨] | ୧୯ଶ ଶତାବ୍ଦୀ | 'ବସନ୍ତ କାଳରେ ସଖୀ ପ୍ରତି ରାଧା' ଚଉପଦୀ | ପ୍ରଥମ ଧାଡ଼ି- "ମଧୁକାଳ ହୋଇଲା ସଜନୀ, ଦିଶେ ସୁନ୍ଦର ଦିବା ରଜନୀ ।" |
ରତ୍ନମାଳୀ ଜେମାଦେଈ[୨] | ୧୮ଶ ଶତାବ୍ଦୀ | ମଙ୍ଗଳଗୀତ | - |
ମର୍ଦ୍ଦରାଜ ଜେମାଦେଈ[୨] | ୧୮ଶ ଶତାବ୍ଦୀ | ମଙ୍ଗଳଗୀତ | - |
ମରକତମଣି ଜେମାଦେଈ[୨] | ୧୮ଶ ଶତାବ୍ଦୀ | ମଙ୍ଗଳଗୀତ | - |
ଶିବପ୍ରିୟା ଜେମାଦେଈ[୨] | ୧୯ଶ ଶତାବ୍ଦୀ | ମଙ୍ଗଳଗୀତ | ନୀଳଗିରିରୁ ସଂଗୃହୀତ 'ହଳଦୀକୁଟା ଅନୁକୂଳ ମଙ୍ଗଳ'ରେ ଶିବପ୍ରିୟା ନାମରେ ଭଣିତା ଦେଖିବାକୁ ମିଳେ । ପଦଟି ହେଲା- "ସେ ବେନି ପୟର ମନେ ଚିନ୍ତି, ଲୋଭେ ଗୁଣେ ଶିବପ୍ରିୟା ମତି" ।[୩] |
କୁଙ୍କୁମୀ ବାଈ[୧][୪] | (ଅପ୍ରକାଶିତ) କେତେକ କବିତା | ଏହାଙ୍କର ମାତ୍ର ଦୁଇଗୋଟି କବିତା ମିଳିଅଛି । ସେ କବିତାଗୁଡ଼ିକ ଅଦ୍ୟାବଧି ଅପ୍ରକାଶିତ । | |
ସୂର୍ଯ୍ୟମଣି ଜେମା | ୧୯ଶ ଶତାବ୍ଦୀ | ଚଉପଦୀ | ରାଧାକୃଷ୍ଣପ୍ରେମ ଆଧାରିତ କବିତାର ରଚୟିତା । ଏହାଙ୍କର ଗୋଟିଏ ମାତ୍ର ଚଉପଦୀ ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ । ପ୍ରାପ୍ତ ଏକ କବିତାର ଭଣିତା ପଦ ହେଲା- "ସୂର୍ଯ୍ୟମଣି ଜେମାଦେଈ ବୋଲେ ଏ ଭଙ୍ଗିମା, ଭାଙ୍ଗିଦେଲା ମୋର କେଡ଼େ ଗାରିମା ।" । ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ଗ୍ରାମୋଫୋନ ରେକର୍ଡ଼ରେ ଥିବା 'କଳାକାହ୍ନୁ କୁହୁକ ଜାଣେ' ଗୀତରେ ମଧ୍ୟ ଜନୈକ ସୂର୍ଯ୍ୟ ଜେମାଙ୍କ ନାଆଁ ରହିଛି । ପଦଟି ହେଲା- "ବୋଲେ ସୂର୍ଯ୍ୟ ଜେମା ଦେଖି ତା ଭଙ୍ଗିମା, କାଳ ଯାକ ଥିବି ସେବକୀପଣେ । |
କମଳା[୧] | - | କେତେକ ବୈରାଗ୍ୟ ଓ ଭକ୍ତିମୂଳକ ଗୀତ | ତାଙ୍କଦ୍ୱାରା ଲିଖିତ ମାତ୍ର ପାଞ୍ଚଗୋଟି ଭକ୍ତିରସାତ୍ମକ କବିତା ମିଳିଛି । ଏହି କବିତା ମଧ୍ୟରୁ ତିନିଗୋଟିରେ ବୈରାଗ୍ୟର ପ୍ରବଣ ସ୍ୱର ରହିଛି । ଭାଷାର ପ୍ରାଚୀନତା ଦୃଷ୍ଟିରୁ ତାଙ୍କୁ କେବଳ ପ୍ରାଚୀନ କବି କହିବା ଛଡ଼ା ତାଙ୍କ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ ହୋଇପାରିନାହିଁ । |
ମଥୂରା ଦାସୀ[୧] | - | (ଗୋଟିଏ) ଚଉପଦୀ | ତାଙ୍କଦ୍ୱାରା ଲିଖିତ ମାତ୍ର ଗୋଟିଏ ଗୀତ ମିଳିଅଛି । ଏହି ଗୀତଟି ବ୍ରଜବୋଲି ମିଶା ଓଡ଼ିଆରେ ଲିଖିତ । ତାଙ୍କର ଅନ୍ୟ କୌଣସି ରଚନା ଅଦ୍ୟାବଧି ମିଳି ନାହିଁ । |
ଶକୁନ୍ତଳା ଦେବୀ | - | ମଙ୍ଗଳଗୀତ | ଗଞ୍ଜାମର ଆଠଗଡ଼ରୁ ସଂଗୃହୀତ 'ବାଟଘାସ- ମୁଗଜାଇବାର ମଙ୍ଗଳ'ରେ ଶକୁନ୍ତଳା ନାମରେ ଭଣିତା ଦେଖିବାକୁ ମିଳେ । ପଦଟି ହେଲା- "ଯେ ଯାହା ପୁରକୁ ନାରୀମାନେ ଗଲେ ଯହୁଁ, ଶକୁନ୍ତଳା ଦେବୀଙ୍କୁ ରଖନ୍ତୁ ମହାବାହୁ" ।[୩] |
ପଦ୍ମାବତୀ ଜେମାଦେଈ | - | ମଙ୍ଗଳଗୀତ | ହରିହରପୁରରୁ ସଂଗୃହୀତ 'ଦୁଧତରଣ ମଙ୍ଗଳ'ରେ ପଦ୍ମାବତୀ ନାମରେ ଭଣିତା ଦେଖିବାକୁ ମିଳେ । ପଦଟି ହେଲା- "ସୁଜନେ ଶୁଣିଣ ଦୋଷ ନ ଧରିବ ମୋର, ପଦ୍ମାବତୀ ଜେମା ଧ୍ୟାନ କରେ ରଘୁବୀର" ।[୩] |
କୃଷ୍ଣଚନ୍ଦ୍ର ଜେମାମଣି | - | ମଙ୍ଗଳଗୀତ | ତିଗିରିଆରୁ ସଂଗୃହୀତ 'ବୁଢ଼ାକଳସ'ରେ ଏହି ନାମରେ ଭଣିତା ଦେଖିବାକୁ ମିଳେ । ପଦଟି ହେଲା- "କୃଷ୍ଣଚନ୍ଦ୍ର ତୁଙ୍ଗ ଜେମାମଣି ଏହା ଭଣି, ପରିହାସ ଏହୁ ଗୀତ ଦେଖାଇଲେ ଆଣି" ।[୩] ଏହି ଗୀତଟିରେ କନ୍ୟାକୁ ବର ବୁଢ଼ା ବୋଲି କହି ନଣନ୍ଦମାନେ କୌତୁକ କରୁଛନ୍ତି । ଏହା ବଚ୍ଛାଦାସଙ୍କ କଳସା ଚଉତିଶା ସହ ସାମଞ୍ଜସ୍ୟପୂର୍ଣ୍ଣ । |
ପ୍ରତିମା | - | ମଙ୍ଗଳଗୀତ | ଦଶପଲ୍ଲାରୁ ସଂଗୃହୀତ 'ପଞ୍ଚୁଗ୍ରାସି ମଙ୍ଗଳ'ରେ ଏହି ନାମରେ ଭଣିତା ଦେଖିବାକୁ ମିଳେ । ପଦଟି ହେଲା- "ଭଞ୍ଜତନୟା ପ୍ରତିମା ଏ ରସେ ଭଣିଲେ" ।[୩] ଏହି ଧାଡ଼ିରୁ କବି କୌଣସି ଭଞ୍ଜ ନାମକ ବ୍ୟକ୍ତିଙ୍କ କନ୍ୟା ଥିଲେ ବୋଲି ଜଣାଯାଏ । |
ପଦ୍ମମାଳୀ | - | ମଙ୍ଗଳଗୀତ | ପୁରୀରୁ ସଂଗୃହୀତ 'ଶ୍ଳୋକ ମଙ୍ଗଳ'ରେ ଏହି ନାମରେ ଭଣିତା ଦେଖିବାକୁ ମିଳେ । ରଚନାଟି ସଂସ୍କୃତ ପଦ ଓ ଓଡ଼ିଆ ପଦରେ ଲିଖିତ । ଭଣିତା ପଦ ହେଲା- "ମୁକୁନ୍ଦଦେବ ତନୟା ପଦ୍ମମାଳୀ ପଦ୍ମପାଦେ ଧ୍ୟାଉକିଂ" ।[୩] ରଚନାରୁ ଜଣାଯାଏ ଯେ ପଦ୍ମାମାଳୀ ମୁକୁନ୍ଦଦେବଙ୍କ କନ୍ୟା ଥିଲେ । |
ରାଜସିଂହ ଦୁଲଣୀ | - | ମଙ୍ଗଳଗୀତ | ନରସିଂହପୁରରୁ ସଂଗୃହୀତ 'ଲବଣଚଉଁରୀ ମଙ୍ଗଳ'ରେ ଏହି ନାମରେ ଭଣିତା ଦେଖିବାକୁ ମିଳେ । ପଦଟି ହେଲା- "ସଖିଗଣେ ବେଢ଼ିଣ ମାରନ୍ତି କରତାଳି, ଏ ଗୀତ ରଚିଲେ ରାଜସିଂହଙ୍କ ଦୁଲାଳୀ" ।[୩] ଏଥିରୁ ଅନୁମିତ ଯେ କବି ରାଜସିଂହ ନାମକ ଜନୈକ ବ୍ୟକ୍ତିକଙ୍କ (ସମ୍ଭବତଃ ରାଜା) କନ୍ୟା । |
ଦିବ୍ୟସିଂହ ଗଜପତି ଜେମା | - | ମଙ୍ଗଳଗୀତ | ପୁରୀରୁ ସଂଗୃହୀତ 'ସୂତାଧରା ମଙ୍ଗଳ'ରେ ଏହି ନାମରେ ଭଣିତା ଦେଖିବାକୁ ମିଳେ । ପଦଟି ହେଲା- "ହରଷ ହୋଇଣ ନରେ ସୁମରି ଶ୍ରୀହରି, ଦିବ୍ୟସିଂହ ଗଜପତି ଜେମା ତା କିଙ୍କରୀ" । ଏଥିରୁ ଅନୁମିତ ଯେ କବି ପୁରୀର ଦିବ୍ୟସିଂହ ଗଜପତିଙ୍କ କନ୍ୟା ।[୩] |
ନୀଳମଣି ଜେମାମଣି | - | ମଙ୍ଗଳଗୀତ | କେନ୍ଦୁଝରରୁ ସଂଗୃହୀତ 'ମଣ୍ଡପଧଉଳା ମଙ୍ଗଳ'ରେ ନୀଳମଣି ନାମରେ ଭଣିତା ଦେଖିବାକୁ ମିଳେ । ପଦଟି ହେଲା- "ଶ୍ରୀରାମ ସୀତାଙ୍କ ବିନୁ ନ ଜାଣଇ ଆନ, ଜେମାମଣି ନୀଳମଣି ସେ ପାଦେ ଶରଣ" । କେନ୍ଦୁଝରରୁ ମିଳିଥିବା ଅନ୍ୟ ଏକ ରଚନା, 'ଈଶାଣକୁ ଯିବା ମଙ୍ଗଳ'ରେ ମଧ୍ୟ ଏହାଙ୍କ ନାମରେ ଭଣିତା ଅଛି- "ନୀଳମଣି ଜେମାଦେଇ ସେ ପାଦରେ ଭଜେ" ।[୩] |
ରାଜମଣି ଜେମାଦେଈ[୨] | ୨୦ଶ ଶତାବ୍ଦୀ | ମଙ୍ଗଳଗୀତ | - |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ଡଃ ନଗେନ୍ଦ୍ରନାଥ ପ୍ରଧାନ - ପ୍ରାଚୀନ ଓଡ଼ିଆ ସାହିତ୍ୟରେ ନିର୍ଗୁଣଧାରା, ଧର୍ମଗ୍ରନ୍ଥ ଷ୍ଟୋର, କଟକ ।
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ଡଃ କୃଷ୍ଣଚରଣ ସାହୁ, ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ୟ ଏକାଡେମୀ ।
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ ଚକ୍ରଧର ମହାପାତ୍ର - ଉତ୍କଳ ଗାଉଁଲି ଗୀତ, ୧୯୫୯ (ପ୍ରଥମ ସଂସ୍କରଣ) ।
- ↑ Sunanda Mishra Panda (1 January 2006). Lord Jagannātha in Sanskrit Literature. Shree Publishers & Distributors. ISBN 978-81-8329-097-5.