ଓଡ଼ିଆ ଚଉତିଶା

ଉଇକିପିଡ଼ିଆ ରୁ
Jump to navigation Jump to search

ଚଉତିଶା ରଚନା ଏକ ଆଳଙ୍କରିକ ରଚନା । ଠାରୁ କ୍ଷ ପର୍ଯ୍ୟନ୍ତ ୩୪ଟି ବ୍ୟଞ୍ଜନ ବର୍ଣ୍ଣର ଆଦିକ୍ରମରେ ରଚିତ ହୋଇଥିବା କବିତା ଚଉତିଶା ନାମରେ ନାମିତ । ପୁରାତନ ଓଡ଼ିଆ ଭାଷାସାହିତ୍ୟରେ ଅନେକ ଚଉତିଶା ରଚିତ ହୋଇଥିଲା । ଏଯାବତ ଏହାର ସମ୍ଭାର କଳନା କରାଯାଇପାରିନାହିଁ । ଏଥିରୁ ଓଡ଼ିଆ ଗୀତିସାହିତ୍ୟଛାନ୍ଦ ସାହିତ୍ୟର ଉଦ୍ଭବ ହୋଇଅଛି ।

କେହି କେହି ଓଡ଼ିଆ କବି ଓଲଟ ଚଉତିଶା ମଧ୍ୟ ରଚନା କରିଥିବାର ଦେଖିବାକୁ ମିଳିଥାଏ । ଏହା କ୍ଷରୁ ଆରମ୍ଭ ହୋଇ କରେ ଶେଷ ହୋଇଥାଏ । ଅନ୍ଧକବି ଭୀମ ଭୋଇ ଏହି ପରି କେତେକଚଉତିଶ ରଚନା କରିଥିଲେ । ପ୍ରାଚୀ ସମିତି ପ୍ରକାଶିତ ଚଉତିଶା ମଧୁଚକ୍ରରେ ଏହି ପରି କେତେ ଗୋଟି ଚଉତିଶା ଦେଖିବାକୁ ମିଳିଥାଏ । [୧] ବହୁ ଚଉତିଶା ଏଯାବତ ପ୍ରକାଶ ଲାଭ କରିନଥିବାରୁ ଏସବୁ କାଳ ନିରୂପଣ କରାଯାଇପାରିନାହିଁ । ପୁରାତନ ଓଡ଼ିଆ ସାହିତ୍ୟରେ ଅନେକ ଚଉତିଶା ଲୋକପ୍ରିୟତା ହାସଲ କରିଥିଲା । ଏମାନଙ୍କ ମଧ୍ୟରେ କଳସା ଚଉତିଶା, କୋଇଲି ଚଉତିଶା ଆଦି ପ୍ରଧାନ । ପ୍ରାଚୀ ଓଡ଼ିଆ କାବ୍ୟମାନଙ୍କରେ ବିଭିନ୍ନ କବିତାର ବାଣୀ ବା ବୃତ୍ତର ବର୍ଣ୍ଣନା ରହିଅଛି । ଯେପରି ଆଷାଢ଼ ଶୁକ୍ଳ, ମୁନିବାର ବାଣୀ ଆଦି, କିନ୍ତୁ ଏହି ସବୁ ରଚନା ଆଜି ଯାଏଁ ମିଳିନାହିଁ । ଏହି ଚଉତିଶା ମାନଙ୍କର ସଂଖ୍ୟା ୧୦୦୦ରୁ ଅଧିକ ହେବ । ଓଡ଼ିଆ ଚଉତିଶା ଗୁଡ଼ିକ ନିମ୍ନୋକ୍ତ ଭାବରେ ବିଭକ୍ତ ।

ଶ୍ରେଣୀବିଭାଗ[ସମ୍ପାଦନା]

ସନ୍ଦେଶମୂଳକ ଚଉତିଶା[ସମ୍ପାଦନା]

ଓଡ଼ିଆରେ ଅନେକ ଦୂତ ବା ସନ୍ଦେଶମୂଳକ ସାହିତ୍ୟ ରଚିତ ହୋଇଥିଲା । କୋଇଲି ଚଉତିଶା, କାଦମ୍ବିନୀ ଚଉତିଶାଚିଟାଉ ଚଉତିଶା (ଉପେନ୍ଦ୍ର ଭଞ୍ଜ) ଆଦି ଏଥିମଧ୍ୟରୁ ପ୍ରଧାନ ।

ଜଣାଣ ବା ସ୍ତୁତିମୂଳକ ଚଉତିଶା[ସମ୍ପାଦନା]

ଓଡ଼ିଆରେ ବହୁ ପୁରୁଣା ଜଣାଣ ରହିଅଛି ଯାହା ଆଧାରରେ ଏବେ ମଧ୍ୟ କବି ମାନେ ଜଣାଣ ରଚୁଆଛନ୍ତି । ଏହି ଜଣାଣ ଚଉତିଶା ମଧ୍ୟରେ ଜଗବନ୍ଧୁ ଜଣାଣ (ସାଧୁ), ରାମଚନ୍ଦ୍ର ଜଣାଣ (ଭୋବନି), ସର୍ପ ଜଣାଣ (କବିସୂର୍ଯ୍ୟ ବଳଦେବ ରଥ) ଓ ଆର୍ତ୍ତତ୍ରାଣ ଚଉତିଶା (ଭକ୍ତକବି ଦୀନକୃଷ୍ଣ) ଆଦି ପ୍ରହନ ଅଟେ । ମିଳନ ଓ ବିରହମୂଳକ ଚଉତିଶା ଚଉତିଶା ପୁରାତନ ଓଡ଼ିଆ ସାହିତ୍ୟରେ ମିଳନ ଓ ବିରହମୂଳକ ଅନେକ ଚଉତିଶା ଦେଖିବାକୁ ମିଳିଥାଏ । ଏଥିରେ ସମ୍ଭୋଗ ଓ ବିପ୍ରଲମ୍ଭ ଶୃଙ୍ଗାରର ବର୍ଣ୍ଣନା ଦେଖାଯାଇଥାଏ । କାବ୍ୟଯୁଗରେ ଏହି ପରି ଅନେକ ଚଉତିଶା ଲେଖାଯାଇଥିଲା । ରାଧାକୃଷ୍ଣ ମିଲନ ଚଉତିଶା (ସୁଦର୍ଶନ ପଟ୍ଟନାଏକ), ରାଧାବିରହ ଚଉତିଶା (କେଶବ), ଶୀତବିଚ୍ଛେଦ ଚଉତିଶା (ପରମାନନ୍ଦ), ଅନୁରାଗ ରତ୍ନାକର ଚଉତିଶା (ଦିନକୃଷ୍ଣ ଦାସ), ପ୍ରେମଚିନ୍ତାମଣି (ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା), ମଥୁରା ବିଜେ ଚଉତିଶା (ଗୋପୀନାଥ), କୃଷ୍ଣବିରହ ଚଉତିଶା (ଗୋପଜୀବନ) ଓ ଗୋକୁଳ ନରେନ୍ଦ୍ରଙ୍କର କୃଷ୍ଣବିରହ ଚଉତିଶା ଏହି ଶ୍ରେଣୀର ।

ବର୍ଣ୍ଣନାମୂଳକ ଚଉତିଶା[ସମ୍ପାଦନା]

ଏହୀ ପୌରଣିକ ଚଉତିଶା ଗୁଡ଼ିକରେ ନାନାଦି ପୌରାଣିକ ଓ ବାସ୍ତବ ଘଟଣାର ବର୍ଣ୍ଣନା କରାଯାଇଥାଏ । ପୁରାତନ ଓଡ଼ିଆ ସାହିତ୍ୟରେ ଶିଶୁ ଶ୍ୟାମଙ୍କର କୁସୁମିତ ଚୂତ କୁଞ୍ଜ ଚଉତିଶା, ନରସିଂହ ସେଣଙ୍କର କୁସୁମ ସମୟ କାଳେ (ଇନ୍ଦୁମତି ସ୍ଵୟମ୍ବର ବର୍ଣ୍ଣନା), ଦନାଇ ଦାସ (ଜନାର୍ଦନ ଦାସ)ଙ୍କର କାଳୀୟ ଦଳନ ଚଉତିଶା ଓ ଦ୍ଵିଜ ଶ୍ରୀଧରଙ୍କର ଗୁଣ୍ଡିଚାବିଜେ ଚଉତିଶା ଆଦି ପ୍ରଧାନ ।

ଆଳଙ୍କାରିକ ଚଉତିଶା[ସମ୍ପାଦନା]

ପୁରାତନ ଓଡ଼ିଆ ସାହିତ୍ୟରେ ଅନେକ ଅଳଙ୍କାରିକ ତଥା କାବ୍ୟତତ୍ଵ ନାନାଦି ବିଷୟକୁ ନେଇ ଚଉତିଶା ଲେଖାଯାଇଅଛି । ନାରାୟଣଙ୍କ ଲିଖିତ ଚଉତିଶାମାଳାରେ ନାରୀମାନଙ୍କର ନାନା ବିଭାଗରେ ସ୍ଵାଧିନଭର୍ତ୍ତୃକା , ବାସକସଜ୍ଜା, କଳହାନ୍ତରିତା ଓ ଅଭିସାରିକା ଆଦି ନାୟିକାମଙ୍କ କଥା ବଖଣାଯାଇଅଛି । ଲୋକନାଥ ଦାସଏନକେ ଛନ୍ଦ ଶ୍ଲେଷ ଯମକ ଚିନ୍ତାମଣି ଓ ଉପେନ୍ଦ୍ର ଭଞ୍ଜଙ୍କ ଯମକରାଜ ଚଉତିଶା ଏହି ଶ୍ରେଣୀର ।

ଶ୍ଳୋକ ବା ବିଳାପମୂଳକ ଚଉତିଶା[ସମ୍ପାଦନା]

ଏହି ପ୍ରକାରର ଚଉତିଶାର ସଂଖ୍ୟା ଅନେକ । ଏହି ସବୁ କରୁଣ ରସ ପ୍ରଧାନ ଓ ଓଡ଼ିଶାର ଗାଉଁଲି ଜୀବନ ଓ ସାହିତ୍ୟରେ ପ୍ରଧାନ ସାହିତ୍ୟରେ ପ୍ରଧାନ ସ୍ଥାନ ଅଧିକାର କରିଅଛି । କବି ରଘୁନାଥଙ୍କର କୌଶଲ୍ୟା ବିଳାପ ଚଉତିଶା, ହଋମାତଙ୍କର କାନ୍ଦି କହେ ନନ୍ଦରାଣୀ ଓ ମୁକୁନ୍ଦ ରଚିତ କରେ କୋଦଣ୍ଡ ଚଉତିଶା ଏହି ଶ୍ରେଣୀର ରଚନା ଅଟେ ।

ବ୍ରହ୍ମଜ୍ଞାନମୂଳକ ଚଉତିଶା[ସମ୍ପାଦନା]

ଓଡ଼ିଶାରେ ଜ୍ଞାନମିଶ୍ର ସନ୍ଥକବି ମାନେ ଅନେକ ବ୍ରହ୍ମଜ୍ଞାନ ମୂଳକ ଚଉତିଶା ଲେଖିଯାଇଅଛନ୍ତି । ଗାଁ ଗହଳିରେ ଅତି ସାଧାରଣ ସ୍ତରରେ ଶରୀର ଭେଦ ବା ବ୍ରହ୍ମଜ୍ଞାନମୂଳକ ଚଉତିଶାଗୁଡ଼ିକ ଭଜନ ମାଧ୍ୟମରେ ଗୀତ ଓ ଆଲୋଚିତ ହୋଇଥାଏ । ଏହି ସବୁ ଚଉତିଶା ଶରୀର ଭେଦ ଚଉତିଶା ନାମରେ କଥିତ । ଶିଶୁବେଦ ଚଉତିଶା (ଅଜଣା କବି), ଦ୍ବରିକ ଦାସଙ୍କ ବାଳବୋଲି ଚଉତିଶା ଓ ମରୁଆ ଫୁଲ ଚଉତିଶା, ଜଗନ୍ନାଥ ଦାସଙ୍କ କମଳ କେଶର ଚଉତିଶା, ହଋଦାସଙ୍କର ଗୋପୀଜ୍ଞାନ ଚଉତିଶା, ନନ୍ଦା ଅରକ୍ଷିତଙ୍କର ରସବ୍ରହ୍ମ ଚଉତିଶା, ପରସୁରମ ଦାସଙ୍କର କହୁଅଛି ମୁଁ ଯେ ମନକୁ ଆଦି ଚଉତିଶା ଏହି ଶ୍ରେଣୀର ।

ବୈରାଗମୂଳକ ଚଉତିଶା[ସମ୍ପାଦନା]

ନଶ୍ଵରତା ଓ ବୈରାଗ ପରାୟଣତାକୁ ନେଇ ପ୍ରାଚୀନ ସାହିତ୍ୟରେ ଅନେକ ଛୋଟ ବଡ଼ କବିତା ରଚିତ ହୋଇଥିଲା । ଏହିପ୍ରକାର ଚଉତିଶା ଭିତରୁ ଭକ୍ତଚରଣ ଦାସଙ୍କ ମନବୋଧ ଚଉତିଶା ପ୍ରଧାନ । ହରିଦାସଙ୍କର କହିଲି ମତେ ନ ବୁଝିଲୁ ମାନଦୀ ଏହି ଶ୍ରେଣୀର ।

ଏହି ସବୁ ପ୍ରଧାନ ବିଭାଗକୁ ଛାଡ଼ି ଆହୁରି ଅନେକ ବିଷୟରେ ଅନେକ ବିଷୟରେ ଚଉତିଶା ଲେଖାଯାଇଛି । ପୁରାତନ ଓଡ଼ିଆ ଗଣିତଶାସ୍ତ୍ରରେ ଅନେକ ଗଣିତସୂତ୍ର, ଜ୍ୟୋତିଷ ଶାସ୍ତ୍ରରେ ଅନେକ ଗଣନା ସମ୍ବନ୍ଧୀୟ ବର୍ଣ୍ଣନା, କାମଶାସ୍ତ୍ର, ବୈଦ୍ୟଶାସ୍ତ୍ରରେ ଅନେକ ବିଷୟ ଚଉତିଶା ଭାବରେ ଲେଖାଯାଇଥିଲା । ଏହା ଛଡ଼ା ଶାଶୁବୋହୁ ଛଟା ଓ ଉପଦେଶମୂଳକ ଅନେକ ଚଉତିଶା ରଚିତ ହୋଇଥିଲା । ପୁରାତନ ଓଡ଼ିଆ ସାହିତ୍ୟରେ ଚଉତିଶାକୁ ପୁରୋଭାଗରେ ରଖାଯାଇଥାଏ । ଏହା ଏକ ବିଶାଳ ଗୀତିସାହିତ୍ୟ ଅଟେ । ଚଉତିଶାର ସମକକ୍ଷ ସାହିତ୍ୟ ହେଉଛି ଚଉପଦୀ ।

ରଚନା ଶୈଳୀ[ସମ୍ପାଦନା]

ଠାରୁ କ୍ଷ ଯାଏଁ ବ୍ୟଞ୍ଜନ ବର୍ଣ୍ଣରେ ଚଉତିଶା ରଚିତ ହୋଇଥାଏ । ଚଉତିଶାର ଗୋଟିଏ ପଦ ବା ଗୋଟିଏ ପାଦରେ ଆଦି ବର୍ଣ୍ଣ ଗୋଟିଏ କ୍ରମରେ କ ଠାରୁ କ୍ଷ ପର୍ଯ୍ୟନ୍ତ ବର୍ଣ୍ଣମାଳାରେ ଆବଦ୍ଧ ହୋଇଥାଏ । ତେବେ କେତେକ ଜାଗାରେ ବ୍ୟତିକ୍ରମ ମଧ୍ୟ ଦେଖିବାକୁ ମିଳିଥାଏ । ବେଳେ ବେଳେ ବଦଳରେ କ୍ଷ ବ୍ୟବହାର ହୋଇଥିବାର ନଜିର ମିଳିଥାଏ । ସେହିପରି ବଦଳରେ , ବଦଳରେ କ୍ଷ, , ବଦଳରେ ବ୍ୟବହାର ହୋଇଥାଏ । ପୁରାତନ ଓଡ଼ିଆ ଚଉତିଶାରେ, ପୁଣି , , ବ୍ୟବହାରରେ କିଛି ନିର୍ଦ୍ଦିଷ୍ଟତା ନଥାଏ । କବିମାନେ ନିଜ ମନ ମୁତାବକ ତିନିଗୋଟି ଓ ଦୁଇଗୋଟି ଜର ବ୍ୟବହାର କରିଥାନ୍ତି । ଯେପରି-

ଖଳ ଲୋକଙ୍କର ବୋଲି ଧଇଲେ ମୁରାରି
କ୍ଷଣକ ଭାବ ତାଙ୍କର ମୁରୁଛି ନପାରି (କୃଷ୍ଣକଳା ଚଉତିଶା)

ଟୀକା[ସମ୍ପାଦନା]

  1. ଚଉତିଶା ମଧୁଚକ୍ର. ୬ଷ୍ଠ ଖଣ୍ଡ. ପ୍ରାଚୀ ସମିତି

ଆଧାର[ସମ୍ପାଦନା]