ଓଡ଼ିଆ ନାରୀ କବି ମାନଙ୍କ ତାଲିକା

ଉଇକିପିଡ଼ିଆ‌ରୁ

ଓଡ଼ିଆସାହିତ୍ୟରେ ଅନେକ ନାରୀ କବିମାନଙ୍କ ରଚନା ଦେଖାଯାଏ । ଏମାନଙ୍କ ଭିତରୁ ପୁରାତନ ନାରୀକବିମାନଙ୍କ ରଚନାଗୁଡ଼ିକ ବିରଳ ଓ ଅନେକ ଲେଖା ପ୍ରକାଶିତ ମଧ୍ୟ ହୋଇନାହିଁ । ଏଠାରେ ନାରୀକବିମାନଙ୍କ ଏକ ତାଲିକା ଦିଆଯାଇଛି ।

ଓଡ଼ିଆ ସାହିତ୍ୟ · (ଶ୍ରେଣୀ ଅନୁସାରେ)
ଓଡ଼ିଆ ଭାଷା

ଓଡ଼ିଆ ସାହିତ୍ୟର ଇତିହାସ

ଓଡ଼ିଆ ସାହିତ୍ୟର ବିଭାଗ
ଚର୍ଯା ଯୁଗ - ସାରଳା ଯୁଗ
ପଞ୍ଚସଖା ଯୁଗ - ରୀତି ଯୁଗ
ରାଧାନାଥ ଯୁଗ - ସତ୍ୟବାଦୀ ଯୁଗ
ପ୍ରଗତି ଯୁଗ - ସବୁଜ ଯୁଗ

ଓଡ଼ିଆ ଭାଷାର ଲେଖକ

ସମୟ ଅନୁସାରେ ତାଲିକା ଲେଖକଗଣ - ଔପନ୍ୟାସିକ
ନାଟ୍ୟକାର - କବି
ପ୍ରାବନ୍ଧିକ
କ୍ଷୁଦ୍ରଗଳ୍ପ ଲେଖକ

ପ୍ରକାରଭେଦ

ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ
ଉପନ୍ୟାସ - କାବ୍ୟ କବିତା - ନାଟକ
ବିଜ୍ଞାନ କାହାଣୀ - ହାସ୍ୟରସ
କଳ୍ପିତ କାହାଣୀ

ସଙ୍ଗଠନ

ଓଡ଼ିଆ ସାହିତ୍ୟ ଏକାଡେମି

ଆନ୍ଦୋଳନ

ଚର୍ଯା ସାହିତ୍ୟ - ଭକ୍ତି ସାହିତ୍ୟ

ସମାଲୋଚନା ଓ ସମ୍ମାନ

ସାହିତ୍ୟ - ସମାଲୋଚନା
ସାହିତ୍ୟ ସମ୍ମାନ

ଓଡ଼ିଶା ପୋର୍ଟାଲ
ସାହିତ୍ୟ ପୋର୍ଟାଲ
ଉଇକିପାଠାଗାର
ନାମ ସମୟ ରଚନା ଅଧିକ ତଥ୍ୟ
ଚାନ୍ଦ ବାଈ[୧] ୧୫-୧୬ଶ ଶତାବ୍ଦୀ ଦୁଇଟି ଭକ୍ରିକବିତା ଏହାଙ୍କ ରଚିତ ମାତ୍ର ଦୁଇଗୋଟି ଭକ୍ତିରସାତ୍ମକ କବିତା ମିଳିଛି । ସେ ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ କବିତା ଲେଖୁଥିବା ଅନୁମିତ । ସେ ପୁରୁଷ ଥିଲେ ବୋଲି ମଧ୍ୟ କେତେଜଣ ଅନୁମାନ କରିଅଛନ୍ତି ।
ମାଧବୀ ଦାସୀ ୧୬ଶ ଶତାବ୍ଦୀ ଜଣାଣ ଓ ଚଉପଦୀ ଓଡ଼ିଆ ଭାଷାର ପ୍ରାଚୀନତମ ମହିଳା କବି । ଏହାଙ୍କ ରଚିତ ଜଣାଣ ଚକାନୟନ ହେ ଜଗୁଜୀବନ ଶ୍ରୀହରି" ପ୍ରସିଦ୍ଧ ।
ବୃନ୍ଦାବତୀ ଦାସୀ ୧୭ଶ ଶତାବ୍ଦୀ ପୂର୍ଣ୍ଣତମ ଚନ୍ଦ୍ରୋଦୟ
ନିଶଙ୍କରାୟ ରାଣୀ ୧୮-୧୯ଶ ଶତାବ୍ଦୀ ପଦ୍ମାବତୀଅଭିଳାଷ ବା ମଧୁମାଳତୀଚରିତ
ରାଧିକାମଣି[୨] ୧୯ଶ ଶତାବ୍ଦୀ 'ବସନ୍ତ କାଳରେ ସଖୀ ପ୍ରତି ରାଧା' ଚଉପଦୀ ପ୍ରଥମ ଧାଡ଼ି- "ମଧୁକାଳ ହୋଇଲା ସଜନୀ, ଦିଶେ ସୁନ୍ଦର ଦିବା ରଜନୀ ।"
ରତ୍ନମାଳୀ ଜେମାଦେଈ[୨] ୧୮ଶ ଶତାବ୍ଦୀ ମଙ୍ଗଳଗୀତ -
ମର୍ଦ୍ଦରାଜ ଜେମାଦେଈ[୨] ୧୮ଶ ଶତାବ୍ଦୀ ମଙ୍ଗଳଗୀତ -
ମରକତମଣି ଜେମାଦେଈ[୨] ୧୮ଶ ଶତାବ୍ଦୀ ମଙ୍ଗଳଗୀତ -
ଶିବପ୍ରିୟା ଜେମାଦେଈ[୨] ୧୯ଶ ଶତାବ୍ଦୀ ମଙ୍ଗଳଗୀତ ନୀଳଗିରିରୁ ସଂଗୃହୀତ 'ହଳଦୀକୁଟା ଅନୁକୂଳ ମଙ୍ଗଳ'ରେ ଶିବପ୍ରିୟା ନାମରେ ଭଣିତା ଦେଖିବାକୁ ମିଳେ । ପଦଟି ହେଲା- "ସେ ବେନି ପୟର ମନେ ଚିନ୍ତି, ଲୋଭେ ଗୁଣେ ଶିବପ୍ରିୟା ମତି" ।[୩]
କୁଙ୍କୁମୀ ବାଈ[୧][୪] (ଅପ୍ରକାଶିତ) କେତେକ କବିତା ଏହାଙ୍କର ମାତ୍ର ଦୁଇଗୋଟି କବିତା ମିଳିଅଛି । ସେ କବିତାଗୁଡ଼ିକ ଅଦ୍ୟାବଧି ଅପ୍ରକାଶିତ ।
ସୂର୍ଯ୍ୟମଣି ଜେମା ୧୯ଶ ଶତାବ୍ଦୀ ଚଉପଦୀ ରାଧାକୃଷ୍ଣପ୍ରେମ ଆଧାରିତ କବିତାର ରଚୟିତା । ଏହାଙ୍କର ଗୋଟିଏ ମାତ୍ର ଚଉପଦୀ ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ । ପ୍ରାପ୍ତ ଏକ କବିତାର ଭଣିତା ପଦ ହେଲା- "ସୂର୍ଯ୍ୟମଣି ଜେମାଦେଈ ବୋଲେ ଏ ଭଙ୍ଗିମା, ଭାଙ୍ଗିଦେଲା ମୋର କେଡ଼େ ଗାରିମା ।" । ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ଗ୍ରାମୋଫୋନ ରେକର୍ଡ଼ରେ ଥିବା 'କଳାକାହ୍ନୁ କୁହୁକ ଜାଣେ' ଗୀତରେ ମଧ୍ୟ ଜନୈକ ସୂର୍ଯ୍ୟ ଜେମାଙ୍କ ନାଆଁ ରହିଛି । ପଦଟି ହେଲା- "ବୋଲେ ସୂର୍ଯ୍ୟ ଜେମା ଦେଖି ତା ଭଙ୍ଗିମା, କାଳ ଯାକ ଥିବି ସେବକୀପଣେ ।
କମଳା[୧] - କେତେକ ବୈରାଗ୍ୟ ଓ ଭକ୍ତିମୂଳକ ଗୀତ ତାଙ୍କଦ୍ୱାରା ଲିଖିତ ମାତ୍ର ପାଞ୍ଚଗୋଟି ଭକ୍ତିରସାତ୍ମକ କବିତା ମିଳିଛି । ଏହି କବିତା ମଧ୍ୟରୁ ତିନିଗୋଟିରେ ବୈରାଗ୍ୟର ପ୍ରବଣ ସ୍ୱର ରହିଛି । ଭାଷାର ପ୍ରାଚୀନତା ଦୃଷ୍ଟିରୁ ତାଙ୍କୁ କେବଳ ପ୍ରାଚୀନ କବି କହିବା ଛଡ଼ା ତାଙ୍କ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ ହୋଇପାରିନାହିଁ ।
ମଥୂରା ଦାସୀ[୧] - (ଗୋଟିଏ) ଚଉପଦୀ ତାଙ୍କଦ୍ୱାରା ଲିଖିତ ମାତ୍ର ଗୋଟିଏ ଗୀତ ମିଳିଅଛି । ଏହି ଗୀତଟି ବ୍ରଜବୋଲି ମିଶା ଓଡ଼ିଆରେ ଲିଖିତ । ତାଙ୍କର ଅନ୍ୟ କୌଣସି ରଚନା ଅଦ୍ୟାବଧି ମିଳି ନାହିଁ । 
ଶକୁନ୍ତଳା ଦେବୀ - ମଙ୍ଗଳଗୀତ ଗଞ୍ଜାମର ଆଠଗଡ଼ରୁ ସଂଗୃହୀତ 'ବାଟଘାସ- ମୁଗଜାଇବାର ମଙ୍ଗଳ'ରେ ଶକୁନ୍ତଳା ନାମରେ ଭଣିତା ଦେଖିବାକୁ ମିଳେ । ପଦଟି ହେଲା- "ଯେ ଯାହା ପୁରକୁ ନାରୀମାନେ ଗଲେ ଯହୁଁ, ଶକୁନ୍ତଳା ଦେବୀଙ୍କୁ ରଖନ୍ତୁ ମହାବାହୁ" ।[୩]
ପଦ୍ମାବତୀ ଜେମାଦେଈ - ମଙ୍ଗଳଗୀତ ହରିହରପୁରରୁ ସଂଗୃହୀତ 'ଦୁଧତରଣ ମଙ୍ଗଳ'ରେ ପଦ୍ମାବତୀ ନାମରେ ଭଣିତା ଦେଖିବାକୁ ମିଳେ । ପଦଟି ହେଲା- "ସୁଜନେ ଶୁଣିଣ ଦୋଷ ନ ଧରିବ ମୋର, ପଦ୍ମାବତୀ ଜେମା ଧ୍ୟାନ କରେ ରଘୁବୀର" ।[୩]
କୃଷ୍ଣଚନ୍ଦ୍ର ଜେମାମଣି - ମଙ୍ଗଳଗୀତ ତିଗିରିଆରୁ ସଂଗୃହୀତ 'ବୁଢ଼ାକଳସ'ରେ ଏହି ନାମରେ ଭଣିତା ଦେଖିବାକୁ ମିଳେ । ପଦଟି ହେଲା- "କୃଷ୍ଣଚନ୍ଦ୍ର ତୁଙ୍ଗ ଜେମାମଣି ଏହା ଭଣି, ପରିହାସ ଏହୁ ଗୀତ ଦେଖାଇଲେ ଆଣି" ।[୩] ଏହି ଗୀତଟିରେ କନ୍ୟାକୁ ବର ବୁଢ଼ା ବୋଲି କହି ନଣନ୍ଦମାନେ କୌତୁକ କରୁଛନ୍ତି । ଏହା ବଚ୍ଛାଦାସଙ୍କ କଳସା ଚଉତିଶା ସହ ସାମଞ୍ଜସ୍ୟପୂର୍ଣ୍ଣ ।
ପ୍ରତିମା - ମଙ୍ଗଳଗୀତ ଦଶପଲ୍ଲାରୁ ସଂଗୃହୀତ 'ପଞ୍ଚୁଗ୍ରାସି ମଙ୍ଗଳ'ରେ ଏହି ନାମରେ ଭଣିତା ଦେଖିବାକୁ ମିଳେ । ପଦଟି ହେଲା- "ଭଞ୍ଜତନୟା ପ୍ରତିମା ଏ ରସେ ଭଣିଲେ" ।[୩] ଏହି ଧାଡ଼ିରୁ କବି କୌଣସି ଭଞ୍ଜ ନାମକ ବ୍ୟକ୍ତିଙ୍କ କନ୍ୟା ଥିଲେ ବୋଲି ଜଣାଯାଏ ।
ପଦ୍ମମାଳୀ - ମଙ୍ଗଳଗୀତ ପୁରୀରୁ ସଂଗୃହୀତ 'ଶ୍ଳୋକ ମଙ୍ଗଳ'ରେ ଏହି ନାମରେ ଭଣିତା ଦେଖିବାକୁ ମିଳେ । ରଚନାଟି ସଂସ୍କୃତ ପଦ ଓ ଓଡ଼ିଆ ପଦରେ ଲିଖିତ । ଭଣିତା ପଦ ହେଲା- "ମୁକୁନ୍ଦଦେବ ତନୟା ପଦ୍ମମାଳୀ ପଦ୍ମପାଦେ ଧ୍ୟାଉକିଂ" ।[୩] ରଚନାରୁ ଜଣାଯାଏ ଯେ ପଦ୍ମାମାଳୀ ମୁକୁନ୍ଦଦେବଙ୍କ କନ୍ୟା ଥିଲେ ।
ରାଜସିଂହ ଦୁଲଣୀ - ମଙ୍ଗଳଗୀତ ନରସିଂହପୁରରୁ ସଂଗୃହୀତ 'ଲବଣଚଉଁରୀ ମଙ୍ଗଳ'ରେ ଏହି ନାମରେ ଭଣିତା ଦେଖିବାକୁ ମିଳେ । ପଦଟି ହେଲା- "ସଖିଗଣେ ବେଢ଼ିଣ ମାରନ୍ତି କରତାଳି, ଏ ଗୀତ ରଚିଲେ ରାଜସିଂହଙ୍କ ଦୁଲାଳୀ" ।[୩] ଏଥିରୁ ଅନୁମିତ ଯେ କବି ରାଜସିଂହ ନାମକ ଜନୈକ ବ୍ୟକ୍ତିକଙ୍କ (ସମ୍ଭବତଃ ରାଜା) କନ୍ୟା ।
ଦିବ୍ୟସିଂହ ଗଜପତି ଜେମା - ମଙ୍ଗଳଗୀତ ପୁରୀରୁ ସଂଗୃହୀତ 'ସୂତାଧରା ମଙ୍ଗଳ'ରେ ଏହି ନାମରେ ଭଣିତା ଦେଖିବାକୁ ମିଳେ । ପଦଟି ହେଲା- "ହରଷ ହୋଇଣ ନରେ ସୁମରି ଶ୍ରୀହରି, ଦିବ୍ୟସିଂହ ଗଜପତି ଜେମା ତା କିଙ୍କରୀ" । ଏଥିରୁ ଅନୁମିତ ଯେ କବି ପୁରୀର ଦିବ୍ୟସିଂହ ଗଜପତିଙ୍କ କନ୍ୟା ।[୩]
ନୀଳମଣି ଜେମାମଣି - ମଙ୍ଗଳଗୀତ କେନ୍ଦୁଝରରୁ ସଂଗୃହୀତ 'ମଣ୍ଡପଧଉଳା ମଙ୍ଗଳ'ରେ ନୀଳମଣି ନାମରେ ଭଣିତା ଦେଖିବାକୁ ମିଳେ । ପଦଟି ହେଲା- "ଶ୍ରୀରାମ ସୀତାଙ୍କ ବିନୁ ନ ଜାଣଇ ଆନ, ଜେମାମଣି ନୀଳମଣି ସେ ପାଦେ ଶରଣ" । କେନ୍ଦୁଝରରୁ ମିଳିଥିବା ଅନ୍ୟ ଏକ ରଚନା, 'ଈଶାଣକୁ ଯିବା ମଙ୍ଗଳ'ରେ ମଧ୍ୟ ଏହାଙ୍କ ନାମରେ ଭଣିତା ଅଛି- "ନୀଳମଣି ଜେମାଦେଇ ସେ ପାଦରେ ଭଜେ" ।[୩]
ରାଜମଣି ଜେମାଦେଈ[୨] ୨୦ଶ ଶତାବ୍ଦୀ ମଙ୍ଗଳଗୀତ -

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩  ଡଃ ନଗେନ୍ଦ୍ରନାଥ ପ୍ରଧାନ - ପ୍ରାଚୀନ ଓଡ଼ିଆ ସାହିତ୍ୟରେ ନିର୍ଗୁଣଧାରା, ଧର୍ମଗ୍ରନ୍ଥ ଷ୍ଟୋର, କଟକ ।
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ଡଃ କୃଷ୍ଣଚରଣ ସାହୁ, ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ୟ ଏକାଡେମୀ ।
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ ଚକ୍ରଧର ମହାପାତ୍ର - ଉତ୍କଳ ଗାଉଁଲି ଗୀତ, ୧୯୫୯ (ପ୍ରଥମ ସଂସ୍କରଣ) ।
  4. Sunanda Mishra Panda (1 January 2006). Lord Jagannātha in Sanskrit Literature. Shree Publishers & Distributors. ISBN 978-81-8329-097-5.