ଆଡାଲିମୁମାବ

ଉଇକିପିଡ଼ିଆ‌ରୁ
ଆଡାଲିମୁମାବ
Monoclonal antibody
TypeWhole antibody
SourceHuman
TargetTNF alpha
Clinical data
Trade namesHumira, Mabura, Exemptia, others
AHFS/Drugs.commonograph
MedlinePlusa603010
data
Pregnancy
category
  • AU: C
  • US: B (No risk in non-human studies)
Routes of
administration
Subcutaneous
Drug classTNF inhibitor
ATC code
Legal status
Legal status
Pharmacokinetic data
Bioavailability64% (subcutaneous), 0% (By mouth)
Elimination half-life10–20 days
Identifiers
CAS Number
DrugBank
ChemSpider
  • none
UNII
KEGG
ChEMBL
ECHA InfoCard100.224.376 Edit this at Wikidata
Chemical and physical data
FormulaC6428H9912N1694O1987S46
Molar mass144190.3 g/mol
 ☒NcheckY (what is this?)  (verify)

ଆଡାଲିମୁମାବ (ଇଂରାଜୀ ଭାଷାରେ Adalimumab, ଏକ ବିକ୍ରୟ ନାମ ହୁମିରା/ Humira) ଏକ ଔଷଧ ଯାହା ରିଉମାଟଏଡ ଆର୍ଥ୍ରାଇଟିସ, ସୋରିଆଟିକ ଆର୍ଥ୍ରାଇଟିସ, ଏଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସ, କ୍ରନ୍ ରୋଗ, ଅଲସରେଟିଭ କୋଲାଇଟିସ, ସୋରିଆସିସ, ହାଇଡ୍ରାଡେନାଇଟିସ ସପ୍ୟୁରେଟିଭା (hidradenitis suppurativa), (ୟୁଭିଆଇଟିସ) (uveitis), ଓ ଜୁଭେଣ୍ଟାଇଲ ଇଡିଓପାଥିକ ଆର୍ଥ୍ରାଇଟିସ (juvenile idiopathic arthritis) ଇତ୍ୟାଦି ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ ।[୧][୨] ଅନ୍ୟ ଚିକିତ୍ସାର ଉପଶମ ନହେଲେ ଏହି ଔଷଧ ଦିଆଯାଏ ।[୨] ଏହା ଚର୍ମତଳ ଇଞ୍ଜେକସନ ଆକାରରେ ଦିଆଯାଏ (injection under the skin) ।[୧]

ଆଡାଲିମୁମାବର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ (upper respiratory tract infections), ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ରାସ ଓ ମୁଣ୍ଡ ବିନ୍ଧା ହୋଇପାରେ ।[୧] ଅଧିକ ପ୍ରତିକ୍ରିୟା ହେଲେ ସାଂଘାତିକ ସଂକ୍ରମଣ, କର୍କଟ ରୋଗ, ଆନାଫାଇଲାକ୍‌ସିସ, ହେପାଟାଇଟିସ ବି, ମଲ୍ଟିପ୍ଲ ସ୍କ୍ଲେରୋସିସ, ହୃଦ୍‌ପାତ, ଯକୃତ ଫେଲଆପ୍ଲାସ୍ଟିକ ଆନିମିଆ aplastic anemia ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ଦିଆଯାଏ ନାହିଁ କିନ୍ତୁ କେତେକଙ୍କ ମତରେ ସ୍ତନ୍ୟପାନ ସମୟରେ ଏହା ନିରାପଦ ଥାଏ । [୨][୩] ଆଡାଲିମୁମାବ ଏକ ରୋଗ-ପରିବର୍ତ୍ତନ‌କାରୀ ରିଉମାଟିକ ଔଷଧ (disease-modifying antirheumatic drug) ଓ ମୋନୋକ୍ଲୋନାଲ ଆଣ୍ଟିବଡି (monoclonal antibody/ TNFα) ଯାହା ଅର୍ବୁଦ ନେକ୍ରୋସିସ ଫ୍ୟାକ୍ଟର-ଆଲଫାକୁ (tumor necrosis factor-alpha) ନିଷ୍କ୍ରିୟ କରି କାର୍ଯ୍ୟକ୍ଷମ ହୁଏ । [୧]

ଆଡାଲିମୁମାବ ସନ ୨୦୦୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୧] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୭୦୪.୨୮ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୫,୦୪୧.୧୨ ଆମେରିକୀୟ ଡଲାର ।[୪] ଭାରତର ମାର୍କେଟକୁ ଏହାର ଏକ ଜୈବସମତୁଲ (biosimilar) ଔଷଧ ସନ ୨୦୧୪ରେ ଆସିଥିଲା ଯାହାର ମୂଲ୍ୟ ପ୍ରାୟ ମାସକୁ ୪୦୦ ଡଲାର ଥିଲା । [୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ପେଟେଣ୍ଟ ଅବଧି ସନ ୨୦୧୬ରୁ ପୂର୍ଣ୍ଣ ହୋଇସାରିଛି ଓ ଆଉ ଥରେ ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହେବା ନିମନ୍ତେ ବେଶ୍ କିଛି ବର୍ଷ ଲାଗିଯିବ ।[୫] ସନ ୨୦୧୬ରେ ଏହାର ୪ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୫୦ ତମ ସ୍ଥାନରେ ଥଲା । [୬]

Similar agents[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Adalimumab Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
  2. ୨.୦ ୨.୧ ୨.୨ ୨.୩ British national formulary: BNF 76 (76 ed.). Pharmaceutical Press. 2018. p. 1074. ISBN 9780857113382.
  3. "Adalimumab Pregnancy and Breastfeeding Warnings". Drugs.com. Retrieved 19 March 2019.
  4. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  5. ୫.୦ ୫.୧ "India's Cadila launches first cheaper copy of world's top-selling drug". Reuters. 9 December 2014. Retrieved 19 March 2019.
  6. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]