ହାଇଡ୍ରାଡେନାଇଟିସ ସପ୍ୟୁରେଟିଭା
ହାଇଡ୍ରାଡେନାଇଟିସ ସପ୍ୟୁରେଟିଭା (Hidradenitis suppurativa) | |
---|---|
Acne inversa, acne conglobata, apocrine acne, Velpeau’s disease[୧] | |
ବିଭାଗ | ଚର୍ମ ରୋଗ ବିଜ୍ଞାନ (Dermatology) |
ଲକ୍ଷଣ | ଅନେକ ସ୍ଥାନରେ ପ୍ରଦାହ ଓ ଚର୍ମ ଫୁଲା ରୋଗ lesions[୨] |
ଆକ୍ରାନ୍ତ ସମୟ | ଅଳ୍ପ ବୟସ୍କ ଯୁବକ [୨] |
ଅବଧି | ଦୀର୍ଘକାଳୀନ[୨] |
କାରଣ | ଅଜ୍ଞାତ[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ[୨] |
ସଠିକ ରୋଗ ନିର୍ଣ୍ଣୟ | Acne, acne conglobata, pilonidal cysts[୨] |
ଔଷଧ | ଆଣ୍ଟିବାୟୋଟିକ (Antibiotics), ଇମ୍ମ୍ୟୁନୋସପ୍ରେସିଭ ଔଷଧ (immunosuppressive medication)[୨] |
ଚିକିତ୍ସା | ଉଷୁମ ଜଳରେ ଧୁଆ, ଲେଜର ଥେରାପି (laser therapy), ଅପରେଶନ [୨][୪] |
ପୁନଃପୌନିକ | ଜନସଂଖ୍ୟାର ୧-୪% [୨] |
ମୃତ୍ୟୁ ସାନ୍ଦ୍ରତା | କ୍ୱଚିତ୍[୧] |
Patient UK | ହାଇଡ୍ରାଡେନାଇଟିସ ସପ୍ୟୁରେଟିଭା (Hidradenitis suppurativa) |
ହାଇଡ୍ରାଡେନାଇଟିସ ସପ୍ୟୁରେଟିଭା ବା ଏଚଏସ, ଅନ୍ୟ ନାମ ଆକନେ ଇନଭର୍ସା (ଇଂରାଜୀ ଭାଷାରେ Hidradenitis suppurativa/ HS, also known as acne inversa) ଏକ ଦୀର୍ଘକାଳୀନ ଚର୍ମ ରୋଗ (skin disease) ଯେଉଁଥିରେ ଚମରେ ପ୍ରଦାହ ହୋଇ ଫୁଲି ଗୋଟାଳି ହୋଇଯାଏ (lumps) ।[୨][୩] ଏହି ବେମାରୀ ଯନ୍ତ୍ରଣା ଦାୟକ ଓ ଫାଟିଯାଇ ସେଥିରୁ ତରଳ ପଦାର୍ଥ ବା ପୂଜ ବାହାରେ ।[୩] କାଖ (underarms), ସ୍ତନ ତଳପଟ ଭାଙ୍ଗରେ (under the breasts) ଓ ଜଙ୍ଘ ସନ୍ଧିରେ (groin) ଏହି ରୋଗ ଦେଖାଯାଏ ।[୧] ଘାଆ ଶୁଖିଗଲେ ସ୍କାର (scar) ବା ଘାଆ ଦାଗ ରହିଯାଏ ।[୧] ଏହି ରୋଗ ହେଲେ ରୋଗୀର ଆତ୍ମ ସଜାଗ ଓ ଅବସାଦ ହେବା ଦେଖାଯାଏ ।[୩]
ରୋଗର ନିର୍ଦ୍ଧଷ୍ଟ କାରଣ ଅଦ୍ୟାବଧି ଅଜ୍ଞାତ ଅଛି କିନ୍ତୁ ଜେନେଟିକ (genetic) ଓ ପରିବେଶ ସହିତ ସମ୍ପର୍କ ଥିବା ବିଶ୍ୱାସ କରାଯାଏ ।[୩] ଏକ ତୃତୀୟାଂଶ ରୋଗୀଙ୍କର ପରିବାର ସଦସ୍ୟଙ୍କର ଏହି ରୋଗ ଥାଏ ।[୩] ମୋଟାପା ଓ ଧୁମ୍ରପାନ (en:smoking) ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୋଇପାରେ ।[୩] ଏହା ସଂକ୍ରାମକ ନୁହେଁ, ସ୍ୱାସ୍ଥ୍ୟରକ୍ଷା ସମ୍ବନ୍ଧୀୟ ବା ଡିଓଡୋରାଣ୍ଟ (deodorant) ବ୍ୟବହାର ଯୋଗୁ ହୁଏନାହିଁ ।[୩][୪] କୌଣସି କାରଣ ବଶତଃ ଆପୋକ୍ରାଇନ ସ୍ୱେଦ ଗ୍ରନ୍ଥି (apocrine sweat glands) ବା ଲୋମ ଫଲିକ୍ଲର (hair follicles) କର୍ମକ୍ଲିଷ୍ଟତା ଯୋଗୁ ହୁଏ ।[୧][୩] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ । [୨]
ଏହି ରୋଗର କୌଣସି ଚିକିତ୍ସା ଅଧିବଧି ନାହିଁ ।[୪] ସାମାନ୍ୟ ଧରଣର ରୋଗ ହୋଇଥିଲେ ଉଷୁମ ପାଣିରେ ସଫା କରାଯାଏ ।[୪] ଏହାକୁ କାଟି ସଫା କଲେ ମଧ୍ୟ କୌଣସି ଉପକାର ମିଳେନାହିଁ । [୨] ସାଧାରଣତଃ ଆଣ୍ଟିବାୟୋଟିକ (antibiotics) ଦିଆଯାଏ କିନ୍ତୁ ତାଙ୍କର ଉପକାରୀତାର କିଛି ପ୍ରମାଣ ମିଳୁନି । [୪] ଇମ୍ମ୍ୟୁନୋସପ୍ରେସିଭ ଔଷଧ (Immunosuppressive medication) ଦିଆଯାଇ ପାରେ । [୨] ରୋଗ ଅଧିକ ଥିଲେ ଲେଜର ଥେରାପି (laser therapy) ବା ଅପରେଶନ କରି ଚମକୁ ବାହାର କରାଯାଇପାରେ ।[୨] କ୍ୱଚିତ୍ ଏହି ରୋଗ ପରେ ଚର୍ମ କର୍କଟ (skin cancer) ରୋଗରେ ପରିଣତ ହୋଇଯାଏ ।[୩]
ଜନସଂଖ୍ୟାର ୧-୪% ଲୋକ ଏହି ରୋଗଦ୍ୱାରା ଆକ୍ରାନ୍ତ ହୁଅନ୍ତି ।[୨] ପୁରୁଷଙ୍କ ଅପେକ୍ଷା ୩ ଅଧିକ ମହିଳାଙ୍କୁ ଏରୋଗ ହୁଏ ।[୨] ଅଳ୍ପ ବୟସ୍କ ଯୁବାବସ୍ଥାରେ ସାଧାରଣତଃ ରୋଗ ହୁଏ କିନ୍ତୁ ୫୦ ବର୍ଷ ବୟସ ପରେ କମ ଦେଖାଯାଏ ।[୨] ସନ ୧୮୩୩ ଓ ୧୮୩୯ରେ ଆଲଫ୍ରଡ-ଆର୍ମାଣ୍ଡ-ଲୁଇ-ମେରି ଭେଲପୋ (Alfred Velpeau) ପ୍ରଥମେ ଏ ରୋଗର ବର୍ଣ୍ଣନା କରିଥିଲେ ।[୧][୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Hidradenitis Suppurativa". NORD (National Organization for Rare Disorders). 2012. Archived from the original on 19 ଫେବୃଆରୀ 2017. Retrieved 26 ଅକ୍ଟୋବର 2017.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Gregor B.E. Jemec (January 12, 2012). "Clinical Practice: Hidradenitis Suppurativa". N Engl J Med. 366 (2): 158–164. doi:10.1056/NEJMcp1014163.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "Hidradenitis suppurativa". Genetics Home Reference (in ଇଂରାଜୀ). ଡିସେମ୍ବର 2013. Archived from the original on 5 ସେପ୍ଟେମ୍ବର 2017. Retrieved 27 ଅକ୍ଟୋବର 2017.
- ↑ ୪.୦ ୪.୧ ୪.୨ ୪.୩ ୪.୪ "Hidradenitis suppurativa". rarediseases.info.nih.gov (in ଇଂରାଜୀ). 2017. Archived from the original on 28 ଜୁଲାଇ 2017. Retrieved 27 ଅକ୍ଟୋବର 2017.
- ↑ Jemec, Gregor; Revuz, Jean; Leyden, James J. (2006). Hidradenitis Suppurativa (in ଇଂରାଜୀ). Springer Science & Business Media. p. 5. ISBN 9783540331018. Archived from the original on 28 ଅକ୍ଟୋବର 2017.