ଅପର୍ଣ୍ଣା ଦେବୀ
ଅପର୍ଣ୍ଣା ଦେବୀ | |
---|---|
ଅପର୍ଣ୍ଣା ଦେବୀ | |
ଜନ୍ମ | ୨୮ ଜାନୁଆରୀ ୧୮୯୯ ବୀରଭଦ୍ରପୁର |
ମୃତ୍ୟୁ | ୨୩ ଜାନୁଆରୀ ୧୯୬୩ (ବୟସ ୬୩) ପୁରୀ |
ବୃତ୍ତି | ଲେଖକ |
କାର୍ଯ୍ୟ | କବିତାଞ୍ଜଳି, ଦଶ କୁମାରୀ ଚରିତ |
କବିତାକଳ୍ପଲତା ଅପର୍ଣ୍ଣା ଦେବୀ (୨୮ ଜାନୁଆରୀ ୧୮୯୯–୨୩ ଜାନୁଆରୀ ୧୯୬୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି ଥିଲେ । ତାଙ୍କର ରଚନା ମଧ୍ୟରେ ଚିନ୍ତା, କାଳ୍ପନିକ କାବ୍ୟ ଆର୍ଯ୍ୟଲଳନା ଓ ବନମାଳତୀ, ପ୍ରକୃତି ସମ୍ପର୍କିତ ରଚନା ବାରମାସୀ, ପୌରାଣିକ କାବ୍ୟ ସାବିତ୍ରୀ ଚରିତ ଏବଂ ଦେବୀରାଣୀ, ଏକଶହ ଖଣ୍ଡକାବ୍ୟ ସଂକଳନ ଶତଦଳ, ଶିଶୁକିଶୋର ସାହିତ୍ୟ ଦଶକୁମାର ଚରିତ ଓ ଅପ୍ରକାଶିତ ରଚନା ତଥା ଅମିତ୍ରାକ୍ଷରୀ କାବ୍ୟ ସଂଯୁକ୍ତା, ଖଣ୍ଡକାବ୍ୟ ବୀରମତୀ ଏବଂ ଚାରିଭାଗରେ ବିଭକ୍ତ କବିତାବଳୀ ଆଦି ଅନ୍ୟତମ ।
ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା
[ସମ୍ପାଦନା]ଅପର୍ଣ୍ଣା ଦେବୀ ତତ୍କାଳୀନ ପୁରୀ ଜିଲ୍ଲାର ବୀରବଳଭଦ୍ରପୁର ଗ୍ରାମରେ ୧୮୯୯ ମସିହା ଜାନୁଆରୀ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ବୈଦ୍ୟନାଥ ମିଶ୍ର ଓ ମାତାଙ୍କ ନାମ ଥିଲା ଦୁର୍ଗା ଦେବୀ । ସେ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ସେତେବେଳର ବ୍ରାହ୍ମଣ ସମାଜରେ ନାରୀମାନଙ୍କ ଉପରେ ସାମାଜିକ କଟକଣା ହେତୁ ସେ ଉଚ୍ଚଶିକ୍ଷା କରିପାରିନଥିଲେ । ସେ ଛଅ ବର୍ଷ ବୟସରେ ହରେକୃଷ୍ଣପୁର ଶାସନରେ[୧] ଜଣେ ସ୍କୁଲ ଶିକ୍ଷକଙ୍କୁ ବିବାହ କରି ପୁରୀରେ ରହୁଥିଲେ । ତାଙ୍କ ପୁଅଙ୍କ ନାମ ଜଗନ୍ନାଥ ମିଶ୍ର ଓ ଅନ୍ତିମ ଜୀବନରେ ସେ ପୁଅଙ୍କ ପାଖରେ ରହୁଥିଲେ ।[୨]
ସାହିତ୍ୟ ରଚନା
[ସମ୍ପାଦନା]ସେ ମୁଖ୍ୟତଃ କାବ୍ୟ ରଚନା କରିଥିଲେ । ତାଙ୍କ ରଚିତ ପ୍ରଥମ ପୌରାଣିକ କାବ୍ୟ ଇନ୍ଦୁମତୀ । ତାଙ୍କର ବିଭିନ୍ନ ଶ୍ରେଣୀର କାବ୍ୟକବିତା ମଧ୍ୟରେ ଚିନ୍ତା, କାଳ୍ପନିକ କାବ୍ୟ ଆର୍ଯ୍ୟଲଳନା ଓ ବନମାଳତୀ, ପ୍ରକୃତି ସମ୍ପର୍କିତ ରଚନା ବାରମାସୀ, ପୌରାଣିକ କାବ୍ୟ ସାବିତ୍ରୀ ଚରିତ ଏବଂ ଦେବୀରାଣୀ, ଏକଶହ ଖଣ୍ଡକାବ୍ୟ ସଂକଳନ ଶତଦଳ, ଶିଶୁକିଶୋର ସାହିତ୍ୟ ଦଶକୁମାର ଚରିତ ଓ ଅପ୍ରକାଶିତ ରଚନା ତଥା ଅମିତ୍ରାକ୍ଷରୀ କାବ୍ୟ ସଂଯୁକ୍ତା, ଖଣ୍ଡକାବ୍ୟ ବୀରମତୀ ଏବଂ ଚାରିଭାଗରେ ବିଭକ୍ତ କବିତାବଳୀ ଆଦି ଅନ୍ୟତମ ।[୨] ସେ ବିଶେଷତଃ ଉପେନ୍ଦ୍ର ଭଞ୍ଜଙ୍କ ଓ ରାଧାନାଥ ରାୟଙ୍କ ରଚନାରୁ ପ୍ରଭାବିତ ହୋଇଥିଲେ ।[୧] ତାଙ୍କ ରଚିତ ବନମାଳତୀ କାବ୍ୟର ପ୍ରଥମ ସଂସ୍କରଣ ଝରିଆ ରାଜ୍ୟର ଯୁବରାଣୀ ପ୍ରକାଶ କରିଥିଲେ ।[୩]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ତାଙ୍କର ପ୍ରଥମ ରଚନା ଓ ଏକ ପୌରାଣିକ କାବ୍ୟ ଇନ୍ଦୁମତୀ ନିମନ୍ତେ ସେ କେନ୍ଦୁଝର ରାଜଦରବାରରେ କବିତାକଳ୍ପଲତା ଉପାଧିରେ ଭୂଷିତ ହୋଇଥିଲେ । ସମ୍ମାନସ୍ୱରୂପ ତାଙ୍କୁ ପୁରୀ ପଥୁରିଆ ସାହିରେ ଏକ ବାସସ୍ଥାନ ମିଳିଥିଲା ।[୨]
ରଚନାବଳୀ
[ସମ୍ପାଦନା]- ଇନ୍ଦୁମତୀ
- ଚିନ୍ତା
- ଆର୍ଯ୍ୟଲଳନା (କାଳ୍ପନିକ କାବ୍ୟ)
- ବନମାଳତୀ
- ବାରମାସୀ ( ପ୍ରକୃତି ସମ୍ପର୍କିତ ରଚନା)
- ସାବିତ୍ରୀ ଚରିତ (ପୌରାଣିକ କାବ୍ୟ)
- ଦେବୀରାଣୀ (ପୌରାଣିକ କାବ୍ୟ)
- 'ଶତଦଳ (ଖଣ୍ଡକାବ୍ୟ ସଂକଳନ)
- ଦଶକୁମାର ଚରିତ (ଶିଶୁକିଶୋର ସାହିତ୍ୟ)
- ସଂଯୁକ୍ତା (ଅପ୍ରକାଶିତ ରଚନା ତଥା ଅମିତ୍ରାକ୍ଷରୀ କାବ୍ୟ)
- ବୀରମତୀ (ଖଣ୍ଡକାବ୍ୟ)
- କବିତାବଳୀ
- କବିତାଞ୍ଜଳି (୧୯୪୬)[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ଦାଶ, କୁଳମଣି (୧୯୩୧). ଚିନ୍ତା. କଟକ: ମୃତ୍ୟୁଞ୍ଜୟ କର.
- ↑ ୨.୦ ୨.୧ ୨.୨ "ଅପର୍ଣ୍ଣା ଦେବୀ". ova.gov.in. Retrieved 2024-03-13.
- ↑ ମହାପାତ୍ର, ଶ୍ରୀରାମଚନ୍ଦ୍ର (୧୯୪୧). ବନମାଳତୀ (in 0r) (୨ୟ ed.). କଟକ.
{{cite book}}
: CS1 maint: location missing publisher (link) CS1 maint: unrecognized language (link) - ↑ କବିତାଞ୍ଜଳି, Wikidata Q107079702