କେନ୍ଦୁଝର ଗଡ଼ଜାତ ରାଜ୍ୟ

ଉଇକିପିଡ଼ିଆ‌ରୁ
Keonjhar State
କେନ୍ଦୁଝର
ଗଡ଼ଜାତ ରାଜ୍ଯ of ବ୍ରିଟିଶ ଭାରତ
12th century–1948

Flag of Keonjhar

Flag

Location of Keonjhar
Location of Keonjhar
Keonjhar State in the Imperial Gazetteer of India
History
 •  Established 12th century
 •  Accession to the Union of India 1948
Area
 •  1931 ୮,୦୧୯ km2 (୩,୦୯୬ sq mi)
Population
 •  1931 ୪,୬୦,୬୦୯ 
Density ୫୭.୪ /km2  (୧୪୮.୮ /sq mi)

କେନ୍ଦୁଝର ବା କେଉଁଝର ବ୍ରିଟିଶ ଶାସନ ସମୟର ଏକ ଗଡ଼ଜାତ ବା ଦେଶୀୟ ରାଜ୍ୟ ।[୧] ତତ୍କାଳୀନ ଓଡ଼ିଶାର ଦେଶୀୟ ବା ଗଡଜାତ ରାଜ୍ୟମାନଙ୍କ ମଧ୍ୟରେ ଏହା ଥିଲା ଦ୍ୱିତୀୟ ବୃହତ୍ତମ ରାଜ୍ୟ ।[୨] ଅଧୁନାତନ ଓଡୀଶାର କେନ୍ଦୁଝର ଜିଲ୍ଲାରେ ଏହା ଅବସ୍ଥିତ । ଦେଶୀୟ ରାଜ୍ୟର ମିଶ୍ରଣ ସମୟରେ ଏହା ୧୯୪୮ ମସିହାରେ ଭାରତ ସହିତ ମିଶିଥିଲା ।

ଇତିହାସ[ସମ୍ପାଦନା]

କେନ୍ଦୁଝର ଗଡଜତ ରାଜ୍ୟ ସମ୍ଭବତଃ ଦ୍ୱାଦଶ ଶତାବ୍ଦୀର ପ୍ରଥମ ଭାଗରେ ରାଜା ଜତି ସିଂ (ଜ୍ୟୋତି ଭଞ୍ଜ)ଙ୍କଦ୍ୱାରା ପ୍ରତିଷ୍ଠିତ । ଜତି ସିଂ (ଜ୍ୟୋତି ଭଞ୍ଜ)ଙ୍କ ଭାଇ ଆଦି ସିଂ (ଆଦି ଭଞ୍ଜ) ଥିଲେ ମୟୁରଭଞ୍ଜ ଗଡଜାତ ରାଜ୍ୟର ପ୍ରତିଷ୍ଠାତା ।

ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଜୟପୁର (ରାଜପୁତାନା)ର ମହାରାଜା ମାନ ସିଂଙ୍କ ପୁତ୍ର ଜୟ ସିଂ ପୁରୀକୁ ତୀର୍ଥାଟନ ସମୟରେ ଉତ୍କଳର ଗଜପତି ପ୍ରତାପେନ୍ଦ୍ର ଦେବଙ୍କ କନ୍ୟା ପଦ୍ମାବତୀଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଯୌତୁକ ଭାବେ ସେ ହରିହରପୁର ରାଜ୍ୟ ଲାଭ କରିଥିଲେ । ଏହି ରାଜ୍ୟ ମୟୁରଭଞ୍ଜ ଏବଂ କେନ୍ଦୁଝର ଦୁଇ ରାଜ୍ୟକୁ ନେଇ ଗଠିତ ଥିଲା । ଜୟ ସିଂଙ୍କ ଔରସରୁ ପଦ୍ମାବତୀ ଆଦି ସିଂ ଏବଂ ଜୋତି ସିଂ ନାମକ ଦୁଇ ସନ୍ତାନର ଜନନୀ ହେଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସୀମାରେ କୌଣସି ଏକ ଅଞ୍ଚଳ ବିଜୟ କରନ୍ତେ, ଗଜପତି ମହାରାଜା ଅଦ୍ଦି ସିଂଙ୍କୁ ଭଞ୍ଜ ଉପାଧୀ ପ୍ରଦାନ କରିଥିଲେ ।.[୩]

କେନ୍ଦୁଝର ଗଡ଼ଜାତର ଶାସକ[ସମ୍ପାଦନା]

କେନ୍ଦୁଝର ଗଡଜାତର ଶାସକମାନେ ରାଜା ଉପାଧିରେ ଭୂଷିତ ହୋଇଥିଲେ । ଏହି ଗଡଜାତର ରାଜକୀୟ ପ୍ରତୀକ (emblem) ଭାବେ ପଡୋଶୀ ରାଜ୍ୟ ମୟୁରଭଞ୍ଜର ରାଜକୀୟ ପ୍ରତୀକ ହିଁ ଗୃହୀତ ହୋଇଥିଲା [୪] ପ୍ରାକ୍‌ ସ୍ୱାଧୀନତା କାଳରେ ଏହି ଗଡଜାତର ରାଜାମାନେ ହେଲେ:

  • ୧୬୮୮- ୧୭୦୦ ଜଗନ୍ନାଥ ଭଞ୍ଜ
  • ୧୭୦୦ - ୧୭୧୯ ରଘୁନାଥ ଭଞ୍ଜ
  • ୧୭୧୯-୧୭୩୬ ଗୋପୀନାଥ ଭଞ୍ଜ
  • ୧୭୩୬-୧୭୫୭ ନରସିଂହ ନାରାୟଣ ଭଞ୍ଜ
  • ୧୭୫୭- ୧୭୫୮ ଦାନେଶ୍ୱର ନାରାୟଣ ଭଞ୍ଜ
  • ୧୭୫୮- ୧୭୬୨ ଜଗତେଶ୍ୱର ନାରାୟଣ ଭଞ୍ଜ
  • ୧୭୬୨-୧୭୯୪ ପ୍ରତାପ ବଳଭଦ୍ର ଭଞ୍ଜ
  • ୧୭୯୪-୧୮୨୫ ଜନାର୍ଦ୍ଦନ ଭଞ୍ଜ
  • ୧୮୨୫- ୨୨ ମାର୍ଚ ୧୮୬୧ ଗଦାଧର ନାରାୟଣ ଭଞ୍ଜ ଦେଓ
  • ୪ ସେମ୍ଟେମ୍ବର ୧୮୬୧- ୨୭ ଅକ୍ଟୋବର ୧୯୦୫ ଧନୁର୍ଜୟ ନାରାୟଣ ଭଞ୍ଜ ଦେଓ
  • ୨୭ ଅକ୍ଟୋବର ୧୯୦୫- ୧୨ ଅଗଷ୍ଟ ୧୯୨୬ ଗୋପୀନାଥ ନାରାୟଣ ଭଞ୍ଜ ଦେଓ
  • ୧୯୦୬ -୧୨ ଅଗଷ୍ଟ ୧୯୨୬ ମ୍ୟାକମିଲାନ (State Superintendent)
  • ୧୨ ଅଗଷ୍ଟ ୧୯୨୬-୧୫ ଅଗଷ୍ଟ ୧୯୪୭ ବଳଭଦ୍ର ନାରାୟଣ ଭଞ୍ଜ ଦେଓ

ଆଧାର[ସମ୍ପାଦନା]

  1. Chisholm, Hugh, ed. (1911). "Keonjhar" . Encyclopædia Britannica Eleventh Edition. Vol. 15 (11th ed.). Cambridge University Press. p. 749.
  2. Princely States of India A-J
  3. Princely states - Keonjhar
  4. Princely States of India

ବାହାର ଲିଙ୍କ[ସମ୍ପାଦନା]