Jump to content

ଅପର୍ଣ୍ଣା ଦେବୀ

ଉଇକିପିଡ଼ିଆ‌ରୁ
ଅପର୍ଣ୍ଣା ଦେବୀ
ଜନ୍ମ(1899-01-28)୨୮ ଜାନୁଆରୀ ୧୮୯୯
ମୃତ୍ୟୁ୨୩ ଜାନୁଆରୀ ୧୯୬୩(1963-01-23) (ବୟସ ୬୩)
ବୃତ୍ତିଗୃହିଣୀ
ପ୍ରସିଦ୍ଧିଦଶକୁମାର ଚରିତ, ଦଶକୁମାରୀ ଚରିତ
ବୈବାହିକ-ସାଥୀଲିଙ୍ଗରାଜ ମିଶ୍ର
ପିତାମାତାବୈଦ୍ୟନାଥ ମିଶ୍ର, ଦୁର୍ଗା ଦେବୀ

କବିତାକଳ୍ପଲତା ଅପର୍ଣ୍ଣା ଦେବୀ (୨୮ ଜାନୁଆରୀ ୧୮୯୯–୨୩ ଜାନୁଆରୀ ୧୯୬୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି ଥିଲେ । ତାଙ୍କର ରଚନା ମଧ୍ୟରେ ଚିନ୍ତା, କାଳ୍ପନିକ କାବ୍ୟ ଆର୍ଯ୍ୟଲଳନାବନମାଳତୀ, ପ୍ରକୃତି ସମ୍ପର୍କିତ ରଚନା ବାରମାସୀ, ପୌରାଣିକ କାବ୍ୟ ସାବିତ୍ରୀ ଚରିତ ଏବଂ ଦେବୀରାଣୀ, ଏକଶହ ଖଣ୍ଡକାବ୍ୟ ସଂକଳନ ଶତଦଳ, ଶିଶୁକିଶୋର ସାହିତ୍ୟ ଦଶକୁମାର ଚରିତ ଓ ଅପ୍ରକାଶିତ ରଚନା ତଥା ଅମିତ୍ରାକ୍ଷରୀ କାବ୍ୟ ସଂଯୁକ୍ତା, ଖଣ୍ଡକାବ୍ୟ ବୀରମତୀ ଏବଂ ଚାରିଭାଗରେ ବିଭକ୍ତ କବିତାବଳୀ ଆଦି ଅନ୍ୟତମ ।

ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା

[ସମ୍ପାଦନା]

ଅପର୍ଣ୍ଣା ଦେବୀ ତତ୍କାଳୀନ ପୁରୀ ଜିଲ୍ଲାର ବୀରବଳଭଦ୍ରପୁର ଶାସନ ଗ୍ରାମରେ ୧୮୯୯ ମସିହା ଜାନୁଆରୀ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ବୈଦ୍ୟନାଥ ମିଶ୍ର ଓ ମାତାଙ୍କ ନାମ ଥିଲା ଦୁର୍ଗା ଦେବୀ । ସେ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ସେତେବେଳର ବ୍ରାହ୍ମଣ ସମାଜରେ ନାରୀମାନଙ୍କ ଉପରେ ସାମାଜିକ କଟକଣା ହେତୁ ସେ ଉଚ୍ଚଶିକ୍ଷା କରିପାରିନଥିଲେ । ସେ ଛଅ ବର୍ଷ ବୟସରେ ହରେକୃଷ୍ଣପୁର ଶାସନରେ[] ଜଣେ ସ୍କୁଲ ଶିକ୍ଷକଙ୍କୁ ବିବାହ କରି ପୁରୀରେ ରହୁଥିଲେ । ତାଙ୍କ ପୁଅଙ୍କ ନାମ ଜଗନ୍ନାଥ ମିଶ୍ର ଓ ଅନ୍ତିମ ଜୀବନରେ ସେ ପୁଅଙ୍କ ପାଖରେ ରହୁଥିଲେ ।[]

ସାହିତ୍ୟ ରଚନା

[ସମ୍ପାଦନା]

ସେ ମୁଖ୍ୟତଃ କାବ୍ୟ ରଚନା କରିଥିଲେ । ତାଙ୍କ ରଚିତ ପ୍ରଥମ ପୌରାଣିକ କାବ୍ୟ ଇନ୍ଦୁମତୀ । ତାଙ୍କର ବିଭିନ୍ନ ଶ୍ରେଣୀର କାବ୍ୟକବିତା ମଧ୍ୟରେ ଚିନ୍ତା, କାଳ୍ପନିକ କାବ୍ୟ ଆର୍ଯ୍ୟଲଳନାବନମାଳତୀ, ପ୍ରକୃତି ସମ୍ପର୍କିତ ରଚନା ବାରମାସୀ, ପୌରାଣିକ କାବ୍ୟ ସାବିତ୍ରୀ ଚରିତ ଏବଂ ଦେବୀରାଣୀ, ଏକଶହ ଖଣ୍ଡକାବ୍ୟ ସଂକଳନ ଶତଦଳ, ଶିଶୁକିଶୋର ସାହିତ୍ୟ ଦଶକୁମାର ଚରିତ ଓ ଅପ୍ରକାଶିତ ରଚନା ତଥା ଅମିତ୍ରାକ୍ଷରୀ କାବ୍ୟ ସଂଯୁକ୍ତା, ଖଣ୍ଡକାବ୍ୟ ବୀରମତୀ ଏବଂ ଚାରିଭାଗରେ ବିଭକ୍ତ କବିତାବଳୀ ଆଦି ଅନ୍ୟତମ ।[] ସେ ବିଶେଷତଃ ଉପେନ୍ଦ୍ର ଭଞ୍ଜଙ୍କରାଧାନାଥ ରାୟଙ୍କ ରଚନାରୁ ପ୍ରଭାବିତ ହୋଇଥିଲେ ।[] ତାଙ୍କ ରଚିତ ବନମାଳତୀ କାବ୍ୟର ପ୍ରଥମ ସଂସ୍କରଣ ଝରିଆ ରାଜ୍ୟର ଯୁବରାଣୀ ପ୍ରକାଶ କରିଥିଲେ ।[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]

ତାଙ୍କର ପ୍ରଥମ ରଚନା ଓ ଏକ ପୌରାଣିକ କାବ୍ୟ ଇନ୍ଦୁମତୀ ନିମନ୍ତେ ସେ କେନ୍ଦୁଝର ରାଜଦରବାରରେ କବିତାକଳ୍ପଲତା ଉପାଧିରେ ଭୂଷିତ ହୋଇଥିଲେ । ସମ୍ମାନସ୍ୱରୂପ ତାଙ୍କୁ ପୁରୀ ପଥୁରିଆ ସାହିରେ ଏକ ବାସସ୍ଥାନ ମିଳିଥିଲା ।[]

ରଚନାବଳୀ

[ସମ୍ପାଦନା]
  • ଇନ୍ଦୁମତୀ
  • ଚିନ୍ତା
  • ଆର୍ଯ୍ୟଲଳନା (କାଳ୍ପନିକ କାବ୍ୟ)
  • ବନମାଳତୀ
  • ବାରମାସୀ ( ପ୍ରକୃତି ସମ୍ପର୍କିତ ରଚନା)
  • ସାବିତ୍ରୀ ଚରିତ (ପୌରାଣିକ କାବ୍ୟ)
  • ଦେବୀରାଣୀ (ପୌରାଣିକ କାବ୍ୟ)
  • 'ଶତଦଳ (ଖଣ୍ଡକାବ୍ୟ ସଂକଳନ)
  • ଦଶକୁମାର ଚରିତ (ଶିଶୁକିଶୋର ସାହିତ୍ୟ)
  • ସଂଯୁକ୍ତା (ଅପ୍ରକାଶିତ ରଚନା ତଥା ଅମିତ୍ରାକ୍ଷରୀ କାବ୍ୟ)
  • ବୀରମତୀ (ଖଣ୍ଡକାବ୍ୟ)
  • କବିତାବଳୀ
  • କବିତାଞ୍ଜଳି (୧୯୪୬)[]
  1. ୧.୦ ୧.୧ ଦାଶ, କୁଳମଣି (୧୯୩୧). ଚିନ୍ତା. କଟକ: ମୃତ୍ୟୁଞ୍ଜୟ କର.
  2. ୨.୦ ୨.୧ ୨.୨ "ଅପର୍ଣ୍ଣା ଦେବୀ". ova.gov.in. Retrieved 2024-03-13.
  3. ମହାପାତ୍ର, ଶ୍ରୀରାମଚନ୍ଦ୍ର (୧୯୪୧). ବନମାଳତୀ (in 0r) (୨ୟ ed.). କଟକ.{{cite book}}: CS1 maint: location missing publisher (link) CS1 maint: unrecognized language (link)
  4. କବିତାଞ୍ଜଳି, Wikidata Q107079702