ଟନସିଲାଇଟିସ
ଟନସିଲାଇଟିସ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | family medicine[*], ସଂକ୍ରାମକ ରୋଗ[*], otolaryngology[*] |
ଆଇସିଡ଼ି-୧୦ | J03., J35.0 |
ଆଇସିଡ଼ି-୯-ସିଏମ୍ | 463 |
ରୋଗ ଡାଟାବେସ | 13165 |
ମେଡ଼ିସିନ-ପ୍ଲସ | 001043 |
ଇ-ମେଡ଼ିସିନ | article/871977 |
Patient UK | ଟନସିଲାଇଟିସ |
MeSH | D014069 |
ଟନସିଲାଇଟିସ ବା ଟନସିଲ ପ୍ରଦାହ (ଇଂରାଜୀ ଭାଷାରେ tonsillitis) ରୋଗ ଟନସିଲରେ (tonsil) ଆରମ୍ଭ ହେଉଥିବା ଏକ ପ୍ରକାର ଦୃତ ଗତିର ପ୍ରଦାହକୁ ବୁଝାଏ ।[୧] ଏହା ଏକ ପ୍ରକାର ଫାରିଞ୍ଜାଇଟିସ ରୋଗ ।[୨] ଲକ୍ଷଣ: ଏଥିରେ ତଣ୍ଟି ଦରଜ, ଜ୍ୱର, ଟନସିଲର ବଡ଼ ଆକାର ହୁଏ, ଗିଳିବାରେ ସମସ୍ୟା ହୁଏ ଓ ଲସିକା ଗ୍ରନ୍ଥି ବଢ଼ିଯାଏ ।[୧] ରୋଗ ଜଟିଳ ହେଲେ ପେରିଟନସିଲାର ଆବସେସ (peritonsillar abscess) ରୋଗ ହୁଏ ।[୩]
ଟନସିଲାଇଟିସ ରୋଗ ସାଧାରଣତଃ ଏକ ଭୁତାଣୁ ଜନିତ ସଂକ୍ରମଣ (viral infection), ମାତ୍ର ୫ର-୪୦% କେଶ୍ରେ ଜୀବାଣୁ ସଂକ୍ରମଣ (bacterial infection) ଯୋଗୁ ହୁଏ ।[୪][୫] ଗ୍ରୁପ ଏ ଷ୍ଟ୍ରେପ୍ଟୋକୋକସ (group A streptococcus) ଜୀବାଣୁ ଯୋଗୁ ଏହି ରୋଗ ହେଲେ ତାହାକୁ ସ୍ଟ୍ରେପଥ୍ରୋଟ କୁହାଯାଏ ।[୬] କ୍ୱଚିତ କେତେକ କେଶ୍ରେ ଅନ୍ୟ ଜୀବାଣୁ ଯେପରିକି ନାଇସେରିଆ ଗନୋରିଆ (Neisseria gonorrhoeae), କୋରିନୋବ୍ୟାକ୍ଟେରିଅମ ଡିଫଥେରି (Corynebacterium diphtheriae) ବା ହେମୋଫାଇଲସ ଇନଫ୍ଲୁଏଞ୍ଜି (Haemophilus influenzae) ଯୋଗୁ ହୁଏ ।[୪] ବାୟୁ ମାଧ୍ୟମରେ ଏହି ସଂକ୍ରମଣ ମଣିଷରୁ ମଣିଷକୁ ବ୍ୟାପିଯାଏ । [୫] ସେଣ୍ଟର ସ୍କୋର (Centor score) ନାମକ ସ୍କୋରିଙ୍ଗ ସିସ୍ଟମ ସାହାଯ୍ୟରେ କାରଣମାନଙ୍କୁ ପୃଥକ କରାଯାଏ । ଥ୍ରୋଟ ସ୍ୱାବ (throat swab) ବା ରାପିଡ ସ୍ଟ୍ରେପ ଟେଷ୍ଟ (rapid strep test) ସାହାଯ୍ୟରେ ଏହି ରୋଗ ନିଧାର୍ଯ୍ୟ କରାଯାଏ ।[୪]
ଲକ୍ଷଣରେ ଉନ୍ନତି ଆଣିବା ଓ ଜଟିଳ ନ ହେବାକୁ ଦେବା ଏହି ରୋଗ ଚିକିତ୍ସାର ଲକ୍ଷ ରଖାଯାଏ । ଯନ୍ତ୍ରଣା ଉପଶମ ନିମନ୍ତେ ପାରାସେଟାମୋଲ (acetaminophen) ଓ ଆଇବୁପ୍ରୋଫେନ୍ ଦିଆଯାଏ । ସ୍ଟ୍ରେପଥ୍ରୋଟ ଥିଲେ ପେନିସିଲିନ (penicillin)(ଏକ ପ୍ରକାର ଆଣ୍ଟିବାୟୋଟିକ) ପାଟିରେ ଦିଆଯାଏ । ପେନିସିଲିନ ପ୍ରତି ଆଲର୍ଜି ଥିଲେ ସେଫାଲୋସ୍ପୋରିନ (cephalosporins) ବା ମାକ୍ରୋଲାଇଡ (macrolides) ଦିଆଯାଇପାରେ ।[୪] ବାରମ୍ବାର ଟନସିଲାଇଟିସ ଭୋଗ କରୁଥିବା ପିଲାଙ୍କର ଟିନସିଲେକ୍ଟୋମି (tonsillectomy) କଲେ ପରବର୍ତ୍ତୀ ରୋଗ ଆକ୍ରମଣ କମିଯାଏ ।[୭]
ଜନସଂଖ୍ୟାର ପ୍ରାୟ ୭.୫% ଲୋକଙ୍କର ୩ ମାସ ମଧ୍ୟରେ ଏହି ରୋଗ ହୁଏ ଓ ପ୍ରତିବର୍ଷ ପ୍ରାୟ ୨% ଲୋକ ଏହି ରୋଗ ନିମନ୍ତେ ଡାକ୍ତର ପରାମର୍ଶ କରନ୍ତି ।[୮] ସ୍କୁଲ ପିଲାଙ୍କର ଶୀତଦିନେ ଏହି ରୋଗ ପ୍ରାୟ ହୁଏ ।[୫][୪] ଅଧିକାଂଶ ଲୋକ ବିନା ଚିକିତ୍ସାରେ ଭଲ ହୋଇଯାଆନ୍ତି । [୪] ତିନି ଦନରେ ପ୍ରାୟ ୪୦% ଲୋକଙ୍କର, ଏକ ସପ୍ତାହ ମଧ୍ୟରେ ୮୦% ଲୋକଙ୍କର ରୋଗ ଉପଶମ ହୋଇଯାଏ, ଯାହାବି କାରଣ ହୋଇଥାଉ ।[୯] ଆଣ୍ଟିବାୟୋଟିକ ଦେଲେ ପ୍ରାୟ ୧୬ ଘଣ୍ଟା ମଧ୍ୟରେ ଲକ୍ଷଣ ଉପଶମ ହୋଇଯାଏ ।[୯]
ଚିହ୍ନ ଓ ଲକ୍ଷଣ
[ସମ୍ପାଦନା]ସାଧାରଣ ଚିହ୍ନ ଓ ଲକ୍ଷଣ [୧୦][୧୧][୧୨]
- ଗଳାଦାହ (Sore throat)
- ଟନସିଲ ଲାଲ ଦେଖାଯାଏ ଓ ଫୁଲିଥିବା ଦେଖାଯାଏ ।
- ଖାଇଲା ବେଳେ କଷ୍ଟ ହୁଏ ।
- ଉଚ୍ଚ ତାପମାତ୍ରା ଜ୍ୱର ହୁଏ ।
- କାଶ
- ମୁଣ୍ଡ ବଥା
- ଥକ୍କା ଲାଗିବା
- ଶୀତ ଲାଗିବା
- ଅସୁସ୍ଥ
- ଟନସିଲରେ ପୂଜ ଦେଖାଯାଏ
- ବେକର ଲସିକା ଗ୍ରନ୍ଥି ଫୁଲିଯାଏ ।
- କାନ ଓ ବେକରେ ଯନ୍ତ୍ରଣା ହୁଏ ।
- ଅଳ୍ପ ଲକ୍ଷଣ
- ବାନ୍ତି ଲାଗିବା
- ପାକସ୍ଥଳୀରେ କଷ୍ଟ
- ଜିଭ ଉପରେ କୋଟିଙ୍ଗ ହେବା
- ନିଶ୍ୱାସ ଦୁର୍ଗନ୍ଧ ହେବା (halitosis)
- ସ୍ୱର ପରିବର୍ତ୍ତନ
- ମୁହଁ ଖୋଲିବାକୁ କଷ୍ଟ ହୁଏ ।
ଉଗ୍ର ଟନସିଲାଇଟିସ ହେଲେ ଟନସିଲ ଉଜ୍ଜ୍ୱଳ ଲାଲ ଦେଖା ଯାଇ ଓ ଠାଏ ଠାଏ ପୂଜ ଦେଖାଯାଏ [୧୩] । ବାରମ୍ବାର ଟନସିଲାଇଟିସ ହେଲେ ଟନସିଲୋଲିଥ (Tonsillolith) ହୁଏ [୧୪] ।
କାରଣ
[ସମ୍ପାଦନା]ଟନସିଲାଇଟିସ ହେବାର ଅତି ସାଧାରଣ କାରଣମାନଙ୍କ ମଧ୍ୟରେ ଭୁତାଣୁ ମୂଖ୍ୟ ସ୍ଥାନ ଅଧିକାର କରେ । ମୂଖ୍ୟ ଭୁତାଣୁମାନଙ୍କର ନାମ: ଆଡେନୋଭାଇରସ, ରାଇନୋଭାଇରସ, ଇନଫ୍ଲୁଏଞ୍ଜା ଭାଇରସ, କରୋନାଭାଇରସ ଓ ରେସ୍ପିରେଟରି ସିନ୍ସିଟିଆଲ ଭାଇରସ [୧୦][୧୧] । ଏହି ରୋଗ ଅନ୍ୟ କେତେକ ଭୁତାଣୁଦ୍ୱାରା ମଧ୍ୟ ହୁଏ ଯଥା ଏପସ୍ଟେନ-ବାର ଭୁତାଣୁ, ହର୍ପେସ ସିମ୍ପ୍ଲେକ୍ସ ଭୁତାଣୁ, ସାଇଟୋମେଗାଲୋ ଭୁତାଣୁ ଓ ଏଚ.ଆଇ.ଭି. ଭୁତାଣୁ[୧୦][୧୧] ।
ଦ୍ୱିତୀୟରେ ଏହି ରୋଗ ସଂକ୍ରମଣ କରାଉଥିବା ଜୀବାଣୁ ନାମ: ଗ୍ରୁପ୍ ଏ ବିଟା-ହେମୋଲିଟିକସ ସ୍ଟ୍ରେପ୍ଟୋକୋକସ (Group A β-hemolytic streptococcus ବା GABHS) ଯାହା ସ୍ଟ୍ରେପ୍ ଥ୍ରୋଟ ରୋଗ କରାଏ[୧୦][୧୧] ।
ସ୍ୱଳ୍ପ ସାଧାରଣ ଜୀବାଣୁ ନାମ: ସ୍ଟାଫିଲୋକୋକସ ଅରିଅସ (ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକସ ଅରିଅସ)[୧୫], ସ୍ଟ୍ରେପ୍ଟୋକୋକସ ନିମୋନି, ମାଇକୋପ୍ଲାଜ୍ମା ନିମୋନି, କ୍ଲାମିଡିଆ ନିମୋନି, ପର୍ଟୁସିସ୍, ଫୁସୋବ୍ୟାକ୍ଟେରିଅମ, ଡିପଥେରିଆ, ସିଫିଲିସ୍ ଓ ଗନେରିଆ[୧୦][୧୧] ।
କିଛି ଅଣବାୟୁଜୀବି ଜୀବାଣୁ ଏହି ରୋଗ କରିବା ସମ୍ଭାବନା ଥିବା କଥା କେତେକ ପରୀକ୍ଷାଦ୍ୱାରା ଜଣାପଡ଼ୁଛି[୧୬] ।
ସାଧାରଣ ପରିସ୍ଥିତିରେ ଭୁତାଣୁ ଓ ଜୀବାଣୁ ବାୟୁ ମାଧ୍ୟମରେ ନାକ ଓ ପାଟି ବାଟ ଦେଇ ଗଳାରେ ପ୍ରବେଶ କରନ୍ତି ଯେଉଁଠାରେ ଟନସିଲଦ୍ୱାରା ଛାଣି ହୋଇଯାଆନ୍ତି । ଏହି ଟନସିଲରେ ଶ୍ୱେତ ରକ୍ତ କଣିକା ଓ ପ୍ରତିରୋଧ ପ୍ରଣାଳୀଦ୍ୱାରା ପ୍ରଦାହକାରୀ ସାଇଟିକାଇନେଜ ଯଥା ଫସ୍ଫୋଲାଇପେଜ ଏ୨ଦ୍ୱାରା ଭୁତାଣୁ ଓ ଜୀବାଣୁ ନଷ୍ଟ ହୋଇଯାଆନ୍ତି[୧୭] ଓ ଏହା ଯୋଗୁ ଜ୍ୱର ମଧ୍ୟ ହୁଏ[୧୮][୧୯] । ଏହି ସଂକ୍ରମଣ ପାର୍ଶ୍ୱବତ୍ତୀ ସ୍ଥାନ ଫାରିଙ୍କ୍ସରେ ମଧ୍ୟ ପ୍ରଦାହ ସୃଷ୍ଟ କରେ ।
ବେଳେ ବେଳେ ସ୍ପାଇରୋକେଟା ଓ ଟ୍ରେପାନୋମାଦ୍ୱାରା ଟନସିଲାଇଟିସ ହେଲେ ତାହାକୁ ଭିନସେଣ୍ଟ ଆଞ୍ଜିନା ବା ପ୍ଲଟ- ଭିନସେଣ୍ଟ ଆଞ୍ଜିନା କୁହାଯାଏ[୨୦] ।
ରୋଗ ନିର୍ଣ୍ଣୟ
[ସମ୍ପାଦନା]ନିମ୍ନରେ ପ୍ରଦତ୍ତ ପରୀକ୍ଷାଦ୍ୱାରା ଟନସିଲାଇଟିସ ନିର୍ଣ୍ଣୟ କରାଯାଏ ।
- ରକ୍ତ କଲ୍ଚର - ରୋଗୀର ଟନସିଲରୁ ସ୍ୱାବ ନେଇ ବ୍ଲଡ ଅଗର ପ୍ଲେଟରେ କଲ୍ଚର କଲେ ୨ ଦିନ ପରେ ରୋଗ ଜୀବାଣୁ ଚିହ୍ନା ପଡ଼େ । ଗୋଟିଏ କଲ୍ଚରଦ୍ୱାରା ୯୦%ରୁ ୯୫% ସ୍ଟ୍ରେପ୍ଟୋକୋକସ ଜୀବାଣୁ ସଠିକ ଭାବେ ନିର୍ଣ୍ଣୟ କରାଯାଏ ।
- ପି.ସି.ଆର. - ପଲିମରେଜ ଚେନ ରିଆକ୍ସନ୍
- ଆଣ୍ଟିସ୍ଟ୍ରେପ୍ଟୋଲାଇସିନ ଓ ଟାଇଟର -
ଚିକିତ୍ସା
[ସମ୍ପାଦନା]ଟନସିଲାଇଟିସ ରୋଗର ଲକ୍ଷଣ ଜନିତ ଅସ୍ୱସ୍ତି କମେଇବା ନିମନ୍ତେ ଚିକିତ୍ସା:[୧୦][୧୧][୧୨][୨୧][୨୨]
- ଯନ୍ତ୍ରଣା, ପ୍ରଦାହ ଓ ଜ୍ୱର କମେଇବା ନିମନ୍ତେ ପାରାସେଟାମଲ, ଆଇବୁପ୍ରୋଫେନ ଇତ୍ୟାଦି ଦିଆଯାଏ ।
- ଗଳା ଅସୁବିଧା କମେଇ ନିମନ୍ତେ ଉଷୁମ ଲୁଣ ପାଣି କୁଳି, ବିଭିନ୍ନ ଲଜେଞ୍ଜ ।
ଜୀବାଣୁ ମାରିବା ନିମନ୍ତେ - ଗ୍ରୁପ ଏ ସ୍ତ୍ରେପ୍ଟୋକୋକସ ଜୀବାଣୁ ଯୋଗୁ ହେଉଥିବା ଜଣା ପଡ଼ିଲେ ଆଣ୍ଟିବାୟୋଟିକ ପେନିସିଲିନ, ଆମୋକ୍ସିସିଲିନ ପ୍ରଥମ ପସନ୍ଦ ହିସାବରେ ଦିଆଯାଏ[୨୩] । ସେଫାଲୋସ୍ପୋରିନ୍ ଓ ମାକ୍ରୋଲାଇଡ ଔଷଧ ପେନିସିଲିନ ବଦଳରେ ଦିଆଯାଇ ପାରେ[୨୪] । ପେନିସିଲିନ୍ ଆଲର୍ଜି ଥିଲେ ତା ବଦଳରେ ଏରିଥ୍ରୋମାଇସିନ ଦିଆଯାଏ । ପେନିସିଲିନରେ ଭଲ ନ ହେଲେ କ୍ଲିଣ୍ଡାମାଇସିନ୍ କିମ୍ବା ଆମୋକ୍ସିସିଲିନ କ୍ଲାଭୁଲାନେଟ ଦିଆଯାଏ । ଭାଇରସଦ୍ୱାରା ରୋଗ ହୋଇଥିଲେ ପ୍ରାୟ ଏକ ସପ୍ତାହ ମଧ୍ୟରେ ଭଲ ହୋଇଯାଏ ।
ସ୍ଥାୟୀ ଟନସିଲାଇଟିସ ରୋଗ ହୋଇଥିଲେ ଅପରେସନ (Tonsillectomy)ଦ୍ୱାରା କାଢ଼ି ଦିଆଯାଏ[୨୫] ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Tonsillitis". PubMed Health. Retrieved 30 September 2016.
- ↑ "Tonsillitis". Retrieved 4 August 2016.
- ↑ Klug, TE; Rusan, M; Fuursted, K; Ovesen, T (August 2016). "Peritonsillar Abscess: Complication of Acute Tonsillitis or Weber's Glands Infection?". Otolaryngology--head and neck surgery : official journal of American Academy of Otolaryngology-Head and Neck Surgery. 155 (2): 199–207. PMID 27026737.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ Windfuhr, JP; Toepfner, N; Steffen, G; Waldfahrer, F; Berner, R (April 2016). "Clinical practice guideline: tonsillitis I. Diagnostics and nonsurgical management". European archives of oto-rhino-laryngology : official journal of the European Federation of Oto-Rhino-Laryngological Societies (EUFOS) : affiliated with the German Society for Oto-Rhino-Laryngology - Head and Neck Surgery. 273 (4): 973–87. PMID 26755048.
- ↑ ୫.୦ ୫.୧ ୫.୨ Lang, Florian (2009). Encyclopedia of Molecular Mechanisms of Disease (in ଇଂରାଜୀ). Springer Science & Business Media. p. 2083. ISBN 9783540671367.
- ↑ Ferri, Fred F. (2015). Ferri's Clinical Advisor 2016: 5 Books in 1 (in ଇଂରାଜୀ). Elsevier Health Sciences. p. PA1646. ISBN 9780323378222.
- ↑ Windfuhr, JP; Toepfner, N; Steffen, G; Waldfahrer, F; Berner, R (April 2016). "Clinical practice guideline: tonsillitis II. Surgical management". European archives of oto-rhino-laryngology : official journal of the European Federation of Oto-Rhino-Laryngological Societies (EUFOS) : affiliated with the German Society for Oto-Rhino-Laryngology - Head and Neck Surgery. 273 (4): 989–1009. PMID 26882912.
- ↑ Jones, Roger (2004). Oxford Textbook of Primary Medical Care (in ଇଂରାଜୀ). Oxford University Press. p. 674. ISBN 9780198567820.
- ↑ ୯.୦ ୯.୧ Spinks, A; Glasziou, PP; Del Mar, CB (5 November 2013). "Antibiotics for sore throat". The Cochrane database of systematic reviews (11): CD000023. PMID 24190439.
- ↑ ୧୦.୦ ୧୦.୧ ୧୦.୨ ୧୦.୩ ୧୦.୪ ୧୦.୫ Wetmore RF. (2007). "Tonsils and adenoids". In Bonita F. Stanton; Kliegman, Robert; Nelson, Waldo E.; Behrman, Richard E.; Jenson, Hal B. (ed.). Nelson textbook of pediatrics. Philadelphia: Saunders. ISBN 1-4160-2450-6.
{{cite book}}
: CS1 maint: multiple names: editors list (link) - ↑ ୧୧.୦ ୧୧.୧ ୧୧.୨ ୧୧.୩ ୧୧.୪ ୧୧.୫ Thuma P. (2001). "Pharyngitis and tonsillitis". In Hoekelman, Robert A. (ed.). Primary pediatric care. St. Louis: Mosby. ISBN 0-323-00831-3.
- ↑ ୧୨.୦ ୧୨.୧ Simon HB (2005). "Bacterial infections of the upper respiratory tract". In Dale, David (ed.). ACP Medicine, 2006 Edition (Two Volume Set) (Webmd Acp Medicine). WebMD Professional Publishing. ISBN 0-9748327-6-6.
- ↑ Tonsillitis and Adenoid Infection MedicineNet. Retrieved on 2010-01-25
- ↑ S. G. Nour; Mafee, Mahmood F.; Valvassori, Galdino E.; Galdino E. Valbasson; Minerva Becker (2005). Imaging of the head and neck. Stuttgart: Thieme. p. 716. ISBN 1-58890-009-6.
{{cite book}}
: CS1 maint: multiple names: authors list (link) - ↑ Brook, I.; Foote, P. A. (2006). "Isolation of methicillin resistant Staphylococcus aureus from the surface and core of tonsils in children". Int J Pediatr Otorhinolaryngol. 70 (12): 2099–2102. doi:10.1016/j.ijporl.2006.08.004. PMID 16962178.
- ↑ Brook, I. (2005). "The role of anaerobic bacteria in tonsillitis". Int J Pediatr Otorhinolaryngol. 69 (1): 9–19. doi:10.1016/j.ijporl.2004.08.007. PMID 15627441.
- ↑ Ezzeddini R, Darabi M, Ghasemi B, Jabbari Moghaddam Y, Jabbari Y, Abdollahi S; et al. (2012). "Circulating phospholipase-A2 activity in obstructive sleep apnea and recurrent tonsillitis". Int J Pediatr Otorhinolaryngol. 76 (4): 471–4. doi:10.1016/j.ijporl.2011.12.026. PMID 22297210.
{{cite journal}}
: CS1 maint: multiple names: authors list (link) - ↑ van Kempen MJ, Rijkers GT, Van Cauwenberge PB (May 2000). "The immune response in adenoids and tonsils". Int. Arch. Allergy Immunol. 122 (1): 8–19. doi:10.1159/000024354. PMID 10859465.
{{cite journal}}
: CS1 maint: multiple names: authors list (link) - ↑ Perry M, Whyte A (September 1998). "Immunology of the tonsils". Immunology Today. 19 (9): 414–21. doi:10.1016/S0167-5699(98)01307-3. PMID 9745205.
- ↑ Van Cauwenberge P (1976). "[Significance of the fusospirillum complex (Plaut-Vincent angina)]". Acta Otorhinolaryngol Belg (in Dutch; Flemish). 30 (3): 334–45. PMID 1015288.
{{cite journal}}
: CS1 maint: unrecognized language (link) — fusospirillum complex (Plaut-Vincent angina) Van Cauwenberge studied the tonsils of 126 patients using direct microscope observation. The results showed that 40% of acute tonsillitis was caused by Vincent's angina and 27% of chronic tonsillitis was caused by Spirochaeta - ↑ Boureau, F.; Pelen, F; Verriere, F; Paliwoda, A; Manfredi, R; Farhan, M; Wall, R; et al. (1999). "Evaluation of Ibuprofen vs Paracetamol Analgesic Activity Using a Sore Throat Pain Model". Clinical Drug Investigation. 17: 1–8. doi:10.2165/00044011-199917010-00001.
- ↑ Praskash, T.; et al. (2001). "Koflet lozenges in the Treatment of Sore Throat". The Antiseptic. 98: 124–7.
- ↑ Touw-Otten FW, Johansen KS (1992). "Diagnosis, antibiotic treatment and outcome of acute tonsillitis: report of a WHO Regional Office for Europe study in 17 European countries". Fam Pract. 9 (3): 255–62. doi:10.1093/fampra/9.3.255. PMID 1459378.
- ↑ Casey JR, Pichichero ME (2004). "Meta-analysis of cephalosporin versus penicillin treatment of group A streptococcal tonsillopharyngitis in children". Pediatrics. 113 (4): 866–882. doi:10.1542/peds.113.4.866. PMID 15060239.
- ↑ Paradise JL, Bluestone CD, Bachman RZ,; et al. (1984). "Efficacy of tonsillectomy for recurrent throat infection in severely affected children. Results of parallel randomized and nonrandomized clinical trials". N. Engl. J. Med. 310 (11): 674–83. doi:10.1056/NEJM198403153101102. PMID 6700642.
{{cite journal}}
: CS1 maint: extra punctuation (link) CS1 maint: multiple names: authors list (link)