ଟନସିଲାଇଟିସ

ଉଇକିପିଡ଼ିଆ ରୁ
Jump to navigation Jump to search
ଟନସିଲାଇଟିସ
A set of large tonsils in the back of the throat covered in white exudate
ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ରୋଗରେ ଟନସିଲରୁ ନିଃସ୍ୟନ୍ଦ ବାହାରିଥିବାର ଦୃଶ୍ୟ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି family medicine[*]
ଆଇସିଡ଼ି-୧୦ J03., J35.0
ଆଇସିଡ଼ି-୯-ସିଏମ୍ 463
ରୋଗ ଡାଟାବେସ 13165
ମେଡ଼ିସିନ-ପ୍ଲସ 001043
ଇ-ମେଡ଼ିସିନ article/871977
Patient UK ଟନସିଲାଇଟିସ
MeSH D014069

ଟନସିଲାଇଟିସ ବା ଟନସିଲ ପ୍ରଦାହ (ଇଂରାଜୀ ଭାଷାରେ Tonsillitis) ରୋଗ ଟନସିଲରେ (tonsil) ଆରମ୍ଭ ହେଉଥିବା ଏକ ପ୍ରକାର ଦୃତ ଗତିର ପ୍ରଦାହକୁ ବୁଝାଏ ।[୧] ଏହା ଏକ ପ୍ରକାର ଫାରିଞ୍ଜାଇଟିସ ରୋଗ ।[୨] ଲକ୍ଷଣ: ଏଥିରେ ତଣ୍ଟି ଦରଜ, ଜ୍ୱର, ଟନସିଲର ବଡ଼ ଆକାର ହୁଏ, ଗିଳିବାରେ ସମସ୍ୟା ହୁଏ ଓ ଲସିକା ଗ୍ରନ୍ଥି ବଢ଼ିଯାଏ ।[୧] ରୋଗ ଜଟିଳ ହେଲେ ପେରିଟନସିଲାର ଆବସେସ (peritonsillar abscess) ରୋଗ ହୁଏ ।[୩]

ଟନସିଲାଇଟିସ ରୋଗ ସାଧାରଣତଃ ଏକ ଭୁତାଣୁ ଜନିତ ସଂକ୍ରମଣ (viral infection), ମାତ୍ର ୫ର-୪୦% କେଶ୍‌ରେ ଜୀବାଣୁ ସଂକ୍ରମଣ (bacterial infection) ଯୋଗୁ ହୁଏ ।[୪][୫] ଗ୍ରୁପ ଏ ଷ୍ଟ୍ରେପ୍ଟୋକୋକସ (group A streptococcus) ଜୀବାଣୁ ଯୋଗୁ ଏହି ରୋଗ ହେଲେ ତାହାକୁ ସ୍ଟ୍ରେପଥ୍ରୋଟ କୁହାଯାଏ ।[୬] କ୍ୱଚିତ କେତେକ କେଶ୍‌ରେ ଅନ୍ୟ ଜୀବାଣୁ ଯେପରିକି ନାଇସେରିଆ ଗନୋରିଆ (Neisseria gonorrhoeae), କୋରିନୋବ୍ୟାକ୍ଟେରିଅମ ଡିଫଥେରି (Corynebacterium diphtheriae) ବା ହେମୋଫାଇଲସ ଇନଫ୍ଲୁଏଞ୍ଜି (Haemophilus influenzae) ଯୋଗୁ ହୁଏ ।[୪] ବାୟୁ ମାଧ୍ୟମରେ ଏହି ସଂକ୍ରମଣ ମଣିଷରୁ ମଣିଷକୁ ବ୍ୟାପିଯାଏ । [୫] ସେଣ୍ଟର ସ୍କୋର (Centor score) ନାମକ ସ୍କୋରିଙ୍ଗ ସିସ୍ଟମ ସାହାଯ୍ୟରେ କାରଣମାନଙ୍କୁ ପୃଥକ କରାଯାଏ । ଥ୍ରୋଟ ସ୍ୱାବ (throat swab) ବା ରାପିଡ ସ୍ଟ୍ରେପ ଟେଷ୍ଟ (rapid strep test) ସାହାଯ୍ୟରେ ଏହି ରୋଗ ନିଧାର୍ଯ୍ୟ କରାଯାଏ ।[୪]

ଲକ୍ଷଣରେ ଉନ୍ନତି ଆଣିବା ଓ ଜଟିଳ ନ ହେବାକୁ ଦେବା ଏହି ରୋଗ ଚିକିତ୍ସାର ଲକ୍ଷ ରଖାଯାଏ । ଯନ୍ତ୍ରଣା ଉପଶମ ନିମନ୍ତେ ପାରାସେଟାମୋଲ (acetaminophen) ଓ ଆଇବୁପ୍ରୋଫେନ୍ ଦିଆଯାଏ । ସ୍ଟ୍ରେପଥ୍ରୋଟ ଥିଲେ ପେନିସିଲିନ (penicillin)(ଏକ ପ୍ରକାର ଆଣ୍ଟିବାୟୋଟିକ) ପାଟିରେ ଦିଆଯାଏ । ପେନିସିଲିନ ପ୍ରତି ଆଲର୍ଜି ଥିଲେ ସେଫାଲୋସ୍ପୋରିନ (cephalosporins) ବା ମାକ୍ରୋଲାଇଡ (macrolides) ଦିଆଯାଇପାରେ ।[୪] ବାରମ୍ବାର ଟନସିଲାଇଟିସ ଭୋଗ କରୁଥିବା ପିଲାଙ୍କର ଟିନସିଲେକ୍ଟୋମି (tonsillectomy) କଲେ ପରବର୍ତ୍ତୀ ରୋଗ ଆକ୍ରମଣ କମିଯାଏ ।[୭]

ଜନସଂଖ୍ୟାର ପ୍ରାୟ ୭.୫% ଲୋକଙ୍କର ୩ ମାସ ମଧ୍ୟରେ ଏହି ରୋଗ ହୁଏ ଓ ପ୍ରତିବର୍ଷ ପ୍ରାୟ ୨% ଲୋକ ଏହି ରୋଗ ନିମନ୍ତେ ଡାକ୍ତର ପରାମର୍ଶ କରନ୍ତି ।[୮] ସ୍କୁଲ ପିଲାଙ୍କର ଶୀତଦିନେ ଏହି ରୋଗ ପ୍ରାୟ ହୁଏ ।[୫][୪] ଅଧିକାଂଶ ଲୋକ ବିନା ଚିକିତ୍ସାରେ ଭଲ ହୋଇଯାଆନ୍ତି । [୪] ତିନି ଦନରେ ପ୍ରାୟ ୪୦% ଲୋକଙ୍କର, ଏକ ସପ୍ତାହ ମଧ୍ୟରେ ୮୦% ଲୋକଙ୍କର ରୋଗ ଉପଶମ ହୋଇଯାଏ, ଯାହାବି କାରଣ ହୋଇଥାଉ ।[୯] ଆଣ୍ଟିବାୟୋଟିକ ଦେଲେ ପ୍ରାୟ ୧୬ ଘଣ୍ଟା ମଧ୍ୟରେ ଲକ୍ଷଣ ଉପଶମ ହୋଇଯାଏ ।[୯]

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ସାଧାରଣ ଟନସିଲ ଓ ଟନସିଲାଇଟିସ ହୋଇଥିବା ଟନସିଲ ମଧ୍ୟରେ ପାର୍ଥକ୍ୟ ଦର୍ଶାଯାଇଛି ।

ସାଧାରଣ ଚିହ୍ନ ଓ ଲକ୍ଷଣ [୧୦][୧୧][୧୨]

  • ଗଳାଦାହ (Sore throat)
  • ଟନସିଲ ଲାଲ ଦେଖାଯାଏ ଓ ଫୁଲିଥିବା ଦେଖାଯାଏ ।
  • ଖାଇଲା ବେଳେ କଷ୍ଟ ହୁଏ ।
  • ଉଚ୍ଚ ତାପମାତ୍ରା ଜ୍ଵର ହୁଏ ।
  • କାଶ
  • ମୁଣ୍ଡ ବଥା
  • ଥକ୍କା ଲାଗିବା
  • ଶୀତ ଲାଗିବା
  • ଅସୁସ୍ଥ
  • ଟନସିଲରେ ପୂଜ ଦେଖାଯାଏ
  • ବେକର ଲସିକା ଗ୍ରନ୍ଥି ଫୁଲିଯାଏ ।
  • କାନ ଓ ବେକରେ ଯନ୍ତ୍ରଣା ହୁଏ ।
  • ଅଳ୍ପ ଲକ୍ଷଣ
  • ବାନ୍ତି ଲାଗିବା
  • ପାକସ୍ଥଳୀରେ କଷ୍ଟ
  • ଜିଭ ଉପରେ କୋଟିଙ୍ଗ ହେବା
  • ନିଶ୍ଵାସ ଦୁର୍ଗନ୍ଧ ହେବା (halitosis)
  • ସ୍ଵର ପରିବର୍ତ୍ତନ
  • ମୁହଁ ଖୋଲିବାକୁ କଷ୍ଟ ହୁଏ ।

ଉଗ୍ର ଟନସିଲାଇଟିସ ହେଲେ ଟନସିଲ ଉଜ୍ଜ୍ଵଳ ଲାଲ ଦେଖା ଯାଇ ଓ ଠାଏ ଠାଏ ପୂଜ ଦେଖାଯାଏ [୧୩] । ବାରମ୍ବାର ଟନସିଲାଇଟିସ ହେଲେ ଟନସିଲୋଲିଥ (Tonsillolith) ହୁଏ [୧୪]

କାରଣ[ସମ୍ପାଦନା]

ଟନସିଲାଇଟିସ ହେବାର ଅତି ସାଧାରଣ କାରଣମାନଙ୍କ ମଧ୍ୟରେ ଭୁତାଣୁ ମୂଖ୍ୟ ସ୍ଥାନ ଅଧିକାର କରେ । ମୂଖ୍ୟ ଭୁତାଣୁ ମାନଙ୍କର ନାମ: ଆଡେନୋଭାଇରସ, ରାଇନୋଭାଇରସ, ଇନଫ୍ଲୁଏଞ୍ଜା ଭାଇରସ, କରୋନାଭାଇରସରେସ୍ପିରେଟରି ସିନ୍ସିଟିଆଲ ଭାଇରସ [୧୦][୧୧] । ଏହି ରୋଗ ଅନ୍ୟ କେତେକ ଭୁତାଣୁଦ୍ଵାରା ମଧ୍ୟ ହୁଏ ଯଥା ଏପସ୍ଟେନ-ବାର ଭୁତାଣୁ, ହର୍ପେସ ସିମ୍ପ୍ଲେକ୍ସ ଭୁତାଣୁ, ସାଇଟୋମେଗାଲୋ ଭୁତାଣୁଏଚ.ଆଇ.ଭି. ଭୁତାଣୁ[୧୦][୧୧]
ଦ୍ଵିତୀୟରେ ଏହି ରୋଗ ସଂକ୍ରମଣ କରାଉଥିବା ଜୀବାଣୁ ନାମ: ଗ୍ରୁପ୍ ଏ ବିଟା-ହେମୋଲିଟିକସ ସ୍ଟ୍ରେପ୍ଟୋକୋକସ (Group A β-hemolytic streptococcus ବା GABHS) ଯାହା ସ୍ଟ୍ରେପ୍ ଥ୍ରୋଟ ରୋଗ କରାଏ[୧୦][୧୧]
ସ୍ଵଳ୍ପ ସାଧାରଣ ଜୀବାଣୁ ନାମ: ସ୍ଟାଫିଲୋକୋକସ ଅରିଅସ (ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକସ ଅରିଅସ)[୧୫], ସ୍ଟ୍ରେପ୍ଟୋକୋକସ ନିମୋନି, ମାଇକୋପ୍ଲାଜ୍ମା ନିମୋନି, କ୍ଲାମିଡିଆ ନିମୋନି, ପର୍ଟୁସିସ୍, ଫୁସୋବ୍ୟାକ୍ଟେରିଅମ, ଡିପଥେରିଆ, ସିଫିଲିସ୍ଗନେରିଆ[୧୦][୧୧]
କିଛି ଅଣବାୟୁଜୀବି ଜୀବାଣୁ ଏହି ରୋଗ କରିବା ସମ୍ଭାବନା ଥିବା କଥା କେତେକ ପରୀକ୍ଷାଦ୍ଵାରା ଜଣାପଡ଼ୁଛି[୧୬]
ସାଧାରଣ ପରିସ୍ଥିତିରେ ଭୁତାଣୁ ଓ ଜୀବାଣୁ ବାୟୁ ମାଧ୍ୟମରେ ନାକ ଓ ପାଟି ବାଟ ଦେଇ ଗଳାରେ ପ୍ରବେଶ କରନ୍ତି ଯେଉଁଠାରେ ଟନସିଲଦ୍ଵାରା ଛାଣି ହୋଇଯାଆନ୍ତି । ଏହି ଟନସିଲରେ ଶ୍ଵେତ ରକ୍ତ କଣିକା ଓ ପ୍ରତିରୋଧ ପ୍ରଣାଳୀଦ୍ଵାରା ପ୍ରଦାହକାରୀ ସାଇଟିକାଇନେଜ ଯଥା ଫସ୍ଫୋଲାଇପେଜ ଏ୨ଦ୍ଵାରା ଭୁତାଣୁ ଓ ଜୀବାଣୁ ନଷ୍ଟ ହୋଇଯାଆନ୍ତି[୧୭] ଓ ଏହା ଯୋଗୁ ଜ୍ଵର ମଧ୍ୟ ହୁଏ[୧୮][୧୯] । ଏହି ସଂକ୍ରମଣ ପାର୍ଶ୍ଵବତ୍ତୀ ସ୍ଥାନ ଫାରିଙ୍କ୍ସରେ ମଧ୍ୟ ପ୍ରଦାହ ସୃଷ୍ଟ କରେ ।
ବେଳେ ବେଳେ ସ୍ପାଇରୋକେଟାଟ୍ରେପାନୋମାଦ୍ଵାରା ଟନସିଲାଇଟିସ ହେଲେ ତାହାକୁ ଭିନସେଣ୍ଟ ଆଞ୍ଜିନା ବା ପ୍ଲଟ- ଭିନସେଣ୍ଟ ଆଞ୍ଜିନା କୁହାଯାଏ[୨୦]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ନିମ୍ନରେ ପ୍ରଦତ୍ତ ପରୀକ୍ଷାଦ୍ଵାରା ଟନସିଲାଇଟିସ ନିର୍ଣ୍ଣୟ କରାଯାଏ ।

ଚିକିତ୍ସା[ସମ୍ପାଦନା]

ଟନସିଲାଇଟିସ ରୋଗର ଲକ୍ଷଣ ଜନିତ ଅସ୍ଵସ୍ତି କମେଇବା ନିମନ୍ତେ ଚିକିତ୍ସା:[୧୦][୧୧][୧୨][୨୧][୨୨]

  • ଯନ୍ତ୍ରଣା, ପ୍ରଦାହ ଓ ଜ୍ଵର କମେଇବା ନିମନ୍ତେ ପାରାସେଟାମଲ, ଆଇବୁପ୍ରୋଫେନ ଇତ୍ୟାଦି ଦିଆଯାଏ ।
  • ଗଳା ଅସୁବିଧା କମେଇ ନିମନ୍ତେ ଉଷୁମ ଲୁଣ ପାଣି କୁଳି, ବିଭିନ୍ନ ଲଜେଞ୍ଜ ।

ଜୀବାଣୁ ମାରିବା ନିମନ୍ତେ - ଗ୍ରୁପ ଏ ସ୍ତ୍ରେପ୍ଟୋକୋକସ ଜୀବାଣୁ ଯୋଗୁ ହେଉଥିବା ଜଣା ପଡ଼ିଲେ ଆଣ୍ଟିବାୟୋଟିକ ପେନିସିଲିନ, ଆମୋକ୍ସିସିଲିନ ପ୍ରଥମ ପସନ୍ଦ ହିସାବରେ ଦିଆଯାଏ[୨୩] । ସେଫାଲୋସ୍ପୋରିନ୍ ଓ ମାକ୍ରୋଲାଇଡ ଔଷଧ ପେନିସିଲିନ ବଦଳରେ ଦିଆଯାଇ ପାରେ[୨୪] । ପେନିସିଲିନ୍ ଆଲର୍ଜି ଥିଲେ ତା ବଦଳରେ ଏରିଥ୍ରୋମାଇସିନ ଦିଆଯାଏ । ପେନିସିଲିନରେ ଭଲ ନ ହେଲେ କ୍ଲିଣ୍ଡାମାଇସିନ୍ କିମ୍ଵା ଆମୋକ୍ସିସିଲିନ କ୍ଲାଭୁଲାନେଟ ଦିଆଯାଏ । ଭାଇରସଦ୍ଵାରା ରୋଗ ହୋଇଥିଲେ ପ୍ରାୟ ଏକ ସପ୍ତାହ ମଧ୍ୟରେ ଭଲ ହୋଇଯାଏ ।
ସ୍ଥାୟୀ ଟନସିଲାଇଟିସ ରୋଗ ହୋଇଥିଲେ ଅପରେସନ (Tonsillectomy)ଦ୍ଵାରା କାଢ଼ି ଦିଆଯାଏ[୨୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Tonsillitis". PubMed Health. Retrieved 30 September 2016. 
  2. "Tonsillitis". Retrieved 4 August 2016. 
  3. Klug, TE; Rusan, M; Fuursted, K; Ovesen, T (August 2016). "Peritonsillar Abscess: Complication of Acute Tonsillitis or Weber's Glands Infection?". Otolaryngology--head and neck surgery : official journal of American Academy of Otolaryngology-Head and Neck Surgery. 155 (2): 199–207. PMID 27026737. 
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ Windfuhr, JP; Toepfner, N; Steffen, G; Waldfahrer, F; Berner, R (April 2016). "Clinical practice guideline: tonsillitis I. Diagnostics and nonsurgical management". European archives of oto-rhino-laryngology : official journal of the European Federation of Oto-Rhino-Laryngological Societies (EUFOS) : affiliated with the German Society for Oto-Rhino-Laryngology - Head and Neck Surgery. 273 (4): 973–87. PMID 26755048. 
  5. ୫.୦ ୫.୧ ୫.୨ Lang, Florian (୨୦୦୯). Encyclopedia of Molecular Mechanisms of Disease (in ଇଂରାଜୀ). Springer Science & Business Media. p. ୨୦୮୩. ISBN ୯୭୮୩୫୪୦୬୭୧୩୬୭. 
  6. Ferri, Fred F. (୨୦୧୫). Ferri's Clinical Advisor ୨୦୧୬: ୫ Books in ୧ (in ଇଂରାଜୀ). Elsevier Health Sciences. p. PA୧୬୪୬. ISBN ୯୭୮୦୩୨୩୩୭୮୨୨୨. 
  7. Windfuhr, JP; Toepfner, N; Steffen, G; Waldfahrer, F; Berner, R (April 2016). "Clinical practice guideline: tonsillitis II. Surgical management". European archives of oto-rhino-laryngology : official journal of the European Federation of Oto-Rhino-Laryngological Societies (EUFOS) : affiliated with the German Society for Oto-Rhino-Laryngology - Head and Neck Surgery. 273 (4): 989–1009. PMID 26882912. 
  8. Jones, Roger (୨୦୦୪). Oxford Textbook of Primary Medical Care (in ଇଂରାଜୀ). Oxford University Press. p. ୬୭୪. ISBN ୯୭୮୦୧୯୮୫୬୭୮୨୦. 
  9. ୯.୦ ୯.୧ Spinks, A; Glasziou, PP; Del Mar, CB (5 November 2013). "Antibiotics for sore throat". The Cochrane database of systematic reviews (11): CD000023. PMID 24190439. 
  10. ୧୦.୦ ୧୦.୧ ୧୦.୨ ୧୦.୩ ୧୦.୪ ୧୦.୫ Wetmore RF. (୨୦୦୭). "Tonsils and adenoids". In Bonita F. Stanton; Kliegman, Robert; Nelson, Waldo E.; Behrman, Richard E.; Jenson, Hal B. Nelson textbook of pediatrics. Philadelphia: Saunders. ISBN ୧-୪୧୬୦-୨୪୫୦-୬. 
  11. ୧୧.୦ ୧୧.୧ ୧୧.୨ ୧୧.୩ ୧୧.୪ ୧୧.୫ Thuma P. (୨୦୦୧). "Pharyngitis and tonsillitis". In Hoekelman, Robert A. Primary pediatric care. St. Louis: Mosby. ISBN ୦-୩୨୩-୦୦୮୩୧-୩. 
  12. ୧୨.୦ ୧୨.୧ Simon HB (୨୦୦୫). "Bacterial infections of the upper respiratory tract". In Dale, David. ACP Medicine, ୨୦୦୬ Edition (Two Volume Set) (Webmd Acp Medicine). WebMD Professional Publishing. ISBN ୦-୯୭୪୮୩୨୭-୬-୬. 
  13. Tonsillitis and Adenoid Infection MedicineNet. Retrieved on 2010-01-25
  14. S. G. Nour; Mafee, Mahmood F.; Valvassori, Galdino E.; Galdino E. Valbasson; Minerva Becker (୨୦୦୫). Imaging of the head and neck. Stuttgart: Thieme. p. ୭୧୬. ISBN ୧-୫୮୮୯୦-୦୦୯-୬. 
  15. Brook, I.; Foote, P. A. (2006). "Isolation of methicillin resistant Staphylococcus aureus from the surface and core of tonsils in children". Int J Pediatr Otorhinolaryngol. 70 (12): 2099–2102. doi:10.1016/j.ijporl.2006.08.004. PMID 16962178. 
  16. Brook, I. (2005). "The role of anaerobic bacteria in tonsillitis". Int J Pediatr Otorhinolaryngol. 69 (1): 9–19. doi:10.1016/j.ijporl.2004.08.007. PMID 15627441. 
  17. Ezzeddini R, Darabi M, Ghasemi B, Jabbari Moghaddam Y, Jabbari Y, Abdollahi S; et al. (2012). "Circulating phospholipase-A2 activity in obstructive sleep apnea and recurrent tonsillitis". Int J Pediatr Otorhinolaryngol. 76 (4): 471–4. doi:10.1016/j.ijporl.2011.12.026. PMID 22297210. 
  18. van Kempen MJ, Rijkers GT, Van Cauwenberge PB (May 2000). "The immune response in adenoids and tonsils". Int. Arch. Allergy Immunol. 122 (1): 8–19. doi:10.1159/000024354. PMID 10859465. 
  19. Perry M, Whyte A (September 1998). "Immunology of the tonsils". Immunology Today. 19 (9): 414–21. doi:10.1016/S0167-5699(98)01307-3. PMID 9745205. 
  20. Van Cauwenberge P (1976). "[Significance of the fusospirillum complex (Plaut-Vincent angina)]". Acta Otorhinolaryngol Belg (in Dutch; Flemish). 30 (3): 334–45. PMID 1015288.  — fusospirillum complex (Plaut-Vincent angina) Van Cauwenberge studied the tonsils of 126 patients using direct microscope observation. The results showed that 40% of acute tonsillitis was caused by Vincent's angina and 27% of chronic tonsillitis was caused by Spirochaeta
  21. Boureau, F.; Pelen, F; Verriere, F; Paliwoda, A; Manfredi, R; Farhan, M; Wall, R; et al. (1999). "Evaluation of Ibuprofen vs Paracetamol Analgesic Activity Using a Sore Throat Pain Model". Clinical Drug Investigation. 17: 1–8. doi:10.2165/00044011-199917010-00001. 
  22. Praskash, T.; et al. (2001). "Koflet lozenges in the Treatment of Sore Throat". The Antiseptic. 98: 124–7. 
  23. Touw-Otten FW, Johansen KS (1992). "Diagnosis, antibiotic treatment and outcome of acute tonsillitis: report of a WHO Regional Office for Europe study in 17 European countries". Fam Pract. 9 (3): 255–62. doi:10.1093/fampra/9.3.255. PMID 1459378. 
  24. Casey JR, Pichichero ME (2004). "Meta-analysis of cephalosporin versus penicillin treatment of group A streptococcal tonsillopharyngitis in children". Pediatrics. 113 (4): 866–882. doi:10.1542/peds.113.4.866. PMID 15060239. 
  25. Paradise JL, Bluestone CD, Bachman RZ; et al. (1984). "Efficacy of tonsillectomy for recurrent throat infection in severely affected children. Results of parallel randomized and nonrandomized clinical trials". N. Engl. J. Med. 310 (11): 674–83. doi:10.1056/NEJM198403153101102. PMID 6700642.