Jump to content

ସରୋଜ କୁମାର ପାଢ଼ୀ

ଉଇକିପିଡ଼ିଆ‌ରୁ
(Saroj Kumar Padhiରୁ ଲେଉଟି ଆସିଛି)
ସରୋଜ କୁମାର ପାଢ଼ୀ
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୨୪  ଏବେଯାଏଁ
ପୂର୍ବ ଅଧିକାରୀମଞ୍ଜୁଳା ସ୍ୱାଇଁ
ପର ଅଧିକାରୀଦେବରାଜ ମହାନ୍ତି
ନିର୍ବାଚନ ମଣ୍ଡଳୀଆସିକା
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪  ୨୦୦୯
ପୂର୍ବ ଅଧିକାରୀଦେବରାଜ ମହାନ୍ତି
ପର ଅଧିକାରୀଦେବରାଜ ମହାନ୍ତି
ନିର୍ବାଚନ ମଣ୍ଡଳୀଆସିକା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1957-03-15) ୧୫ ମାର୍ଚ୍ଚ ୧୯୫୭ (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସଞ୍ଜୁକ୍ତା ପାଢ଼ୀ
ବାପା/ବୋଉଅନନ୍ତରାମ ପାଢ଼ୀ (ବାପା)
ବୃତ୍ତିରାଜନୀତିଜ୍ଞ

ସରୋଜ କୁମାର ପାଢ଼ୀ (ଜନ୍ମ: ୧୫ ମାର୍ଚ୍ଚ ୧୯୫୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ ପରିବାର ଓ ଶିକ୍ଷା

[ସମ୍ପାଦନା]

ସରୋଜଙ୍କ ବାପା ୧୯୫୭ ମସିହାର ମାର୍ଚ୍ଚ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅନନ୍ତରାମ ପାଢ଼ୀ ଓ ପତ୍ନୀଙ୍କ ନାମ ସଞ୍ଜୁକ୍ତା ପାଢ଼ୀ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ସରୋଜ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ୨୦୦୪ ମସିହାରେ, ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି[] ଏବଂ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ୨୦୧୪ ମସିହାର ଓଡ଼ିଶା ସାଧାରଣ ନିର୍ବାଚନ ଲଢ଼ିଥିଲେ ।[] ୨୦୧୯ ମସିହାରେ ସେ କଂଗେସ ଦଳରୁ ଇସ୍ତଫା ଦେଇଥିଲେ ।[]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫୯,୦୮୩ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ମଞ୍ଜୁଳା ସ୍ୱାଇଁଙ୍କୁ ୮,୦୫୯ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

  1. 1 2 "Former Aska MLA Saroj Kumar Padhi quits Congress". KalingaTV. 5 January 2019. Archived from the original on 22 December 2020. Retrieved 22 December 2020.
  2. 1 2 "Shri Saroj Kumar Padhi". odishaassembly.nic.in. Odisha Assembly. Retrieved 22 December 2020.
  3. "Aska Election Results 2019 LIVE: Aska Assembly Election Results, Winner, Runner-Up & Vote Share – Oneindia". www.oneindia.com (in ଇଂରାଜୀ). Retrieved 22 December 2020.
  4. "General Election to Assembly Constituencies 2024: Aska (Odisha)". Election Commission of India. Retrieved 11 June 2024.