ମଞ୍ଜୁଳା ସ୍ୱାଇଁ
ମଞ୍ଜୁଳା ସ୍ୱାଇଁ | |
---|---|
![]() | |
ବିଧାୟିକା: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଚାଲୁଅଛି | |
ନିର୍ବାଚନ ମଣ୍ଡଳୀ | ଆସ୍କା |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଲଡ଼ୁ କିଶୋର ସ୍ୱାଇଁ |
ଘର | କବିସୂର୍ଯ୍ୟ ନଗର, ଗଞ୍ଜାମ |
ବୃତ୍ତି | ରାଜନୀତିଜ୍ଞ |
ମଞ୍ଜୁଳା ସ୍ୱାଇଁ ହେଉଛନ୍ତି ଜଣେ ଓଡ଼ିଆ ରାଜନୀତିଜ୍ଞ । ବର୍ତ୍ତମାନ ସେ ଆସ୍କା ବିଧାନ ସଭା ନିର୍ବାଚନ ମଣ୍ଡଳୀର ଓଡ଼ିଶାର ୧୬ଶ ଓଡ଼ିଶ ବିଧାନ ସଭାରେ ପ୍ରତିନିଧିତ୍ୱ କରୁଛନ୍ତି । ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିନିଧିତ୍ୱ କରି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ, ଭାରତୀୟ ଜନତା ପାର୍ଟିର ଦେବରାଜ ମହାନ୍ତିଙ୍କୁ ୨୭,୨୩୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୧]
ବ୍ୟକ୍ତିଗତ ଜୀବନ[ସମ୍ପାଦନା]
ମଞ୍ଜୁଳାଙ୍କ ସ୍ୱାମୀ, ଲଡ଼ୁ କିଶୋର ସ୍ୱାଇଁ ଜଣେ ପୂର୍ବତନ ବିଧାୟକ ଏବଂ ସାଂସଦ ଥିଲେ । ମଞ୍ଜୁଳା ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି ।
ରାଜନୈତିକ ଜୀବନ[ସମ୍ପାଦନା]
୨୦୦୨ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ମଞ୍ଜୁଳା ପଞ୍ଚାୟତ ଚେୟାରମ୍ୟାନ ଥିଲେ ।[୨] ୨୦୧୯ ସେ ଅସ୍କାର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।
ଆଧାର[ସମ୍ପାଦନା]
- ↑ "Assembly Election 2019 - Election Commission of India". results.eci.gov.in. Retrieved 2019-06-25.
- ↑ www.sambadepaper.com http://www.sambadepaper.com/Details.aspx?id=58167&boxid=192048476. Retrieved 2019-06-25.
{{cite web}}
: Missing or empty|title=
(help)