ସରୋଜ କୁମାର ପାଢ଼ୀ
ସରୋଜ କୁମାର ପାଢ଼ୀ | |
---|---|
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୨୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ମଞ୍ଜୁଳା ସ୍ୱାଇଁ |
ପର ଅଧିକାରୀ | ଦେବରାଜ ମହାନ୍ତି |
ନିର୍ବାଚନ ମଣ୍ଡଳୀ | ଆସିକା |
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ପୂର୍ବ ଅଧିକାରୀ | ଦେବରାଜ ମହାନ୍ତି |
ପର ଅଧିକାରୀ | ଦେବରାଜ ମହାନ୍ତି |
ନିର୍ବାଚନ ମଣ୍ଡଳୀ | ଆସିକା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୫ ମାର୍ଚ୍ଚ ୧୯୫୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସଞ୍ଜୁକ୍ତା ପାଢ଼ୀ |
ବାପା/ବୋଉ | ଅନନ୍ତରାମ ପାଢ଼ୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ସରୋଜ କୁମାର ପାଢ଼ୀ (ଜନ୍ମ: ୧୫ ମାର୍ଚ୍ଚ ୧୯୫୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ ପରିବାର ଓ ଶିକ୍ଷା
[ସମ୍ପାଦନା]ସରୋଜଙ୍କ ବାପା ୧୯୫୭ ମସିହାର ମାର୍ଚ୍ଚ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅନନ୍ତରାମ ପାଢ଼ୀ ଓ ପତ୍ନୀଙ୍କ ନାମ ସଞ୍ଜୁକ୍ତା ପାଢ଼ୀ ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ସରୋଜ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ୨୦୦୪ ମସିହାରେ, ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି[୨] ଏବଂ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ୨୦୧୪ ମସିହାର ଓଡ଼ିଶା ସାଧାରଣ ନିର୍ବାଚନ ଲଢ଼ିଥିଲେ ।[୩] ୨୦୧୯ ମସିହାରେ ସେ କଂଗେସ ଦଳରୁ ଇସ୍ତଫା ଦେଇଥିଲେ ।[୧]
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫୯,୦୮୩ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ମଞ୍ଜୁଳା ସ୍ୱାଇଁଙ୍କୁ ୮,୦୫୯ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Former Aska MLA Saroj Kumar Padhi quits Congress". KalingaTV. 5 January 2019. Archived from the original on 22 December 2020. Retrieved 22 December 2020.
- ↑ ୨.୦ ୨.୧ "Shri Saroj Kumar Padhi". odishaassembly.nic.in. Odisha Assembly. Retrieved 22 December 2020.
- ↑ "Aska Election Results 2019 LIVE: Aska Assembly Election Results, Winner, Runner-Up & Vote Share – Oneindia". www.oneindia.com (in ଇଂରାଜୀ). Retrieved 22 December 2020.
- ↑ "General Election to Assembly Constituencies 2024: Aska (Odisha)". Election Commission of India. Retrieved 11 June 2024.