Jump to content

ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
(Samanta Chandra Sekhara Autonomous Collegeରୁ ଲେଉଟି ଆସିଛି)
ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ
ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ
ସ୍ଥାପିତ୧୯୪୪
ପ୍ରକାରସ୍ୱୟଂଶାସିତ
ଅଧ୍ୟକ୍ଷମିହିର ପ୍ରସାଦ ମିଶ୍ର
ଅବସ୍ଥାନପୁରୀ, ଓଡ଼ିଶା, ଭାରତ
ୱେବସାଇଟମୁଖ୍ୟ ୱେବସାଇଟ

ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଶାର ପୁରୀରେ ଅବସ୍ଥିତ ଏକ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ।[୧] ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୫୪ କିଲୋମିଟର ଦୂରରେ ଅବସ୍ଥିତ । ଏହି ମହାବିଦ୍ୟାଳୟ ପୁରୀ ରେଳ ଷ୍ଟେସନଠାରୁ ୨ କିଲୋମିଟର ଦୂରରେ ଅବସ୍ଥିତ । ସାମନ୍ତ ଚନ୍ଦ୍ରଶେଖରଙ୍କର ସ୍ମୃତି ସ୍ୱରୂପ, ତାଙ୍କର ଏକ ମୂର୍ତ୍ତି ମହାବିଦ୍ୟାଳୟ ମଧ୍ୟରେ ସ୍ଥାପନ କରାଯାଇଛି ।

ଇତିହାସ

[ସମ୍ପାଦନା]

ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଶାର ଏକ ପୁରାତନ ଶିକ୍ଷାନୁଷ୍ଠାନ । ଏହା ୧୯୪୪ ମସିହାରେ ପୁରୀ ସହରରେ ପ୍ରତିଷ୍ଠା ହୋଇଥିଲା । ସର୍ବପ୍ରଥମେ ଏହି ମହାବିଦ୍ୟାଳୟ ପୁରୀ ଜିଲ୍ଲା ସ୍କୁଲରେ କାର୍ଯ୍ୟ କରୁଥିଲା । ପ୍ରତିଷ୍ଠାର ଅଳ୍ପ ବର୍ଷ ମଧ୍ୟରେ ଏହା ରାଜ୍ୟର ଗୋଟିଏ ଜଣାଶୁଣା ଶିକ୍ଷାନୁଷ୍ଠାନରେ ପରିଣତ ହୋଇପାରିଥିଲା । ଏହି ସଫଳତାର ପ୍ରଭାବରେ ବ୍ରିଟିଶ ଶାସନ କାଳରେ ଏହି ମହାବିଦ୍ୟାଳୟ ନିଜସ୍ୱ କୋଠାଘରକୁ ସ୍ଥାନାନ୍ତରିତ ହୋଇଥିଲା, ଯାହାକି ପୁରୁଣା ସଦର ଥାନା ନିକଟରେ ରହିଥିଲା । ପରେ ଓଡ଼ିଶା ସରକାର ଏହାକୁ ଜ୍ୟୋତିଷ ବିଜ୍ଞାନୀ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କ (୧୮୩୫-୧୯୩୪) ନାମାନୁସାରେ 'ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ' କରିଥିଲେ । ପରେ ପରେ ଏହା ଦୁଇ ଭାଗରେ ଅର୍ଥାତ ଗୋଟିଏ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ଓ ଅନ୍ୟଟି କନିଷ୍ଠ ମହାବିଦ୍ୟାଳୟ ନାମରେ ନାମିତ ହୋଇଥିଲା ।

ପ୍ରଥମେ ଏହି ମହାବିଦ୍ୟାଳୟ ଏକ ମଧ୍ୟବର୍ତ୍ତୀ ମହାବିଦ୍ୟାଳୟ ରୂପେ କାର୍ଯ୍ୟକାରୀ ହୋଇଥିଲା । ସେତେବେଳେ ଏଠାରେ ଇଚ୍ଛାଧୀନ ବିଷୟ ରୂପେ ଅର୍ଥନୀତି, ଇତିହାସ, ଗଣିତ, ତର୍କଶାସ୍ତ୍ର ଓ ସଂସ୍କୃତ ସହିତ ବାଧ୍ୟତାମୂଳକ ଆଧୁନିକ ଭାରତୀୟ ଭାଷା ରୂପେ ଇଂରାଜୀ ଓ ଓଡ଼ିଆ ଆଦି ବିଷୟ ପାଠ୍ୟଖସଡ଼ାରେ ରଖାଯାଇଥିଲା । ୧୯୫୦ ମସିହାରେ ସ୍ନାତକ ପାଠ୍ୟକ୍ରମ ସହ ପ୍ରଥମ ଶ୍ରେଣୀ ମହାବିଦ୍ୟାଳୟ ସ୍ୱରୂପ ରାଜ୍ୟରେ ପରିଗଣିତ ହୋଇଥିଲା । ସେତେବେଳେ ଏଠାରେ ଇତିହାସ, ଦର୍ଶନ ଶାସ୍ତ୍ର, ଇଂରାଜୀ, ଅର୍ଥନୀତି ଓ ଗଣିତ ଆଦି ବିଷୟକୁ ସମ୍ମାନ ପାଠ୍ୟକ୍ରମ ରୂପେ ନେଇ ପ୍ରତିଷ୍ଠା ହୋଇଥିଲା ସେହିପରି ୧୯୫୬ ମସିହାରେ ବିଜ୍ଞାନରେ ସ୍ନାତକ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥି ସହିତ ପଦାର୍ଥ ବିଜ୍ଞାନ , ରସାୟନ ବିଜ୍ଞାନ ଓ ଗଣିତ ବିଷୟରେ ସମ୍ମାନ ପାଠ୍ୟକ୍ରମ ମଧ୍ୟ ସାମିଲ ହୋଇଥିଲା। ପରେ ପରେ ୧୯୬୪ ମସିହାରେ ଜୀବ ବିଜ୍ଞାନ ଓ ୧୯୬୮ ମସିହାରେ ପ୍ରାଣୀ ବିଜ୍ଞାନ ପାଠ୍ୟକ୍ରମର ଅଧ୍ୟୟନ ଆରମ୍ଭ ହୋଇଥିଲା ।

ନିୟମିତ ପାଠ୍ୟକ୍ରମ

[ସମ୍ପାଦନା]

ଉପସ୍ନାତକ(ନିୟମିତ) ପାଠ୍ୟକ୍ରମ [କଳା, ବାଣିଜ୍ୟ ଓ ବିଜ୍ଞାନ]

[ସମ୍ପାଦନା]

ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ୨୦୧୦-୧୧ ଶିକ୍ଷା ଅଧିବେଶନରେ ଯୁକ୍ତ ୩ ସ୍ତରରେ ୫୩ଟି ସ୍ନାତକ ମହାବିଦ୍ୟାଳୟରେ ଇ-ଆଡମିଶନ ବ୍ୟବସ୍ଥା ପ୍ରଚଳିତ ହୋଇଥିଲା ଏବଂ ଓଡ଼ିଶାରେ ସମସ୍ତ ସ୍ନାତକ ମହାବିଦ୍ୟାଳୟରେ ଇ-ଆଡମିଶନ ବ୍ୟବସ୍ଥା ୨୦୧୪-୧୫ ଶିକ୍ଷା ଅଧିବେଶନରେ କାର୍ଯ୍ୟକାରୀ ହୋଇଥିଲା, ଯାହାକି SAMS ଅଧିନରେ ଆରମ୍ଭ ହୋଇଥିଲା । ଯେଉଁ ଦିନ ଯୁକ୍ତ୨ର ଫଳାଫଳ ପ୍ରକାଶ ପାଇଥାଏ, ସେହିଦିନଠାରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥାଏ ।

ମହାବିଦ୍ୟାଳୟଦ୍ୱାରା ପ୍ରଦତ ପାଠ୍ୟକ୍ରମ

[ସମ୍ପାଦନା]

କଳା ପାଇଁ ଉପସ୍ନାତକ(ନିୟମିତ) ପାଠ୍ୟକ୍ରମ(୫୧୨ ଆସନ)

[ସମ୍ପାଦନା]

ବାଧ୍ୟତାମୂଳକ ପାଠ୍ୟକ୍ରମ

[ସମ୍ପାଦନା]
କ୍ରମାଙ୍କ ସଂଖ୍ୟାବିଷୟଆସନ ସଂଖ୍ୟା
୧ଇଂରାଜୀ୫୧୨
୨ଓଡ଼ିଆ୫୧୨
୩ପରିବେଶ ବିଜ୍ଞାନ୫୧୨
୪ଭାରତୀୟ ସମାଜ ଓ ସଂକୃତି୫୧୨
୫ଇ.ଏସ୍ ଓ ସିଏ (ସ୍ୱ-ଆର୍ଥିକ)୫୧୨

ନିର୍ବାଚିତ ପାଠ୍ୟକ୍ରମ

[ସମ୍ପାଦନା]
କ୍ରମିକ ସଂଖ୍ୟାବିଷୟଆସନ ସଂଖ୍ୟା
୧ଅର୍ଥ ଶାସ୍ତ୍ର୧୨୮
୨ଶିକ୍ଷା୩୨
୩ଭୂଗୋଳ୩୨
୪ଇତିହାସ୧୨୮
୫ଗଣିତ୩୨
୬ଓଡ଼ିଆ୧୨୮
୭ଦର୍ଶନ ଶାସ୍ତ୍ର୧୨୮
୮ଭାରତୀୟ ରାଜନୀତି୧୨୮
୯ମନୋବିଜ୍ଞାନ୩୨
୧୦ସଂସ୍କୃତ୧୨୮
୧୧ସମାଜ ଶାସ୍ତ୍ର୧୬

ସମ୍ମାନ ପାଠ୍ୟକ୍ରମ

[ସମ୍ପାଦନା]
କ୍ରମିକ ସଂଖ୍ୟାବିଷୟଆସନ ସଂଖ୍ୟା
୧ଭାରତୀୟ ଅର୍ଥ ଶାସ୍ତ୍ର୧୧୨
୨ଶିକ୍ଷା୪୮
୩ଭାରତୀୟ ଭୂଗୋଳ୧୬
୪ଭାରତୀୟ ଇତିହାସ୬୪
୫ଗଣିତ୩୨
୬ଓଡ଼ିଆ୪୮
୭ଦର୍ଶନ ଶାସ୍ତ୍ର୩୨
୮ଭାରତୀୟ ରାଜନୀତି୯୬
୯ମନୋବିଞ୍କାନ୩୨
୧୦ସଂସ୍କୃତ୧୬
୧୧ସମାଜ ଶାସ୍ତ୍ର୧୬
୧୨ଇଂରାଜୀ୩୨
  1. ↑ "ଆର୍କାଇଭ୍ କପି". Archived from the original on 2016-05-04. Retrieved 2016-05-25. {{cite web}}: Cite has empty unknown parameter: |1= (help)