ସାଲିସିଲେଟ ବିଷକ୍ରିୟା

ଉଇକିପିଡ଼ିଆ‌ରୁ
(Salicylate poisoningରୁ ଲେଉଟି ଆସିଛି)
ସାଲିସିଲେଟ ବିଷକ୍ରିୟା (Salicylate poisoning)
ସାଲିସିଲିଜ୍ମ (Salicylism), ସାଲିସେଲେଟ ଟକ୍ସିସିଟି (salicylate toxicity), ଆସ୍ପିରିନ ବିଷକ୍ରିୟା (aspirin poisoning), ଆସ୍ପିରିନ ଟକ୍ସିସିଟି (aspirin toxicity), ଆସ୍ପିରିନ ଓଭରଡୋଜ (aspirin overdose)
ଆସ୍ପିରିନର ରାସାୟନିକ ଗଠନ (skeletal structural formula)
ବିଭାଗଏମରଜେନ୍ସି ମେଡିସିନ (Emergency medicine)
ଲକ୍ଷଣକାନନାଦ, ଅଇ (nausea), ଉଦର ଯନ୍ତ୍ରଣା (abdominal pain), ହାଇପରଭେଣ୍ଟିଲେସନ (fast breathing rate)[୧]
ରୋଗ ନିର୍ଣ୍ଣୟ ପଦ୍ଧତିପ୍ରାରମ୍ଭରେ: ରକ୍ତରେ ସାମାନ୍ୟ ଆସ୍ପିରିନ ସ୍ତର ବୃଦ୍ଧି ~ ୨.୨ ମିମୋଲ/ଲି (୩୦ ମିଗ୍ରା/ଡେଲି, ୩୦୦ ମିଗ୍ରା/ଲି), ରେସ୍ପିରେଟୋରି ଆଲକାଲୋସିସ (respiratory alkalosis)[୧]
ବିଳମ୍ବିତ: ମେଟାବୋଲିକ ଏସିଡୋସିସ (Metabolic acidosis)
ସଠିକ ରୋଗ ନିର୍ଣ୍ଣୟସେପ୍ସିସ, ହୃଦ୍‌ଘାତ, ସାଇକୋମୋଟୋର ଏଜିଟେସନ (agitation)[୧]
ପ୍ରତିକାରଶିଶୁ-ପ୍ରତିରୋଧୀ ପ୍ୟାକେଜିଙ୍ଗ (Child-resistant packaging), ପ୍ରତି ପ୍ୟାକେଜରେ ଅଳ୍ପ ସଂଖ୍ୟକ ବଟିକା[୧]
ଚିକିତ୍ସାଆକ୍ଟିଭେଟେଡ ଚାରକୋଲ, ଶିରାଭ୍ୟନ୍ତର ସୋଡ଼ିଅମ ବାଇକାର୍ବୋନେଟ (sodium bicarbonate ସ‌ହିତ ଡେକ୍ସଟ୍ରୋଜ (dextrose) ଓ ପୋଟାସିଅମ କ୍ଲୋରାଇଡ, ହେମୋଡାଏଲିସିସ (dialysis)[୨]
Prognosis~୧% ମୃତ୍ୟୁ ସଙ୍କଟ[୩]
ପୁନଃପୌନିକ> ବାର୍ଷିକ ୨୦,୦୦୦ (US)[୧]

ସାଲିସିଲେଟ ବିଷକ୍ରିୟା (ଇଂରାଜୀ ଭାଷାରେ Salicylate poisoning, ଅନ୍ୟ ନାମ ଆସ୍ପିରିନ ବିଷକ୍ରିୟା (aspirin poisoning) କୁହାଯାଏ ଯେତେବେଳେ ଆସ୍ପିରିନ (aspirin) ଭଳି ସାଲିସିଲେଟ (salicylate) ଔଷଧ ଯୋଗୁ ଆକ୍ୟୁଟ ବା ତୀବ୍ର ଓ କ୍ରନିକ ବା ସ୍ଥାୟୀ ପ୍ରତିକ୍ରିୟା ହୋଇପାରେ ।[୧] କାନନାଦ, ଅଇ (nausea), ଉଦର ଯନ୍ତ୍ରଣା (abdominal pain), ହାଇପରଭେଣ୍ଟିଲେସନ (fast breathing rate) ଆଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଆନ୍ତି ।[୧] ଆରମ୍ଭରେ ଏହା ସାମାନ୍ୟ ହେଉଥିଲେ ମଧ୍ୟ ଅଧିକ ମାତ୍ରା ସେବନ କଲେ ଜ୍ୱର ହୋଇପାରେ ।[୧][୪] କେଶ୍ ଜଟିଳ ହେଲେ ସେରେବ୍ରାଲ ଇଡିମା (Swelling of the brain) ପଲମୋନାରି ଇଡିମା (lungs), ବାତ (seizures), ନିମ୍ନ ରକ୍ତ ଶର୍କରା, ହୃଦ୍‌ରୋଧ ଆଦି ବେମାରୀ ବାହାରେ ।[୧]

ସାଧାରଣତଃ ଆସ୍ପିରିନ ଯୋଗୁ ଲକ୍ଷଣ ପ୍ରକାଶ ପାଉଥିଲେ ମଧ୍ୟ ଅଏଲ ଅଫ ଉଇଣ୍ଟରଗ୍ରୀନ (oil of wintergreen) ଓ ବିସମଥ ସବସାଲିସିଲେଟ (bismuth subsalicylate) ଯୋଗୁ ଲକ୍ଷଣ ପ୍ରକାଶ ପାଇପାରେ ।[୨] ଦୁର୍ଘଟଣା ବଶତଃ ବା ସ୍ୱେଚ୍ଛାକୃତ ଭାବରେ ଅଧିକ ମାତ୍ରା ସେବନ ହୋଇଯାଏ ।[୧] ଅଳ୍ପ ମାତ୍ରାରେ ଅଏଲ ଅଫ ଉଇଣ୍ଟରଗ୍ରୀନ ବିଷାକ୍ତ ହୋଇପାରେ ।[୨] ବାରମ୍ବାର ରକ୍ତରେ ଆସ୍ପିରିନ ସ୍ତର ଓ ବ୍ଲଡ ଗ୍ୟାସ (blood gas) ମାପି ରୋଗ ନିର୍ଣ୍ଣୟ କରାଯାଏ ।[୧] ସାଧାରଣତଃ ବ୍ଲଡ ଗ୍ୟାସ ବ୍ୟବ‌ହାରକୁ ନାପସନ୍ଦ କରାଯାଏ ।[୧] ରକ୍ତରେ ଏହାର ଅଧିକ ମାତ୍ରା ଆସିବାକୁ ପ୍ରାୟ ୧୨ ଘଣ୍ଟା ଲାଗିଯାଏ ।[୨]

ଏହି ଔଷଧର ଅପବ୍ୟବ‌ହାର ରୋକିବାକୁ ଶିଶୁ-ପ୍ରତିରୋଧୀ ପ୍ୟାକେଜିଙ୍ଗ (child-resistant packaging) କରି ପ୍ରତି ପ୍ୟାକ୍‌ରେ ଅଳ୍ପ ସଂଖ୍ୟକ ବଟିକା ରଖାଯାଉଛି ।[୧] ଏହାର ଚିକିତ୍ସାରେ ଆକ୍ଟିଭେଟେଡ ଚାରକୋଲ (activated charcoal), ଶିରାଭ୍ୟନ୍ତର ସୋଡ଼ିଅମ ବାଇକାର୍ବୋନେଟ (sodium bicarbonate ସ‌ହିତ ଡେକ୍ସଟ୍ରୋଜ (dextrose) ଓ ପୋଟାସିଅମ କ୍ଲୋରାଇଡ, ହେମୋଡାଏଲିସିସ (dialysis) ବ୍ୟବ‌ହାର କରାଯାଏ ।[୨] ରକ୍ତ ଶର୍କରା ସାଧାରଣ ଥିଲେ ମଧ୍ୟ ଡେକ୍ସଟ୍ରୋଜ ଉପକାରୀ ସାବ୍ୟସ୍ତ ହୁଏ ।[୨] ଅକମୀ ବୃକ୍‌କ (kidney failure), କମ୍ ଥିବା ଚେତନା decreased level of consciousness, ରକ୍ତ ପିଏଚ ୭.୨ରୁ କମ୍ ଥିଲେ ବା ଅଧିକ ସାଲିସିଲେଟ ସ୍ତର ଥିଲେ ଡାଏଲିସିସ କରିବାକୁ ସୁପାରିସ କରାଯାଏ ।[୨] ଇନଟ୍ୟୁବେସନ (intubation) ଆବଶ୍ୟକ ଥିଲେ ହାଇପରଭେଣ୍ଟିଲେସନ (fast respiratory rate) ଆବଶ୍ୟକ ହୋଇପାରେ ।[୧]

ସାଲିସିଲେଟ ଔଷଧର ବିଷାକ୍ତ କ୍ରିୟ ବିଷୟ ସନ ୧୮୭୭ରୁ ବର୍ଣ୍ଣନା ହୋଇଆସିଛି ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ କେବଳ ସନ ୨୦୦୪ରେ ୨୦,୦୦୦ କେଶ୍ ରିପୋର୍ଟ ହୋଇଥିଲା ଓ ୪୩ ଜଣ ମୃତ୍ୟୁ ବରଣ କରିଥିଲେ ।[୧] ଅତ୍ୟଧିକ ମାତ୍ରା ସେବନ ଯୋଗୁ ୧% ମୃତ୍ୟୁ ହୁଏ ଓ କ୍ରନିକ କେଶ୍‌ରେ ଅଧିକ ସାଂଘାତିକ ଫଳ ମିଳେ ।[୩] ବୃଦ୍ଧ ବୟସ୍କ ଲୋକଙ୍କର ଅଧିକ ସଙ୍କଟ ଥାଏ ।[୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ O'Malley, GF (May 2007). "Emergency department management of the salicylate-poisoned patient". Emergency medicine clinics of North America. 25 (2): 333–46, abstract viii. PMID 17482023.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Walls, Ron (2017). Rosens Emergency Medicine Concepts and Clinical Practice (9th ed.). Elsevier. p. X. ISBN 978-0323354790.
  3. ୩.୦ ୩.୧ McNeil Consumer & Specialty Pharmaceuticals (2002). "Assessment of Safety of aspirin and other Nonsteroidal Anti-Inflammatory Drugs (NSAIDs)". FDA. Archived from the original on 14 May 2017. Retrieved 27 June 2017.
  4. Brenner, George M.; Stevens, Craig (2012). Pharmacology E-Book: with STUDENT CONSULT Online Access (in ଇଂରାଜୀ) (4 ed.). Elsevier Health Sciences. p. 319. ISBN 1455702781. Archived from the original on 2017-08-18.
  5. ୫.୦ ୫.୧ Roland, Peter S.; Rutka, John A. (2004). Ototoxicity (in ଇଂରାଜୀ). PMPH-USA. p. 28. ISBN 9781550092639. Archived from the original on 10 September 2017. Retrieved 27 June 2017.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ
  • Reingardiene, D; Lazauskas, R (2006). "[Acute salicylate poisoning]". Medicina (Kaunas, Lithuania). 42 (1): 79–83. PMID 16467617.