Jump to content

ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଉଇକିପିଡ଼ିଆ‌ରୁ
(Ranendra Pratap Swainରୁ ଲେଉଟି ଆସିଛି)


ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ବିଧାୟକ: ୧୪ଶ (ଉପ), ୧୫ଶ, ୧୬ଶ, ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୧ ମାର୍ଚ୍ଚ ୨୦୧୨ – ଏବେଯାଏଁ
ପୂର୍ବ ଅଧିକାରୀରମେଶ ରାଉତ
ନିର୍ବାଚନ ମଣ୍ଡଳୀଆଠଗଡ଼
ବିଧାୟକ: ବିଧାୟକ: ୧୦ମ, ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୦୯
ପୂର୍ବ ଅଧିକାରୀଜାନକୀ ବଲ୍ଲଭ ପଟ୍ଟନାୟକ
ପର ଅଧିକାରୀରମେଶ ରାଉତ
ନିର୍ବାଚନ ମଣ୍ଡଳୀଆଠଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1953-07-01) ୧ ଜୁଲାଇ ୧୯୫୩ (ବୟସ ୭୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀମଞ୍ଜୁଳା ଦାସ
ବାପା/ବୋଉଉପେନ୍ଦ୍ର ସ୍ୱାଇଁ (ବାପା)
ବୃତ୍ତିରାଜନୀତିଜ୍ଞ

ରଣେନ୍ଦ୍ର ପ୍ରତାପ ସ୍ୱାଇଁ, (ଜନ୍ମ: ୧ ଜୁଲାଇ ୧୯୫୩) ରାଜା ସ୍ୱାଇଁ ନାମରେ ଜଣାଶୁଣା ।[] ସେ ଆଠଗଡ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ଓଡ଼ିଶା ବିଧାନ ସଭାର ସଦସ୍ୟ ।[][] ରଣେନ୍ଦ୍ର ପ୍ରତାପ ପୂର୍ବତନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) କ୍ରୀଡ଼ା ଏବଂ ଯୁବ ମନ୍ତ୍ରାଳୟ, ବିଜ୍ଞାନ ଓ ପ୍ରୌଦ୍ୟୋଗିକୀ ଏବଂ ଗୄହ ମନ୍ତ୍ରାଳୟ ଭାବେ ତୁଲାଇ ଆସିଛନ୍ତି । ସେ ବର୍ତ୍ତମାନ ବିଜୁ ଜନତା ଦଳରେ ଯୁବ ସମ୍ପର୍କ କମିଟିର ଚେୟାରମ୍ୟାନ ଦାୟିତ୍ୱ ତୁଲାଇଛନ୍ତି ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

୧୯୫୩ ମସିହାର ଜୁଲାଇ ୧ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉପେନ୍ଦ୍ର ସ୍ୱାଇଁ ଓ ପତ୍ନୀଙ୍କ ନାମ ମଞ୍ଜୁଳା ଦାସ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟକ ଭାବରେ ୮ ଥର ନିର୍ବାଚିତ ହୋଇଛନ୍ତି ଏବଂ ଜଣେ ମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ କାର୍ଯ୍ୟ କରିଛନ୍ତି ।

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଆଠଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୮୬,୦୦୬ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ଅଭୟ କୁମାର ବାରିକଙ୍କୁ ୩,୫୮୪ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ବିଧାନ ସଭା ସଭ୍ୟ ବିବରଣୀ

[ସମ୍ପାଦନା]
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ଆଠଗଡ଼ ଜନତା ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା
୨୧ ମାର୍ଚ୍ଚ ୨୦୧୨ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା
୨୦୧୯ ୨୦୨୪ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା
୨୦୨୪ ଏବେଯାଏଁ ସଭ୍ୟ, ୧୭ଶ ଓଡ଼ିଶା ବିଧାନ ସଭା
  1. http://indiankanoon.org/doc/1787780/
  2. "ଆର୍କାଇଭ୍ କପି". Archived from the original on 2013-10-10. Retrieved 2014-03-24. {{cite web}}: Cite has empty unknown parameter: |1= (help)
  3. "ଆର୍କାଇଭ୍ କପି". Archived from the original on 2013-10-11. Retrieved 2014-03-24. {{cite web}}: Cite has empty unknown parameter: |1= (help)
  4. "Shri Suryabanshi Suraj". odishaassembly.nic.in. Odisha Assembly. Retrieved 26 August 2023.
  5. "General Election to Assembly Constituencies 2024: Athagarh (Odisha)". Election Commission of India. Retrieved 11 June 2024.