ପିଣ୍ଡାକୀ ବାହୁବଳେନ୍ଦ୍ର

ଉଇକିପିଡ଼ିଆ ରୁ
(Pindaki Bahubalendra ରୁ ଲେଉଟି ଆସିଛି)
Jump to navigation Jump to search
ପିଣ୍ଡାକୀ ବାହୁବଳେନ୍ଦ୍ର

ଦଳେଇ
ଜନ୍ମ ଓ ଜନ୍ମସ୍ଥାନ
ଦାରୁଠେଙ୍ଗଗଡ଼, ଖୋର୍ଦ୍ଧା
ଜାତୀୟତା ଭାରତୀୟ
ଜୀବିକାପାଇକ
ପ୍ରସିଦ୍ଧିପାଇକ ବିଦ୍ରୋହ

ପିଣ୍ଡାକୀ ବାହୁବଳେନ୍ଦ୍ର ଓଡ଼ିଶାର ଜଣେ ସ୍ୱାଧିନତା ସଂଗ୍ରାମୀ ଥିଲେ । ୧୮୧୭ ପାଇକ ବିଦ୍ରୋହ ସମୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପାଇକ ବିଦ୍ରୋହର ଦଳପତି ବକ୍ସି ଜଗବନ୍ଧୁଙ୍କର ସେ ଥିଲେ ବିଶ୍ୱସ୍ଥ ସହଯୋଗୀ । ଅନେକ ଚେଷ୍ଟା ପରେ ତାଙ୍କୁ ଇଂରେଜ ମାନେ ବନ୍ଦୀ କରି କଳାପାଣିକୁ ଦେଶାନ୍ତର କରିଥିଲେ । ମାତ୍ର ସେ ସେଠାରୁ ଖସି ଚାଲି ଆସିଥିଲେ । ପରେ ତାଙ୍କୁ ହତ୍ୟା କରାଯାଇଥିଲା ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ବାହୁବଳେନ୍ଦ୍ରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବିଶେଷ ତଥ୍ୟ ମିଳେନାହିଁ । ତେବେ ସେ ଖୋର୍ଦ୍ଧା ନିକଟବର୍ଟତ୍ତୀ ଏକ ଗ୍ରାମ ଦାରୁଠେଙ୍ଗଗଡ଼ରେ ଜନ୍ମ ହୋଇଥିଲେ । ଅତୀତରେ ଏହିପରି ଅନେକ ଗାଁ ମାନଙ୍କୁ ଗଡ଼ ଭାବେ ପ୍ରତିଷ୍ଠା କରାଯାଇଥିଲା ଓ ସେଠାରେ ପାଇକ ମାନେ ରହୁଥିଲେ । ଶାନ୍ତି ସମୟରେ ନିସ୍କର ଜମି ଭୋଗ କରୁଥିବା ପାଇକମାନେ ଯୁଦ୍ଧ ସମୟରେ ସୈନିକ ରୂପେ କାର୍ଯ୍ୟ କରୁଥିଲେ । ଏହିପରି ଏକ ପାଇକ ପରିବାରରେ ବାହୁବଳେନ୍ଦ୍ରଙ୍କ ଜନ୍ମ । ପିଣ୍ଡାକୀ ବାହୁବଳେନ୍ଦ୍ର ଥିଲେ ଚନ୍ଦକା ନିକଟସ୍ଥ ଦାରୁଠେଙ୍ଗଗଡ଼ର ଦଳେଇ । ଦଳେଇମାନେ ପାଇକମାନଙ୍କର ଏକ ପ୍ରକାର ଦଳପତି ।

ପାଇକ ବିଦ୍ରୋହ ଓ ବାହୁବଳେନ୍ଦ୍ର[ସମ୍ପାଦନା]

୧୮୧୭ ମସିହାରେ ଇଂରେଜ ସରକାର ବିରୁଦ୍ଧରେ ଓଡ଼ିଶାରେ ପ୍ରଥମ ବିଦ୍ରୋହ ହୋଇଥିଲା , ଯାହାର ନାମ ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହ । ନିଷ୍କର ଜମିରୁ କର ଆଦାୟକୁ ନେଇ କୁହୁଳିଥିବା ଅସନ୍ତୋଷ କ୍ରମେ ପ୍ରଚଣ୍ଡ ବିଦ୍ରୋହର ରୂପ ନେଇଥିଲା । ଏହି ବିଦ୍ରୋହର ନେତୃତ୍ତ୍ୱ ନେଇଥିଲେ ବକ୍ସି ଜଗବନ୍ଧୁ । ବାହୁବଳେନ୍ଦ୍ର ବକ୍ସିଙ୍କର ବିଶ୍ୱସ୍ଥ ସହଯୋଗୀ ଥିଲେ । ବକ୍ସି ଜଗବନ୍ଧୁଙ୍କ ସହିତ ହାତ ମିଳାଇ ସେ ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରିଥଲେ । ବହୁ ଉଦ୍ୟମ କରି ମଧ୍ୟ ତାଙ୍କୁ ଧରାଯାଇପାରି ନ ଥୁଲା । ତାଙ୍କୁ କିପରି ଧରାଯିବ ତାହାଥଲା ଇଂରେଜ ପ୍ରଶାସକଙ୍କ ପାଇଁ ଏକ ଚିନ୍ତାର ବିଷୟ । ଶେଷରେ କୌଶଳ କରାଯାଇ ତାଙ୍କୁ ଧରାଯାଇ କଳାପାଣି ଦଣ୍ଡ ଦିଆଯାଇଥଲା । ମାତ୍ର ଆଣ୍ଡାମାନରେ ସେ ସ୍ଥିରହୋଇ ବସିପାରି ନଥିଲେ । ସେ ଇଂରେଜମାନଙ୍କ ଆଖୁରେ ଧୂଳିଦେଇ ଆଣ୍ଡାମାନରୁ ଲୁଚି ପଳାଇଆସିଥିଲେ ଖୋର୍ଦ୍ଧାକୁ । ଖୋର୍ଦ୍ଧା ମାଟିରେ ସେ ପାଦଦେବାମାତ୍ରେ ପାଇକମାନଙ୍କ ଶରୀରରେ ଏକ ନୂତନ ସ୍ପନ୍ଦନ ସୃଷ୍ଟି ହୋଇଥଲା । ବାହୁବଳେନ୍ଦ୍ର ସମ୍ମୁଖଯୁଦ୍ଧ ନ କରି ଲୁଚି ଛପି ସଂଗ୍ରାମ କରିବା ସପକ୍ଷରେ ଥିଲେ । ଏହିପରି ସଂଗ୍ରାମ ଚଳାଇ ସେ କେତେଜଣ ଇଂରେଜଙ୍କୁ ମୃତ୍ୟୁମୁଖରେ ପକାଇଥଲେ । ଏଥୁପାଇଁ ବାହୁବଳେନ୍ଦ୍ର ଓ ତାଙ୍କ ସାଥୀଙ୍କୁ ବହୁ ଦୁଃଖକଷ୍ଟ ସହ୍ୟ କରିବାକୁ ପଡ଼ିଥୁଲା । ମାସ ମାସ ଧରି ସେମାନେ ଫଳାହାର ଓ ଝରଣାପାଣି ପିଉଥଲେ, ପଥର ଉପରେ ଶୋଇ ରାତି ବିଡାଉଥଲେ । [୧]

ଶେଷ ଜୀବନ[ସମ୍ପାଦନା]

ଇଂରେଜମାନେ ବହୁ ଉଦ୍ୟମରେ ମଧ୍ୟ ତାଙ୍କୁ ଧରିପାରୁ ନ ଥୁଲେ । ସେଥିପାଇଁ ପୁରସ୍କାର ଘୋଷଣା କରାଯାଇଥଲା । ଖୋର୍ଦ୍ଦା -ଇଲାକା ଅନ୍ତର୍ଗତ ମଳିପଡ଼ା ଗ୍ରାମଟିଏ । ସେଠାରେ ଜାଗିରିଦାର ଥୁଲେ ବାହୁବଳେନ୍ଦ୍ରଙ୍କର ବାଲ୍ୟ ବନ୍ଧୁ । ବାହୁବଳେନ୍ଦ୍ର ବହୁସମୟରେ ସେଠାକୁ ଆସି ଇଂରେଜମାନଙ୍କ ବିଷୟରେ ତଥ୍ୟ ସଙ୍ଗ୍ରହ କରୁଥାଆନ୍ତି । କଥାରେ ଅଛି । 'ଅଣ୍ଟି ଛୁରୀ ତଣ୍ଟି କାଟେ' । ସେହି ବାଲ୍ୟ ବନ୍ଧୁ ହୋଇଥଲା ବାହୁବଳେନ୍ଦ୍ରଙ୍କ ପାଇଁ ଅଣ୍ଟିଛୁରୀ । ଅର୍ଥ ଓ କ୍ଷମତା ଯୁଗେ ଯୁଗେ ମଣିଷକୁ ପ୍ରଲୁବ୍ଧ କରିଆସିଛି । ଯେତେବେଳେ ଘୋଷଣା କରାଗଲା ଯେ ବାହୁବଳେନ୍ଦ୍ରଙ୍କୁ ଧରାଇଦେଲେ ପୁରସ୍କାର ଦିଆଯିବ ଓ ତା ସହିତ ଉପାଧୁ ମଧ୍ୟ ମିଳିବ, ଜାଗିରିଦାର ଲୋଭ ସମ୍ବରଣ କରିପାରି ନ ଥଲେ । ସେ ଦିନେ ପିଣ୍ଡାକୀ ଓ ତାଙ୍କ ସାଥୀଙ୍କୁ ଏକ ଭୋଜିରେ ଆପ୍ୟାୟିତ କରିବାପାଇଁ ନିମନ୍ତ୍ରଣ ଜଣାଇଥଲେ । ସରଳ ବିଶ୍ୱାସରେ ସେମାନେ ସେଠାରେ ପହଞ୍ଚୁଲେ । ବାଲ୍ୟବନ୍ଧୁ ଜାଗିରଦାର ଜାଣିଥୁଲେ ଯେ ପିଣ୍ଡାକୀ ଖାଇବା ପୂର୍ବରୁ ଭାଙ୍ଗ ପିଅନ୍ତି । ତେଣୁ ଭୋଜନ ପୂର୍ବରୁ ସେ ସେମାନଙ୍କ ଭାଙ୍ଗ ସହ ଦୁଦୁରା ମଞ୍ଜି ମିଶାଇ ପିଇବାକୁ ଦେଇଥଲେ । ଫଳରେ ନିଶାସକ୍ତ ହୋଇ ସେମାନେ ଅଚେତ୍ ହୋଇ ପଡ଼ିଥଲେ । ପୂର୍ବରୁ ଜାଗିରିଦାର ଇଂରେଜମାନଙ୍କୁ ଏହି ବିଷୟରେ ଖବର ଦେଇଥାଆନ୍ତି । ଇଂରେଜ ସୈନ୍ୟ ସେଠାରେ ପହଞ୍ଚିବା ପରେ ପିଣ୍ଡାକୀ ଓ ତାଙ୍କ ସାଥୀଙ୍କୁ ଅଚେତ ଅବସ୍ଥାରେ ଦେଖି ତାଙ୍କୁ ଗିରଫ କରିଥୁଲେ । [୨] ଗିରଫ କରିବାପରେ ବାହୁବଳେନ୍ଦ୍ରଙ୍କୁ କଟକ ଜେଲରେ ରଖାଯାଇଥଲା । ମୁକ୍ତ ଆକାଶତଳେ ରହୁଥୁବାରୁ ସେ ଜେଲ ଭିତରୁ ଖସି ପଳାଇ ଆସିଥଲେ । ଇଂରେଜମାନେ ତାଙ୍କୁ ଗୋଡ଼ାଇଥୁଲେ ମଧ୍ୟ ସେ ଦଉଡ଼ି ଦଉଡ଼ି କାଠଯୋଡ଼ିକୁଆଖାଇ ଅତିକ୍ରମ କରିବା ପରେ ବାରଙ୍ଗ ଜଙ୍ଗଲ ମଧରେ ପଶିଯାଇଥଲେ । ଇଂରେଜମାନେ ପଛରୁ ଗୁଳି ଚଳାଇବା ଫଳରେ ସେ ମୃତ୍ୟୁବରଣ କରିଥଲେ । ଅନ୍ୟମାନଙ୍କୁ ଧରି ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥଲା । ପିଣ୍ଡାକୀ ବାହୁବଳେନ୍ଦ୍ର ଓ ତାଙ୍କ ସାଥୀମାନଙ୍କର ଏହି ଅମର ଗାଥା ତାଙ୍କୁ ଓଡ଼ିଶା ଇତିହାସର ଗୌରବମନ୍ଦିରରେ ଅଧିଷ୍ଠିତ କରାଇଛି । ତାଙ୍କର ଏହି ଆତ୍ମବଳିର ରୋମାଞ୍ଚକର କାହାଣୀ ଭବିଷ୍ୟତ ବଂଶଧରଙ୍କୁ ପ୍ରେରଣା ଦେବ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ Jagannath Pattanaik. ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ. ବିଦ୍ୟାପୁରୀ.
  2. Prafulla Kumar Pattanaik (2005). The First Indian War of Independence: Freedom Movement in Orissa, 1804-1825. APH Publishing. pp. 77–. ISBN 978-81-7648-911-9.