ନିମାଇଁ ମହାନ୍ତି
ନିମାଇଁ ମହାନ୍ତି | |
---|---|
ଜନ୍ମ | ନିମାଇଁ ମହାନ୍ତି ୧୦ ଅଗଷ୍ଟ ୧୯୫୩ |
ମୃତ୍ୟୁ | ୪ ନଭେମ୍ବର ୨୦୨୨ | (ବୟସ ୬୯)
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଓଡ଼ିଆ ସାହିତ୍ୟିକ ଓ ଗୀତିକାର |
ବୈବାହିକ-ସାଥୀ | ଅବିବାହିତ |
ପିତାମାତା(s) | ନାରାୟଣ ମହାନ୍ତି, ସୁଧା ଦେବୀ |
ପୁରସ୍କାର | କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସିନିୟର ଫେଲୋସିପ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର |
ନିମାଇଁ ମହାନ୍ତି (୧୦ ଅଗଷ୍ଟ ୧୯୫୩ - ୪ ନଭେମ୍ବର ୨୦୨୨) ଜଣେ ଓଡ଼ିଆ ସାହିତ୍ୟିକ ଓ ଗୀତିକାର ଥିଲେ । ଓଡ଼ିଆ ଚଳଚ୍ଚିତ୍ରର ଗୀତିକାର ଭାବରେ ସେ ଅଧିକ ପରିଚିତ ଥିଲେ । ସେ ପ୍ରାୟ ୩୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର, ଟିଭି ଧାରାବାହିକ ଆଦିରେ ୩୦୦ରୁ ଅଧିକ ଗୀତ ଲେଖିଥିଲେ । ସାଗର ଗଙ୍ଗା ଚଳଚ୍ଚିତ୍ରରେ ତାଙ୍କ ଲିଖିତ ଗୀତ ଚନ୍ଦ୍ରମା ଆଗୋ ଚନ୍ଦ୍ରମା, ମେଘ ତଳେ ଲୁଚି ଯାଅନା ତାଙ୍କୁ ଲୋକପ୍ରିୟ କରାଇଥିଲା । ସେ ଉଭୟ ଓଡ଼ିଆ ଓ ଇଂରାଜୀରେ ପୁସ୍ତକ ଲେଖିଥିଲେ । ସେ ଜଣେ ସଂସ୍କୃତି ଗବେଷକ ମଧ୍ୟ ଥିଲେ । ମୟୂରଭଞ୍ଜର ଛଉନୃତ୍ୟ ଗବେଷଣା ପାଇଁ ସେ ୨୦୦୧ ମସିହାରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସିନିୟର ଫେଲୋସିପ ଲାଭ କରିଥିଲେ । ବୃତ୍ତିରେ ସେ ଜଣେ ଆଇନଜୀବୀ ଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ନିମାଇଁ ମହାନ୍ତିଙ୍କ ପିତାଙ୍କ ନାମ ନାରାୟଣ ମହାନ୍ତି ଓ ମାତାଙ୍କ ନାମ ସୁଧା ଦେବୀ । ସେ ୧୯୫୩ ମସିହା ଅଗଷ୍ଟ ୧୦ ତାରିଖଦିନ ଜନ୍ମଗ୍ରହଣ କରିଥିଲେ । ନିମାଇଁ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରୁ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନ ଶିକ୍ଷା ଲାଭ କରିଥିଲେ । ସେ ବାରିପଦା ଜିଲା କୋର୍ଟ ଓ ଓଡ଼ିଶା ହାଇକୋର୍ଟରେ ଓକିଲାତି କରୁଥିଲେ । ସେ ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟରେ ଅଧ୍ୟାପକ ଏବଂ ୨୦୦୧ରୁ ୨୦୧୦ ମସିହା ମଧ୍ୟରେ ମୟୂରଭଞ୍ଜ ଜିଲା ସରକାରୀ ଓକିଲ ଭାବେ କାର୍ଯ୍ୟ କରିଥିଲେ । ଏଥି ସହିତ ସେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଆଇନ ଉପଦେଷ୍ଟା ମଧ୍ୟ ଥିଲେ । ସେ ଉଭୟ ଆକାଶବାଣୀ କଟକ (୧୯୮୨) ଓ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ ।[୧]
ସେ ଆଜୀବନ ଅବିବାହିତ ରହିଥିଲେ । ୨୦୨୨ ମସିହା ନଭେମ୍ବର ୪ ତାରିଖ ଦିନ ବାରିପଦାଠାରେ ତାଙ୍କର ପରଲୋକ ଘଟିଥିଲା ।
ଗୀତିକାର ଭୂମିକା
[ସମ୍ପାଦନା]ଚଳଚ୍ଚିତ୍ର
[ସମ୍ପାଦନା]- ପରଦେଶୀ ଚଢ଼େଇ
- ସାଗର ଗଙ୍ଗା
- ହସିବ ପୁଣି ମୋ ସୁନା ସଂସାର
- ସହର ଜଳୁଛି
- କିଏ ପୋଛିଦେବ ମା’ ଆଖିର ଲୁହ
- ମୋ କାହ୍ନୁରେ
- ଅକୁହା କଥା
- ଗୋପରେ ବଢ଼ୁଛି କଳା କହ୍ନେଇ
- ସମୟ ଖେଳୁଛି ଚକା ଭଉଁରୀ
- ଇଡିଅଟ୍
- ପ୍ରେମରୋଗୀ
- ତୁ ରାଜା ମୁଁ ରାଣୀ
- ଇସ୍କ ତୁହି ତୁ
- ଅ ଆ ଇ
ଧାରାବାହିକର ଶୀର୍ଷକ ଗୀତ
[ସମ୍ପାଦନା]- ଗାୟତ୍ରୀ
- ପ୍ରାୟଶ୍ଚିତ
- ଓଢ଼ଣି ତଳର ଲୁହ
ରଚିତ ପୁସ୍ତକ
[ସମ୍ପାଦନା]- ଦୂର ଅପହଞ୍ଚ ଗାଁ
- ଅବାକ୍ ପୃଥିବୀ
- ପୁରୁଣା ବହିର ବାସ୍ନା
- ଲଭ୍ ଏଣ୍ଡ ବିୟଣ୍ଡ୍ (ଇଂରାଜୀ ଭାଷାରେ ଲିଖିତ ଓ ସ୍ପାନିସ ଭାଷାକୁ ଅନୁବାଦିତ)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସିନିୟର ଫେଲୋସିପ - ୨୦୦୧
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୦[୨]
- ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ ପୁରସ୍କାର - ୧୯୯୩
- ଚଳଚ୍ଚିତ୍ର ଜଗତ ପୁରସ୍କାର - ୧୯୯୩
- ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗଦ୍ୱାରା ପୁରସ୍କୃତ - ୨୦୦୪
- ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ ପୁରସ୍କାର - ୨୦୦୫[୩]
- ଭୂମିପୁତ୍ର ସମ୍ମାନ ( ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପ୍ରଦତ୍ତ) - ୨୦୧୯
ଆଧାର
[ସମ୍ପାଦନା]- ↑ "ଆଉ ନାହାନ୍ତି ଗୀତିକାର ନିମାଇଁ ମହାନ୍ତି". www.samajalive.in. ସମାଜ. Archived from the original on 10 November 2022. Retrieved 10 November 2022.
- ↑ "ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତି ଆଉ ନାହାନ୍ତି". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 10 November 2022. Retrieved 10 November 2022.
- ↑ "ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ନିମାଇଁ ମହାନ୍ତି, ଜହ୍ନ ଆଲୁଅରେ ଆଉ ଲେଖା ହେବନି ଚିଠି…". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 10 November 2022. Retrieved 10 November 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନିମାଇଁ ମହାନ୍ତି