ନନ୍ଦିନୀ ଦେବୀ

ଉଇକିପିଡ଼ିଆ‌ରୁ
(Nandini Deviରୁ ଲେଉଟି ଆସିଛି)
ନନ୍ଦିନୀ ଦେବୀ
ବିଧାୟିକା: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀରମେଶ ଚନ୍ଦ୍ର ଜେନା
ନିର୍ବାଚନ ମଣ୍ଡଳୀସାନଖେମୁଣ୍ଡି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1976-01-01) ୧ ଜାନୁଆରୀ ୧୯୭୬ (ବୟସ ୪୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀକିଶୋର ଚନ୍ଦ୍ର ସିଂହ ଦେଓ
ସନ୍ତାନଗୀତାଞ୍ଜଳୀ ଦେବୀ (ଝିଅ)
ସମ୍ପର୍କୀୟଅନନ୍ତ ନାରାୟଣ ସିଂହଦେଓ (ଶ୍ୱଶୁର)
ଶାନ୍ତି ଦେବୀ (ଶାଶୁ)
ବୃତ୍ତିରାଜନୀତିଜ୍ଞ

ନନ୍ଦିନୀ ଦେବୀ (ଜନ୍ମ: ୧ ଜାନୁଆରୀ ୧୯୭୬) ଜଣେ ଓଡ଼ିଆ ରାଜନୀତିଜ୍ଞା । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ନନ୍ଦିନୀ ଦେବୀ ଓଡ଼ିଶା ବିଧାନ ସଭାର ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ ।[୧] ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ନନ୍ଦିନୀ ଦେବୀ ସାନଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୨] ଏହି ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ତଥା ସେହି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ୮,୨୨୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।[୩]

ପରିବାର[ସମ୍ପାଦନା]

ନନ୍ଦିନୀ ଦେବୀ ୧୯୭୬ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଗଞ୍ଜାମ ଜିଲ୍ଲାର ଧରାକୋଟ ରାଜବାଟୀର ରାଣୀ । ନନ୍ଦିନୀ ଦେବୀଙ୍କର ଧରାକୋଟର ରାଜା କିଶୋର ଚନ୍ଦ୍ର ସିଂହଦେଓଙ୍କୁ ବିବାହ କରିଥିଲେ ।[୪][୫] ତାଙ୍କ ପତି ରାଜା କିଶୋର ଚନ୍ଦ୍ର ଥିଲେ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ଜନତା ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ ଓ ୨୦୦୪ ମସିହାରେ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନନ୍ଦିନୀ ଦେବୀଙ୍କର ଶାଶୂ ଶାନ୍ତି ଦେବୀଶ୍ୱଶୁର ଅନନ୍ତ ନାରାୟଣ ସିଂହଦେଓ ମଧ୍ୟ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ତାଙ୍କ ଶାଶୁ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଜନତା ଦଳର ପ୍ରାର୍ଥି ଭାବରେ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ଶ୍ୱଶୁର ଅନନ୍ତ ନାରାୟଣ ସିଂହଦେଓ ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟିର ପ୍ରତିନିଧି ଭାବରେ ବିଜୟୀ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୧୯୯୫ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ପୁଣିଥରେ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନନ୍ଦିନୀ ଦେବୀଙ୍କ ଝିଅ ଗୀତାଞ୍ଜଳୀ ଦେବୀ ତାଙ୍କ ବାପାଙ୍କ କିଶୋର ଚନ୍ଦ୍ର ସିଂହଦେଓଙ୍କ ମୃତ୍ୟୁ ପରେ ଧରାକୋଟ ରାଜବାଟୀର ରାଜା ଭାବରେ କାର୍ଯ୍ୟ କରୁଛନ୍ତି ।[୪] ସେ ୨୧ ବର୍ଷ ବୟସରେ ରାଜନୀତିରେ ଯୋଗ ଦେଇଥିଲେ ।[୪] ଧରାକୋଟ ପଞ୍ଚାୟତ ସମିତି ସଭ୍ୟା ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।[୪]

ରାଜନୈତିକ ଜୀବନ[ସମ୍ପାଦନା]

ନନ୍ଦିନୀ ଦେବୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ସଭ୍ୟା ଭାବରେ କାର୍ଯ୍ୟ କରୁଛନ୍ତି ।[୬] ୨୦୧୪ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୨୦୦୯ରେ ଗଠନ କରାଯାଇଥିବା ସାନଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜତନା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୭] ଏହି ନିର୍ବାଚନରେ ସମୁଦାୟ ୬୬.୮୪ ପ୍ରତିଶତ ମଦାନ ହୋଇଥିଲା ।[୮] ମତଦାନ କରାଯାଇଥିବା ସମୁଦାୟ ୧,୩୧,୧୬୪ ଖଣ୍ଡ ଭୋଟରୁ ସେ ୬୧,୭୭୩ ଖଣ୍ଡ ଭୋଟ ପାଇଥିଲେ[୯] ଓ ୧ମ ସ୍ଥାନରେ ରହି ବିଜୟୀ ହୋଇଥିଲେ ।[୧୦] ଏହି ନିର୍ବାଚନରେ ୨ୟ ସ୍ଥାନରେ ଥିଲେ ସେହି ନିର୍ବାଚନ ମଣ୍ଡଳୀର ପୂର୍ବତନ ସାଂସଦ ତଥା ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା, ଯିଏକି ସମୁଦାୟ ୫୩,୫୫୧ ଖଣ୍ଡ ଭୋଟ ପାଇଥିଲେ ।[୧୧]

ଆଧାର[ସମ୍ପାଦନା]

  1. "Ms. Nandini Devi". odishaassembly.nic.in. Odisha Assembly. Retrieved 22 March 2019.
  2. "Odisha Pradesh Assembly (Vidhan Sabha) Elections 2014 Results". www.mapsofindia.com. Retrieved 2019-03-22.
  3. "Constituency Wise odisha Assembly Election result 2014". Leadtech.in. Archived from the original on 18 August 2014. Retrieved 29 May 2014.
  4. ୪.୦ ୪.୧ ୪.୨ ୪.୩ "Royal lady enters politics". www.telegraphindia.com (in ଇଂରାଜୀ). Retrieved 2019-03-22.
  5. "MLA Ms. Nandini Devi Profile | SANAKHEMUNDI Constituency". www.naveenpatnaik.com. Archived from the original on 2019-01-13. Retrieved 2019-03-22.
  6. "MLA Ms. Nandini Devi Profile | SANAKHEMUNDI Constituency". www.odishahelpline.com. Retrieved 2019-03-22.
  7. "Sanakhemundi Elections Results 2014, Current MLA, Candidate List of Assembly Elections in Sanakhemundi, Orissa". www.elections.in. Retrieved 2019-03-22.
  8. "Odisha Assembly Factbook : Sanakhemundi Assembly | DatanetIndia-eBooks.com". www.datanetindia-ebooks.com. Archived from the original on 2019-03-22. Retrieved 2019-03-22.
  9. Prakash, M. "Entranceindia | Sanakhemundi 2014 Assembly MLA Election Odisha | Entranceindia" (in ଆମେରିକୀୟ ଇଂରାଜୀ). Archived from the original on 2019-03-22. Retrieved 2019-03-22.
  10. "Odisha - Sanakhemundi". Election Commission of India. Archived from the original on 13 July 2021. Retrieved 29 May 2014.
  11. "Sanakhemundi Assembly Constituency Election Result - Legislative Assembly Constituency". resultuniversity.com. Retrieved 2019-03-22.